ଏବେବି ବହୁ ଲୋକଙ୍କୁ ବିପଦ ସମ୍ଭାବନା  : ଆଇସିଏମ୍‌ଆର ଡିଜି

Published: Sep 29, 2020, 5:33 pm IST

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ କେନ୍ଦ୍ର ସରକାର ପ୍ରେସ ମିଟ୍‌ କରିଛନ୍ତି । ଦ୍ବିତୀୟ ସେରୋ ସର୍ଭେ ନେଇ ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇ କହିଛନ୍ତି ଯେ, ଦ୍ବିତୀୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ଏବେ ବି ବହୁଲୋକଙ୍କ ପ୍ରତି କରୋନା ବିପଦ ରହିଛି। ଏବେ ବି ଅନେକ ଲୋକଙ୍କୁ ଭାଇରସ ଛୁଇଁପାରିନି। ଆଗକୁ ଭାଇରସ ସେମାନଙ୍କୁ କବଳିତ କରିବାର ଆଶଙ୍କା ରହିଛି। ଦେଶର ବହୁତ ବଡ ଗୋଷ୍ଠୀରେ ଆଣ୍ଟିବଡି ଡେଭଲପ୍‌ କରିନି । ଏଯାବତ୍‌ ମାତ୍ର 7 ପ୍ରତିଶତ ସଂକ୍ରମିତ ରହିଥିବାବେଳେ 90 % ଲୋକ ଏବେବି ସମ୍ବେଦନଶୀଳ । ଆଗକୁ ପାର୍ବଣ ଋତୁ ସହ ଶୀତ ଦିନ ଆସୁଛି ।  ଏଥିପାଇଁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡିବ । ମାସ୍କ,, ସାମାଜିକ ଦୂରତ୍ବାକୁ ସାମାନ୍ୟ ଖିଲାପ କଲେ ବିପଦ ବଢିପାରେ ବୋଲି ସୂଚନା ଦେଇଛନ୍ତି ଆଇସିଏମ୍‌ଆର ଡିଜି ।

ବର୍ତ୍ତମାନ ସୁଦ୍ଧା  କରୋନା ମହାମାରୀ 61ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଥିବା କରୋନା ଦେଶରେ 96 ହଜାର ଜୀବନ ନେଇ ସାରିଲାଣି। ତଥାପି ଦେଶର ବହୁ ଲୋକଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି।

Related posts