Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆରମ୍ଭ ହେଲା ସେରୋ ସର୍ଭେ, କେତେ ଆଣ୍ଟିବଡି ତିଆରି ହୋଇଛି ବାହାରିବ ରିପୋର୍ଟ

ଭୁବନେଶ୍ବର, ରାଜ୍ୟର 12 ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେରୋ ସର୍ଭେ ଆରମ୍ଭ କରାଯାଇଛି। ଟିକାକରଣ ପରେ ବର୍ତ୍ତମାନ ରାଜ୍ୟରେ କେତେ ଆଣ୍ଟିବଡି ତିଆରି ହୋଇଛି ତାହାର ରିପୋର୍ଟ ବାହାର କରାଯିବ। ସେହି ଅନୁସାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପରବର୍ତ୍ତି ପଦକ୍ଷେପ ନେବେ ବୋଲି ଜଣାପଡିଛି।

ଆରଏମଆରସି ତରଫରୁ ଏହି ସର୍ଭେ କରାଯାଉଛି। ଏଥିରେ ଯେଉଁ 12ଟି ଜିଲ୍ଲା ନିଆଯାଇଛି ସେଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୁରଭଂଜ, ସମ୍ବଲପୁର, ବାଲେଶ୍ବର, ଝାରସୁଗୁଡା, କେଉଁଝର, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ ନବରଂଗପୁର ଜିଲ୍ଲା ରହିଛି। ଏଥିର ଏହି ସର୍ଭେରେ ଯୁବକଙ୍କ ସହିତ ବୟସ୍କ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି।

ପୂର୍ବରୁ ଥରେ ଏହି ସର୍ଭେ କରାଯାଇଥିଲା। ଏଥିରେ ସେତେବେଳେ କେବଳ 18 ବର୍ଷରୁ ଅଧିକ ବୟସ୍କମାନଙ୍କୁ ସାମିଲ କରାଯାଇଥିଲା। ହେଲେ ଏଥର କମ ବୟସ୍କମାନଙ୍କୁ ଏଥିରେ ସାମିଲ କରାଯାଇଛି। ସେହିପରି ଏଥର ସାମ୍ପୁଲ ସାଇଜ ବଡ କରାଯାଇଛି। ଏଥର ଏହି 12ଟି ଜିଲ୍ଲାରୁ ସଂଗ୍ରହ ହେଲ 6 ହଜାର 680 ନମୂନା।

ଏହି ସର୍ଭେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ସାଧାରଣ ଲୋକଙ୍କ ସହିତ ସ୍ବାସ୍ଥ୍ୟ କର୍ମିଙ୍କ ନମୂନା ମଧ୍ୟ ନିଆଯିବ। ସ୍ବାସ୍ଥ୍ୟ କର୍ମିଙ୍କ ଠାରୁ 12 ଶହ ଏବଂ ସାଧାରଣ ଲୋକଙ୍କଠାରୁ 5 ହଜାର 480 ନମୂନା ସଂଗ୍ରହ କରାଯିବ। ଏଥିପାଇଁ 137ଟି କ୍ଲଷ୍ଟର କରାଯାଇ ପ୍ରତିଟିରେ 6 ଜଣ କର୍ମଚାରୀ ନିୟୋଜିତ ହେବେ।

ସେହିପରି ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେଉଛି ଏହି ସେରୋ ସର୍ଭେ କାର୍ଯ୍ୟକ୍ରମ। ରାଜଧାନୀର ପ୍ରାୟ 2ଶହ ଲୋକଙ୍କୁ ଏହି ସର୍ଭେରେ ସାମିଲ କରାଯିବ। ସେଥିପାଇଁ ବିଏମସି ତରଫରୁ 5 ୱାର୍ଡ ଚିହ୍ନଟ କରାଯାଇଛି। ଏଗୁଡିକ ହେଲା 8, 15, 32, 41, 63 ୱାର୍ଡରେ ଏହି ସର୍ଭେ କରାଯିବ। ଦୁଇଦିନ ମଧ୍ୟରେ ସମସ୍ତ ସର୍ଭେ ଶେଷ କରିବା ପାଇଁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଜପତି ଜିଲ୍ଲାରେ 65% ଆଣ୍ଟିବଡି

ଭୁବନେଶ୍ବର : ଗଜପତି ଜିଲ୍ଲାରେ ସେରୋ ସର୍ଭେ ନେଇ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି ଯେ, ଗଜପତି ଜିଲ୍ଲାର ବାସିନ୍ଦାଙ୍କ ଶରୀରରେ ସବୁଠାରୁ ଅଧିକ ଆଣ୍ଟିବଡି ରହିଛି । ଗଜପତି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ 65% ଆଣ୍ଟିବଡି ସୃଷ୍ଟି ହୋଇଛି ।  ଏପରିକି 44ରୁ 92% ପର୍ଯ୍ୟନ୍ତ ଆଣ୍ଟିବଡି ଥିବାର ପରିଲକ୍ଷିତ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କଠାରେ 50% ଆଣ୍ଟିବଡି ରହିଥିବାବେଳେ ପୋଲିସ୍‌ଙ୍କଠାରେ 54% ଆଣ୍ଟିବଡି ରହିଛି । ଆସନ୍ତା ଅକ୍ଟୋବର 5ରୁ  ମାଲକାନଗିରିରେ ସେରୋ ସର୍ଭେ ହେବ । ଗଜପତିରେ 5ଟି ଟିମ୍ ସେରୋ ସର୍ଭେ କରୁଥିଲା । ତିନୋଟି ବର୍ଗର ଲୋକଙ୍କୁ ନେଇ ସୋରେ ସର୍ଭେ ଚାଲିଥିଲା । ତେବେ ମହିଳାଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି ।

Categories
ଆଜିର ଖବର ଜାତୀୟ ଖବର

ଏବେବି ବହୁ ଲୋକଙ୍କୁ ବିପଦ ସମ୍ଭାବନା  : ଆଇସିଏମ୍‌ଆର ଡିଜି

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ କେନ୍ଦ୍ର ସରକାର ପ୍ରେସ ମିଟ୍‌ କରିଛନ୍ତି । ଦ୍ବିତୀୟ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି ଯେ, ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଏବେ ବି ଅନେକ ଲୋକଙ୍କୁ ଭାଇରସ ଛୁଇଁପାରିନି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି। ଦେଶର ବହୁତ ବଡ ଗୋଷ୍ଠୀରେ ଆଣ୍ଟିବଡି ଡେଭଲପ୍‌ କରିନି । ଏଯାବତ୍‌ ମାତ୍ର 7 ପ୍ରତିଶତ ସଂକ୍ରମିତ ରହିଥିବାବେଳେ 90 % ଲୋକ ଏବେବି ସମ୍ବେଦନଶୀଳ । ଆଗକୁ ପାର୍ବଣ ଋତୁ ସହ ଶୀତ ଦିନ ଆସୁଛି ।  ଏଥିପାଇଁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ । ମାସ୍କ,, ସାମାଜିକ ଦୂରତ୍ବାକୁ ସାମାନ୍ୟ ଖିଲାପ କଲେ ବିପଦ ବଢିପାରେ ବୋଲି ସୂଚନା ଦେଇଛନ୍ତି ଆଇସିଏମ୍‌ଆର ଡିଜି ।

ବର୍ତ୍ତମାନ ସୁଦ୍ଧା  କରୋନା ମହାମାରୀ 61ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଥିବା କରୋନା ଦେଶରେ 96 ହଜାର ଜୀବନ ନେଇ ସାରିଲାଣି। ତଥାପି ଦେଶର ବହୁ ଲୋକଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ, ଆଗାମୀ ମାସେ ସତର୍କ ରହିବାକୁ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ବର, ରାଜଧାନୀରେ ବର୍ତ୍ତମାନ କୋଭିଡ19 ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ହେଲେ ଆଗାମୀ ଏକ ମାସ ପାଇଁ ଆମକୁ ସତର୍କ ହୋଇ ରହିବାକୁ ପଡିବ। ଆଜି ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ।

ତେବେ ବର୍ତ୍ତମାନ ରାଜଧାନୀରେ 1.24 ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି ବୋଲି କମିଶନର କହିଛନ୍ତି। ଏହାର କାରଣ ହେଲା ଅନ୍ୟାନ୍ୟ ସହର ତୁଳନାରେ ଭୁବନେଶ୍ବରରେ ସଂକ୍ରାମଣ ହାର କମ ରହିଛି। କମିଶନର ପ୍ରେମଚାନ୍ଦ ଦେଶର କେତେକ ବଡ ବଡ ସହରର ଆଣ୍ଟିବଡି ଗ୍ରାଫ୍ ପ୍ରଦାନ କରିଥିଲେ। ସେହି ଅନୁସାରେ ବିଭିନ୍ନ ସହରରେ ଆଣ୍ଟିବଡି ପ୍ରତିଶତ ହେଲା

ବ୍ରହ୍ମପୁର-31%

ପୁନେ-55 %

ମୁମ୍ବାଇ-40%

ଅହମ୍ମଦାବାଦ-20%   ଆଣ୍ଟିବଡି ରହିଛି

ବର୍ତ୍ତମାନ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ସେଥିପାଇଁ କେହି ଭୟଭିତ ହେବାର ଆବଶ୍ୟକ ନାହିଁ। ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସପିଟାଲରେ ଯଥେଷ୍ଠ ସଂଖ୍ୟାରେ ବେଡ ଖାଲି ଅଛି। ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। 15 ଦିନ ତଳେ ମାତ୍ର 15 ହଜାର ଟେଷ୍ଟିଂ କରାଯାଉଥିବା ବେଳେ ବର୍ତ୍ତମାନ ତିନି ହଜାର ଟେଷ୍ଟିଂ କରାଯାଉଛି।

ସେହିପରି କୋଭିଡ ନମୂନା ସଂଗ୍ରହ ପାଇଁ ରାଜଧାନୀରେ 8 ରୁ 9ଟି କେନ୍ଦ୍ର କରାଯାଇଥିବା ବେଳେ ଟେଷ୍ଚିଂ 21ଟି ପିଏଚସି ଓ ସିଏଚସିରେ କରାଯାଉଛି। ଅନ୍ୟପକ୍ଷରେ କୋଭିଡ ମୁକାବିଲା ପାଇଁ ରାଜଧାନୀରେ 50 ଜଣ ଏଏସଓଙ୍କୁ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ପ୍ରକାରର ଡାଟା ସଂଗ୍ରହ ପାଇଁ ମଧ୍ୟ 15 ଜଣ ଡାଟା ଇଣ୍ଟ୍ରିଂ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କମିଶନର କହିଛନ୍ତି। ତେବେ ଆଉ ଏକ ମାସ ପାଇଁ ସତର୍କତା ସହିତ ରହିବାକୁ ପଡିବ ବୋଲି ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ଛଅ ହଜାର ସାତ ଶହ ବାଇଶ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ହଜାର ଛଅ ଶହ ଅଠର ଜଣ ରୋଗୀ ସକ୍ରିୟ ଅଛନ୍ତି। ହୋମ କ୍ବାରଣ୍ଟାଇନରେ ରାଜଧାନୀରେ ଛଅ ଶହ ପଞ୍ଚସ୍ତରୀ ଜଣ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ 33 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।