Author: Samikhsya Bureau

ଭୁବନେଶ୍ବର: ଓଡିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ସାହିତ୍ୟିକ ସାତୋକଡି ହୋତାଙ୍କ ପରଲୋକ ଘଟିଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା। ଓଡିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ହେଉଛନ୍ତି ସାତକୋଡି ହୋତା। ସେ ଏକାଧାରରେ ସାହିତ୍ୟିକ, ସାହିତ୍ୟ ସଂଗଠକ ଏବଂ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ସେ ଦୈନିକ ସମୟ ଖବର କାଗଜର ସଂପାଦକ ମଧ୍ୟ ଥିଲେ। ସେ ଅଦ୍ୟାବଧି ୨୭ଟି ଗଳ୍ପ ଏବଂ ୨୧ଟି ଉପନ୍ୟାସ ରଚନା କରିଛନ୍ତି। ସେ ଭୁବନେଶ୍ବର ପୁସ୍ତକ ମେଳାର ମୁଖ୍ୟ ପୁରଧା ଥିଲେ। ଏଥି ସହିତ ସେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ଅଶାନ୍ତ ଅରଣ୍ୟ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ମୁକ୍ତିମନ୍ତ୍ର ଏବଂ ଜନନୀ ଜନଭୂମି ପାଇଁ ସାରଳା ପୁରସ୍କାର…

Read More

ଆଲେଖ୍ୟ:- ସୂର୍ଯ୍ୟ ଦେଓ ପ୍ରାୟ ପଚାଶ ବର୍ଷ ପାଖାପାଖି ହେବ, ଏକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସାଧୁ ମେହରଙ୍କ ସାଧନା ଓ ଅଭିସାର କିମ୍ବଦନ୍ତୀ ହୋଇଗଲା। ପାଖାପାଖି ପଚାଶ ବର୍ଷ ତଳର ସେ ସାଧନା ଆଜି ବି ଉଦାହରଣ। ଅଭିନୟ ପାଇଁ ସେ ଉପଲକ୍ଷ ଆଜି ବି ଦୃଷ୍ଟାନ୍ତ। ହୁଏତ ଆପଣଙ୍କୁ ଅବାକ୍ ଲାଗିପାରେ ବତୀଘର ଚଳଚ୍ଚିତ୍ର ପାଇଁ ସାଧୁ ମେହର ନୋଳିଆ ବସ୍ତିରେ ନୋଳିଆ ପରି ରହି ଅଭିନୟ ଶିଖିଥିଲେ। ୧୯୭୬ର ଓଡ଼ିଆ ଚଳଚ୍ଚିତ୍ର ବତୀଘର। ସାଧୁମେହରଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ବତୀଘର। ବତୀଘରରେ ଅଭିନୟ ବେଳକୁ ସେ ହିନ୍ଦୀ କଥାଚିତ୍ର ‘ଅଙ୍କୁର୍‌’ରେ ଶ୍ରେଷ୍ଠ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇସାରିଥିଲେ। ବତୀଘରର ନର୍ଦ୍ଦେଶକ ଥିଲେ ଅଭିଯାତ୍ରୀକ। ଅଭିଯାତ୍ରୀକ ଏକ ଦଳର ନାମ। ଦଳରେ ଅନନ୍ତ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ସାଧୁୁ ମେହେର ଓ ଆଶୁ ଦ ଥିଲେ ଏବଂ ଆଶୁ ଦତ୍ତଙ୍କ ବ୍ୟତୀତ ଅନ୍ୟମାନେ ବତୀଘର…

Read More

ବ୍ରହ୍ମପୁର: ଆଜି ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ହେବ ଶେଷ କୃତ୍ୟ। ବର୍ତ୍ତମାନ ଖଲ୍ଲିକୋଟ ନିର୍ମଳଝରସ୍ଥିତ ରାଣୀ ମାଙ୍କ ବାସଭବନରେ ଶେଷ ଦର୍ଶନ ଚାଲିଛି। ଏଥିରେ ଗଂଜାମ ଜିଲ୍ଲାର ନେତା, ବିଧାୟକ ଓ ସାଂସଦ ଶେଷ ଦର୍ଶନ କରୁଛନ୍ତି। ଗତକାଲି ରାତିରେ ତାଙ୍କର ମର ଶରୀର ଚେନ୍ନାଇରୁ ଆସିବା ପରେ ଭୁବନେଶ୍ବରରେ ଶେଷ ଦର୍ଶନ କରାଯାଇଥିଲା। ଆଜି ଅପରାହ୍ନରେ ତାଙ୍କର ଶେଷ ଶୋଭାଯାତ୍ରା କରାଯାଇ ଖଲ୍ଲିକୋଟ ଡାକ୍ତରଖାନା ପଛପଟେ ଥିବା ରାଜପରିବାର ସ୍ବତନ୍ତ୍ର ଶ୍ମଶାନ ସମାଧୀ ମଠରେ ସତ୍କାର କରାଯିବ। ତାଙ୍କର ପୋଶ୍ୟ ପୁତ୍ର ଡାକ୍ତର ସାକେତ ରାମା ରାଓ ମୁଖାଗ୍ନି ଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଆଜି କନ୍ଧମାଳ ଜିଲ୍ଲାର ନୂଆ ସଭାପତି ଭାବେ ବିଜୁ ଜନତା ଦଳ ଘୋଷଣା କରିଛି। ସେ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ଅଙ୍ଗଦଙ୍କୁ ସଭାପତି କରାଯାଇଛି। ବିଜେଡି କିଛି ମାସ ତଳେ ଜିଲ୍ଲା ସଭାପତି ପଦରୁ ସରୋଜ କର୍ଣ୍ଣଙ୍କୁ ବାହାର କରି ତାଙ୍କ ସ୍ଥାନରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ନିଯୁକ୍ତ କରାଯାଇଥିଲା। ସାଲୁଗା ବର୍ତ୍ତମାନ ଉପବାଚସ୍ପତି ଅଛନ୍ତି।

Read More

ଭୁବନେଶ୍ବର: ସମ୍ବଲପୁରରେ ହେବ ବିଗ ଫାଇଟ। ସେଠାରେ ଲଢେଇ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଥିପାଇଁ ସେ ସେହି ଅଞ୍ଚଳର ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାରେ ଲାଗିଛନ୍ତି। ଆଜି ବଡି ଭୋରରୁ ସମ୍ବଲପୁର ଗସ୍ତ କରି ସେ ସେହି ଅଞ୍ଚଳରେ ବିକାଶର ବର୍ଷା କରି ବିଜେଡିର ସବୁଜ ପତାକା ଉଡାଇଛନ୍ତି। ସେ ଆଜି ସକାଳ ୬ ଟା ସମୟରେ ସମ୍ବଲପୁରର ପ୍ରଥମ ମହାନାଦୀ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମାରାଥନରେ ୪୦୦୦ ରୁ ଅଧିକ ବିଭିନ୍ନ ବର୍ଗ ଲୋକେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ଯେ ସମ୍ବଲପୁରର ଭଲ କ୍ରୀଡା ସଂସ୍କୃତି ରହିଛି ଏବଂ ଏହି ଜିଲ୍ଲାର ପ୍ରତିଭାମାନଙ୍କର ଆହୁରି ବିକାଶ କରିବା ପାଇଁ ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ୩୨ କୋଟି ଟଙ୍କା…

Read More

ଭୁବନେଶ୍ବର: ନବରଙ୍ଗପୁର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ନିକଟସ୍ଥ ଦୁର୍ଗାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି। ରମେଶ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ। ଘରକୁ ଆସୁଥିବା ସମୟରେ ହଠାତ୍‌ ଗାଡିର ଚକା ଫାଟି ଯାଇଥିଲା। ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗାତ ଭିତରକୁ ପଶି ଯାଇଥିଲା। ଗାଡିରେ ଥିବା ସାଂସଦ ରମେଶ ଚନ୍ଦ୍ର ମାଝି ସାମାନ୍ୟ ଆହତ ହୋଇଥିଲେ। ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲକୁ ପଠାଯାଇଥିଲେ। ସେଠାରେ ଚିକିତ୍ସା ପରେ ସାଂସଦ ଘରକୁ ଫେରିଛନ୍ତି।

Read More

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର…

Read More

ଭୁବନେଶ୍ବର: ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ଜନ କଲ୍ୟାଣ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି ତାହା ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି। କାରଣ ଆଉ ଅଳ୍ପ ଦିନ କେଇଟା ପରେ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ କିପରି ମୁକାବିଲା କରିବେ ସେ ନେଇ ସେମାନେ ରାସ୍ତା ପାଉ ନାହାଁନ୍ତି। ଭୋଟରଙ୍କୁ କଣ କହି ବୁଝାଇବେ ସେ ନେଇ ତାଙ୍କ ପାଖରେ ଆଉ କିଛି କହିବାକୁ କଥା ନାହିଁ। ଗତକାଲି ବଡ ମାଷ୍ଟରଷ୍ଟ୍ରୋକ ଖେଳି ଦେଲେ ନବୀନ ପଟ୍ଟନାୟକ। ରାଜ୍ୟର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଭତ୍ତା ଟଙ୍କା ବୃଦ୍ଧି କରିଦେଇଛନ୍ତି। ଏକା ଥରେ ଡବଲ କରିଛନ୍ତି। ଯେଉଁମାନେ ୫୦୦ ଟଙ୍କା ପାଉଥିଲେ ସେମାନେ ଏବେ ୧୦୦୦ ଟଙ୍କା ପାଇବେ। ସେହିପରି ଯେଉଁମାନେ ୭୦୦ ସେମାନେ ୧୨୦୦ ଏବଂ ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ୧୪୦୦ ଟଙ୍କା ପାଇବେ। ରାଜ୍ୟରେ ବର୍ତ୍ତମାନ ଏହି ପେନସନ ଭୋଗୀଙ୍କ ସଂଖ୍ୟା ହେଲା ୩୬…

Read More

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି। ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ। ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ…

Read More

ଭୁବନେଶ୍ୱର: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରିଆସିଥିବା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଏବଂ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାହୁଲ ଗାନ୍ଧୀଙ୍କର ହୀନମାନସିକତାର ପରିଚୟ ବୋଲି ଓବିସି ମୋର୍ଚ୍ଚା ତରଫରୁ କୁହାଯାଇଛି। ଆଜି ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ଏକ ରାଲି କରାଯାଇ କଂଗ୍ରେସର ଅନଭିଜ୍ଞ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ କରାଯିବା ସହିତ ତାଙ୍କର କୁଶପୁତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧୀଙ୍କର ବାରମ୍ବାର ପଛୁଆବର୍ଗମାନଙ୍କ ପ୍ରତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପ୍ରତି ଏଭଳି ମନ୍ତବ୍ୟକୁ ବିଜେପି ଓବିସି ମୋର୍ଚ୍ଚା ତ୍ରୀବ୍ର ବିରୋଧ କରିଛି। ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟକୁ ଦେଶର ସମସ୍ତ ପଛୁଆବର୍ଗ ଜନତା ଉପଯୁକ୍ତ ଜବାବ ଦେବେ ବୋଲି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ…

Read More

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l ଏହି ମହା ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ…

Read More

କଟକ: ଶେଷରେ ବନ୍ଧା ହେଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଂଜନ ଅତି। ସେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ଆଜି ସକାଳେ ଭିଜିଲାନ୍ସ ଲାଞ୍ଚ ନେଲା ବେଳ ଟଙ୍କା ସହ ଧରିଥିଲା। ତନାଘନା ପରେ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ପ୍ରଧାନ ଶିକ୍ଷକ ଶ୍ରୀ ଅତି ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବିତୀୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବିତୀୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଥିଲା।

Read More

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ। ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ…

Read More

ଭୁବନେଶ୍ବର: ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ନିକଟରେ ବିବାଦୀୟ ହୋଇପଡିଥିବା ମନୋଜ ଶେଷରେ ରାଜନୀତିରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ତାଙ୍କର ଅଭିନିତ ଚଳଚିତ୍ରକୁ ନେଇ ପଶ୍ଚିମ ଓଡିଶା ଉପକୂଳ ଓଡିଶା ମଧ୍ୟରେ ବିଭେଦ ସୃଷ୍ଟି ହୋଇଥିଲା। ଏହି ସମୟରେ ତାଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେତେବେଳେ ଅନୁମାନ କରାଯାଉଥିଲା ଯେ ମନୋଜ କଂଗ୍ରେସରେ ସାମିଲ ହେବେ। ତେବେ କଂଗ୍ରେସରେ ସାମିଲ ହେବା ପରେ ମନୋଜ କହିଛନ୍ତି ଯେ, ରାଜନୀତିରେ ପାଦ ଦେବି ବୋଲି କୌଣସି ଯୋଜନା ନ ଥିଲା। ଆଜି ସକାଳେ ଦଳରେ ମିଶିବା ପାଇଁ ଫୋନ ଆସିଲା। ଆଉ ମିଶିଗଲି। କଂଗ୍ରେସ ନୀତି ଆଦର୍ଶକୁ ମୁଁ ଭଲ ପାଏ। ଏହି ଦଳରେ ରହି…

Read More

ଭୁବନେଶ୍ବର: ଆଜି ସୂଚନା କମିଶନର ଭାବେ ଶପଥ ନେଇଛନ୍ତି ବରିଷ୍ଠ ଆଇନିଜୀବୀ ଜଗନ୍ନାଥ ରଥ। ତାଙ୍କୁ ରାଜ୍ୟପାଳ ରଘୁବର ଦାସ ସୂଚନା କମିଶନର ଭାବେ ଶପଥ ପାଠ କରାଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ ତାଙ୍କର ନିଯୁକ୍ତି ସଂପର୍କରେ ଅବଗତ କରାଇଥିଲେ। ଏହାପରେ ରାଜ୍ୟପାଳ ଶପଥପାଠ କରାଇଥିଲେ। ଆଇନଜୀବୀ ଭାବେ ଜଗନ୍ନାଥଙ୍କର ରହିଛି ୨୫ବର୍ଷର ଅଭିଜ୍ଞତା। ଜଗନ୍ନାଥ ହେଉଛନ୍ତି ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପୁଅ। ସେ ରାଜସ୍ୱ ପର୍ଷଦର ଆଇନ ପରାମର୍ଶଦାତା ଭାବେ ଏବେ କାମ କରୁଛନ୍ତି। ଏଥିସହିତ ସେ ଶ୍ରୀମନ୍ଦିରର ଅବୈତନିକ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

Read More

ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ଅନୁଭବ ଠାକୁରଙ୍କୁ ନେଇ ବେଶ ଚର୍ଚ୍ଚା। ହେଲେ ତାଙ୍କର କୌଣସି ଭାଷଣ ବା ଘୋଷଣାକୁ ନେଇ ନୁହେଁ। ସେ ଆଜି ପିନ୍ଧି ଆସିଥିବା ଏକ ଟି ସାର୍ଟକୁ ନେଇ ସଂସଦ ଭବନରେ ଚର୍ଚ୍ଚା ଚାଲିଛି। କାରଣ ସେ ଆଜି ଏକ କମଳା ରଂଗର ଟି ସାର୍ଟ ପିନ୍ଧି ଆସିଛନ୍ତି। ଯେଉଁଥିରେ ଲେଖା ହୋଇଛି NAMO HATRIC ବା ନମୋ ହାଟ୍ରିକ। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇଛି। ତେବେ ଏହାର ଉତ୍ତର ରଖିଛନ୍ତି ଅନୁରାଗ ଠାକୁର। ସେ କହିଛନ୍ତି ପୁଣି ଥରେ ନରେନ୍ଦ୍ର ମୋଦି ସରକାର ଗଠନ ହେବ। ମୋଦି ଏଥର ହାଟ୍ରିକ କରିବେ। ‘ତିଶିର ବାର ମୋଦୀ ସରକାର, ଅବକି ବାର 400 ପାର’ ବୋଲି ହିନ୍ଦିରେ ଅନୁରାଗ କହିଛନ୍ତି। ସେ କହିଛନ୍ତି ପୁଣି ଥରେ ମୋଦି ଆସି ଦେଶର ଗରିବ କଲ୍ୟାଣ କାମ କରିବେ। ପୂର୍ବରୁ ଯାହା କହିଥିଲେ ତାହା କରି…

Read More

ଭୁବନେଶ୍ବର: ରାଣୀ ଭି ସୁଜ୍ଞାନ କୁମାରୀ ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ସେ ଆହୁରି କହିଛନ୍ତି ଯେ, ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୁଖ୍ୟମନ୍ତ୍ରୀ ତାଙ୍କର ସ୍ବାସ୍ଥ ଅବସ୍ଥା ବୁଝିବା ପାଇଁ ଗତକାଲି ସଂଧ୍ୟାରେ ଚେନ୍ନାଇ ଗସ୍ତ କରିଥିଲେ। ରାତିରେ ସେ ଡାକ୍ତରଖାନା ଯାଇ ତାଙ୍କ…

Read More

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୃଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଆଜି ବଡସିଂହାର ବେଶ ବେଳେ ମହାପ୍ରଭୃଙ୍କ ନିକଟରେ ଲାଗି ହେବ ପଦ୍ମଫୁଲ। ଯାହାକୁ ପଦ୍ମବେଶ ବୋଲି କୁହାଯାଇଥାଏ। ଏହି ବେଶ ପାଇଁ ବଡଛତା ମଠ ତରଫରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥାଏ। ତାହାକୁ ଦୟାଣମାଳି ସେବକମାନେ ଶ୍ରୀଜିୟୁଙ୍କୁ ପଦ୍ମବେଶ କରିଥାନ୍ତି। ତେବେ ଆଜି ରାତିରେ ଏହି ବେଶ ହେବ। ମହାପ୍ରଭୃଙ୍କ ପହଡ ପୂର୍ବରୁ ଏହି ବେଶ କରାଯାଇ ତିନିଠାକୁର ବିଶ୍ରାମ କରିବେ। ଆସନ୍ତାକାଲି ଅବକାଶ ନିତି ପର୍ଯ୍ୟନ୍ତ ଏହି ବେଶ ରହିବ। ଫଳରେ ଭକ୍ତମାନେ ଆସନ୍ତାକାଲି ଭୋରରୁ ଏହି ବେଶକୁ ଦର୍ଶନ କରିବେ। ପ୍ରତିବର୍ଷ ମାଘ ଅମବାସ୍ୟାରୁ ଶ୍ରୀପଞ୍ଚମୀ ମଧ୍ୟରେ କୌଣସି ବୁଧବାର କିମ୍ବା ଶନିବାରରେ ଏହି ବେଶ କରାଯାଇଥାଏ। ତେବେ ଏହି ବେଶ ପଛରେ ରହିଛି ଏକ କିମ୍ବଦନ୍ତୀ। କୁହାଯାଏ ଉତ୍କଳ ପ୍ରଦେଶରୁ ଶହଶହ ମାଇଲ ଦୂରରୁ ଜଣେ ହିନ୍ଦି ଭାଷୀ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ।…

Read More

ଭୁବନେଶ୍ବର: ଗତକାଲି ରାତିରେ ଖଲ୍ଲିକୋଟ ରାଣୀ ତଥା ବିଧାୟିକ ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଶୁଣି ଗଭୀର ମର୍ମାହତ। ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବା ସହ ଦଳର ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କର ବିୟୋଗ ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଖଲିକୋଟର ରାଣୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି।” ଓଁ ଶାନ୍ତିଃ

Read More

କଟକ: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଅଫିସର ତାଙ୍କୁ ଧରିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ପାଞ୍ଚୋଟି ସ୍ଥାନରେ ଚଢାଉ ଚାଲିଛି। ତେବେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ। ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବୀତିୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବୀତିୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଗଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଲା। ସେହି ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି  ନିରଂଜନ ଅତି। ତାଙ୍କ ନିକଟରୁ ରଂଗବୋଲି ଟଙ୍କା ଜବତ ସହିତ ତାଙ୍କର ଘର ଅଫିସରେ…

Read More

ଭୁବନେଶ୍ବର: ଗତକାଲି ରାତିରେ ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାର ଦେଓଙ୍କ ପରଲୋକ ହୋଇଯାଇଛି। ସେ ଅସୁସ୍ଥ ହୋଇ ଚେନ୍ନାଇର ଏକ ହସପଟିଲାରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି 12 ଟା 55 ମିନିଟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଗସ୍ତ କରିଥିଲେ। ସେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ସେତେବେଳେ ତାଙ୍କର ଅବସ୍ଥା ଗୁରୁତର ଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ। ଓଡିଶା ରାଜନୀତିର ଜଣେ ପ୍ରମୁଖ ତଥା ବିଶେଷ ବ୍ୟକ୍ତିତ୍ବ ହେଉଛନ୍ତି ଭି ସୁଜ୍ଞାନ କୁମାରୀ ଦେଓ। ସେ 10 ଥର ଗଂଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ବିଧାୟିକା ହୋଇଛନ୍ତି। 1961 ମସିହାରେ ଖଲ୍ଲିକୋଟ ଆସନରୁ ସେ ପ୍ରଥମେ କଂଗ୍ରେସରୁ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ। ଏହାପରେ…

Read More