ରାଜ୍ୟରେ ଆରମ୍ଭ ହେଲା ସେରୋ ସର୍ଭେ, କେତେ ଆଣ୍ଟିବଡି ତିଆରି ହୋଇଛି ବାହାରିବ ରିପୋର୍ଟ

Published: Aug 31, 2021, 11:08 am IST

ଭୁବନେଶ୍ବର, ରାଜ୍ୟର 12 ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେରୋ ସର୍ଭେ ଆରମ୍ଭ କରାଯାଇଛି। ଟିକାକରଣ ପରେ ବର୍ତ୍ତମାନ ରାଜ୍ୟରେ କେତେ ଆଣ୍ଟିବଡି ତିଆରି ହୋଇଛି ତାହାର ରିପୋର୍ଟ ବାହାର କରାଯିବ। ସେହି ଅନୁସାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପରବର୍ତ୍ତି ପଦକ୍ଷେପ ନେବେ ବୋଲି ଜଣାପଡିଛି।

ଆରଏମଆରସି ତରଫରୁ ଏହି ସର୍ଭେ କରାଯାଉଛି। ଏଥିରେ ଯେଉଁ 12ଟି ଜିଲ୍ଲା ନିଆଯାଇଛି ସେଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୁରଭଂଜ, ସମ୍ବଲପୁର, ବାଲେଶ୍ବର, ଝାରସୁଗୁଡା, କେଉଁଝର, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ ନବରଂଗପୁର ଜିଲ୍ଲା ରହିଛି। ଏଥିର ଏହି ସର୍ଭେରେ ଯୁବକଙ୍କ ସହିତ ବୟସ୍କ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି।

ପୂର୍ବରୁ ଥରେ ଏହି ସର୍ଭେ କରାଯାଇଥିଲା। ଏଥିରେ ସେତେବେଳେ କେବଳ 18 ବର୍ଷରୁ ଅଧିକ ବୟସ୍କମାନଙ୍କୁ ସାମିଲ କରାଯାଇଥିଲା। ହେଲେ ଏଥର କମ ବୟସ୍କମାନଙ୍କୁ ଏଥିରେ ସାମିଲ କରାଯାଇଛି। ସେହିପରି ଏଥର ସାମ୍ପୁଲ ସାଇଜ ବଡ କରାଯାଇଛି। ଏଥର ଏହି 12ଟି ଜିଲ୍ଲାରୁ ସଂଗ୍ରହ ହେଲ 6 ହଜାର 680 ନମୂନା।

ଏହି ସର୍ଭେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ସାଧାରଣ ଲୋକଙ୍କ ସହିତ ସ୍ବାସ୍ଥ୍ୟ କର୍ମିଙ୍କ ନମୂନା ମଧ୍ୟ ନିଆଯିବ। ସ୍ବାସ୍ଥ୍ୟ କର୍ମିଙ୍କ ଠାରୁ 12 ଶହ ଏବଂ ସାଧାରଣ ଲୋକଙ୍କଠାରୁ 5 ହଜାର 480 ନମୂନା ସଂଗ୍ରହ କରାଯିବ। ଏଥିପାଇଁ 137ଟି କ୍ଲଷ୍ଟର କରାଯାଇ ପ୍ରତିଟିରେ 6 ଜଣ କର୍ମଚାରୀ ନିୟୋଜିତ ହେବେ।

ସେହିପରି ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେଉଛି ଏହି ସେରୋ ସର୍ଭେ କାର୍ଯ୍ୟକ୍ରମ। ରାଜଧାନୀର ପ୍ରାୟ 2ଶହ ଲୋକଙ୍କୁ ଏହି ସର୍ଭେରେ ସାମିଲ କରାଯିବ। ସେଥିପାଇଁ ବିଏମସି ତରଫରୁ 5 ୱାର୍ଡ ଚିହ୍ନଟ କରାଯାଇଛି। ଏଗୁଡିକ ହେଲା 8, 15, 32, 41, 63 ୱାର୍ଡରେ ଏହି ସର୍ଭେ କରାଯିବ। ଦୁଇଦିନ ମଧ୍ୟରେ ସମସ୍ତ ସର୍ଭେ ଶେଷ କରିବା ପାଇଁ କୁହାଯାଇଛି।

Related posts