ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିପ୍ଲବ ଜେନାଙ୍କୁ ଉପଢୌକନ ଦେଇ ଶ୍ରୀ ଦାସ ଓ ଶ୍ରୀ ସିଂଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିପ୍ଲବ ଜେନାଙ୍କ ଯୋଗଦାନ ଫଳରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ଆହ୍ୱାନ ଦେଇଥିଲେ। ବିଜେଡ଼ିରେ ସାମିଲ୍ ହୋଇଥିବା ବିପ୍ଲବ ଜେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଯେଉଁମାନେ ଆଜି ମୋ ସହ ଦଳରେ ଯୋଗ…
Author: Samikhsya Bureau
ଭୁବନେଶ୍ୱର : “ଯେଉଁମାନେ ଜୀବନକୁ ଭଲ ପାଆନ୍ତି, ସେମାନଙ୍କୁ ସମସ୍ତେ ଭଲ ପାଆନ୍ତି। କୌତୁହଳ, କୌତୁକ ଓ ନିରୀହତାର ଗୁଣ ଅଜୟଙ୍କ ପାଖରେ ରହିଛି। ତେଣୁ ବନ୍ଧୁମାନେ ତାଙ୍କୁ ଭଲ ପାଆନ୍ତି।” ଶନିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ପଞ୍ଚମ ଅଜୟ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏକଥା କହିଥିଲେ ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ବିଶିଷ୍ଟ ଲେଖକ ତଥା ଗୀତିକାର ଦେବଦାସ ଛୋଟରାୟ ଅଜୟ ସ୍ୱାଇଁଙ୍କ ବ୍ୟକ୍ତିତ୍ୱ ଓ ସୃଷ୍ଟି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ବିଶିଷ୍ଟ ଔପନ୍ୟାସିକା, ଗାଳ୍ପିକା ବିୟତ୍ପ୍ରଜ୍ଞା ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅଜୟଙ୍କ ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ। ଏହି ଅବସରରେ ଅଜୟଙ୍କ ଦୁଇଟି ପୁସ୍ତକ ‘ଅଜୟ ସମଗ୍ର’, ‘କଲମ୍ବସର କାଗଜ ଡଙ୍ଗା’ ଓ ଉପନ୍ୟାସ ‘ନାବାଳକ’ର ଇଂରାଜୀ ଅନୁବାଦ ଲୋକାର୍ପିତ ହୋଇଥିଲା । ଚଳିତ ବର୍ଷ ଉପଲକ୍ଷେ ଅଜୟ ଗଳ୍ପ ସମ୍ମାନ…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟସଭାକୁ ଅଶ୍ବିନୀ ବୈଷ୍ଣବ ଯିବା ପରେ ସେ କଟକରୁ ଲଢିବେ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅନ୍ତ ଘଟିଛି। କାରଣ ଅଶ୍ବିନୀ ସେଠାରୁ ପ୍ରାର୍ଥୀ ହେବେ ବୋଲି ଲଗାତର କଟକ ଗସ୍ତ କରୁଥିଲେ। ବିଭିନ୍ନ ଉନ୍ନୟନ କାମର ଭିତ୍ତି ପ୍ରସ୍ତର ଉଦଘାଟନ ମଧ୍ୟ କରିଥିଲେ। ମନ୍ଦିର ଯାଇ ପ୍ରାର୍ଥନା କରୁଥିଲେ। ହେଲେ ପୁରା ଗଣିତ ଓଲଟି ଗଲା। ସେ ରାଜ୍ୟସଭାକୁ ଯିବା ପରେ ବର୍ତ୍ତମାନ କଟକ ଲୋକସଭାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଗତ ନିର୍ବାଚନରେ କଟକ ଲୋକସଭା ପାଇଁ ବିଜେପିରୁ ପ୍ରାର୍ଥି ହୋଇଥିଲେ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର। ହେଲେ ନିର୍ବାଚନରେ ହାରିବା ପରଠାରୁ ସେ ଆଉ ଦଳୀୟ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି। ଏପରିକି ସେ ଲୋକସଂପର୍କ ମଧ୍ୟ ରଖି ନାହାଁନ୍ତି। ପ୍ରକାଶ ମିଶ୍ରଙ୍କ ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ସେ ନିଜେ ପ୍ରାର୍ଥୀ…
ଭୁବନେଶ୍ବର: ଇଣ୍ଡିଆନ ନାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ) କଟକ ଶାଖାର ସଦସ୍ୟମାନେ ବିରୂପା ନଦୀ କୂଳରେ ଅତି ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ କରିଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଭୁକ୍ତ ଗଣେଶ୍ୱରପୁର ଗ୍ରାମର ଧାନଗହୀର ମଧ୍ୟସ୍ଥ ଏକ ଛୋଟ ମାଟି କୁଦ ଉପରୁ ବୌଦ୍ଧଧର୍ମ ସହ ଜଡିତ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ମିଳିଛି। ଇନଟାକର ପାଞ୍ଚ ସଦସ୍ୟ ବିଶିଷ୍ଟ ଏହି ପ୍ରତ୍ନତାତ୍ତ୍ୱିକ ସର୍ଭେରେ ବିଶ୍ୱଜିତ ମହାନ୍ତି, ରିତୁ ପଟ୍ଟନାୟକ, ଦୀପକ କୁମାର ନାୟକ, ସୁମନ ପ୍ରକାଶ ସ୍ୱାଇଁ ଓ ଅନିଲ ଧୀର ସାମିଲ ଥିଲେ। ଏହି ସମ୍ପର୍କରେ ଅଧିକ ସୂଚନା ଦେଇ ଇନଟାକ କଟକ ଶାଖାର ସହ-ଆବାହକ ଦୀପକ କୁମାର ନାୟକ କହିଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସନ୍ଧାନ ଅଟେ। ବିରୂପା ନଦୀର ଉଭୟ ଧାରରେ ଅନେକ ବୌଦ୍ଧ ଉପାସନାସ୍ଥଳୀ ଦେଖିବାକୁ ମିଳନ୍ତି। ଏହି ସ୍ଥାନରୁ ଆମକୁ ମିଳିଥିବା ବୃହତ ଆକୃତି…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରାଣିପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ଏହାର ବ୍ୟବସାୟକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଦ୍ୱାରା ମାଛ, ମାଂସ, ଦୁଗ୍ଧ ଉତ୍ପାଦନ ବହୁଗୁଣା ବୃଦ୍ଧି ପାଇବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଚାଷୀଙ୍କ ଆୟବୃଦ୍ଧି ହୋଇପାରୁଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଜନତା ମଇଦାନଠାରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ର ଦ୍ୱିତୀୟ ଦିବସର ପୂର୍ବାହ୍ନ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଛଚାଷ ଦ୍ୱାରା ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା ସହିତ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଲକ୍ଷ୍ୟକୁ ସାଧିତ କରିପାରିଛି । କୃତି୍ରମ ପ୍ରଜନନ, ମୋବାଇଲ୍ ଭେଟେରିନାରୀ ୟୁନିଟ୍, ବାୟୋଫ୍ଲକ୍ ଓ କେଜ୍ କଲଚର ପଦ୍ଧତିରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure) ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାଦ୍ବାରା ରାଜ୍ୟର ୧୩,୬୦୦ କୃଷକ ସାଥି ଉପକୃତ ହେବେ। ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ । ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀ ମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟରେ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହଯୋଗୀ ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସେମାନଙ୍କ ସହଯୋଗୀମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ସହିତ ପାଚିକା ଏବଂ ତ ସହାୟିକା ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପଞ୍ଚାବନ ହଜାର ବିଦ୍ୟାଳୟରେ କାମ କରୁଥିବା ଏକ ଲକ୍ଷ ଦଶ ହାଜର ପାଚିକା ଓ…
ଭୁବନେଶ୍ୱର: କୃଷି କେବଳ ଫସଲ ଚାଷ ମଧ୍ୟରେ ସୀମିତ ନୁହେଁ, ପ୍ରାଣିପାଳନ ଏହାର ଅଂଶବିଶେଷ। ଫସଲ ଚାଷ ଏବଂ ପ୍ରାଣୀପାଳନ ଉଭୟ ପରସ୍ପରର ପରିପୂରକ ଏବଂ ଗୋଟିକର ବିନା ଅନ୍ୟଟିର ନିରନ୍ତର ଅଭିବୃଦ୍ଧି ସମ୍ଭବ ନୁହେଁ। ପ୍ରାଣୀପାଳନ ମଧ୍ୟରେ ଗୋପାଳନ ଓ ଦୁଗ୍ଧଚାଷ ଓଡ଼ିଶାର କୃଷି ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦିନକୁ ଦିନ ରାଜ୍ୟରେ ପ୍ରକ୍ରିୟାକୃତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ବଢ଼ିବା ଦୃଷ୍ଟିରୁ ଏହି କ୍ଷେତ୍ରରେ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ କୃଷକଙ୍କ ଆୟବୃଦ୍ଧି ଉଦ୍ଦେଶ୍ୟରେ ଡାଏରି କ୍ଷେତ୍ର ଉପରେ ଏକ ବୈଷୟିକ ଅଧିବେଶନ ଆଜି ଆୟୋଜିତ ହୋଇଥିଲା। ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ସଚିବ ଡ. ୟେଦୁଲ୍ଲା ବିଜୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ଏନ୍ଡିଡିବିର ମାର୍କେଟିଂ ହେଡ୍ ଶ୍ରୀ ସ୍ୱପ୍ନନ୍ ସିହ୍ନା, ଆନ୍ଧ୍ରପ୍ରଦେଶ ବିଶାଖା ଡାଏରୀର ଡ. ଉମାଶଙ୍କର ମହାପାତ୍ର, ଉତ୍ତରାଖଣ୍ଡ…
ଭୁବନେଶ୍ୱର: ରାଜ୍ୟର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ଅର୍ଥାତ ପ୍ରାୟ ୯୦ ଲକ୍ଷ ମତଦାତା ଥିବା ଯାଦବମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ଭଳି ସେମାନଙ୍କର ଅଧିକାର ଦିଆଯାଉ। ରାଜ୍ୟରେ ପଛୁଆ ବର୍ଗର ବିଭିନ୍ନ ଜାତି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଯେପରି ସହାୟତା ଯୋଗାଇ ହେଉଛନ୍ତି ସେହିପରି ସହାୟତା ରାଜ୍ୟର ଯାଦବମାନଙ୍କୁ ଯୋଗାଇ ଦେବା ପାଇଁ ଯାଦବ ମହାସଂଘ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଯାଦବ ମହାସଂଘର ରାଜ୍ୟ ସମ୍ମିଳନୀରେ ପାରିତ ପ୍ରସ୍ତାବ ଅନୁସାରେ ଲୋକକଳାର ମାନ୍ୟତା ପାଇଥିବା ଲଉଡ଼ି ଖେଳର ବିକାଶ ତଥା ଏହା ଉପରେ ଗବେଷଣା ପାଇଁ ସରକାର ଭୁବନେଶ୍ୱରରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଦାବି କରାଯାଇଛି। ଅନ୍ୟ ଜାତିମାନଙ୍କୁ ସରକାର ଯେପରି ପୁରୀଠାରେ ଭବନ ନିର୍ମାଣ ଉଦ୍ଦେଶ୍ୟରେ ମାଗଣା ଜମି ଓ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେହିଭଳି ଯାଦବମାନଙ୍କର ଏକ ଭବନ ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ସଂଘର ସାଧାରଣ ସମ୍ପାଦକ ଆଲେକଗାଣ୍ଡାର…
ଭୁବନେଶ୍ବର: ଗତ ତିନିଦିନ ଧରି ଭାରତ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡିଶା ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି। ଏହି ତିନିଦିନରେ ସେ ଓଡିଶାର ସମସ୍ତ ରାଜନୈତିକ ଦଳ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ପୃଥକ ବୈଠକ କରିଛନ୍ତି। ଏହାପରେ ସେ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିଲେ। ଏଥିରେ ସେ କହିଥିଲେ ଯେ, ଓଡିଶାର ଏକ କାଳିନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କମିଶନର ପ୍ରସ୍ତୁତ। ବହୁତ ପୂର୍ବରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡିଶା ବିଧାନସଭାର କାର୍ଯ୍ୟକାଳ ଜୁନ 26 ରେ ଶେଷ ହେଉଛି। ସେଥିପାଇଁ ତା ପୂର୍ବରୁ ଆମକୁ ନିର୍ବାଚନ ଶେଷ କରିବାକୁ ପଡିବ। ସେ କହିଥିଲେ ଯେ, ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ସେଥିପାଇଁ ମୋଟ୍ ୩୭, ୮୦୯ ବୁଥରେ ମତଦାନ କରିବାକୁ ବ୍ୟବସ୍ଥା କରାଯାଇଛି ।ସେଥିମଧ୍ୟରୁ ୨୨,୬୮୫ ବୁଥରେ ଓ୍ବେବ କାଷ୍ଟି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ। ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ…
ଭୁବନେଶ୍ବର: କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହେବା ପରେ ବର୍ତ୍ତମାନ କେନ୍ଦ୍ରାପଡା ରାଜନୀତି ଗଣିତ ଓଲଟି ଯାଇଛି। କାରଣ ଅଂଶୁମାନ କେନ୍ଦ୍ରାପଡା ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ। ସେ ଯେତେବେଳେ କଂଗ୍ରେସରୁ ଇସ୍ତଫା ଦେଲେ ସେତେବେଳେ ଜଣାପଡିଥିଲା ଯେ ସେ ବିଜେଡିରେ ଯୋଗ ଦେବେ। ତାହା ସତ ହେଲା। ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁତ୍ର। ଫଳରେ ଅଂଶୁମାନଙ୍କ କେବଳ ରାଜନଗର ନୁହେଁ ପୁରା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିରେ ରହିଛି ପତିୟାରା। ସେଥିପାଇଁ ବିଜେଡି ତାଙ୍କୁ କୋଳକୁ ଟାଣିଆଣିଛି। ପୂର୍ବରୁ ବାପା ନଳିନୀ ମହାନ୍ତିଙ୍କ ବିଜୁବାବୁଙ୍କ ସହ ଘନିଷ୍ଠତା ଥିଲା। ଫଳରେ ବିଜୁ ପରିବାର ସହିତ ମିଶିବା ଅଂଶୁମାନଙ୍କ ପାଇଁ କିଛି ଅଡୁଆ ମଧ୍ୟ ହୋଇ ନାହିଁ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଅଂଶୁମାନଙ୍କୁ ବିଜେଡି ଆଣିବାର କଣ ଉଦ୍ଦେଶ୍ୟ ରହିଛି। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ବିଜେଡି ଅଂଶୁମାନଙ୍କୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି ପ୍ରୀତି ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସେ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର କୃତିତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ସହିତ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ନାଁ ରଖିବାକୁ ତାଙ୍କୁ ଉପଦେଶ ଦେଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ, ଏହି ପ୍ରୀତି ପାଣିଗ୍ରାହୀ କିଏ ସେ। ସେ ହେଉଛନ୍ତି ଅନ୍ତର୍ଜାତୀୟ ଚଳଚିତ୍ରର ଅଭିନେତ୍ରୀ। ଓଡିଆ ଝିଅ, ଯିଏ କେ Girls will be Girls ଚଳଚିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଏହି ଚଳଚିତ୍ରର ଅଭିନୟ ପାଇଁ ସେ World Cinema Dramatic Special Jury Award ହାସଲ କରିଛନ୍ତି। ସୁଇଡେନ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚିତ୍ରଟି ପ୍ରଦର୍ଶିତ ହୋଇ ପ୍ରୀତିଙ୍କ ଅଭିନୟକୁ ଜୁରୀ ସଦସ୍ୟ ପ୍ରଶଂସା କରିଥିଲେ। ସେହିପରି ପ୍ରୀତି…
ଭୁବନେଶ୍ବର: ରାଜ୍ୟର ସମସ୍ତ ଏସଏଚଜି ମହିଳାମାନଙ୍କୁ ମିଳିବ ହଜାରେ ଟଙ୍କା ଲେଖାଏଁ। ସେମାନଙ୍କର ୟୁନିଫର୍ମ କିଣିବା ପାଇଁ ଏହି ଅନୁଦାନ ପ୍ରଦାନ କରାଯିବ। ସେହିପରି କାର୍ଯ୍ୟନିର୍ବାହି କମିଟ ସଦସ୍ୟାଙ୍କୁ ବ୍ଲେଜର ପାଇଁ ମୋଟ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।ଏ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୭୦ଲକ୍ଷ ମହିଳା ଏହି ମିଶନ ଶକ୍ତି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପୂର୍ବରୁ ସ୍କୁଟର ଯୋଜନା ଲାଗୁ କରିବା ସହିତ ବିନା ସୁଧରେ ଋଣ ଯୋଗାଇ ଆସୁଛନ୍ତି। ଏଥିପାଇଁ ୭୩୦କୋଟି ବ୍ୟୟ କରାଯିବ ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟର ୭୩ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାବିନେଟ ବୈଠକରେ ୧୦ ଟି ବିଭିନ୍ନ ବିଭାଗ ର ୧୨…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ଶୁଭାରମ୍ଭ ପରେ ୬ଟି…
ଭୁବନେଶ୍ବର: ରାଜ୍ୟସ୍ତରରେ ଆୟୋଜିତ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶ ଆଜି ଅପରାହ୍ନରେ ଜନତା ମଇଦାନରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ପ୍ରଥମ ଥର ଏହି ସମାବେଶ ଆୟୋଜନ କରିଥିବାରୁ ମତ୍ସ୍ୟ ଓ ପ୍ରାଣିସଂପଦ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ସରକାର ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯକାରୀ କରିଛନ୍ତି। ଏଥିରେ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୦ ହଜାର ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ। ରାଜ୍ୟର ପ୍ରାଣୀପାଳକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୮୧ ନୂତନ ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି ଏବଂ ଖୁବ ଶୀଘ୍ର ଆଉ…
ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ସେ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ତାଙ୍କୁ ସାଂଗଠନିକ ସଂପାଦକ ପ୍ରଣବ ଦାସ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, ବିଧାୟକ ଧ୍ରବ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଦଳକୁ ସ୍ବାଗତ କରି ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କଲେ । ଓଡ଼ିଶା ଯେପରି ସମୃଦ୍ଧ ହେଉଛି ଓ ରାଜନଗରର ଯେଉଁ ବିକାଶ ହୋଇଛି ତାହା ବିଧାୟକ ଧ୍ରବ ସାହୁ ଏବଂ ଅଂଶୁମାନ ଆଗକୁ ବଢ଼ାଇବେ । ଅଂଶୁମାନଙ୍କ ବାପା ନଳିନୀ ମହାନ୍ତି ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼…
ବାଣପୁର ( ସୀତାରାମ ଅଗ୍ରୱାଲ): ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଉଛି କଂଗ୍ରେସ।ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡିର ଓ ବିଜେପିର ବାହାଘର କରୁଛି। ଦୁଇ ଦଳ ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ ଆଣି ଉଭୟଙ୍କ ବାହାଘର କରୁଛି କଂଗ୍ରେସ। ତେବେ ଆସନ୍ତାକାଲି ସମାନ ଦୃଶ୍ୟ ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିବ। ଏଠାରେ ବିଜେପି ବିଜେଡି ବିବାହ କରିବ କଂଗ୍ରେସ। ଏ ନେଇ କଂଗ୍ରେସ ନେତ୍ରୀ ମିନାକ୍ଷୀ ପ୍ରଧାନଙ୍କ ପକ୍ଷରୁ ସୂଚନା ମିଳିଛି। ଏପରିକି ବିବାହ ପାଇଁ କଂଗ୍ରେସ ପକ୍ଷରୁ ଆଜି ସାରା ନିର୍ବାଚନମଣ୍ଡଳିରେ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଛି। ଆସନ୍ତାକାଲି ବରଯାତ୍ରୀ ରୂପେ ଏକ ରାଲି ମା’ ଭଗବତୀ ମନ୍ଦିରରୁ ଅପରାହ୍ନରେ ବାହାରି ପଲଟନ ପଡିଆ ପହଂଚିବ ଏବଂ ସେଠାରେ ବିଜେପି ବର ଓ ବିଜେଡି କନ୍ୟା ବିବାହ କରିବେ। ପରବର୍ତ୍ତୀ ସମୟରେ ଚରଣ ଚକାଦେବଙ୍କ ପିଠରେ…
ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡିକୁ ଜବତ କରିଛି। ଜାମୁସାହି ରୁ ହାଇଦ୍ରାବାଦ ବେଆଇନ ଭାବେ ଚାଲାଣ ହେଉଥିଲେ 70 ଗୋଟି ଗୋରୁ। ଜବତ ଗୋରୁଙ୍କୁ ଏମ୍ସ ସ୍ଥିତ ସିଜୁଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଉକ୍ତ ଘଟଣାରେ ବେଗୁନିଆ ଥାନା ଅଞ୍ଚଳର ଦୁଇ ଜଣ ଏବଂ ରାଜ୍ୟ ବାହାର ଜଣେ, ସମୁଦାୟ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି।
ନାଚୁଣୀ ( ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ ମହିଳା ମୃତ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଆୟତ୍ତପୁର ଗ୍ରାମରେ। ଉକ୍ତ ଗ୍ରାମ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ବେଲେଡିହ ଗ୍ରାମର ଦମୟନ୍ତୀ ପ୍ରଧାନ(38) ବୋଲି ଜଣାପଡିଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଦମୟନ୍ତୀ ନିଜ ସମ୍ପର୍କୀୟ ପୁତୁରାଙ୍କ ସହ ଏକ ବାଇକ ଯୋଗେ ବାପଘର ବେଲେଡିହ ରୁ ଶ୍ୱଶୁର ଘର କୁମାଣ୍ଡଳ ଗ୍ରାମ ଯାଉଥିଲେ। ସେହି ସମୟରେ ଆୟତ୍ତପୁର ଗ୍ରାମ ଛକ ପେଟ୍ରୋଲ ପମ୍ପ ନିକଟରେ କରଡ଼ାପଲ୍ଲୀ ଗ୍ରାମର ଏକ ଟ୍ରାକ୍ଟର ଦମୟନ୍ତୀଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଦମୟନ୍ତୀଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଲେ ଗ୍ରାମବାସୀମାନେ…
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତାକାଲିଠାରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ଆସନ୍ତାକାଲି ୧୭ ତାରିଖ ଦିନ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍ଘାଟନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି। ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେବେ। ଆସନ୍ତା…

