Author: Samikhsya Bureau

ଭୁବନେଶ୍ବର: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି। ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନ ମାନେ ଦାବି ଉପସ୍ଥାପନ କରିଥିଲେ। ଏହା…

Read More

ଭୁବନେଶ୍ବର: ବିଜେଡି ସମର୍ଥନରେ ବିଜେପିର ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ପୁଣି ଯିବେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ଲାଗି ରହିଛି। ଏଥିରେ କେଉଁଦଳର କ୍ଷତି ହେବ କାହାର ଲାଭ ହେବ ଚାଲିଛି ହିସାବ ନିକାସ। ତେବେ ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଆମେ କାହାର ସମର୍ଥନ ମାଗି ନାହୁଁ। ଯଦି ନିର୍ବାଚନରେ କେହି ସମର୍ଥନ ଦେଲା ଭଲ କଥା। ସେ ଆହୁରି କହିଥିଲେ ଯେ, ଆମେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇଛୁ। ଆଉ ଯଦି କେହି ପ୍ରାର୍ଥୀ ଦେବ ସେଥିରେ କାହାର କିଛି କହିବାର ନାହିଁ। ନିର୍ବାଚନରେ ଛିଡା ହେଲେ ସମସ୍ତଙ୍କର ସମର୍ଥନ ଆବଶ୍ୟକ। ସେହି ଆଶା କରି ବିଜେପି ପ୍ରାର୍ଥୀ ଦେଇଛି। ଆସନ୍ତାକାଲି ଆମେ ନାମାଙ୍କନ ପତ୍ର ଦାଖଲ କରିବୁ। ତେବେ ଆଗାମୀ ଦିନରେ ବିଜେଡି ବିଜେପି ମେଣ୍ଟ ହେବ କି କଣ ପଚାରା ଯିବାରୁ…

Read More

ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ଶେରଗଡ ପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି। ଖୁବ ଶିଘ୍ର ସେ ନେଇ କାର୍ଯ୍ୟ ହେବ ବୋଲି ନବୀନ କହିଛନ୍ତି। ଆଜି ନବୀନ ଶେରଗଡ ଗସ୍ତରେ ଯାଇ ଏହି ଘୋଷଣା କରିଛନ୍ତି। ଏଥିସହିତ ଗଂଜାମ ଜିଲ୍ଲା ପାଇଁ ପ୍ରାୟ ତିନି ଶହ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେହିପରି ଗଂଜାମ ଜିଲ୍ଲାକୁ ଆସନ୍ତା 21 ତାରିଖରୁ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ପରେ ବିଜେଡି ତାହାକୁ ସମର୍ଥନ କରିଛି। ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଛି। ପୂର୍ବରୁ ଏହି ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ବିଜେଡି ତିନୋଟି ରାଜ୍ୟସଭା ଆସନରେ ଜିତିବାକୁ ଥିଲେ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା। ଫଳରେ ଅନ୍ୟ ଆସନଟି ପୂର୍ବପରି ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।

Read More

ଭୁବନେଶ୍ବର: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି। କେନ୍ଦ୍ରୀୟ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶା ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରୁ ପ୍ରକାଶିତ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଓଡିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ ବିଜେଡି ଏହି ଆସନଟି ବୈଷ୍ଣବଙ୍କୁ ଦେବା ପାଇଁ ଖାଲି ରଖିଥିଲା। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କର ନ ଥିଲା। ଫଳରେ ସମସ୍ତେ ଆଶା କରୁଥିଲେ ଯେ, ବୈଷ୍ଣବ ପୁଣି ଥରେ ଓଡିଶାରୁ ରାଜ୍ୟସଭା ଯିବେ। ସେ ଚର୍ଚ୍ଚା ବର୍ତ୍ତମାନ ସତ ହୋଇଛି। ଆଜି ବୈଷ୍ଣବ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ। ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ। ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ସୂଚନାଯୋଗ୍ୟ ଯେ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୁର୍ଣ୍ଣ ହୋଇଛି ଏବଂ ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି। ଏହା…

Read More

ଭୁବନେଶ୍ବର: ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରି ଯିବା ପରେ ବିଜେପି ବେଶ ତତ୍ପର ହୋଇ ଉଠିଛି। ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତି କରିବାରେ ଲାଗିଛି ବିଜେପି। ବିଭିନ୍ନ ସମୟରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବୈଠକ କରିବାରେ ଲାଗିଛନ୍ତି। ଏହାପରେ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି ବୈଠକ କରୁଛନ୍ତି। ଏଥିରେ ବିଜେପିର ଶୀର୍ଷ ନେତୃତ୍ବ ସହିତ ଛାମୁଆ ସଂଗଠନର ମୁଖ୍ୟମାନେ ଯୋଗ ଦେଇ ନିର୍ବାଚନ ସଂପର୍କରେ ଆଲୋଚନା ଜାରୀ ରଖିଛନ୍ତି। ଏହାପରେ ବର୍ତ୍ତମାନ ଓଡିଶାକୁ କେନ୍ଦ୍ରରୁ ନେତା ତଥା ମନ୍ତ୍ରୀମାନେ ଆସିବାର ଯୋଜନା ପ୍ରସ୍ତୁତ ହୋଇସାରିଛି। ଓଡିଶାର ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ପ୍ରଚାରର ଶୁଭ ଦେବା ପରେ ଗତକାଲି ଓଡିଶା ଆସିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ସେ ଉଭୟ ଜଗତସିଂହପୁର ଏବଂ କଟକ ଲୋକସଭା ଆସନରେ ପ୍ରଚାରର ଭିତିଭୂମି ପକାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳି ଗସ୍ତରେ ଯିବେ। ଗୋଟିଏ ହେଲା ବହୁ ଚର୍ଚ୍ଚିତ ଗୋପାଳପୁର ଏବଂ ତାଙ୍କର ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳି। ଏହି ଦୁଇଟି ନିର୍ବାଚନ ମଣ୍ଡଳିରେ ଉଭୟ ସରକାରୀ ଏବଂ ଦଳିୟ କାର୍ଯ୍ୟକ୍ରମ ରହିଛି। ଆଜି ଦିନ ୧୧ଟା ୧୫ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚି ସେଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏଥିସହିତ ସେଠାରେ ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଏହାପରେ ଶୀତଳାପଲ୍ଲୀଠାରେ ନିର୍ମିତ ସମ୍ ହସ୍ପିଟାଲର ନୂଆ ୟୁନିଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ହରଭଙ୍ଗି ସଂପ୍ରସାରିତ ପ୍ରକଳ୍ପ, ଛେଳିଗଡ଼ ଟନେଲର ଉଦଘାଟନ ସହ ଡ୍ୟାମ ଓ ଜାନିବିଲି ବ୍ୟାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।…

Read More

ଭୁବନେଶ୍ବର: କଂଗ୍ରେସ ନେତା ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିରେ ସେ କୌଣସି କାରଣ ଉଲ୍ଲେଖ କରି ନ ଥିଲେ ମଧ୍ୟ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି କହିଛନ୍ତି। ତେବେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଚାଲିଛି। ରାଜନଗରରେ 2014 ମସିହାରେ ଅଂଶୁମାନ ରାଜନଗରର ବିଧାୟକ ଥିଲେ। ସେ ବିଜେଡିର ଧ୍ରୁବ ସାହୁଙ୍କୁ ପ୍ରାୟ 5 ହଜାର ଭୋଟରେ ପରାଜିତ କରିଥିଲେ। ହେଲେ 2019 ରେ ସେ ଧ୍ରୁବ ସାହୁଙ୍କଠାରୁ ହାରିଯାଇଥିଲେ।

Read More

ଭୁବନେଶ୍ବର: ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭା ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ ହେବାପରି ଲାଗୁଛି। କାରଣ ଆଜି ଭୁବନେଶ୍ବରରେ ପହଞ୍ଚୁଛନ୍ତି ଅଶ୍ବିନୀ ବୈଷ୍ଣବ। ସେହିପରି ଆଜି ଭୁବନେଶ୍ବର ଆସିବାକୁ ସମସ୍ତ ବିଜେପି ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତିନୋଟି ଆସନରୁ ବିଜେଡି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗୋଟିଏ ଆସନରେ କାହାକୁ ପ୍ରାର୍ଥୀ ଦେଇ ନାହିଁ। ସେଥିପାଇଁ ଓଡିଶା ରାଜନୀତିରେ ବିଜେଡି କାହିଁକି ପ୍ରାର୍ଥୀ ଦେଲା ନାହିଁ ବୋଲି ଚର୍ଚ୍ଚା ଚାଲିଛି। ସେହି ଆସନକୁ ବୈଷ୍ଣବଙ୍କୁ ଦେବା ପାଇଁ ରଖାଗଲା ବୋଲି ଆଲୋଚନା ଚାଲିଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ଯୋଜନାରେ ଛାତ୍ର ମାନଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ। ସେହିପରି ଏସସି/ଏସଟି ତଥା ନିର୍ମାଣ ଶ୍ରମିକଙ୍କ ପୁଅ ମାନଙ୍କୁ ୧୦ହଜାର ଟଙ୍କା ଓ ଝିଅ ମାନଙ୍କୁ ୧୧ ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି…

Read More

ଭୁବନେଶ୍ବର: ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଗର୍ଭବତୀ ମହିଳାମାନଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ । ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ। ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଲୋକପ୍ରିୟ ମମତା ଯୋଜନାର ଶୁଭାରମ୍ଭ କରିଥିଲେ। ମମତା ଯୋଜନା ବେଶ ଲୋକପ୍ରିୟ ଯୋଜନା ଏବଂ ଏହାକୁ ଜାତୀୟ ସ୍ତରରେ ଏକ ମଡେଲ ଭାବରେ ଗ୍ରହଣ କରାଯାଇଛି। ନୂଆ ମମତା ଯୋଜନାରେ…

Read More

ଭୁବନେଶ୍ୱର: ଆଜି ଯାଜପୁର ଗସ୍ତ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯାଜପୁର କୁସୁମାର ଏକ ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି ଯେ, ମଧ୍ୟ ପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ। ସେ ପ୍ରଥମେ ଯାଜପୁର ଜିଲ୍ଲା ବୁଲିକି ଦେଖନ୍ତୁ ଆଉ ତାପରେ ଏହି କଥା କହିବେ ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟର ହିସାବ ଦେଇ ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ଵ ଦିଅନ୍ତି ନି କି କ୍ଷମତା ପଛରେ ଦୌଡିବାକୁ ଚାହାନ୍ତି ନାହିଁ। ଲୋକଙ୍କ ସେବା କରିବାକୁ ଚାହାଁନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ଲାଳାୟିତ ନୁହଁନ୍ତି ମୁଖ୍ୟମନ୍ତ୍ରୀ।…

Read More

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଭିନ୍ନ ପ୍ରକୋଷ୍ଠ ବା ସେଲ୍ ର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି । ସେମାନେ ହେଲେ ୦୧. ବୁଦ୍ଧିଜୀବୀ ପ୍ରକୋଷ୍ଠ – ଶ୍ରୀ ସୁଦର୍ଶନ ନାୟକ ୦୨. ଶିକ୍ଷକ ପ୍ରକୋଷ୍ଠ – ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର ୦୩. ଆଇନଜୀବି ପ୍ରକୋଷ୍ଠ – ଶ୍ରୀ ସୌର ଚନ୍ଦ୍ର ମହାପାତ୍ର ୦୪. ସମବାୟ ପ୍ରକୋଷ୍ଠ – ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ୦୫. ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ – ଶ୍ରୀ ପ୍ରଭାତ କେଶରୀ ମିଶ୍ର ୦୬.ବ୍ୟବସାୟୀ ପ୍ରକୋଷ୍ଠ – ଶ୍ରୀ ଗୋବିନ୍ଦ ଅଗ୍ରୱାଲ ୦୭. ସି.ଏ ପ୍ରକୋଷ୍ଠ – ଶ୍ରୀ ମିହିର ସାହୁ ୦୮. ଅର୍ଥନୀତି ପ୍ରକୋଷ୍ଠ – ଡକ୍ଟର କେ.ସି ପାଣିଗ୍ରାହୀ ୦୯. ନଗରାଚଂଳ ପ୍ରକୋଷ୍ଠ – ଶ୍ରୀ ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ) ୧୦. ପଂଚାୟତିରାଜ ପ୍ରକୋଷ୍ଠ-ଶ୍ରୀ ଶଙ୍କର୍ଷଣ ପରିଡା ୧୧. ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ ୧୨.…

Read More

ଭୁବନେଶ୍ବର: ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବର୍ତ୍ତମାନ ବିଜେଡି ଦୁଇଜଣଙ୍କ ନାମ ଘୋଷଣା କରିସାରିଛି। ସେମାନେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି। ହେଲେ ତୃତୀୟ ପ୍ରାର୍ଥୀ କିଏ ହେବ ଏ ପର୍ଯ୍ୟନ୍ତ ବିଜେଡି ଘୋଷଣା କରି ନାହିଁ। ତିନୋଟି ଆସନ ବିଜେଡି ଜିତିବାର କ୍ଷମତା ଥିଲେ ମଧ୍ୟ କଣ ପାଇଁ ଗୋଟିଏ ଆସନ ସସପେନସ ରଖାଗଲା ତାହା ଜଣାପଡି ନାହିଁ। ଅନ୍ୟପଟେ ଓଡିଶା ଗସ୍ତରେ ବୁଧବାର ଦିନ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କେତେକ ରେଳ ପ୍ରକଳ୍ପର ସମୀକ୍ଷା ସହିତ ଟେଲି ଯୋଗାଯୋଗର ବୈଠକ ଅଛି। ଏଥିସହିତ ସେ ବିଜେପି ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତାଙ୍କର ଏହି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଦୁଇଦିନ ଓଡିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନାମାଙ୍କନ ସମୟ ଦୁଇ ଦିନରେ ଅର୍ଥାତ 15 ତାରିଖରେ ଶେଷ ହେବ। ତେବେ ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ…

Read More

ଭୁବନେଶ୍ବର: ଆଜି ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଆଜି ଦଳିୟ ନେତାଙ୍କ ଗହଣରେ ବିଧାନସଭା ଯାଇ ଉଭୟ ନାମାଙ୍କନ ଦାଖଲ କରିଛନ୍ତି। ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଅରୁଣ ସାହୁ, ପ୍ରତାପ ଜେନା ଏବଂ ଉମା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବିଜେଡି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ନାମ ଘୋଷଣା ହୋଇ ନାହିଁ। ଦୁଇ ଜଣଙ୍କ ନାମ ଘୋଷଣା ହେବା ପରେ କଣ ପାଇଁ ଦଳ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ ସେ ନେଇ ସସପେନସ ଜାରୀ ରହିଛି।

Read More

ଭୁବନେଶ୍ବର: ନବୀନ ପଟ୍ଟନାୟକ କଣ ଏଥର ପୁରୀ ନିର୍ବାଚନ ମଣ୍ଡଳିରୁ ଛିଡା ହେବେ କି? ଏହିପରି ଏକ ବଡ ପ୍ରଶ୍ନ ବର୍ତ୍ତମାନ ପୁରୀ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛି। କାରଣ ହେଲା ଗତକାଲି ନବୀନ ବିଜେଡିର ଦୁଇଜଣ ଟାଣୁଆ ନେତାଙ୍କୁ ଥଇଥାନ କରିଦେଲେ। ଯେଉଁମାନେ ପୁରୀରେ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ଥିଲେ। ଗତକାଲି ବିଜୁ ଯୁବ ଜନତାର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି। ତା ପୂର୍ବରୁ ବିଜେଡି ପୁରୀ ସଦର ପଞ୍ଚାୟତ ସମିତ ଅଧ୍ୟକ୍ଷ ଦିବାକାର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ନେତାଙ୍କର ପୁରୀ ନିର୍ବାଚନ ମଣ୍ଡଳିରେ ଭଲ ସଂଗଠନ ରହିଛି। ଆଉ ଉଭୟ ମଧ୍ୟ ଏଥର ଟିକେଟ ଆଶାୟୀ ଥିଲେ। ଏହି ଦୁଇ ନେତାଙ୍କ ଥଇଥାନ ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ପୁରୀ ପରି ଐତିହ୍ୟ ନିର୍ବାଚନ ମଣ୍ଡଳିରେ କିଏ ହେବ ବିଜେଡିର…

Read More

ଭୁବନେଶ୍ୱର: ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୈାହାନ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ଚୈାହାନ ଆଜି ଭୁବନେଶ୍ୱର ପହଂଚିବା ପରେ ସିଧା ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୈାହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ । ଏହା ପରେ ସେ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୈାହାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ।

Read More

ଭୁବନେଶ୍ବର: ଓଡିଶାରୁ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରୁ ଗତକାଲି ଦୁଇଜଣଙ୍କ ନାମ ଘୋଷଣା ହୋଇଛି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ତେବେ ସକ୍ରିୟ ରାଜନୀତିରେ ଥିବା ଦେବାଶିଷ ରାଜ୍ୟସଭାକୁ ଯିବା ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଆଜି ସେ କହିଛନ୍ତି ଯେ, ବିଧାନସଭାରୁ ରାଜ୍ୟସଭାକୁ ଯିବା ଏକ ପ୍ରମୋସନ। ମୋତେ ମୁଖ୍ୟମନ୍ତ୍ରୀ ଏହି ପ୍ରମୋସନ ଦେଇଥିବାରୁ ବହୁତ ଧନ୍ୟବାଦ ଦେଉଛି। ସେ ଯେପରି ନିର୍ଦ୍ଦେଶ ଦେବେ ସେହି ଅନୁସାରେ ମୁଁ କାମ କରିବି। ଦିଲ୍ଲୀ ଦରବାରରେ ଓଡିଶାର ବିକାଶର ପ୍ରସଂଗ ଉତଥାପନ କରିବି ବୋଲି ଦେବାଶିଷ କହିଛନ୍ତି। ତେବେ କଟକ ବାରବାଟୀକୁ ନେଇ ଦେବାଶିଷ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏହି ଆସନ ପାଇଁ ଏକ ସରପ୍ରାଇଜ ଦେବେ। କଟକ ହେଉଛି ତାଙ୍କର ଜନ୍ମମାଟି, ସେଥିପାଇଁ ସେ ଏହି ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଦେବେ ବୋଲି ଦେବାଶିଷ କହିଛନ୍ତି।

Read More

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ତେବେ ଏହି ଗରମ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ବିଜେପିର ହେଭି ୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପାଇଁ ଲଢେଇ କରିବେ। ତାଙ୍କର ଗତିବିଧିରୁ ସ୍ପଷ୍ଟ ହୋଇଛି ଯେ ସେ ସମ୍ବଲପୁକୁ ହି ନିଜର ମଇଦାନ ଭାବେ ବାଛିଛନ୍ତି। ତେବେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ବଡ ସମର ସଜା ଆରମ୍ଭ କରିଦେଇଛି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ବିଜେଡି ନିଶ୍ଚିତ ବଡ ଗେମ କରିବ ଏବେଠାରୁ ତାହା ଜଳଜଳ ହୋଇ ଦେଖାଗଲାଣି। କାରଣ ସେହି ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବାରମ୍ବାର ଗସ୍ତ କରି ବିଜେଡିର ପ୍ରଚାର ଆରମ୍ଭ କରିଦେଲେଣି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ସେ ବାହାରେ ଯେତିକି ପରିଶ୍ରମ କରୁଛନ୍ତି ଭିତିରିଆ ମଧ୍ୟ ଆହୁରି ଅଧିକ କାମ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସମାନ୍ତରାୟ। ସେହିପରି ଆଉ ଜଣେ ହେଲେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ। ଦେବାଶିଷ ହେଉଛନ୍ତି ପୁରୁଖା ନେତା। ସେ କଟକ ବାରବାଟୀରୁ ବିଧାୟକ ଥିଲେ। ସେହିପରି ଶୁଭାଶିଷ ହେଉଛନ୍ତି ପୁରୀ ନେତା ଏବଂ ସେ ବିଜେଡି ଯୁବ ମୋର୍ଚ୍ଚାର ଉପସଭାପତି ଅଛନ୍ତି।ତେବେ ତିନୋଟି ରାଜ୍ୟସଭା ଆସନ ଖାଲି ପଡୁଥିବା ବେଳେ ଦଳ ଦୁଇଜଣଙ୍କ ନାମ ଘୋଷଣା କରିଛି। ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ ନବୀନ ଘୋଷଣା କରି ନାହାଁନ୍ତି। ତେବେ ନିକଟରେ ବିର୍ଲା କଂପାନୀରୁ ଇସ୍ତଫା ଦେଇ ବିଜେଡି ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାଙ୍କ ନାମ ଘୋଷଣା କରାଯାଇ ନାହିଁ। ସେ ପୁରୀ ଜିଲ୍ଲାର ହୋଇଥିବା…

Read More