Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଓଡିଶାରେ ଭାଙ୍ଗୁଛି କଂଗ୍ରେସ, ବିଜେଡ଼ିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲା ସଭାପତି ବିପ୍ଲବ ଜେନା
ନିର୍ବାଚନ ଖବର

ଓଡିଶାରେ ଭାଙ୍ଗୁଛି କଂଗ୍ରେସ, ବିଜେଡ଼ିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲା ସଭାପତି ବିପ୍ଲବ ଜେନା

February 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
biplab
ଓଡିଶାରେ ଭାଙ୍ଗୁଛି କଂଗ୍ରେସ, ବିଜେଡ଼ିରେ ଯୋଗ ଦେଲେ ଅନୁଗୁଳ ଜିଲ୍ଲା ସଭାପତି ବିପ୍ଲବ ଜେନା

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଲବ ଜେନା ଓ ତାଙ୍କର ହଜାରରୁ ଉର୍ଦ୍ଧ୍ୱ ସମର୍ଥକ ଆଜି ଶଙ୍ଖଭବନ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନାଙ୍କୁ ଉପଢୌକନ ଦେଇ ଶ୍ରୀ ଦାସ ଓ ଶ୍ରୀ ସିଂଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ବିପ୍ଲବ ଜେନାଙ୍କ ଯୋଗଦାନ ଫଳରେ ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବା ସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ଆହ୍ୱାନ ଦେଇଥିଲେ।

ବିଜେଡ଼ିରେ ସାମିଲ୍‌ ହୋଇଥିବା ବିପ୍ଲବ ଜେନା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଯେଉଁମାନେ ଆଜି ମୋ ସହ ଦଳରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ନୀତି ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ବୋଲି କହିଛନ୍ତି।

ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସି ନାହିଁ। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ଏବଂ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାପୁନ କୁମାର ଦେହୁରୀ, ପୂର୍ବତନ କଂଗ୍ରେସ ଜିଲ୍ଲା କମିଟି ଉପସଭାପତି ବାପୁଜୀ ପ୍ରଧାନ, ଅନୁଗୁଳ ବିଧାନସଭା ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନ୍ନଦା ସାହୁ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାସଭାପତି ସୋସିଆଲ ମିଡିଆ ଆଲୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

କଂଗ୍ରେସ ବିଜେଡି ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.