Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋରଗଦେଇ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ
ଆଜିର ଖବର

ପୋରଗଦେଇ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ କୁହୁଳୁଛି ଅସନ୍ତୋଷ

April 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ୍ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ କୁହୁଳୁଛି ତୀବ୍ର ଅସନ୍ତୋଷ।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ବଉଳାଙ୍ଗ ପମ୍ପହାଉସ୍ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ନିମନ୍ତେ ସ୍ଥାନ ଚିହ୍ନଟ ହେବା ପରେ ସେଠାରେ ଫଳକ ଲଗାଯାଇ ୨୦୧୬ ମସିହା ଡିସେମ୍ବର ମାସରେ ସେତେବେଳର ପାରାଦ୍ବୀପ ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଡଃ ଦାମୋଦର ରାଉତଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଶୁଭ ଦିଆଯାଇଥିଲା।

ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ତତ୍କାଳୀନ ଜଗତସିଂହପୁର ସାଂସଦ ଡଃ କୁଳମଣି ସାମଲ ଯୋଗଦେଇଥିଲେ। କିନ୍ତୁ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ ହୋଇପାରି ନଥିବା ବେଳେ ଏବେ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।

ହେଲେ ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ ତତ୍କାଳୀନ ପାରାଦ୍ବୀପ ବିଧାୟକ ଡଃ ରାଉତଙ୍କ ଦ୍ବାରା ଶୁଭ ଦିଆଯାଇ ଫଳକ ଲଗାହୋଇଥିବା ଉକ୍ତ ସ୍ଥାନରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ କରାନଯାଇ କିଛି କୁଜି ନେତାଙ୍କ ଚକ୍ରାନ୍ତରେ ଅନ୍ୟତ୍ର ଯୋଗଣିଆର ଏକ ସ୍ଥାନରେ ଯାହାକି ପଞ୍ଚାୟତର ଶେଷ ଭାଗରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ କରାଯାଉଥିବା ଜଣାପଡିଛି।

ପୂର୍ବତନ ସରପଞ୍ଚଙ୍କ ସମୟରେ ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ସ୍ଥାନରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ ନିମନ୍ତେ ଶୁଭ ଦିଆଯାଇଥିବା ବେଳେ ବର୍ତ୍ତମାନର ସରପଞ୍ଚ କିଛି କୁଚକ୍ରୀ କୁଜିନେତାଙ୍କ ଇଶାରାରେ ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତବାସୀଙ୍କ ହିତକୁ ଜଳାଞ୍ଜଳି ଦେଇ ପଞ୍ଚାୟତର ଶେଷ ଭାଗରେ ଯାହାକି ନିଜ ଘରପାଖରେ ନିର୍ମାଣ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ପଞ୍ଚାୟତର ମଧ୍ୟଭାଗ କୁହାଯାଉଥିବା ସ୍ଥାନରେ ଫଳକ ଲଗାଯାଇ ଶୁଭ ଦିଆଯାଇଥିବା ବେଳେ ସେଠାରେ କେଉଁ ଅସୁବିଧା ପାଇଁ କଲ୍ୟାଣ ମଣ୍ଡପଟି ନିର୍ମାଣ କରାଗଲା ନାହିଁ ଯାହାକି ପଞ୍ଚାୟତର ଶେଷ ଭାଗରେ କେଉଁ ସ୍ୱାର୍ଥ ପାଇଁ ନିର୍ମାଣ କରାଯାଉଛି ବୋଲି ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟଛି। ଏହାସହ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି।

ଏ ବାବଦରେ ପଞ୍ଚାୟତବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ବିଡିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି। ଏଥିନେଇ ପଞ୍ଚାୟତରେ ତୀବ୍ର ଅସନ୍ତୋଷ କୁହୁଳୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।

ଡଃ ଦାମୋଦର ରାଉତ ତିର୍ତ୍ତୋଲ ବ୍ଳକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.