Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁରା ଆକ୍ସନ ମୁଡରେ ନୂଆ ବିଏମସି କମିସନର ସଂଜୟ ସିଂ, କର୍ମଚାରୀମାନେ ଛାନିଆ
ବିଶେଷ ଖବର

ପୁରା ଆକ୍ସନ ମୁଡରେ ନୂଆ ବିଏମସି କମିସନର ସଂଜୟ ସିଂ, କର୍ମଚାରୀମାନେ ଛାନିଆ

May 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରା ଆକ୍ସନ ମୁଡରେ ନୂଆ ବିଏମସି କମିସନର ସଂଜୟ ସିଂ, କର୍ମଚାରୀମାନେ ଛାନିଆ

ଭୁବନେଶ୍ବର, ବରିଷ୍ଠ ଆଇଏଏସ ଅଫିସର ସଂଜୟ ସିଂ ଭୁବନେଶ୍ବର ମହାନଗରର କମିଶନର ଭାବେ ଯୋଗ ଦେବା ପରେ ଆକ୍ସନ ମୁଡରେ ତାଙ୍କର କାମ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ସେ ବିଭିନ୍ନ ସ୍ଥାନ ତଦାରଖ କରିଥିବା ବେଳେ କେତେକ ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଯେଉଁଠି କିଛି ଅସୁବିଧା ଦୃଷ୍ଟିକି ଆସିଛି ତାହାର ତୁରନ୍ତ ଅନ ସ୍ପଷ୍ଟ ସମାଧାନ ମଧ୍ୟ କରିବାରେ ଲାଗିଛନ୍ତି।

ଆଜି କମିଶନରଙ୍କ ତତ୍ବାବଧାନରେ କୋଭିଡ ଆକ୍ରାନ୍ତଙ୍କୁ ତୁରନ୍ତ ହସପିଟାଲ ନେବା ପାଇଁ ଆମ୍ବୁଲାନସ ବ୍ୟବସ୍ଥାର ତଦାରଖ କରିଥିଲେ। ବର୍ତ୍ତମାନ 64ଟି ଆମ୍ବଲାନସ ମଧ୍ୟରୁ 40ଟିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା ରହିଛି। ଅନ୍ୟଗୁଡିକ ତୁରନ୍ତ ଜିପିଏସ ଟ୍ରାକିଂ ବ୍ୟବସ୍ଥାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆକ୍ରାନ୍ତଙ୍କ ସ୍ଥାନାନ୍ତର ସୁବିଧା ହୋଇପାରିବ।

ସେହିପରି କମିଶନର ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ରକୁ ମଧ୍ୟ ତଦାରଖ କରିବା ପାଇଁ ଯାଇଥିଲେ।  ଏଥିରେ ସେ  ୟୁନିଟ-2/3/4 ରେ ଥିବା ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟର, ଜୟଦେବ ବିହାରରେ ଥିବା ଲୟାଲ ସ୍କୁଲ ଟିକା କେନ୍ଦ୍ର ବୁଲି ଦେଖିଥିଲେ। ଏଥିରେ ସେମାନେ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ କେତେ ଟିକା ମହଜୁଦ ଅଛି ତାହା ପଚାରି ବୁଝିଥିଲେ।

ବର୍ତ୍ତମାନ କୋଭିଡ ମୃତକଙ୍କ ଶବସତ୍କାର ସମସ୍ୟାକୁ ମଧ୍ୟ କମିଶନର ସଂଜୟ ସିଂ ତଦାରଖ କରିଥିଲେ। ଏଥିରେ ସେ ପଟିଆ ଯାଇ ସେଠାରେ ନିର୍ମାଣଧିନ ନୂତନ ଶ୍ମଶାନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହା ବହୁଦିନ ଧରି କାମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେଥିପାଇଁ ନିର୍ମାଣକାରୀଙ୍କୁ ଆସନ୍ତା 25 ତାରିଖ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଶ୍ମଶାନରେ ପ୍ରଥମ ଥର ପାଇଁ ଗ୍ୟାସ ଚୁଲାର ବ୍ୟବସ୍ଥା କରାଯାଉଛି। ଫଳରେ ମୃତକଙ୍କୁ ଶିଘ୍ର ସତ୍କାର କରାଯାଇପାରିବ। ମୃତକକଙ୍କ ପରିବାର ଶବ ସତ୍କାର ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ହ୍ରାସ ପାଇବ। ସେହିପରି ଭରତପୁରରେ ଏକ ଶ୍ମଶାନ ନିର୍ମାଣ ପାଇଁ ଏକ ଏନଜିଓ ସହିତ ମଧ୍ୟ ବୁଝାମଣା କରାଯାଇଛି।

ତେବେ ତାଙ୍କର ଯେଉଁଦିନ ବଦଳ ହୋଇଥିଲା, ସେହିଦିନ ସେ କୋଭିଡ କଲ ସେଣ୍ଟର ପରିଦର୍ଶନ କରି ସେଠାରେ କିପରି କାର୍ଯ୍ୟ ହେଉଛି ତାହାର ତଦାରଖ କରିଥିଲେ। ବର୍ତ୍ତମାନ ନୂଆ କମିଶନରଙ୍କ ଏପରି ଆକ୍ସନ ମୁଡରେ କାର୍ଯ୍ୟ ଦେଖି ବିଏମସି ଅଫିସରମାନେ ଛାନିଆ ହୋଇପଡିଛନ୍ତି।

BMC Commissinor ବିଏମସି କମିଶନର ସଂଜୟ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ : ଲଲୁଙ୍କ ସ୍ଥାନ ନେଲେ ଲାଲଜୀ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.