ଭୁବନେଶ୍ବରରେ ଏକ୍ସପ୍ରେଶନର ନାଟ୍ୟ ଉତ୍ସବ, ସାମ୍ବାଦିକ ପ୍ରଶାନ୍ତ ପାଇକରାୟ ପୁରସ୍କୃତ

Published: Feb 27, 2024, 8:16 pm IST

ଭୁବନେଶ୍ବର: ରାଜଧାନୀର ଅଗ୍ରଣୀ ଅନୁଷ୍ଠାନ ଏକ୍ସପ୍ରେଶନ ଆୟୋଜିତ ହୋଇଛି ରାଜ୍ୟସ୍ଥରୀୟ ନାଟ୍ୟ ମହୋତ୍ସବ। ଭଞ୍ଜ କଳା ମଣ୍ଡପରେ ପ୍ରଥମ ସନ୍ଧ୍ୟାରେ ଦେବାନନ୍ଦ ନାୟକ ସୋନିଙ୍କ ପରିକଳ୍ପନା ଓ ନିର୍ଦେଶନା, ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଙ୍କ ନାଟକ ଶୁକ ଶାରୀ କଥା ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଦିନରେ ଦୀପ୍ତି ରଞ୍ଜନ ଦାସ ଙ୍କ ନିର୍ଦ୍ଧେଶୀତ ନାଟକ ଅସ୍ତ ରାଗ ର ରଙ୍ଗ ମଞ୍ଚସ୍ଥ ହୋଇଥିଲା।

ପ୍ରତିଭା ନାଟ୍ୟ ପରିଷଦ ଭୁବନେଶ୍ୱର ଦ୍ୱାରା ନାଟ୍ୟ ଉତ୍ସବ ରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ଅଭିନେତା ନିର୍ଦେଶକ ଲାଲା ବିରେନ ରାୟ, ଅଭିନେତ୍ରୀ ନିର୍ଦ୍ଦେଶିକା ଓ ନାଟ୍ୟ ଗବେଷିକା ଡ଼ ନିବେଦିତା ଜେନା ଓ କଳା ଓ ସଂସ୍କୁତି ସାମ୍ବାଦିକ ପ୍ରଶାନ୍ତ ପାଇକରାୟ।

ଶେଷରେ ନାଟକ ଅସ୍ତ ରାଗ ର ରଙ୍ଗ ପରିବେଷଣ ହୋଇଥିଲା,କୌଣସି ଏକ ଅଘଟଣ ପାଇଁ ନିଜ ଲୋକ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କୁ ଦାୟୀ କରେ, ସେତେବେଳେ ସେହି ବ୍ୟକ୍ତି ବିଶେଷଙ୍କର ଜୀବନ ଦୁର୍ବିସ ହୋଇଯାଏ। ସେଇ ସନ୍ଦେହର ନାଗଫାଶ ରୁ ମୁକୁଳାଇବା ପାଇଁ ତାକୁ କଷ୍ଟସାଧ୍ୟ ହୋଇଥାଏ। ନାଟକ ର ନାୟକ ରବି ସେହି ଚରିତ୍ର ସହିତ ନିଜ କୁ ମାନି ନେଇଥାଏ। ଅବଶ୍ୟ ରବି ଜନ୍ମ ରୁ ଦିବ୍ୟାଙ୍ଗ,ସେ ନିଜ କୁ ମାନିନିଏ ମୁଁ ଅଲୋଡ଼ା,ପଙ୍କରୁ ପଦ୍ମ ଯାତ ପରି ସର୍ବ ଭାରତୀୟ ଵଂଶୀ ବାଦକ ଭାବରେ ପ୍ରତିଯୋଗିତା ରେ ଅପୂର୍ବ ସଫଳତା ସମର୍ଗ ଦିବ୍ୟାଙ୍ଗ ପାଇଁ ଆଦର୍ଶ।

1978 ମସିହା ର କଥା,ଭାତ ପଡା ଛୋଟ ଗାଁ ଟିଏ। ଭାରତ ବର୍ଷ ର ମାନଚିତ୍ର ରେ ତାର କୌଣସି ସ୍ଥାନ ନାହିଁ ନାଟକ ଟି ସେହି ଅପାନ୍ତର ଗାଁ ରେ ଘଟିଥିବା ଦିନକର କଥା। ଶୁକ ମୁଲ ଲାଗେ ବାଘ ନାଚ ଦେଖାଇ ପେଟ ପୋଷେ ଶୁକ। ଶୁକର ସ୍ତ୍ରୀ ଓ ତାରି ମା, ଏହି ତିନି ଜଣ ଙ୍କୁ ନେଇ ସଂସାର। ଶୁକର ହାତ ଗୋଡ ଅଚଳ। ସଂସାର ମୋହ ଭିତରେ ସେ ଦେଖେ ଅନେକ ସ୍ବପ୍ନ, କିନ୍ତୁ ସ୍ବପ୍ନ ସ୍ବପ୍ନ ରେ ରହିଯାଏ। ଶୁକ ଆଉ ବାଘ ବେଶ ରେ ନାହିଁ। ପରମ୍ପରା ର ନାଟ ଆଉ ନାହିଁ। ଏମିତି ଏକ ନାଟକ କୁ ନେଇ କାହାଣୀ ଗତି ଶିଳ।

Related posts