ରାଜନୀତି ନିଶା: ଦେହ ଭଲ ହେବା ପରେ ହୁଇଲ ଚ୍ୟାୟରରେ ବସି ସଭାକୁ ଆସିଲେ ଦାମୋଦର ରାଉତ

Published: Mar 1, 2024, 8:14 am IST

ଭୁବନେଶ୍ବର: ରାଜନୀତି ନିଶା କେତେ ଜୋର ତାହାର ପ୍ରମାଣ  ରାଜ୍ୟର ବରିଷ୍ଠ ନେତା ଦାମୋଦର ରାଉତଙ୍କ୍ କ୍ଷେତ୍ରରେ ମିଳିଛି। କାରଣ ତାଙ୍କର ଦେହ ଅସୁସ୍ଥ କାରଣରୁ ସେ ଦୀର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏବେ ଡାକ୍ତରଖାନାରୁ ବାହାରିବା ପରେ ହୁଇଲ ଚ୍ୟାୟରରେ ବିଜେଡି ସଭାକୁ ଆସି ଯୋଗଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଗତ ବୁଧବାର ଦିନ ଜଗତସିଂହପୁର କୁଜଙ୍ଗରେ ବିଜେଡି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଯାହାର ଆୟୋଜକ ଥିଲେ ଖୋଦ ଦାମୋଦର ରାଉତଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ। ଦାମ ରାଉତ ଏକ କାରର ସଭା ମଞ୍ଚ ନିକଟକୁ ଆସିଥିଲେ। ଏହାପରେ କାରରୁ ସେ ଏକ ହୁଇଲ ଚ୍ୟାୟରରେ ବସି ମଞ୍ଚକୁ ଆସିଥିଲେ।

ମଞ୍ଚରେ ସେ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଥିଲେ। ସେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବା ପାଇଁ ସେ ଜନସମାଗମକୁ ନିବେଦନ କରିଥିଲେ। ତେବେ ଏପରି ପରିସ୍ଥିତିରେ ସେ ସଭାସ୍ଥଳକୁ ଆସିବା ନେଇ ଅନେକ ପ୍ରଶଂସା କରିଛନ୍ତି, କେତେକ ନାପସନ୍ଦ ମଧ୍ୟ କରିଛନ୍ତି। ହେଲେ ମଞ୍ଚ ଉପରକୁ ଉଠିବା ବେଳେ ସମସ୍ତେ ତାଙ୍କୁ କରତାଳି ଦେଇ ସ୍ବାଗତ କରିଥିଲେ।

Related posts