Author: Samikhsya Bureau

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତାକାଲିଠାରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ଆସନ୍ତାକାଲି ୧୭ ତାରିଖ ଦିନ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍‌ଘାଟନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି। ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେବେ। ଆସନ୍ତା…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗପତି ତଥା ଡାକ୍ତର ଅବିନାଶ ସାମଲ। ତାଙ୍କ ବାପା ଗଂଗାଧର ସାମଲ ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି। ତାଙ୍କ ଦାଦା ସୁଧୀର ସାମଲ ହେଉଛନ୍ତି ବର୍ତ୍ତମାନ ଢେଙ୍କାନାଳ ବିଜେଡି ବିଧାୟକ। ଆଜି ଶଙ୍ଖଭବନରେ ସାଂସଦ ମାନସ ମଙ୍ଗରାଜ, ବିଧାୟକ ସୁଧୀର ସାମଲ ଏବଂ ବିଜେଡି ନେତା ପ୍ରିୟବ୍ରତ ମାଝିଙ୍କ ଉପସ୍ଥିତିରେ ଅବିନାଶ ଦଳରେ ସାମିଲ ହୋଇଛନ୍ତି। ଏ ନେଇ ଅବିନାଶ କହିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯେପରି ଜନହିତକର କାମ କରି ଚାଲିଛନ୍ତି ସେଥିରେ ଉତ୍ସାହିତ ହୋଇ ଦଳରେ ସାମିଲ ହୋଇଛି। ତାଙ୍କ ଦାଦା ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପୁତୁରାଙ୍କ ରାଜନୀତି ପ୍ରବେଶକୁ ସ୍ବାଗତ କରିଛନ୍ତି। ଅବିନାଶ ବିଜେଡିରେ ଯୋଗଦେବା ପରେ ଢେଙ୍କାନାଳ ରାଜନୀତିରେ ବେଶ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଅବିନାଶ ଏବଂ ତାଙ୍କ ବାପାଙ୍କର ଜିଲ୍ଲାରେ ଯେପରି…

Read More

କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି। ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।

Read More

ଭୁବନେଶ୍ୱର: ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଦଳୀୟ ସ୍ୱାର୍ଥକୁ ଭୁଲି ଯାଇଥିବା ନେତାମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ଅଛନ୍ତି। ୧୯୯୪ ମସିହାରେ ଯେତେବେଳେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା ରାଜ୍ୟସଭାରୁ ଅବସର ନେଲେ ତାଙ୍କୁ ଆଉଥରେ ରାଜ୍ୟସଭାକୁ ପଠାଇବା ସହିତ ରେଳ ବିଭାଗର ମନ୍ତ୍ରୀ କରିବାକୁ ସେତେବେଳର ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଚେଷ୍ଠା କରିଥିଲେ। କାରଣ କାହ୍ନୁଚରଣ ଲେଙ୍କା ସେତେବେଳେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଦିଗରେ ଅନେକ ପଦକ୍ଷେପ ନେଇଥିଲେ, ଯାହାକି ବିଜୁବାବୁଙ୍କୁ ଆକୃଷ୍ଟ କରିଥିଲା। କିନ୍ତୁ କଂଗ୍ରେସ ହାଇକମାଣ୍ଡ ବିଜୁବାବୁଙ୍କ କଥାରେ ରାଜି ହୋଇନଥିଲେ। ଏବେ ପୁଅର ପାଳି। ୨୦୧୯ରେ ସେ ଯେତେବେଳେ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେଲେ, ସେତେବେଳେ ବିଜେପିର ସଂଖ୍ୟାବଳ ନ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ହୃଦୟ ଦେଖାଇ ତାଙ୍କୁ ରାଜ୍ୟସଭାକୁ ସମର୍ଥନ ଦେଇ ନିର୍ବାଚିତ…

Read More

କଟକ/ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଅପରାହ୍ଣରେ କଟକ ଗସ୍ତ ପୂର୍ବକ ସିଡିଏକୁ ସଂଯୋଗ କରୁଥିବା ପେଟାନାଳ ସମେତ ବିଜୁ ପଟ୍ଟନାୟକ ପାର୍କର  ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ମା’ କଟକ ଚଣ୍ଡୀ ମନ୍ଦିରର  ଉନ୍ନତିକରଣ, ନେତାଜୀ ଜନ୍ମସ୍ଥାନ ଓ ସଂଗ୍ରହାଳୟ ନିକଟସ୍ଥ ପୁରାତନ ଜେଲ୍ ପରିସରରେ ନିର୍ମାଣଧିନ ପ୍ରକଳ୍ପ, ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସମ୍ପ୍ରସାରିତ ଅତ୍ୟାଧୁନିକ ତଥା ବିଶ୍ୱସ୍ତରୀୟ ପ୍ରକଳ୍ପ, ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ ଉନ୍ନତିକରଣ ପ୍ରକଳ୍ପ ଏବଂ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିଥିଲେ। ନିର୍ମାଣ।ଧିନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେସବୁକୁ ଶେଷ କରିବା ଓ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣକୁ ଗୁରୁତ୍ଵ ଦେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସାମଲ, ଜିଲ୍ଲାପାଳ…

Read More

କଟକ: ଓଡିଆ ଚଳଚିତ୍ରର ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି। କଟକସ୍ଥିତ ନନ୍ଦିସାହିରେ ଥିବା ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ କିଡନୀ ରୋଗରେ ପିଡିତ ଥିଲେ। ତାଙ୍କର ଡାଇଲେସିସ ଚାଲିଥିଲା। ପ୍ରତ୍ୟେକ ସମୟରେ ଅନୁଭବ ତାଙ୍କୁ ହସପିଟାଲ ନେବା ଆଣିବା କରୁଥିଲେ। ତାଙ୍କ ପରଲୋକ ପରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ କଟକ ବାସଭବନରେ ଶେଷ ଦର୍ଶନ କରିଥିଲେ। ଆଜି ଅପରାହ୍ନରେ ତାଙ୍କର ଶେଷ କୃତ୍ୟ କରାଯାଇଛି।

Read More

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 29 ତାରିଖରେ ସେ ତାଙ୍କ ଜିଲ୍ଲା ମୟୁରଭଂଜ ଗସ୍ତରେ ଆସୁଛନ୍ତି ବୋଲି ସୂଚନା ମିଳିଛି। ସେ ମୟୁରଭଂଜର ଆରଧ୍ୟ ଦେବୀ କିଚକେଶ୍ବରୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ରାଷ୍ଟ୍ରପତି ସେଦିନ ସକାଳେ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ ହେଲିକାପ୍ଟର ଯୋଗେ ମୟୁରଭଂଜ ଯିବେ। ସେଥିପାଇଁ ଶୁକୃଳି ମହାବିଦ୍ୟାଳୟ ପଡିଆରେ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି। ସେଠାରୁ ସେ କିଚକେଶ୍ବରୀ ମନ୍ଦିର ଯାଇ 30 ମିନିଟ ରହିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଉଛ।

Read More

ଭୁବନେଶ୍ବର:  ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜ କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ଏହି ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ State Organ & Tissues Transplant Organization (SOTTO) ପ୍ରତିଷ୍ଠା କରିଛନ୍ତି। ଅଙ୍ଗଦାନକୁ ଉତ୍ସାହିତ…

Read More

ଭୁବନେଶ୍ବର: ଗତ ତିନିଦିନ ଧରି ରାଜ୍ୟ ବିଜେପି ନେତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ତାହା ହେଲା କୌଣସି ନେତା କେଉଁଠାରେ ମଧ୍ୟ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ ନାହିଁ। ବିଶେଷ କରି ଗଣମାଧ୍ୟମକୁ ସମ୍ମୁଖୀନ ହେଉଥିବା ନେତାଙ୍କୁ ଏହି ତାଗିଦ ଜୋର କରାଯାଇଛି। ଏଥିରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ। ହେଲେ ଏହି ସମର୍ଥନ ନେଇ କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ। ତେବେ ଏହାର କୌଣସି କାରଣ ନ ଥିଲେ ମଧ୍ୟ ବିଜେପି ବର୍ତ୍ତମାନ ଯେପରି କ୍ଷତିର ସମ୍ମୁଖୀନ ହୋଇଛି ଆଉ ଅଧିକା ନ ହେଉ ସେଥିପାଇଁ ଏପରି ତାଗିଦ କରାଯାଇଛି। ଅଶ୍ବିନୀ ମଙ୍ଗଳବାର ଦିନ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ। ସେ ବିଜେଡି ସମର୍ଥନ ବିଷୟରେ କିଛି କହି ନ ଥିଲେ। ହେଲେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

Read More

କୋଲକାତା: ଜାତୀୟ ସ୍ତରର ପ୍ରତିଷ୍ଠିତ ସାମ୍ବାଦିକା ସାଗରିକା ଘୋଷ ଆଜି ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡିଛି। ସାଗରିକା ଘୋଷ ହେଉଛନ୍ତି ଜାତୀୟ ସ୍ତରର ଜଣେ ସାମ୍ବାଦିକା ତଥା ସ୍ତମ୍ଭକାର। ତାଙ୍କର ସ୍ବାମୀ ରାଜଦୀପ ସରଦେଶାଇ ମଧ୍ୟ ଜାତୀୟ ସ୍ତରର ଜଣେ ଜଣାଶୁଣା ସାମ୍ବାଦିକ। ସେ ବର୍ତ୍ତମାନ ଇଣ୍ଡିଆ ଟୁଡେ ରେ କାମ କରୁଛନ୍ତି। ତେବେ ସାଗରିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ସେ ବହୁ ବର୍ଷ ତଳେ ରାଜନୀତିକୁ ଆସିବି ନାହିଁ ବୋଲି କହିଥିଲେ। ବର୍ତ୍ତମାନ ତୃଣମୂଳ କଂଗ୍ରେସରୁ ରାଜ୍ୟସଭାକୁ ଯିବା ନେଇ ଅନେକ ସମାଲୋଚନା କରିବାରେ ଲାଗିଛନ୍ତି।

Read More

ଭୁବନେଶ୍ବର: ବହୁ ବାଦ ବିବାଦ, ବହୁ ଚର୍ଚ୍ଚା ପରେ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଜେପିର ପ୍ରାର୍ଥୀ ଭାବେ ସେ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଅଶ୍ବିନୀ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀ ଦଳର ମୁଖ୍ୟସଚେତକ ମୋହନ ମାଝି ଓ ବହୁ ବିଧାୟକ ତାଙ୍କ ସାଥିରେ ଥିଲେ। ସେ ବିଧାନସଭାରେ ରିଟର୍ଣ୍ଣି ଅଫିସରଙ୍କୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ବେଳେ କେହି ତାଙ୍କ ସାଥିରେ ନ ଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ। ଓଡିଶାର ତିନୋଟି ଆସନ ଖାଲି ରହୁଥିବାରୁ ବର୍ତ୍ତମାନ ତିନିଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ଏହି ତିନି ନିଶ୍ଚିତ ନିର୍ବାଚିତ ହେବେ।

Read More

ଭୁବନେଶ୍ବର: ବହୁ ଦିନ ପରେ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆରମ୍ଭ କରିଛି ଚଢାଉ। ଆଜି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସମାଲଙ୍କ ଘରେ ଇଡି ର ଚଢାଉ ଚାଲିଛି। ତାଙ୍କର ଭଦ୍ରକରେ ଥିବା ନିଜ ବାସସ୍ଥାନ ସହିତ ଭଦ୍ରକର ୬ଟି ସ୍ଥାନ ଏବଂ ଭୁବନେଶ୍ୱରର ୪ଟି ସ୍ଥାନରେ ଏବି ଚଢାଉ ଚାଲିଛି। ସେହିପରି ବାରିପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଚଢାଉ ଚାଲିଥିବାର ଜଣାପଡିଛି। ବାରିପଦା ଇଂଜିନିୟରିଂ କଲେଜ ଜମି ଦୁର୍ନିତି ନେଇ ଏହି ଚଢାଉ କରାଯାଇଥିବାର ଜଣାପଡିଛି। ପୂର୍ବରୁ ଏହି ଜମି ପାଇଁ ପ୍ରାୟ 30 କୋଟି ଟଙ୍କା ଦୁର୍ନିତି ହୋଇଥିବାର ଅଭିଯୋଗ ରହିଛି। କଡା ସୁରକ୍ଷା ଭିତରେ ଏହି ଚଢାଉ ଚାଲିଛି।

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ସୁପ୍ରିମକୋର୍ଟ ୬ ବର୍ଷ ପୁରୁଣା ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। ଏଥିସହିତ ତୁରନ୍ତ ଏହା ମାଧ୍ୟମରେ ଦାନ ନେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଏହି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୨୦୧୯ରୁ ଆଜି ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ। ଆୟକର ଆଇନର ଧାରା ୧୩୯ ଦ୍ୱାରା ସଂଶୋଧିତ ଧାରା ୨୯(୧)(ସି)କୁ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଉଲ୍ଲଂଘନ କରିଛି ଏବଂ ଅର୍ଥ ଆଇନ, ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩(ବି)ର ଉଲ୍ଲଂଘନ କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିବା ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ…

Read More

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକରେ ଲାଗିରହିଥିବା ବହୁଦିନର ବିଭିନ୍ନ ସମସ୍ୟା ଓ ହାଉସ ସର୍ଜନ ଭତ୍ତା ବୃଦ୍ଧି ପାଇଁ ଗତ କାଲି ଏକ ଆୟୁଷ ଡାକ୍ତର ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ଓ ରାଜ୍ୟ ସରକାର ଙ୍କ ଆୟୁଷ ନିର୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଛନ୍ତି। ଆୟୁଷ ଡାକ୍ତର ପ୍ରତିନିଧି ଦଳ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁମିତ୍ରା ସେନାପତି ଙ୍କୁ ଦାବୀ ପତ୍ର ପ୍ରଦାନ କରି ବହୁ ଦିନରୁ ଲାଗିରହି ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସର୍ବ ଭାରତୀୟ ପରୀକ୍ଷା ନିଟ ମାଧ୍ୟମରେ ରାଙ୍କ କାର୍ଡ ପାଇ ଉତ୍ତୀର୍ଣ୍ଣ ପରେ ଏମ ବି ବି ଏସ, ବି ଡ଼ି ଏସ, ବି ଏଚ ଏମ ଏସ ଓ ବି ଏମ ଏସ ଏଚ…

Read More

ଭୁବନେଶ୍ବର: ଗତକାଲି ସଂଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସାକ୍ଷାତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଭୁବନେଶ୍ବରସ୍ଥିତ ପ୍ରଦୀପଙ୍କ ସରକାରୀ ବାସଭବନରେ ମନମୋହନ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତକୁ ନେଇ ମନମୋହନ କହିଛନ୍ତି ଯେ, ଅଶ୍ବିନୀ ବୈଷ୍ଣବଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିବାକୁ ଆସିଥିଲେ। ହେଲେ ପ୍ରଦୀପ ପରୋକ୍ଷରେ ବିଜେପିରେ ମିଶୁଛନ୍ତି ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ଲୋକେ ସବୁଜ ରଂଗ ଦେଖିଲେଣି, ଧଳ ମଧ୍ୟ ଦେଖିସାରିଛନ୍ତି। ଏବେ ଗେରୁଆ ଦେଖିବା ପାଇଁ ଲୋକଙ୍କର ଆଗ୍ରହ ଅଛି। ସେହିପରି ସେ କହିଛନ୍ତି ଯେ, ବହୁ ବର୍ଷ ହେଲା ବିଜେଡି ବିଜେପି ପାଖରେ ସମର୍ପିତ ହୋଇଯାଇଛି। ଏହି କାରଣରୁ ବିଜେପିକୁ ବିଜେଡି ସମର୍ଥନ ଦେବାକୁ ବାଧ୍ୟ ବୋଲି ପ୍ରଦୀପ କହିଛନ୍ତି।

Read More

ଭୁବନେଶ୍ଵର: ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି। ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି। ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ। କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି। କେତେ ଦିନରେ ଦରଖାସ୍ତର ସମାଦାନ ହେଉଛି। ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏମିତି ତୀର୍ଯ୍ୟକ ମନ୍ତବ୍ୟ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଂଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଂଜୁରୀପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଂଜୁରୀପତ୍ର ଆଜି ପ୍ରଦାନ କରାଯାଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲାର ଚାରୋଟି ସ୍ଥାନ-…

Read More

ଭୁବନେଶ୍ୱର: ଗଂଜାମର ଶେରଗଡ ଓ ଶୀତଳାପଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମବେତ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ। ଏହି ୭ ଟି ପ୍ରଶ୍ନରେ ହିଁ ଓଡିଶାର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡୁଛି। ଏ ସରକାର ଯେ, ଲୋକଙ୍କ ସରକାର ତାହା ମଧ୍ୟ ଏଇ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଶେରଗଡ ଓ ଶିତଳାପଲ୍ଲୀରେ ଆୟୋଜିତ ସାଧାରଣ ସଭାରେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ଥିଲେ ଯେ, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରାଶି କେତେ ?ସମବେତ ଜନତା ଏହାର ଉତ୍ତରରେ କହିଥିଲେ ଯେ, ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫ ହଜାର…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ ୧୮୧.୭୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୧୩୬.୭୮ କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ଶୀତଳାପଲ୍ଲୀଠାରେ ୬୩୯.୮୧ କୋଟି ଟଙ୍କା ମୂଲ୍ୟର ୨୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୨୯୯୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶେରଗଡ଼ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିଣତ…

Read More

ଭୁବନେଶ୍ବର: ରାଷ୍ଟ୍ରୀୟ ବିଜେପି ସଭାପତି ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଆଜି ଓଡିଶା ବିଜେପିର ଚାରୋଟି କମିଟ ଗଠନ ହୋଇଛି। ସେଗୁଡିକ ହେଲା କୋର କମିଟ, ନିର୍ବାଚନ କମିଟ, ଅର୍ଥ କମିଟ ଏବଂ ଶୃଙ୍ଖଳା କମିଟ। କୋର କମିଟରେ ସଭାପତି ମନମୋହନ ସାମଲ ମୁଖ୍ୟ ଥିବା ବେଳେ ଯେଉଁମାନେ ଅଛନ୍ତି ସେମାନେ ହେଲେ ସେହିପରି ନିର୍ବାଚନ କମିଟରେ ଅଛନ୍ତି 15 ଜଣ ସଦସ୍ୟ। ଏଥିରେ ତିନିଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ମଧ୍ୟ ନିଆଯାଇଛି। ସେମାନେ ହେଲେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସହିତ ଆଉ ଦୁଇ ନିର୍ବାଚନ ପ୍ରଭାରୀ। ତେବେ ଏହି କମିଟରେ ମଧ୍ୟ ରାଜ୍ୟ ସଭାପତି ମୁଖ୍ୟ ଅଛନ୍ତି। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲ.. ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ବିଜେପି ଗଠନ କରିଛି ଅର୍ଥ କମିଟ। ଏହି କମିଟର ମୁଖ୍ୟ ଅଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏଥିସହିତ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ…

Read More

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’। ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ…

Read More

ଭୁବନେଶ୍ୱର: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି। ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ। ଶ୍ରୀମତୀ ସାହୁ ଓ ଶ୍ରୀମତୀ ଆଲାମ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତୀକରଣକୁ ନେଇ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫…

Read More