Author: Samikhsya Bureau

ଭୁବନେଶ୍ବର: ଆଜି ରାତିରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚେନ୍ନାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ତାଙ୍କର ସ୍ବାସ୍ଥ୍ୟ ସଂପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଅବସ୍ଥା ଭଲ ନାହିଁ। ଡାକ୍ତରମାନେ କହୁଛନ୍ତି ଯେ, ସେ ଗୁରୁତର ଅଛନ୍ତି। ତେବେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭି ସୁଜ୍ଞାନ ଦେଓଙ୍କୁ ଦେଖିବା ପାଇଁ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ, ସଂଗଠନ ସଂପାଦକ ପ୍ରଣବ ଦାସ ପ୍ରମୁଖ ଯାଇଛନ୍ତି।

Read More

ଭୁବନେଶ୍ବର: ଆଜି ଶେଷ ହୋଇଛି ଷୋଢଶ ବିଧାନସଭାର ଅଧିବେଶନ। ଆଜି ବ୍ୟୟ ମଂଜୁରୀ ବିଲ ପାଶ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏହି ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଚାରିଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ତେବେ ଏହି ଅଧିବେଶନ ଶେଷ ହେବା ପରେ କୌଣସି ବିଧାୟକଙ୍କ ମୁହଁ ହସ ନାହିଁ କି ଖୁସି ନାହିଁ। ରାଗ ନାହିଁ କି ଗରମ ନାହିଁ। କାରଣ ହେଲା ଏହା ହେଉଛି ଶେଷ ଅଧିବେଶନ। ପରବର୍ତ୍ତି ଅଧିବେଶନରେ ବସିବାକୁ ହେଲେ ନିର୍ବାଚିତ ହୋଇ ଆସିବାକୁ ପଡିବ। ଏଥିରେ କିଏ ଜିତିବ କିଏ ହାରିବ ଜଣା ନାହିଁ। କାହାକୁ ଟିକେଟ ମିଳିବ କାହାକୁ ମିଳିବ ନାହିଁ ଜଣା ନାହିଁ। ଏହାକୁ ନେଇ ବିଧାୟକମାନେ ଚିନ୍ତା ଗସ୍ତ ଭାବେ ବିଧାନସଭାରୁ ବିଦାୟ ନେଇଛନ୍ତି। ଗୃହ ସରିବା ପରେ ପରସ୍ପର ଆଲୋଚନା ମଧ୍ୟ…

Read More

ନୂଆଦିଲ୍ଲୀ: ଆଜି ସଂସଦ ଭବନ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପ୍ରକାଶ କରିଛନ୍ତି। କେବଳ ସସ୍ମିତ ନୁହଁନ୍ତି ବିଭିନ୍ନ ଦଳର ଆଠ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଏହି ଭୋଜନ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଯେଉଁମାନେ ମଧ୍ୟାହ୍ନ ଭୋଜନ କରିଥିଲେ ସେମାନେ ହେଲେ ଏଲ ମୁରୁଗାନ, ରିତେଶ ପାଣ୍ଡେ, ହୀନା ଗାୱିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ରାମ ମୋହନ ନାଇଡୁ ଏବଂ ଜାମିଆଙ୍ଗ ସେରିଙ୍ଗ ନାମଗାଲ। ସସ୍ମିତଙ୍କ ସହିତ ମୋଟ ଆଠ ଜଣ ଏହି ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଛନ୍ତି। ତେବେ ଏମାନେ କିପରି ପ୍ରଧାନମନ୍ତ୍ରୀଙ୍କ ସହିତ ଖାଇଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ସୁତ୍ର ଅନୁସାରେ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସସ୍ମିତଙ୍କ ସହିତ ଏହି ଆଠ ଜଣଙ୍କୁ ଫୋନ କଲ…

Read More

ଭୁବନେଶ୍ବର: ଆଜି ବିଜେଡି ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ ଦେଇଛି। ସେହିପରି ଆଜି ଦଳରେ ସାମିଲ ହୋଇଥିବା ବିର୍ଲା କଂପାନୀର ପୂର୍ବତନ ସିଇଓ ସନ୍ତୃପ୍ତ ମିଶ୍ରଙ୍କୁ ମଧ୍ୟ ନୂଆ ଦାୟିତ୍ବ ଦେଇଛି। ସଂଜୟଙ୍କୁ ଦଳ ମୁଖ୍ୟପାତ୍ର ଭାବେ ଘୋଷଣା କରିଛି। ସେ ପୂର୍ବରୁ ଭଦ୍ରକର ଦଳୀୟ ପର୍ଯ୍ୟବେକ୍ଷକ ଅଛନ୍ତି। ସେହିପରି ସନ୍ତୃପ୍ତ ମିଶ୍ରଙ୍କୁ ମିଳିଛି ଜାତୀୟ ମୁଖପାତ୍ର ଦାୟିତ୍ବ। ସେ ଆଦିତ୍ୟ ବିର୍ଲାର ସିଇଓ ଥିବା ବେଳେ ରାଜ୍ୟ ବାହାରେ ଚାକିରୀ କରୁଥିଲେ। ସେ ଗତ ଡିସେମ୍ବର ମାସରେ ବିର୍ଲା ସିଇଓ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

Read More

ଭୁବନେଶ୍ବର: ଆଜି ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ ମିଶ୍ର। ସେ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପର ସିଇଓ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ସଂଗଠନ ସଂପାଦକ ପ୍ରଣବ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଜେଡିରେ ସାମିଲ କରାଇଥିଲେ। ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ପ୍ରତାପ ଜେନା, ଦେବାଶୀଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସନ୍ତୃପ୍ତ ମିଶ୍ରଙ୍କ ଦଳରେ ଯୋଗଦାନ ନିଶ୍ଚିତ ସହାଯ୍ୟ କରିବ। ତାଙ୍କର କରର୍ପୋରେଟ ଜଗତରେ ଯେଉଁ ଅଭିଜ୍ଞତା ରହିଛି ତାହା ରାଜ୍ୟର ଉନ୍ନତିରେ ନିଶ୍ଚିତ ସାହାର୍ଯ୍ୟ କରିବ। ସେ ସିଇଓ ପଦବୀରୁ ଇସ୍ତଫା ଦେବା ପରେ ରାଜନୀତିରେ ମିଶିବେ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା। ବର୍ତ୍ତମାନ ବିଜେଡିରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ତିନିଜଣଙ୍କ ନାମ ଭାରତ ରତ୍ନ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ସେମାନେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣ ସିଂ ଏବଂ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥମ। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଧାନ କରିଛନ୍ତି। ଭିନ୍ନ ଭିନ୍ନ ଦୁଇଟି ପୋଷ୍ଟରେ ସେ ଉଭୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ସେ ନରସିଂହ ରାଓଙ୍କୁ ନେଇ କହିଛନ୍ତି ଯେ, ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶ ବେଶ ଉନ୍ନତି କରିପାରିିଛି। ତାଙ୍କ ସମୟରେ ବିଶ୍ବ ବଜାରରେ ଭାରତରେ ପ୍ରବେଶ, ଅର୍ଥନୈତିକ ପ୍ରଗତି, ବୈଦେଶିକ ନୀତି, ଶିକ୍ଷା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୈଧୁରୀ ଚରଣସିଂଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେହିପରି ଏମ ଏସ ସ୍ବାମୀନାଥନଙ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ କୃଷି…

Read More

ଭୁବନେଶ୍ବର: ବିଜେଡିର ନେତା ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହୁଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ଅପ୍ରଚାର କରିବାରେ ଲାଗିଥିଲେ। ସେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ କହି ନିଜେ ମୁଖ୍ୟମନ୍ତ୍ରୀ ହେବେ। ସେଥିପାଇଁ ସେ କେତେକ ବିଧାୟକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ହେଲେ ତାଙ୍କର ଏପରି ହୀନ ଉଦ୍ୟମ ସଫଳ ହେଲା ନାହିଁ। ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇ କୁ ଏକ ସାକ୍ଷାତକାର ଦେଇ ଏପରି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛିନ୍ତି ଯେ, ମୁଖ୍ୟମନ୍ତ୍ରୀ ଏପରି ବୟସରେ ମଧ୍ୟ ବେଶ ଫିଟ ଅଛନ୍ତି। ସ୍ବାଭାବିକ ଭାବେ ମଣିଷ ବୟସ ହେଲେ ଯାହା ହେବା କଥା ତାହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟୁଛି। ହେଲେ ତାହାକୁ ଅପ୍ରଚାର କରି ନିଜର ଫାଇଦା ହାସଲ କରିବାକୁ ବିଜେଡି ନେତା ଓ ବିରୋଧୀ ଦଳ ଚାହୁଁଥିଲେ। ସିଧା ବୈଜୟନ୍ତଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ…

Read More

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି। ସେହି ଅନୁସାରେ ଆଜିଠାରୁ ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ଏହାପରେ ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ। ୨୭ ଫେବୃଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ ଟାରୁ ଭୋଟ ଗଣତି କରାଯିବ। ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ। ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ଶେଷ ହେଉଛି।

Read More

ଭୁବନେଶ୍ବର: ବହୁ ଆଇନ ଲଢେଇ ପରେ ଉଭୟ ଅଲଗା ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋର୍ଟ ଅନୁଭବଙ୍କ ଛାଡପତ୍ର ମାମଲାକୁ ସ୍ବୀକୃତ ପ୍ରଦାନ କରିଛନ୍ତି। ଫଳରେ ଦୀର୍ଘ ଦଶ ବର୍ଷର ବିବାହ ସଂପର୍କ ତୁଟିଯାଇଛି। ଏ ନେଇ ଅନୁଭବ ନିଜ ସାମାଜିକ ଗଣମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି। ତେବେ ମଜାର କଥା ହେଲା ଯେ, ଉଭୟଙ୍କ ବିବାହକୁ ଆଜି ଦଶ ବର୍ଷ ପୁରିଛି। ଗୋଟିଏ ଦିନ ପୂର୍ବରୁ କୋର୍ଟ ତାଙ୍କର ବିବାହ ବିଛେଦକୁ ଅନୁମତି ପ୍ରଦାନ କରିଛନ୍ତି। ଅନୁଭବ କହିଛନ୍ତି ଯେ, ଏହି ଦଶ ବର୍ଷ ଥିଲା କେବଳ ଛଳନା, ପ୍ରତାରଣା, ହୃଦୟହୀନ, ଯନ୍ତ୍ରଣାଦାୟକ ବୋଲି ଉଲ୍ଲେଖ କରିଛନ୍ତି। ଏହି ଦଶ ବର୍ଷ ଏକ ଛଳନା ବାହାଘର ଥିଲା ବୋଲି ଅନୁଭବ କହିଛନ୍ତି।

Read More

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ ବାଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଏହି ତିନି ଦିବସୀୟ ସମାରୋହ ବିଶାଳ ପ୍ରତିକ୍ରିୟା ପାଇଁ ଉନ୍ମୋଚିତ ହୋଇଛି। ଆଜି ଏହି ପ୍ରଦର୍ଶନୀରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ଟୁରିଜିମ ପ୍ରଡକ୍ଟଗୁଡିକୁ ପ୍ରଦର୍ଶିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି ଓ ଆରମ୍ଭ କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।ଆନ୍ତର୍ଜାତୀୟ ମାନକ ସହ ମେଳ ଖାଇବା ପାଇଁ ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଗୁଡିକ ଉପରେ କେନ୍ଦ୍ରିତ ଉତ୍ପାଦଗୁଡିକ ସହିତ ଓଡିଶା କେବଳ ଭ୍ରମଣ ଓ ଆତିଥ୍ୟ ବ୍ୟବସାୟର ଉତ୍କୃଷ୍ଟତମ ବ୍ରାଣ୍ଡଗୁଡିକୁ ଆକର୍ଷିତ କରିବାକୁ ସକ୍ଷମ ହେବନାହିଁ ବରଂ ଏକ ସତେଜ ଦୃଷ୍ଟିକୋଣ ସହ ସ୍ୱତନ୍ତ୍ର…

Read More

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମର ଟାଇମ୍ସ ନାଓ ର ନିର୍ବାଚନକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡିଶାରେ ନବୀନ ପଟ୍ଟନାୟକ ପୂର୍ବପରି ଲୋକପ୍ରିୟତା ବଜାଇ ରଖିଛନ୍ତି।ମୁଖ୍ୟତଃ ରାଜ୍ୟରେ ଜନହିତକର ଯୋଜନା ସହିତ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ତାଙ୍କର ଲୋକପ୍ରିୟତାକୁ ବଜାଇ ରଖିଛି। ନବୀନ ସରକାର ଉପରେ କେତେ ସନ୍ତୁଷ୍ଠ ? ସର୍ଭେରେ ପଚାରାଯାଇଥିଲା ଯେ, ନବୀନ ପଟ୍ଟନାୟକଙ୍କ ଶାସନକୁ ନେଇ କେତେ ସନ୍ତୁଷ୍ଠ ଅଛନ୍ତି। ଏଥିରେ ୫୪ ପ୍ରତିଶତ ଲୋକ ସନ୍ତୁଷ୍ଠ ବୋଲି ମତ ଦେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ଲୋକେ ବହୁ ମାତ୍ରାରେ ନବୀନ ଶାସନରେ ସନ୍ତୁଷ୍ଠ ବୋଲି କହିଛନ୍ତି। ସେହିପରି ୩୧ ପ୍ରତିଶତ ଲୋକେ ସନ୍ତୁଷ୍ଠ ବୋଲି କହିଛନ୍ତି। ତେବେ ଏହି ସର୍ଭେ ରିପୋର୍ଟରେ ୪୩ ଲୋକେ ଅସନ୍ତୁଷ୍ଠ ବୋଲି ମତ ଦେଇଛନ୍ତି। ଆଉ ୨ ପ୍ରତିଶତ ଏହା ଉପରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ…

Read More

ଭୁବନେଶ୍ଵର: ଲୋକସଭା ନିର୍ବାଚନ-୨୦୨୪ ପାଖେଇ ଆସୁଛି। ତେଣୁ ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଲଢିବା ପାଇଁ ଅଣ୍ଟା ଭିଡ଼ିଛି। ତେବେ ଓଡିଶା ବିଜେପି ଆଜି ୨୧ ଲୋକସଭା ଆସନ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କରିଛି। ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀ ପାଇଁ ଜୀବନ ସାହୁଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କାଣ୍ଡିଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି। ସେହିଭଳି କଟକ ନିର୍ବାଚନ ମଣ୍ଡଳୀରେ ପ୍ରତାପ କୁମାର ମିଶ୍ରଙ୍କୁ ପ୍ରଭାରୀ ଏବଂ ସୁକାନ୍ତ ବିଶ୍ଵାଳଙ୍କୁ ସଂଯୋଜକ ରୂପେ ମନୋନୀତ କରାଯାଇଛି। ସେହିଭଳି ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ପ୍ରେମାନନ୍ଦ ଜେନାଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭା…

Read More

ଭୁବନେଶ୍ବର: ପ୍ରଥମ ବିଶ୍ଵଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫-ଟି (5T) ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ୧୮ଟି  ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି (5T) ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ। ଯେଉଁ ନିଷ୍ପତି ନିଆଗଲା ସେଗୁଡିକ ହେଲା.. ୧.  ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ।  ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ। ୨. ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ଵିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ। ୩. କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ (Standardisation)…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧ ସେପ୍ଟମ୍ବର ୫ ତାରିଖ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ସ୍ଥାପନ କରିଥିଲେ। ଉଦ୍‌ଘାଟିତ ହୋଇଥିବା ୨୫ ଏକର ପରିମିତ ନୂତନ କ୍ୟାମ୍ପସରେ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ୧୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆକାଡେମିକ୍‌ ବ୍ଲକ, ପ୍ରତ୍ୟେକ ୫୪୪ କ୍ଷମତା ବିଶିଷ୍ଟ ୨ଟି ଛାତ୍ରାବାସ ଓ ଛାତ୍ରୀନିବାସ, ସେଣ୍ଟ୍ରାଲ କିଚେନ ଓ ଡାଇନିଙ୍ଗ ବ୍ୟବସ୍ଥା, ଷ୍ଟାଫ କ୍ୱାର୍ଟର୍ସ, ଡର୍ମିଟୋରୀ ଏବଂ ପାର୍କିଂ ଓ ବଗିଚା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଏହାର ନିର୍ମାଣ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ…

Read More

ଭୁବନେଶ୍ବର: ଆସନ୍ତା ୯ ତାରିଖରୁ ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦଦେଶରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ। ଏହା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇ ଆସୁଛି। ଏହି ଉତ୍ସବ ଫେବୃୟାରୀ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବର ପ୍ରଥମ ଦିନ ଓଡିଶୀ ସଂଗୀତ ଓ ନୃତ୍ୟ ସହିତ ରାୟବନସେ ନୃତ୍ୟ ପରିବେଷଣ କରାଯିବ। ଏଥିରେ କଣ୍ଠଶିଳ୍ପୀ ରୂପକ କୁମାର ପରିଡା ଓଡିଶୀ ସଂଗୀତ ପରିବେଷଣ କରିବେ। ସେହିପରି ଆୟୋଜକ ସଂସ୍ଥା ଓଡିଶୀ ଡ୍ୟାନସ ଏକାଡେମୀ ଓଡିଶୀ ନୃତ୍ୟ ପରିବେଷଣ କରିବେ। ସେହିପରି ଅନ୍ୟଦିନଗୁଡିକରେ କଥକ ନୃତ୍ୟ, ମିରା ଦାସଙ୍କ ଓଡିଶୀ ନୃତ୍ୟ, ମୟୁରଭଂଜ ଛଉ ଏବଂ ଭାରତନାଟ୍ୟମ ପରିବେଷଣ କରାଯିବ। ଏ ନେଇ ଆଜି ସଂସ୍କୃତି ବିଭାଗ ଓ ଓଡିଏ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ,…

Read More

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେଉଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। କୃଷି ଭବନଠାରେ ଆୟୋଜିତ ସମନ୍ୱୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଲେ ମତ୍ସ୍ୟ-ପ୍ରାଣୀ ସମାବେଶରେ ସାରା ରାଜ୍ୟରୁ ୬୦୦୦ରୁ ଉଦ୍ଧ୍ୱର୍ ମତ୍ସ୍ୟଚାଷୀ, ଗୋପାଳକ, ପ୍ରାଣୀପାଳକମାନେ ଯୋଗଦେବେ।…

Read More

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନେ ଲିଭ୍-ଇନ୍ ରିଲେସନ୍ ସିପରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଓ ଉତ୍ତରାଖଣ୍ଡରେ ରହୁଛନ୍ତି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ସେମାନେ ନୂଆ ଆଇନ ଆସିବା ପରେ ଉତ୍ତରାଖଣ୍ଡର ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅଧୀନରେ ନିଜକୁ ପଞ୍ଜୀକୃତ କରିବା ଉଚିତ। ନିୟମ ନ ମାନିଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। ଧର୍ମମତ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରଣୟନ କରୁଥିବା ୟୁସିସି ଉପରେ ଏକ ବିଲ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତରମ୍’ ସ୍ଲୋଗାନ ମଧ୍ୟରେ ଉପସ୍ଥାପିତ ହୋଇଛି। ଉତ୍ତରାଖଣ୍ଡ ୟୁସିସି ଅଧୀନରେ ଥିବା ଅନ୍ୟ ନିୟମ ଉତ୍ତରାଖଣ୍ଡରେ ପ୍ରସ୍ତାବିତ ୟୁସିସି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କୌଣସି ବିବୃତ୍ତି ଦାଖଲ ନ କରି ଏକ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଦେଇଛି। ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ବାଚନ ଆୟୋଗ ତାଙ୍କ ନିଷ୍ପତ୍ତିରେ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ଭାବେ ବିବେଚନା କରିଛନ୍ତି। ୨୪ ବର୍ଷ ପୁରୁଣା ଦଳ ସହିତ ଚିହ୍ନ ହରାଇବା ପରେ ଶରଦ ପାୱାର ଏବେ କ’ଣ କରିବେ ? ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ। ୨୦୧୯ରେ ଯେତେବେଳେ ସେ ମହାରାଷ୍ଟ୍ରରେ ମହାବିକାଶ ଆଘାଡ଼ି (ଏମଭିଏ) ଗଠନ କରିଥିଲେ, ସେତେବେଳେ ତାଙ୍କର ରାଜନୈତିକ ଦକ୍ଷତା ପ୍ରଶଂସିତ ହୋଇଥିଲା, କିନ୍ତୁ ପାଞ୍ଚବର୍ଷ ପୂରିବା ପୂର୍ବରୁ ତାଙ୍କ ନିଜ ଦଳ ତାଙ୍କ ହାତରୁ ବାହାରି ଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ଏନସିପି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତି ଏବେ କେବଳ ଏକ ଔପଚାରିକତା। ଶିବସେନାର ଝଗଡ଼ା ଭଳି ଏନସିପିର ଲଢ଼େଇ ଆଗକୁ ବଢ଼ିଥିଲା…

Read More

ଭୁବନେଶ୍ବର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ। ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ। 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩…

Read More

ଭୁବନେଶ୍ବର: ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଚଳିତ ମାସ ୨୦ ତାରିଖରେ ମାଟ୍ରିକ ଏବଂ ଚଳିତ ମାସ ୧୬ ତାରିଖରେ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ସମୀକ୍ଷା ଆଭାସୀ ବୈଠକ ୩୦ ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରଖୀ ଅଧୀକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵଥି. ଏସ ., ଉଚ ମାଧମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମିଶ୍ର ,ମାଧମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ,ଡାଃ ନିହାର ରଞ୍ଜନ ମହାନ୍ତି,ମାଧମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ସୁଶାନ୍ତ ସୁଶାନ୍ତ ଦାଶ, ଉଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀ ରଘୁରାମ ଆର ଆୟାର, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଙ୍କ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାଳରେ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାରକୁ ସମାଲୋଚନା କରିବା ପରିବର୍ତ୍ତେ ଏହାର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ଓଡ଼ିଶାରେ ବିଜଦ ଓ ଭାଜପା ମଧ୍ୟରେ ପୁଣିଥରେ ମେଣ୍ଟ ହୋଇଗଲା କି ବୋଲି ପ୍ରଶ୍ନ ପଚରା ଯାଇଛି। ଏଭଳି ଖବର ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପର ନବଭାରତ ଟାଇମ୍ସରେ ପ୍ରମୁଖ ଖବର ପାଲଟିବା ସହିତ ଟ୍ରେଣ୍ଡ୍‍ ହେବାରେ ଲାଗିଛି। ଏହି ଖବରକାଗଜରେ ଯାହା ପ୍ରକାଶ ପାଇଛି ତାହା ହେଉଛି ଏପରି। ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍‍ଘାଟନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ଦିନ ଓଡ଼ିଶା ଆସିଥିଲେ। ମୋଦିଙ୍କର ଏହି ଗସ୍ତକାଳରେ ଆଶା କରାଯାଉଥିଲା ଯେ ସେ ଦଳୀୟ କର୍ମୀଙ୍କର ମନୋବଳକୁ ବଢ଼ାଇବା ପାଇଁ ରାଜ୍ୟର ଶାସନ କ୍ଷମତାରେ ଥିବା ବିଜଦ ସରକାର ଓ ତା’ର ମୁଖିଆଙ୍କୁ…

Read More