Author: Samikhsya Bureau

ସମ୍ବଲପୁର: ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉଦଘାଟନରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ସେ ନୂଆ କ୍ୟାମ୍ପସ ବୁଲି ଦେଖିଥିଲେ।  ଆଇଆଇଏମ ନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖାଇଥିଲେ। ଏହାପରେ ଏକ ସାଧାରଣ ସଭାରେ ସେ ଭାଗ ନେଇଛନ୍ତି। ଏଥିରେ ସ୍ଥାନୀୟ ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Read More

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରିତ ସମୟରେ ଓଡିଶାରେ ପହଞ୍ଚିଛନ୍ତି। ସେ ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାଂସଦ ସୁରେଶ ପୂଜାରୀ, ବିଧାୟକ ସାରଦା ନାୟକ ଏବଂ ବରିଷ୍ଠ ଅଧିକାରୀ ସ୍ବାଗତ କରିିଥିଲେ। ଏହାପରେ ସେଠାରୁ ମୋଦି ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିଛନ୍ତି। ସେଠାରେ ଆଇଆଇଏମ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେବେ। ସେଠାରେ ସେ ଆସନ୍ତା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବୋଲି ଅନୁମାନ କରାଯାଇଛି।

Read More

ଭୁବନେଶ୍ବର: ଏବେ ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ସେ ଝାରସୁଗୁଡାରେ ପହଞ୍ଚିଛନ୍ତି। ସେଠାରେ ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିବେ। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, On the way to Sambalpur, Odisha. I look forward to being among the people there. It is a matter of immense joy that development works worth over Rs. 68,000 crore will be inaugurated or their foundation stones would be laid. These works are linked to the energy, coal, connectivity, railways and more. The permanent campus of IIM-Sambalpur will also be inaugurated, which will improve educational infrastructure as well.…

Read More

ଭୁବନେଶ୍ବର: ଓଡ଼ିଶା ମିଲେଟ୍ସ ମିଶନର ସଫଳତା ସମ୍ପର୍କରେ ଅବଗତ ହେବା ପାଇଁ ଆସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିଧି ଦଳ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିଲେ। ଆସାମ ସରକାରଙ୍କ ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଓଆରଆଇଏସ)ର କୃଷି ପରାମର୍ଶଦାତା ଡକଫର ପ୍ରଣବ କୁମାର ମହାନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ଆସାମ ସରକାରଙ୍କ କୃଷି , ବିଦ୍ୟାଳୟ ଶିକ୍ଷା ବିଭାଗ, ଆସାମ କୃଷି ବିଶ୍ୱବିଦ୍ୟାଳୟ, ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଆରଏଆଇଏସ) ଏବଂ ଆସାମ ଗ୍ରାମୀଣ ଭିତ୍ତିଭୂମି ଏବଂ କୃଷି ସେବା (ଏଆରଆଇଏଏସ୍‌) ସୋସାଇଟିର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ମିଲେଟ୍ସ ମିଶନର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ର ଅଧିକାରୀମାନେ ଓଡ଼ିଶା ମିଲେଟ୍ସ ମିଶନର ପ୍ରଚାର ପ୍ରସାର ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚା କରିଥିଲେ। ବିଶେଷକରି ମାଣ୍ଡିଆ…

Read More

ଭୁବନେଶ୍ବର: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗେଦେବେ।ଏଥିରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡିକ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ୬୮,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ସମ୍ବଲପୁର ଠାରେ ଶୁଭାରମ୍ଭ, ରାଷ୍ଟ୍ରକୁ ସମର୍ପିତ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରାକୃତିକ ଗ୍ୟାସ, କୋଇଲା ଏବଂ ବିଦ୍ୟୁତ୍ ଉତ୍ପାଦନ ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦ୍ଘାଟନ, ଉତ୍ସର୍ଗୀକୃତ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ମାଧ୍ୟମରେ ଶକ୍ତି କ୍ଷେତ୍ରରେ କ୍ଷମତା ବୃଦ୍ଧି କରାଯିବ। ସଡକ, ରେଳବାଇ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟ ଉଦ୍ଘାଟିତ ହୋଇ ଦେଶ ପାଇଁ ଉତ୍ସର୍ଗୀକୃତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ଯାହାର ସ୍ଥାପତ୍ୟ ଶୈଳଶ୍ରୀ ରାଜପ୍ରାସାଦରୁ ଅନୁପ୍ରାଣିତ ହୋଇଛି। ପ୍ରଧାନମନ୍ତ୍ରୀ ଗୌହାଟୀ ଠାରେ ୧୧,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର…

Read More

ଭୁବନେଶ୍ବର: ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି। ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି। ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…

Read More

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଏକ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସେ ସମ୍ବଲପୁରରେ ଏକ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଯାହା ସଂପୂର୍ଣ୍ଣ ଦଳିୟ କାର୍ଯ୍ୟକ୍ରମ। ସେଥିପାଇଁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ବର୍ତ୍ତମାନ ସମ୍ବଲପୁରରେ ଡେରା ପକାଇଛନ୍ତି। ମୋଦି ଏହି ଗସ୍ତରେ ଓଡିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବଚନ ପ୍ରଚାରର ମୂଳଦୂଆ ପକାଇବେ। ଅନ୍ୟପକ୍ଷରେ ସମ୍ବଲପୁରର ଲୋକସଭା ପାଇଁ ପ୍ରାର୍ଥୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ମୋଦି ଟିକିଏ ଅଧିକ ପ୍ରଚାର କରିବେ ବୋଲି ଦଳୀୟ କର୍ମି ବେଶ ଆଶା ପ୍ରକଟ କରିଛନ୍ତି। ସେହିପରି ମୋଦିଙ୍କ ଏହି ଗସ୍ତରେ ଧର୍ମେନ୍ଦ୍ର ମଧ୍ୟ ବହୁ ବଡ ଆଶା କରି ରହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ମୋଦି ସମ୍ବଲପୁରର ସାଧାରଣ ସଭାରେ ନବୀନ ପଟ୍ଟନାୟକଙ୍କୁ ହଟାଅ ବୋଲି କହିବେ କି? ସେ ରାଜ୍ୟ ସରକାରଙ୍କ…

Read More

ଭୁବନେଶ୍ବର: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Read More

ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ତଥା ହିନ୍ଦି ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଉଭୟ ଓଡିଆ ଏବଂ ହିନ୍ଦି ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଆଦି ପ୍ରାୟ ୨୭ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା । ଅଙ୍କୁର ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ସାଧୁ ମେହେର। ୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ…

Read More

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ମାସିକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ। ତେଣୁ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏହାକୁ ଧ୍ୟାନ ରଖି…

Read More

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ ହୋଇଯାଇଛି। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି କୁଳପତି ପ୍ରଫେସର ଶ୍ରୀମତୀ ଅପରାଜିତା ଚୌଧୁରୀ, କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ, ଏପରି କାର୍ଯ୍ୟ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ଆସନ୍ତା ଫେବୃଆରୀ ୩ ତାରିଖରେ ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ୍), ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ସେ ସଂପୃକ୍ତ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୩ ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରି ଅପରାହ୍ନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ୍ କ୍ୟାମ୍ପସରେ ପହଞ୍ଚିବେ। ସେଠାରେ ଆଇଆଇଏମ୍ , ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାଯ୍ୟକ୍ରମ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ମାଗଣାରେ ଚିକିତ୍ସା ଦିଆଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ BSKY ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ରୋଗ ହେଲେ ଲୋକମାନଙ୍କର ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇପାରିଛି। କିଡନୀ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏସବୁ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡନୀ ରୋଗୀ ମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍‌ ସେବା ପାଇ ପାରିବେ।…

Read More

ଭୁବନେଶ୍ବର: 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ…

Read More

ନୂଆଦିଲ୍ଲୀ: ୨୦୨୪ ବଜେଟରେ ଭାରତରେ ମହିଳାଙ୍କଠାରେ ଚିହ୍ନଟ ହେଉଥିବା ଦ୍ୱିତୀୟ ସାଧାରଣ କର୍କଟ ରୋଗ ଗର୍ଭାଶୟ କ୍ୟାନସରକୁ ପ୍ରୋତ୍ସାହନ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଝିଅମାନଙ୍କୁ ଗର୍ଭାଶୟ କ୍ୟାନସର ପ୍ରତିଷେଧକ ଟୀକା ଦେବାକୁ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ ଗର୍ଭାଶୟ କର୍କଟ ପ୍ରତିରୋଧ ପାଇଁ ଆମ ସରକାର ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କ ପାଇଁ ଟୀକାକରଣକୁ ପ୍ରୋତ୍ସାହିତ କରିବେ। ଭାରତରେ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ୫୧୧.୪ ନିୟୁତ ମହିଳା ଅଛନ୍ତି, ଯେଉଁମାନଙ୍କୁ ଗର୍ଭାଶୟ କର୍କଟ ହେବାର ଆଶଙ୍କା ଅଧିକ । ଗର୍ଭାଶୟ କର୍କଟ କେତେକ ପ୍ରକାରର ହ୍ୟୁମାନ ପାପିଲୋମାଭାଇରସ୍ (ଏଚପିଭି) କାରଣରୁ ହୋଇଥାଏ । ଏଚପିଭି ହେଉଛି ୨୦୦ ସମ୍ବନ୍ଧୀୟ ଭୂତାଣୁର ଏକ ଗୋଷ୍ଠୀ । ଅଧିକ ବିପଦଥିବା ଏଚପିଭି ଗର୍ଭାଶୟ କ୍ୟାନସର ସମେତ ଅନେକ ପ୍ରକାର କର୍କଟ ରୋଗର କାରଣ ହୋଇପାରେ। ଏଚପିଭି ସଂକ୍ରମଣ…

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ଏବଂ ନୂତନ ଯୁବ ଭୋଟରମାନଙ୍କୁ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଶିଖାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ୧୫ ତାରିଖଠାରୁ ମୋବାଇଲ ଭ୍ୟାନ ଜରିଆରେ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଭୋଟରମାନଙ୍କୁ ପ୍ରଦର୍ଶନ କରାଯିବା ସହ ମକ୍‌ ମତଦାନ କରାଯାଉଛି। ଇଭିଏମ୍‌/ଭିଭିପ୍ୟାଟ୍‌ର ଏହି ସଚେତନତା କାର୍ଯ୍ୟକ୍ରମ ନିର୍ବାଚନ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ। ମୋବାଇଲ ଭ୍ୟାନ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ ପ୍ରଦର୍ଶନ କାର୍ଯ୍ୟକ୍ରମ ସବୁ ଜିଲ୍ଲାର ସଦର ମହକୁମା, ସବୁ ଉପଖଣ୍ଡ ସଦର ମହକୁମା ଏବଂ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ହୋଇଥିବା ସ୍ଥାନମାନଙ୍କରେ ଭୋଟର ତଥା ଜନସାଧାରଣଙ୍କ ସଚେତନତା ନିମନ୍ତେ କରାଯାଉଛି । ଜାନୁଆରୀ ୧୫ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ସଦର ମହକୁମାରେ ସମୁଦାୟ ୯୬୦୨ ଜଣ ଭୋଟର…

Read More

Budget2024: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବେ ୬ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ଆଜି ଏକ ନୀଳ ରେଶମ ଶାଢୀ ପିନ୍ଧି ଏହି ବଜେଟ ଉପସ୍ଥାପନା କରିଛନ୍ତି। ତେବେ ସଂସଦ ଭବନକୁ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ। ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଠିକ ସେହିପରି…

Read More

Budget 2024: ରେଳ ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ୪୦,୦୦୦ ସାଧାରଣ ଟ୍ରେନ୍ କୋଚ୍ ବନ୍ଦେ ଭାରତ ଏକ୍ସପ୍ରେସ ପରି ପରିଣତ କରାଯିବ। ଏହାଦ୍ବାରା ଲକ୍ଷାଧିକ ଟ୍ରେନ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ। ଆଜି ବଜେଟ ଅଭିଭାଷଣ ବେଳେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ତିନୋଟି ପ୍ରମୁଖ ରେଳ କରିଡର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ସେଗୁଡିକ ହେଲା, ଖଣିଜ ଶକ୍ତି ଏବଂ ସିମେଣ୍ଟ କରିଡର, ବନ୍ଦର ସଂଯୋଗୀକରଣ କରିଡର ଏବଂ ଉଚ୍ଚ ଟ୍ରାଫିକ କରିଡର। ପ୍ରଧାନମନ୍ତ୍ରୀ ଗତିଶକ୍ତି ଅଧୀନରେ ଏହି ପ୍ରକଳ୍ପଗୁଡିକ ମଲ୍ଟି ମୋଡାଲ ସଂଯୋଗକୁ ସକ୍ଷମ କରିବ, ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ ଏବଂ ମୂଲ୍ୟ ହ୍ରାସ କରିବ ବୋଲି ସୀତାରମଣ କହିଛନ୍ତି। ହାଇ-ଟ୍ରାଫିକ୍ କରିଡରଗୁଡିକର ଯାତ୍ରୀବାହୀ ଟ୍ରେନର ପରିଚାଳନା କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ, ଫଳସ୍ୱରୂପ ଯାତ୍ରୀମାନଙ୍କ ପାଇଁ ସୁରକ୍ଷା ଏବଂ ଯାତ୍ରା ବେଗ ବୃଦ୍ଧି ପାଇବ। ଅର୍ଥମନ୍ତ୍ରୀ କହିଛନ୍ତି…

Read More

Budget 2024: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ଯେଉଁ ମୁଖ୍ୟ ତଥ୍ୟ ରହିଛି ତାହା ହେଲା 1-ସରକାର ଅଧିକ ବିସ୍ତୃତ ଜିଡିପି – ଶାସନ, ବିକାଶ, କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ ଦେଇଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି। 2-ସରକାର ୧୦ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକୁଳାଇଛନ୍ତି। ଫସଲ ବୀମା ଯୋଜନା ସୁବିଧା ୪୦ ନିୟୁତ କୃଷକଙ୍କ ନିକଟରେ ପହଞ୍ଚିବ। 3-ମୁଦ୍ରାସ୍ଫୀତି ମଧ୍ୟମ ଧରଣର ହୋଇଛି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। 4- ଟିକସ ସଂସ୍କାର ଟିକସ ଆଧାରକୁ ବ୍ୟାପକ କରିଛି ଏବଂ ଟିକସ ସଂଗ୍ରହକୁ ବୃଦ୍ଧି କରିଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। 5-ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଅଦୃଶ୍ୟ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 6-ସେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶକୁ ‘ବିକାଶ’ (ବିକଶିତ) କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।…

Read More

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ 2024 ଉପସ୍ଥାପନ କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ଏକ ମଧ୍ୟବର୍ତ୍ତୀ କାଳୀନ ବଜେଟ୍। ଏହା ହେଉଛି ନିର୍ମଳା ସୀତାରମଣଙ୍କ ଷଷ୍ଠ ୟୁନିୟନ ବଜେଟ୍। ନିର୍ବାଚନ ପରେ କ୍ଷମତାକୁ ଆସୁଥିବା ନୂତନ ସରକାର ଦ୍ୱାରା ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରାଯିବ। ମଧ୍ୟବର୍ତ୍ତୀ ବଜେଟ୍ – ଏକ ସ୍ୱଳ୍ପ ମିଆଦି ଆର୍ଥିକ ଯୋଜନା – ନୂତନ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ସରକାରଙ୍କ ଅତ୍ୟାବଶ୍ୟକ ଖର୍ଚ୍ଚ ପୂରଣ କରିବା ପାଇଁ ସଂସଦରେ ଅନୁଦାନ ମାଗିଥାଏ। ସଂସଦର ବଜେଟ୍ ଅଧିବେଶନ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଏବଂ ଲୋକସଭାର ମିଳିତ ବୈଠକକୁ ସମ୍ବୋଧିତ କରି ଅଧିବେସନ ଆରମ୍ଭ ହୋଇଥିଲା। ଫେବୃଆରୀ 9 ରେ ଅଧିବେଶନ ଶେଷ ହେବ। ମଧ୍ୟବର୍ତ୍ତୀ ବଜେଟ୍ ପୂର୍ବରୁ ଷ୍ଟକ୍ ବଜାର ଆଜି ସବୁଜ ରଙ୍ଗରେ ଖୋଲିଛି।

Read More

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ଜନଶୁଣାଣୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ଏହା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ସାମ୍ଭାବ୍ୟ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଛି ଗ୍ରୀଡକୋ। ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ୱ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିଜର ବିସ୍ତୃତ ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲା। ଆକଳନ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ୩୭,୪୫୭ ନିୟୁତ ମିଲିୟନ ୟୁନିଟ ବିଦ୍ୟୁତ ଆବଶ୍ୟକତା ଥିବା ବେଳେ ଗ୍ରୀଡକୋ ନିଜର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ସହ ଦୀର୍ଘ ମିଆଦୀ ଚୁକ୍ତି ଅନୁସାରେ ୩୯୬୫୨ ମିଲିୟନ ୟୁନିଟ ବିଦ୍ୟୁତ୍ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଥିବା ଓଇଆରସିଙ୍କୁ ଅବଗତ କରାଇଥିଲା। ଏହା ସହିତ ଜରୁରୀକାଳୀନ ଆବଶ୍ୟକତା ପାଇଁ ୨୧୯୬ ମିଲିୟନ ୟୁନିଟ ବିଦ୍ୟୁତ୍…

Read More