ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା, ଆଇନଜୀବୀ ଏବଂ ସମାଜସେବୀ

Published: Feb 27, 2024, 10:37 pm IST
BJPMishran

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାର ପୂର୍ବତନ ଧର୍ମଶାଳା ବିଧାୟକ ସ୍ୱର୍ଗତଃ କାଙ୍ଗାଳିଚରଣ ପଣ୍ଡାଙ୍କ ପୁତୁରା ତଥା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ପଣ୍ଡା ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଜେନାପୁର ପଂଚାୟତର କଂଗ୍ରେସ ନେତା ଦେବଦର୍ଶନ ଦାସ, ଗଡମଧୁପୁରର ପଂଚାୟତର ମନୋଜ କୁମାର ରାଉତ, ମହିସରା ପଂଚାୟତର ନୃସିଂହ ମଲ୍ଲିକ ଓ ଶୁକଦେବ ଦେହୁରୀ ପ୍ରମୁଖ ଆନୁଷ୍ଠିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି।
ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଆଇନଜୀବୀ ମନୋଜ କୁମାର ହାତି, ଗୌର ରାଜପଲିଆ, ଫିରୋଜ ବଗର୍ତୀ, ସମାଜସେବୀ ଜଗନ୍ନାଥ ସାହୁ, ସୁଧୀର ଘଡେଇ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।

Related posts