ଘୋଷଣା ହେଲା ନିର୍ବାଚନ ତାରିଖ!! ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଏହି ଖବରଟି ସତରେ କଣ ?

Published: Feb 24, 2024, 3:00 pm IST

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ ଅନେଇ ରହିଛି କେବେ ନିର୍ବାଚନ ହେବ। ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି, ସେଠାକାର ଲୋକେ ଆହୁରି ଉତ୍ସୁକୁତ। ସମସ୍ତେ ବର୍ତ୍ତମାନ ଟିଭି, ଖବର କାଗଜ ତଥା ଡିଜିଟାଲ ମିଡିଆକୁ ଅନେଇ ରହିଛନ୍ତି।

କେବେ ନିର୍ବାଚନ ହେବ ତାହା ତ ଦୂରର କଥାନ ହେଲେ କେବେ ଘୋଷଣା ହେବ ତାହାକୁ ନେଇ ମଧ୍ୟ ସମସ୍ତେ ଅପେକ୍ଷାରେ ଅଛନ୍ତି। ତେବେ ଲୋକଙ୍କ ଭିତରେ ଏପରି ଆଗ୍ରହକୁ ଦେଖି କେତେକ ସାଇବର ଦଲାଲ ଆରମ୍ଭ କରିଦେଇଛନ୍ତି ବେପାର। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ କେବେ ନିର୍ବାଚନ ହେବ ତାହାର ଏକ ଲିଷ୍ଟ ଭାଇରାଲା ହେବାରେ ଲାଗିଛି।

ଏଥିରେ ଭାରତ ନିର୍ବାଚନ କମିଶନରଙ୍କ ଲୋଗୋ ସହିତ ଏହି ତାଲିକା ପ୍ରକାଶ ପାଇଛି। ଯାହାକୁ ନେଇ ଭାରତୀୟ ନିର୍ବାଚନ କମିଶନର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ବିଜ୍ଞପ୍ତି ମାଧ୍ୟମରେ କମିଶନର ଅଫିସରୁ ଏହା ଫେକ୍ ବୋଲି କୁହାଯାଇଛି। ତେବେ ଏପରି ବିଭ୍ରାନ୍ତ ଖବର କିଏ ପୋଷ୍ଟିଂ କଲା ତାହା ତଦନ୍ତ କରାଯିବ ବୋଲି ଜଣାପଡିଛି।

Related posts