Author: Samikhsya Bureau

ଭୁବନେଶ୍ବର: ବର୍ତ୍ତମାନ ଆକ୍ସନ ମୁଡରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଜଣେ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ମହାକାଳପଡା ନିର୍ବାଚନ ମଣ୍ଡଳୀର ଚିତ୍ତରଂଜନ ଦାସ। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ ପାଇଛି ନୋଟିସ। ଏହା ପୂର୍ବରୁ ଦଳ କେନ୍ଦ୍ରାପଡା ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତି କରିଛି। ସେ ହେଉଛନ୍ତି ଧିରେନ କୁମାର ସାହୁ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ନିକଟରେ କେନ୍ଦ୍ରପଡା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିଲା। ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଦଳ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ସହିତ ଜଣଙ୍କୁ ନିଲମ୍ବନ କରିଛି।

Read More

ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ। ସେହିପରି ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ତେବେ ଏହି ସମାବଶରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି। ନିକଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ସାକ୍ଷାତ କରିଥିଲେ ବିଜେପି ସଭାପତି ମନମୋହନ ସାମଲ। ସେତେବେଳେ ମଧ୍ୟ ପ୍ରଦୀପ ବିଜେପିରେ ମିଶିବେ ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶାବାସୀ ଶାଗୁଆ ଦେଖି ସାରିଲେଣି, ଆଗରୁ ଧଳା ଦେଖିଥିଲେ। ଏବେ ଗେରୁଆ…

Read More

ଭୁବନେଶ୍ବର: ବିଭିନ୍ନ କ୍ଷେତ୍ରରେ ଲଗାତାର ଅଭିବୃଦ୍ଧି ସହ ଓଡ଼ିଶାରେ ଆଜି ରୂପାନ୍ତରଣର ଏକ ନୂଆ ଚିତ୍ର ସ୍ପଷ୍ଟ ହୋଇପାରିଛି । ରାଜ୍ୟରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଆଗଧାଡ଼ିର ରାଜ୍ୟ ଭାବେ ପରିଚୟ ହାସଲ କରିଛି। ଏହି ଅଭିବୃଦ୍ଧି ହାରକୁ ଦୀର୍ଘସ୍ଥାୟୀ କରିବା ସହ ଯୁବପିିଢ଼ିଙ୍କୁ ସୁଦକ୍ଷ କରି ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ଲାଗି ପ୍ରସ୍ତୁତ କରିବାକୁ ଭୁବନେଶ୍ୱରରେ ଚାଲିଥିବା ପ୍ରଥମ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ରେ ବ୍ୟାପକ ମାନସମନ୍ଥନ ହୋଇଛି। ଏହି ଦୁଇଦିନିଆ ସମ୍ମିଳନୀ ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ଶିଳ୍ପ ନେତୃତ୍ୱ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତଥା ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ସେମାନଙ୍କ…

Read More

ଆଲେଖ୍ୟ:- ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି। ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା। ଅନେକ ବାର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି। ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ଆଗକୁ ଆଲୋକବର୍ତ୍ତିକା ଭଳି ପଥ ପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି। ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ। ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନଥିଲା। ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା। ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ…

Read More

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି…

Read More

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି କେନ୍ଦ୍ରାପଡାର ନୂଆ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ସେ ହେଉଛନ୍ତି ଧିରେନ କୁମାର ସାହୁ। ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ନିକଟରେ କେନ୍ଦ୍ରପଡା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଥିଲା। ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ଦଳଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ବର୍ତ୍ତମାନ ଦଳ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟସଭା ଆସନରେ ନିର୍ଦ୍ବନ୍ଦରେ ଜିତିବା ପରେ ଦୁଇ ବିଜେଡି ପ୍ରାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ଉଭୟ ନବୀନ ନିବାସ ଯାଇ ସେଠାରେ ନବୀନଙ୍କ ଆର୍ଶିବାଦ ନେଇଛନ୍ତି। ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହର ଶେଷ ଦିନ ଥିଲା। ତିନୋଟି ଆସନ ପାଇଁ ତିନିଜଣ ପ୍ରାର୍ଥୀଥିବାରୁ ଏବଂ କେହି ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ସମସ୍ତଙ୍କୁ ବିଜୟ ଘୋଷଣା କରାଯାଇଛି। ଏହାପରେ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରି ଶପଥ ନେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ସେ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ସ୍ବର୍ଗତ ସୁଜ୍ଞାନ ଦେଓ ଗଞ୍ଜାମ ର ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ଅନେକ ଦଶକ ଧରି ଏ ଅଞ୍ଚଳର ସେବା କରିଆସିଥିଲେ। ତାଙ୍କର ବ୍ୟକ୍ତିତ୍ବ ଓ ସେବା ମନୋଭାବ ଯୋଗୁ ସେ ସାରା ଓଡିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ଅଧିକାରିଣୀ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ଗଠନରେ ଓ ପରିବର୍ତ୍ତୀ ଓଡିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୁ ଭାବରେ…

Read More

ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ସେ ଆସନ୍ତା ୨୨ ତାରିଖରେ ଓଡିଶା ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ। ସେହିପରି ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ନିକଟରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସିଥିଲେ। ସେହିପରି ନୀତିନ ଗଡକରୀ ପୁରୀ ଆସିବାର ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ସେ ଭିସି ମାଧ୍ୟମରେ ଯୋଡି ହୋଇଥିଲୋ।

Read More

ଭୁବନେଶ୍ବର: ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି ତିନି ରାଜ୍ୟସଭା ପ୍ରାର୍ଥୀ। ସେମାନେ ହେଲେ ବିଜେଡିର ଦେବାଶୀଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆଏବଂ ବିଜେପିର ଅଶ୍ବିନୀ ବୈଷ୍ଣବ। ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। କେହି ନାମାଙ୍କନ ପତ୍ର ଦାଖଲ ନ କରିବା ଏବଂ ତିନି ଆସକୁ ତିନି ପ୍ରାର୍ଥୀ ଥିବା ଯୋଗୁଁ ବର୍ତ୍ତମାନ ଏମାନଙ୍କୁ ବିଜୟ ଘୋଷଣା କରାଯାଇଛି। ଏହାପରେ ଏହି ବିଜୟ ପ୍ରାର୍ଥୀଙ୍କୁ ବିଧାନସଭା ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସେମାନେ ରାଜ୍ୟସଭାରେ ପ୍ରମାଣପତ୍ର ଦାଖଲ କରିବା ପରେ ଶପଥ ଗ୍ରହଣ କରିବେ। ଖୁବ ଶିଘ୍ର ଓଡିଶାର ତିନି ସଦସ୍ୟ ଶପଥ ନେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୁଇ ଦଳ ବିଜେଡି ଓ ବିଜେପି ଶିବିରରେ ଟିକେଟ ଚୟନ ପକ୍ରିୟା ଆରମ୍ଭ ହୋଇ ନାହିଁ। ହେଲେ ତୃତୀୟ ଦଳ କଂଗ୍ରେସ ବର୍ତ୍ତମାନ ଟିକେଟ ବଣ୍ଟା ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟ ବସି ଏହା ଉପରେ ଏକ ବିସ୍ତୁତ ଆଲୋଚନା କରିଛି। ଯାହା ଜଣାପଡୁଛି କଂଗ୍ରେସ ବର୍ତ୍ତମାନ ଜିତିବା ପରି ଥିବା 70ଟି ଆସନରେ ଆଗୁଆ ଟିକେଟ ଘୋଷଣା କରିବ। ଦଳ ଆଗରୁ ପ୍ରଗମନ ମାଧ୍ୟମରେ ଅନ ଲାଇନ ଟିକେଟ ଆବେଦନ ପାଇଁ ଆହ୍ବାନ କରିଥିଲା। ଯେଉଁଥିରେ ବିଧାନସଭା ପାଇଁ ତିନି ହଜାର ଏବଂ ଲୋକସଭା ପାଇଁ ସାତ ଶହ ପ୍ରାର୍ଥୀ ଆବେଦନ କରିଛନ୍ତି। ତେବେ ଏହା ସହିତ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା କେତେକଙ୍କ ନାମ ସୁପାରିଶ କରିଛନ୍ତି। ହେଲେ ସେମାନଙ୍କ ନାମ ବିଚାରକୁ ନିଆଯିବ ନାହିଁ ବୋଲି ବୈଠକେ ନିଷ୍ପତି ହୋଇଛି। ତେବେ କମିଟ ବୈଠକ ଅନୁସାରେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏଥିସହ ଭୁବନେଶ୍ବରର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ସହିତ ରାଜ୍ୟରେ ଗ୍ରନ୍ଥାଗାର ଅଭିଯାନ ଆରମ୍ଭ ହେଲା। ରାଜ୍ୟର ସବୁ ସ୍ଥାନରେ, ଭୁବନେଶ୍ଵର ର ପ୍ରତ୍ୟେକ ଜୋନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରାଯିବ। ସୂଚନା ଯୋଗ୍ୟ ଯେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା କେନ୍ଦ୍ର ସକାଳ ୭ଟା ୧୫ ମିନିଟରେ ଖୋଲିବା ପରେ ପରୀକ୍ଷାର୍ଥୀ ସାଢେ ୭ଟାରେ ହଲକୁ ପ୍ରବେଶ କରିଛନ୍ତି। ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯାଇଛି। ଆଜି ସକାଳ୯ ଟାରେ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ବୋର୍ଡ ପକ୍ଷରୁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର ମଧ୍ୟ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ୍ ହାଉସରେ ନୋଡାଲ ସେଣ୍ଟର କରାଯାଇଛି। ମାଟ୍ରିକ ସହ ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ। ପରୀକ୍ଷାକୁ…

Read More

ଭୁବନେଶ୍ୱର: ଆସନ୍ତାକାଲି ବୁଧବାର ଦିନ ପ୍ରଦେଶ କଂଗ୍ରେସ ଭୁବନେଶ୍ବରରେ କରିବ ବିଶାଳ ମହିଳା ସମ୍ମିଳନୀ। ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତା ନେଇ ମହିଳାମାନେ ନବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା କଥା କହି ରାଜ୍ୟ ସରକାର ସେମାନଙ୍କୁ କେବଳ ଭୋଟ ସର୍ବସ୍ୱ ରାଜନୀତିର ଏକ ଅଂଶବିଶେଷ ରୂପେ ବିବେଚନ କରୁଥିବାରୁ ତାଙ୍କୁ କଟୁ ସମାଲୋଚନା କରିଥିଲେ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ପ୍ରତି ଲଗାତାର ଭାବେ ଦୀର୍ଘ ୨୪ବର୍ଷ ଧରି ହେଉଥିବା ଅନ୍ୟାୟ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନପାଇଁ ଆହ୍ୱାନ ଦେବା ସହିତ ବୁଧବାର ଦିନ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବାଙ୍କ ଉପସ୍ଥିତିରେ ଏହି ବିଶାଳ ମହିଳା…

Read More

ଭୁବନେଶ୍ବର: ଆସନ୍ତା ଲୋକସଭା ନିର୍ବାଚନରେ ବର୍ତ୍ତମାନ କିଏ କେଉଁଠାରୁ ପ୍ରାର୍ଥୀ ହେବ ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ତେବେ ରାଜ୍ୟର 21 ଟି ଆସନ ମଧ୍ୟରୁ କଂଗ୍ରେସ ପାଇଁ ଏକୋଇର ବାଳା ବିଶିକେଶ ହେଉଛି କୋରାପୁଟ ଆସନ। କାରଣ କଂଗ୍ରେସର ଏକମାତ୍ର ସାଂସଦ ଭାବେ ସପ୍ତଗିରି ଉଲ୍ଲାକା କୋରାପୁଟରୁ ବିଜୟ ହୋଇଛନ୍ତି। ଏଥର ନିର୍ବାଚନରେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ତାହାକୁ ହାତଛଡା ନ କରିବା ପାଇଁ ତୀକ୍ଷ୍ମ ନଜରରେ ରଖିଛନ୍ତି। ଗତଥର ବିଜେଡି ଏହି ଆସନରୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇଥିଲା। ହେଲେ ସେ ଅଳ୍ପ ଭୋଟରେ କଂଗ୍ରେସର ସପ୍ତଗିରିଙ୍କଠାରୁ ହାରିଯାଇଥିଲେ। ସେତେବେଳେ ସପ୍ତଗିରି ନୂଆ କରି କଂଗ୍ରେସରେ ଯୋଗଦେଇ ସାଂସଦ ଟିକେଟ ହାତେଇଥିଲେ। କେହି କେବେ ଭାବି ନ ଥିଲେ ଯେ, ସେ କଂଗ୍ରେସରୁ ସେଠାରୁ ଜିତିବେ। ମାତ୍ର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

Read More

ଭୁବନେଶ୍ବର: ଶେଷ ହେଲା ନୂଆଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେସନ। ଏଥିରେ ସାରା ଭାରତରୁ ବିଜେପି ନେତାମାନେ ଯୋଗଦେଇଥିଲେ। ସେହିପରି ଓଡିଶାରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ନେତା ଏହି ଅଧିବେସନରେ ଯୋଗ ଦେଇଥିଲେ। ଏହି ଅଧିବେସନ ଥିଲା କେବଳ ସଂଗଠନର ପ୍ରଚାର ଓ କର୍ମିଙ୍କୁ ଉତ୍ସାହିତ କରିବା। ସେଠାରେ ରାଜ୍ୟ ରଣନୀତି ସଂପର୍କରେ କିଛି ଆଲୋଚନା ହୋଇଥିବାର ଜଣାପଡୁ ନାହିଁ। ହେଲେ ଓଡିଶା ବିଜେପି ନେତା ବେଶ୍ ଉତ୍ସାହିତ। ସେମାନେ ସେଠାରୁ କି ଗୁରୁମନ୍ତ୍ର ପାଇଲେ କେଜାଣି, ଅଧିବେସନ ନ ସରୁ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ଘୋଷଣା କଲେ। ବିଜେପି ସଭାପତି ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେଡି 24 ବର୍ଷରେ ଯାହା ନ କରିଛି ବିଜେପି ସରକାରକୁ ଆସିଲେ ତାହା 5 ବର୍ଷରେ କରିଦେବ। ଏହା ଏକ ରାଜନୈତିକ ବାଣ ଯାହା ଢୋ କରି ଫୁଟି ଉଭାନ ହୋଇଯିବ। ମନମୋହନ କହିଛନ୍ତି ଯେ, ଏଥର…

Read More

ଭୁବନେଶ୍ବର: ବିଜେଡିର ଭୋଗରାଇ ବିଧାୟକ ଅନନ୍ତ ଦାସ ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତକାଲି ବାଲେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇୟୁସି ରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି। ବଜେଟ ଅଧିବେସନ ବେଳେ ସେ ବିଧାନସଭାକୁ ଆସିଥିଲେ। ସେତେବେଳେ ସେ ଆଉ ଜୀବନରେ ବିଧାନସଭା ଆସିପାରିବେ ନାହିଁ ବୋଲି କହିଥିଲେ। ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟ ଠିକ ରହୁ ନ ଥିବାରୁ ସେ ଏଥର ନିର୍ବାଚନରୁ ଦୂରେଇ ରହିବେ ବୋଲି ଜଣାପଡିଥିଲା।

Read More

ଭୁବନେଶ୍ବର: ଖୁବ ଶିଘ୍ର ପୁରୀର ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ ଆରମ୍ଭ ହେବ। ଏ ନେଇ ଇଡକୋ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ବିମାନ ବନ୍ଦ ଭୁବନେଶ୍ବର ବିମାନ ବନ୍ଦରଠାରୁ ବଡ ହେବ ବୋଲି ପରିକଳ୍ପନା କରାଯାଇଛି। ଏଥିପାଇଁ 22 ଶହ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ରଖାଯାଇଛି। ଏହା ପିପିପି ମୋଡରେ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରାୟ 11 ଶହ ଏକର ପରିମିତ ସ୍ଥାନରେ ଏହି ବିମାନ ବନ୍ଦର ନିର୍ମାଣ କରାଯିବ ଏବଂ ରାଜ୍ୟ ସରକାର ସମସ୍ତ ଜମି ଯୋଗାଇ ଦେବେ। ଏହି ଟେଣ୍ଡର ଆସନ୍ତା ଏପ୍ରିଲ 21 ତାରିଖରେ ଖୋଲାଯିବ। ତେବେ ତା ପୂର୍ବରୁ ଏପ୍ରିଲ 15 ତାରିଖରେ ଏକ ପ୍ରିଟେଣ୍ଡର ବୈଠକ କରାଯିବ ବୋଲି କୁହାଯାଇଛି। ଆସନ୍ତା 2026 ବେଳକୁ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ଥିର କରାଯାଇଛି।

Read More

ଭୁବନେଶ୍ୱର: ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳ, ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଓ ରାଜ୍ୟର ପର୍ଯ୍ୟାପ୍ତ ଜଳରାଶିର ବିଭିନ୍ନ ସଂପଦକୁ କାର୍ଯ୍ୟରେ ଲଗାଇ ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବା ସହିତ ଜୀବିକାନିର୍ବାହର ବିପୁଳ ସୁଯୋଗ ସୃଷ୍ଟି କରିହେବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଆଜି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ର ତୃତୀୟ ତଥା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ଓ ରାଜ୍ୟର ଚାଷୀଭାଇମାନଙ୍କ କଠିନ ପରିଶ୍ରମ ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେବା ସହିତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ପାଞ୍ଚଥର କୃଷିକର୍ମଣ ପୁରସ୍କାର ଲାଭ କରିଛି। ଗୋପାଳନ ଓ ପ୍ରାଣିପାଳନ ଆୟବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ…

Read More

ଭୁବନେଶ୍ବର: ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍‌ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ। ଶ୍ରୀ ପାଣ୍ଡିଆନ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌ ପରିଦର୍ଶନ କରିବା ସହିତ ମ୍ୟାନେଜ୍‌ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ଲାଣ୍ଟକୁ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ୍‌ ପାର୍କର ଡ. କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି…

Read More

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାରେ କଂଗ୍ରେସର ଶକ୍ତିବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଜେଡ଼ି ଓ ବିଜେପିର ଅନେକ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଲେ। ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ, ଏ.ୟୁ.ସି.ସି ବ୍ୟାଙ୍କର ଡାଇରେକ୍ଟର, କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନିର୍ମାଣ ଶ୍ରମିକ ସଂଘର ସଭାପତି ମନୋଜ ସାହୁ, ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ତଥା ପୂର୍ବତନ ଯୁବ ବିଜେଡ଼ି ସଭାପତି, ଓଡ଼ିଶା ନିର୍ମାଣ ମଜଦୁର ସଭା ଓ କେନ୍ଦୁପତ୍ର ତୋଳାଳୀ ସଂଘର ସମ୍ପାଦକ ତଥା କୃଷକ ନେତା ସୂର୍ଯ୍ୟମଣି ସାହୁ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଗୋବିନ୍ଦ ନାୟକ ସେମାନଙ୍କର ଶତାଧିକ ସମର୍ଥକ ମାନଙ୍କ…

Read More