ଖୁବ ଶିଘ୍ର ଭୁବନେଶ୍ବରରେ ବଢିବ କୋଭିଡ ହସପିଟାଲର ଶଯ୍ୟା ସଂଖ୍ୟା, ବିଏମସି କମିଶନର

Published: May 17, 2021, 2:18 am IST

ଭୁବନେଶ୍ବର, ଭୁବନେଶ୍ଵର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂହ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି । ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି । ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି ।

ଏକାକୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟୀକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି । ଏହି ବରିଷ୍ଠ ନାଗରିକମାନେ ୧୯୨୯ ର ସାହାଯ୍ୟ ନେଇପାରିବେ । ସେମାନଙ୍କ ଠାରୁ ମୋବାଇଲ ଭ୍ୟାନ ମାଧ୍ୟମରେ ସ୍ଵାବ ସଂଗ୍ରହ କରାଯିବ ଏବଂ ଟୀକାକରଣ ନିମନ୍ତେ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି କମିଶନର କହିଥିଲେ । ଏହି ବ୍ୟବସ୍ଥା ଆସନ୍ତା ସୋମବାର ଠାରୁ କାର‌୍ୟ୍ୟକାରୀ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି ।

ଏହା ବ୍ୟତୀତ ଭୁବନେଶ୍ଵରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବାର ବ୍ୟବସ୍ଥା କରାଯାଉଛି । ୧୯୨୯ କଲ୍ ସେଣ୍ଟର ବ୍ୟବସ୍ଥାକୁ ୨୪ ଢ ୭ ଭିତ୍ତିରେ ଅଧିକ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ଵର ଜନସାଧାରଣ ଏହି କଲ୍ ସେଣ୍ଟର ସେବାର ସୁଯୋଗ ନେବାକୁ ବି ଏମ ସି କମିଶନର କହିଥିଲେ ।

Related posts