ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ, ଆଗାମୀ ମାସେ ସତର୍କ ରହିବାକୁ ବିଏମସି କମିଶନରଙ୍କ ସୂଚନା

Published: Aug 22, 2020, 5:34 pm IST

ଭୁବନେଶ୍ବର, ରାଜଧାନୀରେ ବର୍ତ୍ତମାନ କୋଭିଡ19 ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ଆଗାମୀ ଏକ ମାସ ପାଇଁ ଆମକୁ ସତର୍କ ହୋଇ ରହିବାକୁ ପଡିବ। ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ।

ତେବେ ବର୍ତ୍ତମାନ ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି ବୋଲି କମିଶନର କହିଛନ୍ତି। ଏହାର କାରଣ ହେଲା ଅନ୍ୟାନ୍ୟ ସହର ତୁଳନାରେ ଭୁବନେଶ୍ବରରେ ସଂକ୍ରାମଣ ହାର କମ ରହିଛି। କମିଶନର ପ୍ରେମଚାନ୍ଦ ଦେଶର କେତେକ ବଡ ବଡ ସହରର ଆଣ୍ଟିବଡି ଗ୍ରାଫ୍ ପ୍ରଦାନ କରିଥିଲେ। ସେହି ଅନୁସାରେ ବିଭିନ୍ନ ସହରରେ ଆଣ୍ଟିବଡି ପ୍ରତିଶତ ହେଲା

ବ୍ରହ୍ମପୁର-31%

ପୁନେ-55 %

ମୁମ୍ବାଇ-40%

ଅହମ୍ମଦାବାଦ-20%   ଆଣ୍ଟିବଡି ରହିଛି

ବର୍ତ୍ତମାନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ସେଥିପାଇଁ କେହି ଭୟଭିତ ହେବାର ଆବଶ୍ୟକ ନାହିଁ। ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସପିଟାଲରେ ଯଥେଷ୍ଠ ସଂଖ୍ୟାରେ ବେଡ ଖାଲି ଅଛି। ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। 15 ଦିନ ତଳେ ମାତ୍ର 15 ହଜାର ଟେଷ୍ଟିଂ କରାଯାଉଥିବା ବେଳେ ବର୍ତ୍ତମାନ ତିନି ହଜାର ଟେଷ୍ଟିଂ କରାଯାଉଛି।

ସେହିପରି କୋଭିଡ ନମୂନା ସଂଗ୍ରହ ପାଇଁ ରାଜଧାନୀରେ 8 ରୁ 9ଟି କେନ୍ଦ୍ର କରାଯାଇଥିବା ବେଳେ ଟେଷ୍ଚିଂ 21ଟି ପିଏଚସି ଓ ସିଏଚସିରେ କରାଯାଉଛି। ଅନ୍ୟପକ୍ଷରେ କୋଭିଡ ମୁକାବିଲା ପାଇଁ ରାଜଧାନୀରେ 50 ଜଣ ଏଏସଓଙ୍କୁ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ପ୍ରକାରର ଡାଟା ସଂଗ୍ରହ ପାଇଁ ମଧ୍ୟ 15 ଜଣ ଡାଟା ଇଣ୍ଟ୍ରିଂ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କମିଶନର କହିଛନ୍ତି। ତେବେ ଆଉ ଏକ ମାସ ପାଇଁ ସତର୍କତା ସହିତ ରହିବାକୁ ପଡିବ ବୋଲି ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ଛଅ ହଜାର ସାତ ଶହ ବାଇଶ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ହଜାର ଛଅ ଶହ ଅଠର ଜଣ ରୋଗୀ ସକ୍ରିୟ ଅଛନ୍ତି। ହୋମ କ୍ବାରଣ୍ଟାଇନରେ ରାଜଧାନୀରେ ଛଅ ଶହ ପଞ୍ଚସ୍ତରୀ ଜଣ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ 33 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts