ବିଜେଡି ବିଜେପି ମେଣ୍ଟ, ଦିଲ୍ଲୀରେ ସରିଲା ଭାଗବଣ୍ଟା, ରହିବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ !!!

Published: Mar 1, 2024, 9:38 am IST

ଭୁବନେଶ୍ବର: ବିଜେଡି ବିଜେପି ମେଣ୍ଟ ହେବା ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏ ନେଇ କୁଆଡେ ଦିଲ୍ଲୀରେ ଘନଘନ ବୈଠକ ଚାଲିଛି। ସେଥିରେ ସଭାପତି ମନମୋହନ ସାମଲଙ୍କ ସହିତ କେତେକ ନେତା ଉପସ୍ଥିତ ଅଛନ୍ତି। ଏହି ଖବର ବର୍ତ୍ତମାନ ଜାତୟ ସ୍ତରରେ ଚର୍ଚ୍ଚା ଚାଲିଛି। କାରଣ ଦିଲ୍ଲୀ ବିଜେପି ଅଫିସର ପାଣିପାଗ ଦେଖି ଏହି ମେଣ୍ଟ ହେବା ନେଇ ସ୍ପଷ୍ଟ ଅନୁମାନ କରାଯାଇଛି।

ସେତିକି ନୁହେଁ ଏ ନେଇ ମୋଦିଙ୍କ ଓଡିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଘୋଷଣା କରାଯିବ ବୋଲି କୁହାଯାଇଛି। ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅନ୍ତିମ ରୂପରେଖ ଦିଆସରିଛି। ସେହି ଅନୁଯାୟୀ..

ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦୀତା କରିବାକୁ ଯାଉଥିବା ବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି। ସେହିପରି ବିଧାନସଭାର ୧୪୭ ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ଶାସକ ବିଜେଡି ୧୦୬  ଓ ସହଯୋଗୀ  ବିଜେପି ୪୧ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି।

ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତା ମାନଙ୍କ ସାମନାରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି। ସେହିପରି ବିଜେଡି ଓ ବିଜେପି ମଧ୍ୟରୁ ଜଣେ ଲେଖାଏଁ ମୋଟ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Related posts