ଚିଲିକା ନିର୍ବାଚନ ମଣ୍ଡଳିରେ ବିଜେଡି ସହ ବିଜେପି ବାହାଘର କରିବ କଂଗ୍ରେସ, ବାଣ୍ଟିଲା ନିମନ୍ତ୍ରଣ ପତ୍ର

Published: Feb 16, 2024, 7:22 pm IST

ବାଣପୁର ( ସୀତାରାମ ଅଗ୍ରୱାଲ): ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଉଛି କଂଗ୍ରେସ।ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡିର ଓ ବିଜେପିର ବାହାଘର କରୁଛି। ଦୁଇ ଦଳ ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ ଆଣି ଉଭୟଙ୍କ ବାହାଘର କରୁଛି କଂଗ୍ରେସ।

ତେବେ ଆସନ୍ତାକାଲି ସମାନ ଦୃଶ୍ୟ ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିବ। ଏଠାରେ ବିଜେପି ବିଜେଡି ବିବାହ କରିବ କଂଗ୍ରେସ। ଏ ନେଇ କଂଗ୍ରେସ ନେତ୍ରୀ ମିନାକ୍ଷୀ ପ୍ରଧାନଙ୍କ ପକ୍ଷରୁ ସୂଚନା ମିଳିଛି। ଏପରିକି ବିବାହ ପାଇଁ କଂଗ୍ରେସ ପକ୍ଷରୁ ଆଜି ସାରା ନିର୍ବାଚନମଣ୍ଡଳିରେ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଛି।

ଆସନ୍ତାକାଲି ବରଯାତ୍ରୀ ରୂପେ ଏକ ରାଲି ମା’ ଭଗବତୀ ମନ୍ଦିରରୁ ଅପରାହ୍ନରେ ବାହାରି ପଲଟନ ପଡିଆ ପହଂଚିବ ଏବଂ ସେଠାରେ ବିଜେପି ବର ଓ ବିଜେଡି କନ୍ୟା ବିବାହ କରିବେ। ପରବର୍ତ୍ତୀ ସମୟରେ ଚରଣ ଚକାଦେବଙ୍କ ପିଠରେ ବିବାହ ଭୋଜି ରୂପରେ ପ୍ରସାଦ ବିତରଣ କରିବ କଂଗ୍ରେସ। ତେବେ ଉକ୍ତ ବାହାଘରରେ ବହୁସଂଖ୍ୟାରେ ବରଯାତ୍ରୀ ଯୋଗଦେବାକୁ ଅନୁରୋଧ କରିଛି କଂଗ୍ରେସ ।

Related posts