Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା। ସେ କିଛିଦିନ ତଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି।

ତାଙ୍କର ମରଶରୀର ଡାକ୍ତରଖାନାରୁ ଅଣାଯାଇ ତାଙ୍କ ସରକାରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଛି। ସେଠାରେ ଦଳର ବରିଷ୍ଠ ନେତା ତଥା ବିଭିନ୍ନ ଦଳର ନେତା, ଅଫିସର, ତାଙ୍କର ପ୍ରଶଂସକଙ୍କ ଶେଷ ଦର୍ଶନ କରୁଛନ୍ତି। ଏହାପରେ ତାଙ୍କର ମରଶରୀରକୁ ବିଧାନସଭା ଏବଂ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ। ଏହାପରେ ତାଙ୍କ ନିର୍ବାଚନ ମଣ୍ଡଳି ପାରାଦ୍ବୀପକୁ ନିଆଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ରାଜନୀତି ନିଶା: ଦେହ ଭଲ ହେବା ପରେ ହୁଇଲ ଚ୍ୟାୟରରେ ବସି ସଭାକୁ ଆସିଲେ ଦାମୋଦର ରାଉତ

ଭୁବନେଶ୍ବର: ରାଜନୀତି ନିଶା କେତେ ଜୋର ତାହାର ପ୍ରମାଣ  ରାଜ୍ୟର ବରିଷ୍ଠ ନେତା ଦାମୋଦର ରାଉତଙ୍କ୍ କ୍ଷେତ୍ରରେ ମିଳିଛି। କାରଣ ତାଙ୍କର ଦେହ ଅସୁସ୍ଥ କାରଣରୁ ସେ ଦୀର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏବେ ଡାକ୍ତରଖାନାରୁ ବାହାରିବା ପରେ ହୁଇଲ ଚ୍ୟାୟରରେ ବିଜେଡି ସଭାକୁ ଆସି ଯୋଗଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଗତ ବୁଧବାର ଦିନ ଜଗତସିଂହପୁର କୁଜଙ୍ଗରେ ବିଜେଡି ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ଯାହାର ଆୟୋଜକ ଥିଲେ ଖୋଦ ଦାମୋଦର ରାଉତଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ। ଦାମ ରାଉତ ଏକ କାରର ସଭା ମଞ୍ଚ ନିକଟକୁ ଆସିଥିଲେ। ଏହାପରେ କାରରୁ ସେ ଏକ ହୁଇଲ ଚ୍ୟାୟରରେ ବସି ମଞ୍ଚକୁ ଆସିଥିଲେ।

ମଞ୍ଚରେ ସେ ନବୀନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଥିଲେ। ସେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କହିଥିଲେ। ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବା ପାଇଁ ସେ ଜନସମାଗମକୁ ନିବେଦନ କରିଥିଲେ। ତେବେ ଏପରି ପରିସ୍ଥିତିରେ ସେ ସଭାସ୍ଥଳକୁ ଆସିବା ନେଇ ଅନେକ ପ୍ରଶଂସା କରିଛନ୍ତି, କେତେକ ନାପସନ୍ଦ ମଧ୍ୟ କରିଛନ୍ତି। ହେଲେ ମଞ୍ଚ ଉପରକୁ ଉଠିବା ବେଳେ ସମସ୍ତେ ତାଙ୍କୁ କରତାଳି ଦେଇ ସ୍ବାଗତ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ପୋରଗଦେଇ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ୍ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ କୁହୁଳୁଛି ତୀବ୍ର ଅସନ୍ତୋଷ।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ବଉଳାଙ୍ଗ ପମ୍ପହାଉସ୍ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ନିମନ୍ତେ ସ୍ଥାନ ଚିହ୍ନଟ ହେବା ପରେ ସେଠାରେ ଫଳକ ଲଗାଯାଇ ୨୦୧୬ ମସିହା ଡିସେମ୍ବର ମାସରେ ସେତେବେଳର ପାରାଦ୍ବୀପ ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଡଃ ଦାମୋଦର ରାଉତଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଶୁଭ ଦିଆଯାଇଥିଲା।

ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ତତ୍କାଳୀନ ଜଗତସିଂହପୁର ସାଂସଦ ଡଃ କୁଳମଣି ସାମଲ ଯୋଗଦେଇଥିଲେ। କିନ୍ତୁ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ ହୋଇପାରି ନଥିବା ବେଳେ ଏବେ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।

ହେଲେ ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ ତତ୍କାଳୀନ ପାରାଦ୍ବୀପ ବିଧାୟକ ଡଃ ରାଉତଙ୍କ ଦ୍ବାରା ଶୁଭ ଦିଆଯାଇ ଫଳକ ଲଗାହୋଇଥିବା ଉକ୍ତ ସ୍ଥାନରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ କରାନଯାଇ କିଛି କୁଜି ନେତାଙ୍କ ଚକ୍ରାନ୍ତରେ ଅନ୍ୟତ୍ର ଯୋଗଣିଆର ଏକ ସ୍ଥାନରେ ଯାହାକି ପଞ୍ଚାୟତର ଶେଷ ଭାଗରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ କରାଯାଉଥିବା ଜଣାପଡିଛି।

ପୂର୍ବତନ ସରପଞ୍ଚଙ୍କ ସମୟରେ ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ସ୍ଥାନରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିବା ବେଳେ ବର୍ତ୍ତମାନର ସରପଞ୍ଚ କିଛି କୁଚକ୍ରୀ କୁଜିନେତାଙ୍କ ଇଶାରାରେ ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତବାସୀଙ୍କ ହିତକୁ ଜଳାଞ୍ଜଳି ଦେଇ ପଞ୍ଚାୟତର ଶେଷ ଭାଗରେ ଯାହାକି ନିଜ ଘରପାଖରେ ନିର୍ମାଣ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ସ୍ଥାନରେ ଫଳକ ଲଗାଯାଇ ଶୁଭ ଦିଆଯାଇଥିବା ବେଳେ ସେଠାରେ କେଉଁ ଅସୁବିଧା ପାଇଁ କଲ୍ୟାଣ ମଣ୍ଡପଟି ନିର୍ମାଣ କରାଗଲା ନାହିଁ ଯାହାକି ପଞ୍ଚାୟତର ଶେଷ ଭାଗରେ କେଉଁ ସ୍ୱାର୍ଥ ପାଇଁ ନିର୍ମାଣ କରାଯାଉଛି ବୋଲି ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟଛି। ଏହାସହ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି।

ଏ ବାବଦରେ ପଞ୍ଚାୟତବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ବିଡିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି। ଏଥିନେଇ ପଞ୍ଚାୟତରେ ତୀବ୍ର ଅସନ୍ତୋଷ କୁହୁଳୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।