Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟମାଟୋ ମାଡ ପରେ ପାଣ୍ଡିଆନ କହିଲେ.. ମୋତେ ଗୁଳିମାର ପଛେ ମୁଁ ଲୋକଙ୍କ ସେବା କରିବାକୁ ଆସିବି
ଜାତୀୟ ଖବର

ଟମାଟୋ ମାଡ ପରେ ପାଣ୍ଡିଆନ କହିଲେ.. ମୋତେ ଗୁଳିମାର ପଛେ ମୁଁ ଲୋକଙ୍କ ସେବା କରିବାକୁ ଆସିବି

February 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟମାଟୋ ମାଡ ପରେ ପାଣ୍ଡିଆନ କହିଲେ.. ମୋତେ ଗୁଳିମାର ପଛେ ମୁଁ ଲୋକଙ୍କ ସେବା କରିବାକୁ ଆସିବି

ଭୁବନେଶ୍ବର: ଆଜି 5ଟି ଅଧ୍ୟକ୍ଷ ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତାହା ହେଲା ସେ ସଭାକୁ ଯିବା ବେଳେ ତାଙ୍କ ଉପରକୁ କେହି ଜଣେ ଟମାଟୋ ମାରିଛି।

ବେଳଗୁଣ୍ଠାଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଟମାଟୋ ମାଡ କରାଯାଇଛି। ତେବେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମି ସେ ବ୍ୟକ୍ତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ସେ ଜଣେ କଂଗ୍ରେସ କର୍ମି ବୋଲି ଜଣାପଡିଛି।

ଏହି ଘଟଣା ପରେ ମଧ୍ୟ ସତସାହସ କରି ସଭା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସେଠାରେ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ସେ ତାଙ୍କର ଶୈଳୀରେ ସମ୍ବୋଧିତ କରିଥିଲେ। ତେବେ ସେ ସେଠାରେ କହିଥିଲେ ଯେ, ମୋତେ ଟମାଟୋ ମାର, ଚପଲ ମାର, କାଳି ମାର ଏପରିକି ଗୁଳି ମାର ମୁଁ ଡରିବାର ନାହିଁ।

ଏହି କଥା କହିବା ପରେ ସେଠାରେ ଉପସ୍ଥିତ ଲୋକେ ତାଳି ମାରି ପାଣ୍ଡିଆନଙ୍କୁ ସାହାସ ଦେଇଥିଲେ। ପାଣ୍ଡିଆନ କହିଲେ ଯେ, ମୋତେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବାକୁ ପଠାଇଛନ୍ତି। ମୋତେ ଯେତେ ଯିଏ ବିରୋଧ କଲେ ମଧ୍ୟ ମୁଁ ମୋର ଜନସେବା ଜାରୀ ରଖିବି। ଏହାପରେ ସେ ଯେମିତି ସଭା କରିବା କଥା ତାହା କରିଥିଲେ।

ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ପିପିଲିରେ ତାଙ୍କ ଉପରେ କାଳି ଫୋପଡା ଯାଇଥିଲା। ସେଥିରେ ମଧ୍ୟ ସେ ସାଧାରଣ ଲୋକଙ୍କୁ ଭେଟିଥିଲେ। ଏପରିକି ମହିଳାମାନେ ତାଙ୍କ ପଣତ କାନିରେ ତାଙ୍କ ମୁହଁପୋଛି ଦେଇଥିଲେ। ସେତେବେଳେ ମଧ୍ୟ ସେହି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚୁରା କରି ଛାଡି ଦେଇଥିଲା।

ବହୁ ପୂର୍ବରୁ ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ବିରୋଧୀ ପ୍ରବଳ ବିରୋଧ କରିଆସିଛନ୍ତି। ସେ ଯେତେବେଳେ ଚାକିରୀରେ ଥିଲେ ସେତେବେଳେ ଏହି ବିରୋଧ ତୀବ୍ରତର ହୋଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ହେଲେ ପାଣ୍ଡିଆନ ଗସ୍ତକୁ କେହି ରୋକି ପାରିଲେ ନାହିଁ।

ବିଜେପି ଓ କଂଗ୍ରେସ ମିଳିତ ଭାବେ ପାଣ୍ଡିଆନ ଗସ୍ତକୁ ରୋକିବାକୁ ଚେଷ୍ଠା କରି ବିଫଳ ହୋଇଛନ୍ତି। ସେ ପୂର୍ବପରି ସତସାହସ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ବଢାଇବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ଏହି ଗସ୍ତ ଲୋକଙ୍କ ଉପରେ ବେଶ ପ୍ରଭାବ ପକାଇବାରେ ଲାଗିଛି।

KartikPandian pandian ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026
Latest News

ପାର୍ବଣ ଋତୁରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂଜା ସ୍ପେଶାଲ ଟ୍ରେନ

September 25, 2026

ସ୍ୱଚ୍ଛତା, ସଚେତନତା ଓ ଜନସହଭାଗିତାରେ ଏମସିଏଲ୍‌ର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ

September 25, 2026

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.