Categories
ଆଜିର ଖବର ରାଜ୍ୟ ଖବର

ତରବରିଆ ଭାବେ ବିଏମସି କମିଶନର ଦାୟିତ୍ବ ଗ୍ରହଣ କଲେ ରାଜେଶ ପ୍ରଭାକର ପାଟିଲ

ଭୁବନେଶ୍ବର: ବିଏମସି କମିଶନର ଭାବେ ଅତିରିକ୍ତ ଦାୟିତ୍ବ ନେବା ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଦାୟିତ୍ବ ନେଇଛନ୍ତି ରାଜେଶ ପ୍ରଭାକର ପାଟିଲ। ସେ ଆଜି ଅପରାହ୍ନରେ ବିଏମସି ଅଫିସରେ ପ୍ରବେଶ କରି କମିଶରଙ୍କ ଚଉକିରେ ବସିଥିଲେ। କର୍ମଚାରୀମାନେ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ।

ବିଏମସି କମିସନର ବିଜୟ ଅମୃତ କୁଳାଙ୍ଗେ ଗତକାଲି କରର୍ପୋରେଟ ଏବଂ ମେୟରଙ୍କ ବୈଠକ ଭତ୍ତା ବୃଦ୍ଧି କରି ବିବାଦୀୟ ହୋଇପଡିଥିଲେ। ସକାଳେ ସେ ଏ ସଂପର୍କରେ ଘୋଷଣା କରିବା ପରେ ସଂଧ୍ୟାରେ ତାହାକୁ ପ୍ରତ୍ୟାହାର କରିଥିଲେ।

ଏହାପରେ ସେ ଏକ ମାସ ଛୁଟିରେ ଯିବା ପାଇଁ ଆବେଦନ କରିଥିଲେ। ଆଜି ତାଙ୍କର ଛୁଟି ମଂଜୁରୀ ହେବା ସହିତ ନୂଆ ଅତିରିକ୍ତ କମିଶନରଙ୍କୁ ତୁରନ୍ତ ଦାୟିତ୍ବ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଲମ୍ବା ଛୁଟିରେ ଗଲେ ବିଏମସି କମିଶନର, ଅତିରିକ୍ତ ଦାୟିତ୍ବରେ ରାଜେଶ ପ୍ରଭାକର ପାଟିଲ

ଭୁବନେଶ୍ବର: ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ବିବାଦୀୟ ହୋଇ ପଡିବା ପରେ ଆଜି ଏକ ଲମ୍ବା ଛୁଟିରେ ଯାଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଅନ୍ୟତମ ଆଇଏଏସ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ବ ଦିଆଯାଇଛି। ଏପରି ପରିସ୍ଥିତିକୁ ନେଇ ବର୍ତ୍ତମାନ ଭୁବନେଶ୍ବରରେ ବେଶ ଚର୍ଚ୍ଚା ଜାରୀ ରହିଛି।

ଗତକାଲି କୁଲାଙ୍ଗେ ଭୁବନେଶ୍ବରର କରର୍ପୋରେଟର, ଡେପୁଟି ମେୟର ଏବଂ ମେୟରଙ୍କ ବୈଠକ ଖର୍ଚ୍ଚ ବୃଦ୍ଧି କରିଥିଲେ। ସେହି ଅନୁସାରେ କର୍ରପୋରେଟରମାନେ ପୂର୍ବରୁ ଗୋଟିଏ ବୈଠକରେ ଯୋଗଦେବା ପାଇଁ 700 ପାଉଥିବା ବେଳେ ଗତକାଲି ତାହାକୁ  10 ହଜାରକୁ ବୃଦ୍ଧି କରିଥିଲେ। ସେହିପରି ଡେପୁଟି ମେୟରଙ୍କର 25 ହଜାର ଏବଂ ମେୟରଙ୍କର 50 ହଜାର ବୃଦ୍ଧି କରାଯାଇଥିଲା।

ହେଲେ ସଂଧ୍ୟାରେ ନିଜେ ବିଏମସି କମିଶନର କୁଲାଙ୍ଗେ ଏହା ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହା ବିଏମସିର ଏକ ପ୍ରସ୍ତାବ ଥିଲା। ସରକାରଙ୍କ ଅନୁମୋଦନ ପରେ ଘୋଷଣା କରାଯିବ। ତେବେ ତାହାକୁ ସାଧାରଣରେ କେହି ଗ୍ରହଣ କରି ନ ଥିଲେ। ଏହାପଛରେ କିଛି ରାଜନୀତି ରହିଛି ବୋଲି ଚର୍ଚ୍ଚା ଚାଲିଲା।

ତେବେ ସାଧାରଣ ପ୍ରଶାସନ ବିଭାଗରୁ ଏ ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ କୁହାଯାଇଛି ଯେ, କୁଲାଙ୍ଗେ ଶୁକ୍ରବାର ଦିନ ଛୁଟି ଆବେଦନ କରିଥିଲେ। ତାହାକୁ ସରକାର ବିଚାର କରି ଛୁଟି ମଂଜୁର କରିଛନ୍ତି। ତାଙ୍କ ବଦଳରେ ରାଜେଶ ପ୍ରଭାକର ପାଟିଲଙ୍କୁ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସ୍ଥାନାନ୍ତରିତ ହେବନି ମାଷ୍ଟର କ୍ୟାଣ୍ଟିନ ଘୋଡା: ରାଜଭବନ ଛକକୁ ନେବା ପାଇଁ ହୋଇଥିଲା ନିଷ୍ପତ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ଆଉ ଯୋଦ୍ଧା ସ୍ଥାନାନ୍ତରିତ ହେବ ନାହିଁ। ଏହି ଐତିହାସିକ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏନେଇ ବିରୋଧୀ ତଥା କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।

ତେବେ ବିରୋଧ ପରେ ଓଡିଶାର ସଂସ୍କୃତିର ପ୍ରତୀକ ଘୋଡାକୁ ରାଜ୍ୟ ସରକାର ସ୍ଥାନାନ୍ତରିତ କରିବା ନିଷ୍ପତ୍ତିକୁ ବଦଳାଇଛନ୍ତି,। ପୂର୍ବପରି ସେହି ସ୍ଥାନରେ ଘୋଡା ଆଉ ଯୋଦ୍ଧା ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୁବ ଶିଘ୍ର ଭୁବନେଶ୍ବରରେ ବଢିବ କୋଭିଡ ହସପିଟାଲର ଶଯ୍ୟା ସଂଖ୍ୟା, ବିଏମସି କମିଶନର

ଭୁବନେଶ୍ବର, ଭୁବନେଶ୍ଵର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂହ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି । ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି । ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି ।

ଏକାକୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟୀକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି । ଏହି ବରିଷ୍ଠ ନାଗରିକମାନେ ୧୯୨୯ ର ସାହାଯ୍ୟ ନେଇପାରିବେ । ସେମାନଙ୍କ ଠାରୁ ମୋବାଇଲ ଭ୍ୟାନ ମାଧ୍ୟମରେ ସ୍ଵାବ ସଂଗ୍ରହ କରାଯିବ ଏବଂ ଟୀକାକରଣ ନିମନ୍ତେ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି କମିଶନର କହିଥିଲେ । ଏହି ବ୍ୟବସ୍ଥା ଆସନ୍ତା ସୋମବାର ଠାରୁ କାର‌୍ୟ୍ୟକାରୀ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି ।

ଏହା ବ୍ୟତୀତ ଭୁବନେଶ୍ଵରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବାର ବ୍ୟବସ୍ଥା କରାଯାଉଛି । ୧୯୨୯ କଲ୍ ସେଣ୍ଟର ବ୍ୟବସ୍ଥାକୁ ୨୪ ଢ ୭ ଭିତ୍ତିରେ ଅଧିକ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ଵର ଜନସାଧାରଣ ଏହି କଲ୍ ସେଣ୍ଟର ସେବାର ସୁଯୋଗ ନେବାକୁ ବି ଏମ ସି କମିଶନର କହିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ପୁରା ଆକ୍ସନ ମୁଡରେ ନୂଆ ବିଏମସି କମିସନର ସଂଜୟ ସିଂ, କର୍ମଚାରୀମାନେ ଛାନିଆ

ଭୁବନେଶ୍ବର, ବରିଷ୍ଠ ଆଇଏଏସ ଅଫିସର ସଂଜୟ ସିଂ ଭୁବନେଶ୍ବର ମହାନଗରର କମିଶନର ଭାବେ ଯୋଗ ଦେବା ପରେ ଆକ୍ସନ ମୁଡରେ ତାଙ୍କର କାମ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ସେ ବିଭିନ୍ନ ସ୍ଥାନ ତଦାରଖ କରିଥିବା ବେଳେ କେତେକ ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଯେଉଁଠି କିଛି ଅସୁବିଧା ଦୃଷ୍ଟିକି ଆସିଛି ତାହାର ତୁରନ୍ତ ଅନ ସ୍ପଷ୍ଟ ସମାଧାନ ମଧ୍ୟ କରିବାରେ ଲାଗିଛନ୍ତି।

ଆଜି କମିଶନରଙ୍କ ତତ୍ବାବଧାନରେ କୋଭିଡ ଆକ୍ରାନ୍ତଙ୍କୁ ତୁରନ୍ତ ହସପିଟାଲ ନେବା ପାଇଁ ଆମ୍ବୁଲାନସ ବ୍ୟବସ୍ଥାର ତଦାରଖ କରିଥିଲେ। ବର୍ତ୍ତମାନ 64ଟି ଆମ୍ବଲାନସ ମଧ୍ୟରୁ 40ଟିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା ରହିଛି। ଅନ୍ୟଗୁଡିକ ତୁରନ୍ତ ଜିପିଏସ ଟ୍ରାକିଂ ବ୍ୟବସ୍ଥାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆକ୍ରାନ୍ତଙ୍କ ସ୍ଥାନାନ୍ତର ସୁବିଧା ହୋଇପାରିବ।

ସେହିପରି କମିଶନର ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ରକୁ ମଧ୍ୟ ତଦାରଖ କରିବା ପାଇଁ ଯାଇଥିଲେ।  ଏଥିରେ ସେ  ୟୁନିଟ-2/3/4 ରେ ଥିବା ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର, ଜୟଦେବ ବିହାରରେ ଥିବା ଲୟାଲ ସ୍କୁଲ ଟିକା କେନ୍ଦ୍ର ବୁଲି ଦେଖିଥିଲେ। ଏଥିରେ ସେମାନେ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ କେତେ ଟିକା ମହଜୁଦ ଅଛି ତାହା ପଚାରି ବୁଝିଥିଲେ।

ବର୍ତ୍ତମାନ କୋଭିଡ ମୃତକଙ୍କ ଶବସତ୍କାର ସମସ୍ୟାକୁ ମଧ୍ୟ କମିଶନର ସଂଜୟ ସିଂ ତଦାରଖ କରିଥିଲେ। ଏଥିରେ ସେ ପଟିଆ ଯାଇ ସେଠାରେ ନିର୍ମାଣଧିନ ନୂତନ ଶ୍ମଶାନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହା ବହୁଦିନ ଧରି କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେଥିପାଇଁ ନିର୍ମାଣକାରୀଙ୍କୁ ଆସନ୍ତା 25 ତାରିଖ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଶ୍ମଶାନରେ ପ୍ରଥମ ଥର ପାଇଁ ଗ୍ୟାସ ଚୁଲାର ବ୍ୟବସ୍ଥା କରାଯାଉଛି। ଫଳରେ ମୃତକଙ୍କୁ ଶିଘ୍ର ସତ୍କାର କରାଯାଇପାରିବ। ମୃତକକଙ୍କ ପରିବାର ଶବ ସତ୍କାର ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ହ୍ରାସ ପାଇବ। ସେହିପରି ଭରତପୁରରେ ଏକ ଶ୍ମଶାନ ନିର୍ମାଣ ପାଇଁ ଏକ ଏନଜିଓ ସହିତ ମଧ୍ୟ ବୁଝାମଣା କରାଯାଇଛି।

ତେବେ ତାଙ୍କର ଯେଉଁଦିନ ବଦଳ ହୋଇଥିଲା, ସେହିଦିନ ସେ କୋଭିଡ କଲ ସେଣ୍ଟର ପରିଦର୍ଶନ କରି ସେଠାରେ କିପରି କାର୍ଯ୍ୟ ହେଉଛି ତାହାର ତଦାରଖ କରିଥିଲେ। ବର୍ତ୍ତମାନ ନୂଆ କମିଶନରଙ୍କ ଏପରି ଆକ୍ସନ ମୁଡରେ କାର୍ଯ୍ୟ ଦେଖି ବିଏମସି ଅଫିସରମାନେ ଛାନିଆ ହୋଇପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଜୀକରଣ ବିନା ଟୀକାକରଣ କେନ୍ଦ୍ରକୁ ଯିବା ଲାଗି ବାରଣ କଲେ ବିଏମସି କମିଶନର

ଭୁବନେଶ୍ବର: ଟୀକାକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ଟୀକା କେନ୍ଦ୍ରକୁ ନଯିବା ପାଇଁ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଫଳରେ ଟୀକା କେନ୍ଦ୍ରରେ ଅଯଥାରେ ଗହଳି ହେଉଛି। ଯଦ୍ୱାରା ଲୋକ ମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ରହୁନି।

ବର୍ତ୍ତମାନ ୨୬ ଟି କେନ୍ଦ୍ରରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ଭିଡ କମାଇବା ପାଇଁ ଆଗକୁ ଟୀକା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଛି। ତେଣୁ ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ସେମାନେ ପଞ୍ଜୀକରଣ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜଧାନୀରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଦିଆଯାଉଛି ଗୁରୁତ୍ୱ: ବିଏମସି କମିଶନର

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଏମସି ଅଞ୍ଚଳରୁ କ୍ରମାଗତ ଭାବେ ୧୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଏବେ ରାତ୍ରୀକାଳୀନ କର୍ଫ୍ୟୁ କିମ୍ବା ଲକଡାଉନ କଟକଣା ଉପରେ ଚିନ୍ତା କରାଯାଉନାହିଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନ ଆକ୍ରାନ୍ତ ହେଉଥିବାରୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ଯାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ସଂକ୍ରମଣକୁ ରୋକିବା ଦିଗରେ ବିଏମସି କାର୍ଯ୍ୟ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି। ସେଥିପାଇଁ ଭୁବନେଶ୍ଵରସ୍ଥିତ ସମ ହସ୍ପିଟାଲର ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ କଟକଣା: ଆଜି ସନ୍ଧ୍ୟାରୁ ଭୁବନେଶ୍ବରର ଜନଗହଳି ଅଞ୍ଚଳରେ ଆରମ୍ଭ ହେବ ଚଢାଉ

ଭୁବନେଶର: ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମାର୍କେଟ ଓ ଜନଗହଳି ଅଞ୍ଚଳରେ ଚଢାଉ ଆରମ୍ଭ କରାଯିବ। ମହାନଗରରେ କୋଭିଡ଼ କଟକଣାକୁ କଡାକଡି କରାଯିବ। ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଏସବୁ ଉପରେ ନଜର ରଖାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

ତେବେ ଭୁବନେଶର ସ୍ଥିତ ଏକ୍ସଆଇଏମବିରୁ ୨୦୪ ଟି ନମୁନା ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ୨୦୧ ଟି ନେଗେଟିଭ ଆସିଛି। ଶିକ୍ଷାନୁଷ୍ଠାନ ଉପରେ ବିଶେଷ ନଜର ରଖାଯାଇଛି। ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦିଆଯାଉଛି, ଅବିରତ ଟେଷ୍ଟିଂ କରାଯାଉଛି ବୋଲି କମିଶନର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି କମିଶନରଙ୍କ ୱାର୍ଡ ନଂ ୩୬ ପରିଦର୍ଶନ ଓ ଆଲୋଚନା

ଭୁବନେଶ୍ୱର: ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧୁରୀ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗର, ଏଜି କଲୋନୀ, ୟୁନିଟ ୪ ହାଟ ଓ ଏମଏଲଏ କଲୋନି ଅଂଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ ଚୋୖଧୁରୀ ୱାର୍ଡର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ଅଂଚଳର ନାଗରିକଙ୍କ ସମସ୍ୟା ପରିପ୍ରେକ୍ଷୀରେ ଵିସ୍ତୃତ ଆଲୋଚନା କରିଥିଲେ। ୱାର୍ଡର ସମସ୍ତ ସମସ୍ୟାକୁ ସେ ବୁଝିଥିଲେ ଏବଂ ଏହାର ଆଶୁ ସମାଧାନ ନିମନ୍ତେ ବିଏମସି ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆଜିର ଏହି ପରିଦର୍ଶନ ବେଳେ ଶ୍ରୀ ଚୋୖଧୁରୀ ସର୍ବପ୍ରଥମେ ମଧୁସୂଦନ ନଗର ସ୍ଥିତ ବିବେକାନନ୍ଦ ବିଦ୍ୟାଳୟଠାରେ ପହଞ୍ଚିଥିଲେ। ଏଠାରେ ୩୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ବରେ ୱାର୍ଡର ବରିଷ୍ଠ ନାଗରିକ, ମହିଳା ସ୍ବେଛାସେବୀ ଓ ନାଗରିକବୃନ୍ଦ ଶ୍ରୀ ଚୋୖଧୁରୀଙ୍କୁ ସ୍ୱାଗତ ଜଣାଇଥିଲେ। ଦୀର୍ଘ ଦିନ ଧରି ଅଂଚଳର ପ୍ରମୁଖ ସମସ୍ୟା ଯଥା ଭୂଗର୍ଭସ୍ଥ ପୟପ୍ରଣାଳୀ ଓ ବର୍ଷାଜଳ ନିଷ୍କାସନ ବିଷୟରେ ଅଞ୍ଚଳବାସୀ କମିଶନରଙ୍କୁ ଅବଗତ କରାଇଥିଲେ। ଏହି ସମସ୍ୟାର ଆଶୁ ସମାଧାନ ଦିଗରେ ନିକଟସ୍ଥ ବିଡ଼ିଏ ସିଟି ସେଣ୍ଟର ମଧ୍ୟରେ ଖୁବ ଶୀଘ୍ର ଜଳ ଓ ମଳ ନିଷ୍କାସନ ନିମନ୍ତେ କାର୍ଯ୍ୟାରମ୍ଭ ପାଇଁ ଉପସ୍ଥିତ ଯନ୍ତ୍ରୀଙ୍କୁ ଖସଡ଼ା ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଥିଲେ।

ଏହା ପରେ ଶ୍ରୀ ଚୋୖଧୁରୀ ସହରୀ ମଜୁରୀ ରୋଜଗାର ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟର ସମୀକ୍ଷା ସହ ୟୁନିଟ ୪ ପାର୍କ ଠାରେ ପ୍ରାଚୀର ଚିତ୍ରାଙ୍କନ ଓ ଏଜି କଲୋନି ଠାରେ ନୂତନ ଭାବେ ନିର୍ମିତ କ୍ଷୁଦ୍ର କ୍ରିୟାନ୍ବୟନ କେନ୍ଦ୍ର ପରିଦର୍ଶନ କରିଥିଲେ। ରାଜଧାନୀର ଅନ୍ୟତମ ପ୍ରମୁଖ ହାଟ ୟୁନିଟ ୪ ହାଟର ଉନ୍ନତିକରଣ ନିମନ୍ତେ ବିସ୍ତୃତ ଯୋଜନା ବନାଇବା ସହ ଏବଂ ଏହାକୁ ଏକ ବିଶ୍ୱସ୍ତରୀୟ ପରିବା ଓ ଆମିଷ ହାଟରେ ରୂପାୟନ ନିମନ୍ତେ ବିଡିଏ ଓ ବିଏମସିର ଏକ ସ୍ୱତନ୍ତ୍ର ଟିମ ହାଟ ଅଂଚଳର ସର୍ବେକ୍ଷଣ କରିବେ ବୋଲି କହିଥିଲେ। ଏହା ସହ ହାଟର ପ୍ରବେଶପଥକୁ ସଙ୍କୁଚିତ କରିଥିବା କେତୋଟି ବେଆଇନ ଦୋକାନ ଗୁଡିକୁ ତୁରନ୍ତ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଥିଲେ।

ଏହା ପରେ ଶ୍ରୀ ଚୌଧୁରୀ ଏମଏଲଏ କଲୋନୀ ସ୍ଥିତ ପ୍ୟାସନ କ୍ଲବ ଠାରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ୟାସନ କ୍ଲବ କ୍ରିକେଟ ପଡ଼ିଆର ଉନ୍ନତିକରଣ ଓ ଖେଳିବା ନିମନ୍ତେ ଉପଯୁକ୍ତ କିଟ ପ୍ରଦାନ ନିମନ୍ତେ ବିଏମସି ତରଫରୁ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ଚୋୖଧୁରୀ କହିଥିଲେ। ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ଉପ ଆୟୁକ୍ତ ଅଂଶୁମାନ ରଥ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କମିଶନର ଲିଲନ ପ୍ରସାଦ ସାହୁ, ନିର୍ବାହୀ ଯନ୍ତ୍ରୀ ଅସୀମ ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗୌତମ ଦାସ, ସହକାରୀ ଯନ୍ତ୍ରୀ ପ୍ରକାଶ ପ୍ରଧାନ, ପରିମଳ ବିଶେଷଜ୍ଞ ପବିତ୍ର ମୋହନ ପଣ୍ଡା, ୱାର୍ଡ ପର୍ଯ୍ୟବେକ୍ଷକ କ୍ଷେତ୍ରମୋହନ ଦାସ, ୱାର୍ଡ ଅଧିକାରୀ ମାନସ ମିଶ୍ର, ୱାର୍ଡ ଅଧିକାରୀ ପ୍ରଦୀପ ଡାକୁଆ ଓ ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିକ୍ଷୁକଙ୍କୁ ଆତ୍ମନିର୍ଭର କରାଇବ ବିଏମସି: ଚିହ୍ନଟ କରିବା ଲାଗି ବିଏମସି କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବିଏମସି ପକ୍ଷରୁ ଭିକ୍ଷୁକଙ୍କୁ ଆତ୍ମନିର୍ଭର କରିବା ନେଇ ନିଷ୍ପତ୍ତି ନିଆଯାଇଛି। ବିଏମସିରେ ଭିକ୍ଷୁକଙ୍କୁ ଭିକ୍ଷାବୃତ୍ତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମସିର ପ୍ରତି ଆଞ୍ଚଳିକ କାର୍ଯ୍ଯାଳୟରେ ଥାଇଥାନ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି।

ସେଥିପାଇଁ ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ବିଏମସି କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରାଯାଉଛି। ସେଠାରେ ସେମାନଙ୍କୁ ଆତ୍ମନିର୍ଭର ହେବା ନେଇ ପରାମର୍ଶ ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଂ ଚାଲାଣ

ଭୁବନେଶ୍ଵର: ଆଜିଠୁ ଭୁବନେଶ୍ବରରେ କିନ୍ନର ପାର୍କିଂ ଚାଲାଣ କାଟିବେ। ଟିଜି ସ୍ବୀକୃତିକୁ ସ୍ମାର୍ଟ ସିଟିରେ ୨ ଟି ପ୍ରମୁଖ ପାର୍କିଂ ଲଟ ହସ୍ତାନ୍ତର କରାଯାଇଛି। ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ଆଜି ରାଜମହଲ ଛକରେ ବିଏମସି କମିଶନର ଏହାକୁ ଉଦଘାଟନ କରିଛନ୍ତି।

ଟିଜି ସ୍ବୀକୃତିକୁ ହସ୍ତାନ୍ତର ହୋଇଥିବା ଦୁଇଟି ପାର୍କିଂ ଲଟ୍

(ପ୍ରଥମ ପାର୍କିଂ ଲଟ୍)

ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ। ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍‌ସି, ରୟାଲ ମିଡ୍‌ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ।

(ଦ୍ବିତୀୟ ପାର୍କିଂ ଲଟ୍)

ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା-

ହୋଟେଲ୍ ସ୍ବସ୍ତି ବୀପରିତ ପାର୍ଶ୍ବରେଥିବା ଖାରବେଳ ନଗରର ସ୍ଥାନ, ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ, ନରୁଲା ଜେନେରାଲ୍ ଷ୍ଟାର୍ ସମୁଖରୁ ପିସି ଚାନ୍ଦ ପର୍ଯ୍ୟନ୍ତ ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କଂ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ ଏବଂ ହୋଟେଲ୍ କେଶରୀ ସମୁଖସ୍ଥ ଖାରବେଳ ନଗର ଅନ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ, ଆଗାମୀ ମାସେ ସତର୍କ ରହିବାକୁ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ବର, ରାଜଧାନୀରେ ବର୍ତ୍ତମାନ କୋଭିଡ19 ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ଆଗାମୀ ଏକ ମାସ ପାଇଁ ଆମକୁ ସତର୍କ ହୋଇ ରହିବାକୁ ପଡିବ। ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ।

ତେବେ ବର୍ତ୍ତମାନ ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି ବୋଲି କମିଶନର କହିଛନ୍ତି। ଏହାର କାରଣ ହେଲା ଅନ୍ୟାନ୍ୟ ସହର ତୁଳନାରେ ଭୁବନେଶ୍ବରରେ ସଂକ୍ରାମଣ ହାର କମ ରହିଛି। କମିଶନର ପ୍ରେମଚାନ୍ଦ ଦେଶର କେତେକ ବଡ ବଡ ସହରର ଆଣ୍ଟିବଡି ଗ୍ରାଫ୍ ପ୍ରଦାନ କରିଥିଲେ। ସେହି ଅନୁସାରେ ବିଭିନ୍ନ ସହରରେ ଆଣ୍ଟିବଡି ପ୍ରତିଶତ ହେଲା

ବ୍ରହ୍ମପୁର-31%

ପୁନେ-55 %

ମୁମ୍ବାଇ-40%

ଅହମ୍ମଦାବାଦ-20%   ଆଣ୍ଟିବଡି ରହିଛି

ବର୍ତ୍ତମାନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ସେଥିପାଇଁ କେହି ଭୟଭିତ ହେବାର ଆବଶ୍ୟକ ନାହିଁ। ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସପିଟାଲରେ ଯଥେଷ୍ଠ ସଂଖ୍ୟାରେ ବେଡ ଖାଲି ଅଛି। ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। 15 ଦିନ ତଳେ ମାତ୍ର 15 ହଜାର ଟେଷ୍ଟିଂ କରାଯାଉଥିବା ବେଳେ ବର୍ତ୍ତମାନ ତିନି ହଜାର ଟେଷ୍ଟିଂ କରାଯାଉଛି।

ସେହିପରି କୋଭିଡ ନମୂନା ସଂଗ୍ରହ ପାଇଁ ରାଜଧାନୀରେ 8 ରୁ 9ଟି କେନ୍ଦ୍ର କରାଯାଇଥିବା ବେଳେ ଟେଷ୍ଚିଂ 21ଟି ପିଏଚସି ଓ ସିଏଚସିରେ କରାଯାଉଛି। ଅନ୍ୟପକ୍ଷରେ କୋଭିଡ ମୁକାବିଲା ପାଇଁ ରାଜଧାନୀରେ 50 ଜଣ ଏଏସଓଙ୍କୁ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ପ୍ରକାରର ଡାଟା ସଂଗ୍ରହ ପାଇଁ ମଧ୍ୟ 15 ଜଣ ଡାଟା ଇଣ୍ଟ୍ରିଂ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କମିଶନର କହିଛନ୍ତି। ତେବେ ଆଉ ଏକ ମାସ ପାଇଁ ସତର୍କତା ସହିତ ରହିବାକୁ ପଡିବ ବୋଲି ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ଛଅ ହଜାର ସାତ ଶହ ବାଇଶ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ହଜାର ଛଅ ଶହ ଅଠର ଜଣ ରୋଗୀ ସକ୍ରିୟ ଅଛନ୍ତି। ହୋମ କ୍ବାରଣ୍ଟାଇନରେ ରାଜଧାନୀରେ ଛଅ ଶହ ପଞ୍ଚସ୍ତରୀ ଜଣ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ 33 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।