ଲମ୍ବା ଛୁଟିରେ ଗଲେ ବିଏମସି କମିଶନର, ଅତିରିକ୍ତ ଦାୟିତ୍ବରେ ରାଜେଶ ପ୍ରଭାକର ପାଟିଲ

Published: Feb 24, 2024, 5:59 pm IST

ଭୁବନେଶ୍ବର: ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ବିବାଦୀୟ ହୋଇ ପଡିବା ପରେ ଆଜି ଏକ ଲମ୍ବା ଛୁଟିରେ ଯାଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଅନ୍ୟତମ ଆଇଏଏସ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ବ ଦିଆଯାଇଛି। ଏପରି ପରିସ୍ଥିତିକୁ ନେଇ ବର୍ତ୍ତମାନ ଭୁବନେଶ୍ବରରେ ବେଶ ଚର୍ଚ୍ଚା ଜାରୀ ରହିଛି।

ଗତକାଲି କୁଲାଙ୍ଗେ ଭୁବନେଶ୍ବରର କରର୍ପୋରେଟର, ଡେପୁଟି ମେୟର ଏବଂ ମେୟରଙ୍କ ବୈଠକ ଖର୍ଚ୍ଚ ବୃଦ୍ଧି କରିଥିଲେ। ସେହି ଅନୁସାରେ କର୍ରପୋରେଟରମାନେ ପୂର୍ବରୁ ଗୋଟିଏ ବୈଠକରେ ଯୋଗଦେବା ପାଇଁ 700 ପାଉଥିବା ବେଳେ ଗତକାଲି ତାହାକୁ  10 ହଜାରକୁ ବୃଦ୍ଧି କରିଥିଲେ। ସେହିପରି ଡେପୁଟି ମେୟରଙ୍କର 25 ହଜାର ଏବଂ ମେୟରଙ୍କର 50 ହଜାର ବୃଦ୍ଧି କରାଯାଇଥିଲା।

ହେଲେ ସଂଧ୍ୟାରେ ନିଜେ ବିଏମସି କମିଶନର କୁଲାଙ୍ଗେ ଏହା ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହା ବିଏମସିର ଏକ ପ୍ରସ୍ତାବ ଥିଲା। ସରକାରଙ୍କ ଅନୁମୋଦନ ପରେ ଘୋଷଣା କରାଯିବ। ତେବେ ତାହାକୁ ସାଧାରଣରେ କେହି ଗ୍ରହଣ କରି ନ ଥିଲେ। ଏହାପଛରେ କିଛି ରାଜନୀତି ରହିଛି ବୋଲି ଚର୍ଚ୍ଚା ଚାଲିଲା।

ତେବେ ସାଧାରଣ ପ୍ରଶାସନ ବିଭାଗରୁ ଏ ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ କୁହାଯାଇଛି ଯେ, କୁଲାଙ୍ଗେ ଶୁକ୍ରବାର ଦିନ ଛୁଟି ଆବେଦନ କରିଥିଲେ। ତାହାକୁ ସରକାର ବିଚାର କରି ଛୁଟି ମଂଜୁର କରିଛନ୍ତି। ତାଙ୍କ ବଦଳରେ ରାଜେଶ ପ୍ରଭାକର ପାଟିଲଙ୍କୁ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

Related posts