ଆଜିଠୁ ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଂ ଚାଲାଣ

Published: Jan 21, 2021, 1:12 pm IST

ଭୁବନେଶ୍ଵର: ଆଜିଠୁ ଭୁବନେଶ୍ବରରେ କିନ୍ନର ପାର୍କିଂ ଚାଲାଣ କାଟିବେ। ଟିଜି ସ୍ବୀକୃତିକୁ ସ୍ମାର୍ଟ ସିଟିରେ ୨ ଟି ପ୍ରମୁଖ ପାର୍କିଂ ଲଟ ହସ୍ତାନ୍ତର କରାଯାଇଛି। ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ଆଜି ରାଜମହଲ ଛକରେ ବିଏମସି କମିଶନର ଏହାକୁ ଉଦଘାଟନ କରିଛନ୍ତି।

ଟିଜି ସ୍ବୀକୃତିକୁ ହସ୍ତାନ୍ତର ହୋଇଥିବା ଦୁଇଟି ପାର୍କିଂ ଲଟ୍

(ପ୍ରଥମ ପାର୍କିଂ ଲଟ୍)

ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ। ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍‌ସି, ରୟାଲ ମିଡ୍‌ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ।

(ଦ୍ବିତୀୟ ପାର୍କିଂ ଲଟ୍)

ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା-

ହୋଟେଲ୍ ସ୍ବସ୍ତି ବୀପରିତ ପାର୍ଶ୍ବରେଥିବା ଖାରବେଳ ନଗରର ସ୍ଥାନ, ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ, ନରୁଲା ଜେନେରାଲ୍ ଷ୍ଟାର୍ ସମୁଖରୁ ପିସି ଚାନ୍ଦ ପର୍ଯ୍ୟନ୍ତ ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କଂ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ ଏବଂ ହୋଟେଲ୍ କେଶରୀ ସମୁଖସ୍ଥ ଖାରବେଳ ନଗର ଅନ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ।

Related posts