ରାଉରକେଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଆତ୍ମାହୂତି ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଏହି ନାବାଳିକା କଲେଜ ଛାତ୍ରୀ ଜଣେ ଅସାମାଜିକ ଯୁବକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ପୀଡ଼ିତା ଛାତ୍ରୀଙ୍କୁ ରାଉରକେଲା ଆଇଜିଏଚରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଇଜିଏଚ୍ ପରିସରରେ ଡାକ୍ତରଙ୍କ ସହ କଥା ହୋଇ ପୀଡ଼ିତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆବଶ୍ୟକ ହେଲେ ତାଙ୍କୁ ଭୁବନେଶ୍ବର କିମ୍ବା ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଘଟଣା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ କଥା ହୋଇଛନ୍ତି। ସେ ମଧ୍ୟ ପୀଡ଼ିତାଙ୍କ ମାଆଙ୍କ ସହିତ ଆଲୋଚନା କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଇଣ୍ଡିଗୋର ବିମାନ ଚାଳନା ସଂକଟରୁ ସୃଷ୍ଟି ଅସୁବିଧାକୁ ଦୂର କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ଏବଂ ପ୍ରଭାବଶୀଳ ପଦକ୍ଷେପ ଗ୍ରହଣ କରିଛି। ଏହା ଫଳରେ, ଦେଶରେ ବିମାନ ଯାତ୍ରା ଦ୍ରୁତଗତିରେ ସ୍ୱାଭାବିକ ହେଉଛି। ଅନ୍ୟ ସମସ୍ତ ଘରୋଇ ବିମାନ ସେବାଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସୁଚାଳିତ ହେଉଥିବାବେଳେ, ଇଣ୍ଡିଗୋର ଚାଳନା ମଧ୍ୟ ଶୀଘ୍ର ସୁଧାର ଲାଭ କରୁଛି ଏବଂ ଉଡ଼ାଣ ସମୟସୂଚୀ ସାମାନ୍ୟ ସ୍ତରକୁ ଫେରୁଛି। ଇଣ୍ଡିଗୋର ବିମାନ ସଂଖ୍ୟା ଡିସେମ୍ବର ୫, ୨୦୨୫ରେ ୭୦୬ରୁ ବୃଦ୍ଧି ପାଇ ଡିସେମ୍ବର ୬, ୨୦୨୫ ସୁଦ୍ଧା ୧୫୬୫କୁ ବୃଦ୍ଧି ପାଇଛି ଏବଂ ଏହା ୧୬୫୦ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଅତ୍ୟଧିକ ଭଡାକୁ ରୋକିବାକୁ ନିୟମ ନିକଟରେ ଅଧିକ ସଂଖ୍ୟକ ବିମାନର ଉଡ଼ାଣ ବାତିଲ ହେବା ଫଳରେ ହଠାତ୍ ଚାହିଦା ବୃଦ୍ଧି ପାଇବା ଯୋଗୁଁ ବିମାନ ଭଡ଼ା ଅସ୍ଥାୟୀଭାବେ ବୃଦ୍ଧି ପାଇଥିଲା। ଏହାକୁ ରୋକିବାକୁ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା…
Panchanga 8th Dec 25 ଆଜିର ପଞ୍ଚାଙ୍ଗ — ୮ ଡିସେମ୍ବର (ସୋମବାର) ତିଥି: ଚତୁର୍ଥୀ ତିଥି ନକ୍ଷତ୍ର: ଶତଭିଷା ନକ୍ଷତ୍ର ଯୋଗ: ଧୃବ ଯୋଗ କରଣ: ବଳବ ସୂର୍ଯ୍ୟଦୋୟ: ପ୍ରାତଃ ୦୬:୦୫ ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୫:୧୪ ଚନ୍ଦ୍ରରାଶି: କୁମ୍ଭ ସୂର୍ଯ୍ୟରାଶି: ବୃଶ୍ଚିକ ଶୁଭ ସମୟ (ମୁହୂର୍ତ୍ତ): ବିଜୟ ମୁହୂର୍ତ୍ତ: ୦୨:୧୯ PM – ୦୩:୦୧ PM ଅଭିଜିତ ମୁହୂର୍ତ୍ତ: ୧୧:୪୦ AM – ୧୨:୨୫ PM ଅଶୁଭ ସମୟ: ରାହୁ କାଳ: ୦୭:୩୦ AM – ୦୯:୦୦ AM ଯମଗଣ୍ଡ: ୧୦:୩୦ AM– ୧୨:୦୦ PM ଗୁଳିକା କାଳ: ୦୧:୩୦ PM – ୦୩:୦୦ PM
ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବେ । ଅସଂଗଠିତତା କ୍ଷତି ଘଟିବ । ଚାକିରିରେ ପ୍ରଶଂସା ପାଇବେ । ତତ୍ପରତା ନାହିଁ । ଆଜି ବିପଦ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ । ବୃଷ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । ମିଥୁନ: – ଜମି ବିକ୍ରୟ ଏବଂ…
ଭୁବନେଶ୍ୱର: ମା ଙ୍କ ଡୋରି ଲାଗିଲା, ମା ଙ୍କ ସେବା ପାଇଁ ସୁଯୋଗ ମିଳିଲା। ଆଜି କେନ୍ଦୁଝର ଘଟ ଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି। ଆଜି ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ସୂଚନା ଯୋଗ୍ୟଯେ ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ଆଜି ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ…
ନୂଆଦିଲ୍ଲୀ: ଫିଲିପାଇନ୍ସ ଏକ ମଧ୍ୟମ ଦୂରଗାମୀ ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ (SAM) କ୍ରୟ କରିବା ପାଇଁ ଭାରତ ସହିତ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି ପ୍ରଣାଳୀ ଫିଲିପାଇନ୍ସ ବାୟୁସେନାର ପୁରୁଣା ଆମେରିକୀୟ ନିର୍ମିତ କ୍ଷେପଣାସ୍ତ୍ରକୁ ବଦଳାଇବ, ଯାହା 1990 ଦଶକରେ କିଣାଯାଇଥିଲା। ପୁରୁଣା କ୍ଷେପଣାସ୍ତ୍ର ପ୍ରଣାଳୀ ଏବେ ଅକାର୍ଯ୍ୟକ୍ଷମ ବର୍ତ୍ତମାନ, ଫିଲିପାଇନ୍ସ ବାୟୁସେନା କ୍ଲାର୍କ ଏୟାର ବେସରେ କେବଳ ଗୋଟିଏ ଉନ୍ନତ HAWK XXI ପ୍ରଣାଳୀ ପରିଚାଳନା କରେ। ଏହି ପ୍ରଣାଳୀ ପୁରୁଣା ଏବଂ ଏହାର ସୀମିତ କ୍ଷମତା ଅଛି। ଏହା ପ୍ରାୟ 40-45 କିଲୋମିଟର ଦୂରଗାମୀ ଲଢ଼ୁଆ ବିମାନ ଏବଂ 20-25 କିଲୋମିଟର ଦୂରଗାମୀ କ୍ଷେପଣାସ୍ତ୍ରକୁ ଅଟକାଇପାରେ। ଏହି ପ୍ରଣାଳୀ ପୁରୁଣା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରେ, ଏବଂ ଆବଶ୍ୟକୀୟ ସ୍ପେୟାର ପାର୍ଟସ୍ ପାଇବା କଷ୍ଟକର। ଏହା ରକ୍ଷଣାବେକ୍ଷଣ ଏବଂ ପରିଚାଳନାରେ ସମସ୍ୟା ସୃଷ୍ଟି କରିଛି। ଭାରତ ଆକାଶ-1S ପ୍ରଣାଳୀ ପ୍ରଦାନ କରେ ଫିଲିପାଇନ୍ସର ଆବଶ୍ୟକତା ବିଷୟରେ, ଭାରତ…
ଭୋପାଳ: ‘ପୋଷଣ ଅଭିଯାନ’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ତୁଳିତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର। ଉତ୍ତମ ପୋଷଣ ପିଲାମାନଙ୍କର ଏକାଗ୍ରତା ଓ ଶିଖାଇବାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ସ୍ୱାସ୍ଥ୍ୟବାନ, ଆତ୍ମବିଶ୍ୱାସୀ ଏବଂ ସକ୍ଷମ ନାଗରିକ ଭାବରେ ଗଢ଼ି ତୋଳିବାରେ ସହାୟକ ହେବ, ଯାହା ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଭୋପାଳରେ ଆୟୋଜିତ ‘ଜାତୀୟ ଶିକ୍ଷା ନୀତି ୨୦୨୦ – କ୍ୱିୟାନ୍ୱୟନ, ଆହ୍ୱାନ ଏବଂ ସମ୍ଭାବନା’ ଉପରେ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମଧ୍ୟପ୍ରଦେଶ ରାଷ୍ଟ୍ରୀୟ ଶିକ୍ଷା ନୀତି – ୨୦୨୦ ଏବଂ ଭାରତୀୟ ସଂସ୍କୃତି ଉଭୟକୁ ସମାନ ଗତିରେ ଆଗକୁ ବଢ଼ାଇବାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଔପନିବେଶିକ ମାନସିକତାରୁ…
ନୂଆଦିଲ୍ଲୀ: ଦିନିକିଆ ସିରିଜ୍ରେ ସଫଳତା ପରେ, ଟିମ୍ ଇଣ୍ଡିଆ ଏବେ ଟି-୨୦ ସିରିଜ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାକୁ ଚେଷ୍ଟା କରିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ର ଏକାଦଶ ସିରିଜ୍ ଡିସେମ୍ବର ୯ ତାରିଖ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ, ଟସ୍ ସନ୍ଧ୍ୟା ୬:୩୦ ରେ ହେବ। ୭ ଜଣ ଖେଳାଳି ବାଦ୍ ପଡ଼ିଲେ, ଶୁଭମନ ଗିଲ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବେ ଦିନିକିଆ ସିରିଜ୍ ତୁଳନାରେ ପ୍ରଥମ ଟି-୨୦ରୁ ୭ ଜଣ ଖେଳାଳି ବାଦ୍ ପଡ଼ିବେ। ଏଥିରେ ରୋହିତ ଶର୍ମା, ଯଶସ୍ୱୀ ଜୟସ୍ଵାଲ୍, ବିରାଟ କୋହଲି, ଋତୁରାଜ ଗାୟକ୍ଵାଡ୍, କେଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ପ୍ରସିଦ୍ଧ କୃଷ୍ଣ ସାମିଲ ଅଛନ୍ତି। ଏହି ସମସ୍ତ ଖେଳାଳି ତିନି ମ୍ୟାଚ୍ର ଏକାଦଶ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ,…
ଭୁବନେଶ୍ୱର: ବିଗତ ନଭେମ୍ବର ୦୬ ତାରିଖରୁ ରାଜ୍ୟରେ ୦୮ ଦଫା ଦାବି ଯଥା- ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ବାହୁଦିନ ର ଦାବୀ ଡାଇନାମିକ ଭତ୍ତା ବୃଦ୍ଧି, ସମସ୍ତ ଆୟୁଷ କଲେଜରେ ପରିଚାଳନା କମିଟିର ପୂର୍ଣ୍ଣ ଗଠନ, ଆୟୁଷ ପ୍ରଗତି ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ନୀତିରେ ଆୟୁଷ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବଜେଟ, ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେବା ସହିତ ଜନସାଧାରଣ ଙ୍କୁ ଆୟୁଷ ସ୍ୱାସ୍ଥ୍ୟ ପାଇଁ ସଚେତନତା ଅଭିଯାନ ସୃଷ୍ଟି ଓ ସ୍ୱତନ୍ତ୍ର ଆୟୁଷ ବିଭାଗ ସୃଷ୍ଟି ଆଦି ୮ ଦଫା ଦାବି ନେଇ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଆୟୁଷ ଛାତ୍ରଛାତ୍ରୀମାନେ କଳା ବ୍ୟାଚ୍ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଆସୁଥିଲେ। ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଗତ ୨୪ ତାରିଖ ଠାରୁ ରାଜ୍ୟର ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର,…
ନୂଆଦିଲ୍ଲୀ: ନିର୍ମାଣାଧୀନ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଏହି ଦୁଇଟି ସହର ଉପରେ ନିର୍ଭର କରୁଥିବା କୋଟି କୋଟି ଲୋକଙ୍କୁ ବହୁପ୍ରତିକ୍ଷିତ ଜୀବିକା ସମାଧାନ ଯୋଗାଇ ଦେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ ଆନ୍ଧ୍ରପ୍ରଦେଶର ପାର୍ବତ୍ୟାଞ୍ଚଳକୁ ସଂଯୋଗ କରିବ। ମୋଟ୍ 16,482 କୋଟି ଟଙ୍କା ବ୍ୟୟବରାଦ ସହିତ ଏହି କରିଡର ନିର୍ମାଣ କରାଯାଉଛି ଏବଂ ଡିସେମ୍ବର 2026 ସୁଦ୍ଧା ଏହାର କାମ ଶେଷ ହେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଏନଏଚ-26ର ବର୍ତ୍ତମାନର ଦୂରତା 597 କିଲୋମିଟରରୁ 465 କିଲୋମିଟରକୁ ହ୍ରାସ ପାଇବ। ଦୂରତା ପ୍ରାୟ 132 କିଲୋମିଟର ହ୍ରାସ ପାଇବ ଏବଂ ସମୟ ପ୍ରାୟ ସାତ ଘଣ୍ଟା ସଞ୍ଚୟ ହେବ। ଏହାଫଳରେ ସାଧାରଣ ଜନତାଙ୍କ ଯାତ୍ରା ଏବଂ ମାଲ ପରିବହନକାରୀଙ୍କ ପରିବହନ ଖର୍ଚ୍ଚ ହ୍ରାସ ପାଇବା ସହିତ ଯଥେଷ୍ଟ ଇନ୍ଧନ ସଞ୍ଚୟ…
ଭୁବନେଶ୍ୱର: ବର୍ତ୍ତମାନ ଡିଜିଟାଲ ଯୁଗରେ ବଦଳିଛି ପାଠଗାରାର ପରିଭାଷା। ଏହା କେବଳ ପୁସ୍ତକର ଗ୍ରନ୍ଥାଗାର ଭାବେ ସୀମିତ ନ ରହି କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଗୋଷ୍ଠୀ ସାଧନ କେନ୍ଦ୍ର ରୂପେ ଉଭା ହେଉଛି। ଓଡ଼ିଶାର ପ୍ରତି ପଞ୍ଚାୟତରେ ଏହିଭଳି ଆଧୁନିକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରବିବାର ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’। ଚଳିତବର୍ଷର ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ଓଡ଼ିଶା ପବ୍ଲିକ୍ ଲାଇବ୍ରେରୀ ଭିଜନ୍’। ପ୍ରବାସୀ ଓଡ଼ିଆ ସଙ୍ଗଠନ ‘ଦ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଏହି ଦିନିକିଆ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଓସା’ର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେହିପରି କେନ୍ଦ୍ରପଡ଼ା ବିଧାୟକ ଗଣେଶ୍ଵର ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। “ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନ ବୃଦ୍ଧି…
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଡିସେମ୍ବର ୧୦ ତାରିଖରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତିି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି। ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ପୂରଣ ନିମନ୍ତେ ସରକାର ପ୍ରତିଶ୍ରୁତି ଦେଇ ସମସ୍ୟାର ସମାଧାନ ନକରିବା ପ୍ରତିବାଦରେ ଏ ମହାସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଥାଉକି, ଗତ ଆନ୍ଦୋଳନ ସମୟରେ ଶିକ୍ଷକ ନେତୃତ୍ୱ ଓ ସରକାରଙ୍କ ସହିତ…
ରଣପୁର : ରଣପୁରରେ ମହୋତ୍ସବ-୨୦୨୬କୁ ସଫଳ କରିବା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତା କରାଯାଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସାମାଜିକ ପ୍ରତିନିଧି ଓ ସଂସ୍କୃତି ପ୍ରେମୀମାନେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ବିପିନ ବିହାରୀ ପାଢ଼ୀ, ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ରଣପୁର ଏନଏସି ଚେୟାରମ୍ୟାନ ରଙ୍ଗୀନ ମହାନ୍ତି, ବରିଷ୍ଠ ବିଜେପି ନେତା ପରେଶ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଏବଂ ଅବସରପ୍ରାପ୍ତ ଶିକ୍ଷକ ତଥା କୋଷାଧକ୍ଷ ପ୍ରଶାନ୍ତ କୁମାର ମିଶ୍ର ସହ ମହୋତ୍ସବ କମିଟି ସମ୍ପାଦକ ସ୍ୱରାଜ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ସାମ୍ବାଦିକ, ଶିକ୍ଷକ, ସମାଜସେବୀ, ଅଗ୍ନିଶମ ବିଭାଗ, ବନ ବିଭାଗ, ବିଦ୍ୟୁତ ବିଭାଗ, ମେଡିକାଲ ବିଭାଗ ଓ ଯୁବ ଗୋଷ୍ଠୀ ପ୍ରତିନିଧିମାନେ ମଧ୍ୟ…
ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ବାଣପୁର ପାଟପୁର ଗ୍ରାମର ଦୁର୍ଗାଚରଣ ସେଠିଙ୍କ ପୁତ୍ର ଚନ୍ଦନ ସେଠି (୨୨) ଏବଂ ସାରୁବାରୀପଦର ଗ୍ରାମର କାହ୍ନୁ ଚରଣ ମହାପାତ୍ରଙ୍କ ପୁତ୍ର ରୁଦ୍ରପ୍ରସାଦ ମହାପାତ୍ର (୨୦)। ସେହିପରି ଭାବେ ଗୁରୁତର ଆହତ ଜଣକ ହେଲେ ସାରୁବାରୀପଦର ଗ୍ରାମର ଦେବାଶିଷ ତ୍ରିପାଠୀ (୨୭)। ପୋଲିସ ସୂଚନା ମୁତାବକ ଉକ୍ତ ତିନି ଜଣ ଯୁବକ ଏକ ବାଇକ ଯୋଗେ କ୍ରିକେଟ ଖେଳ ଦେଖିବାକୁ ଯାଉଥିବା ବେଳେ ବନବାସପୁର ଗ୍ରାମ ଠାରେ ବିପରୀତ ଦିଗରୁ ଏକ ମାଟି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଉଭୟ ଚନ୍ଦନ ଓ ରୁଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦେବାଶିଷ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୋଟାଏ ଗୋଡ଼…
ନୂଆଦିଲ୍ଲୀ: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଭାଙ୍ଗି ଯାଇଛି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ ଧରି ଖବରରେ ଥିଲା। କିନ୍ତୁ ଏବେ ସ୍ମୃତି ନିଜେ ଏକ ପୋଷ୍ଟ ମାଧ୍ୟମରେ ଏହା ନିଶ୍ଚିତ କରିଛନ୍ତି। ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ସେ ଲେଖିଛନ୍ତି ଯେ, “ଗତ କିଛି ସପ୍ତାହ ଧରି ମୋ ଜୀବନ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ମୁଁ ଭାବୁଛି ଯେ, ଏହି ସମୟରେ ମୋ ପାଇଁ କହିବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟକ୍ତି ଏବଂ ମୁଁ ମୋର ଜୀବନକୁ ସେହିପରି ରଖିବାକୁ ଚାହୁଁଛି। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ବିବାହ ବାତିଲ କରାଯାଇଛି।” ଏହା ସହିତ ସେ ଲେଖିଛନ୍ତି ଯେ, “ମୁଁ ଏହି ବିଷୟକୁ ଏଠାରେ ରଖିବାକୁ ଚାହୁଁଛି। ମୁଁ ସମସ୍ତଙ୍କୁ ଏହା କରିବାକୁ ଅନୁରୋଧ କରୁଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଏହି ସମୟରେ…
ନୂଆଦିଲ୍ଲୀ: ଗୋଆର ଅରପୋରାରେ ଏକ ନାଇଟ୍ କ୍ଲବରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ପଚିଶ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଛଅ ଜଣ ଆହତ ହୋଇଛନ୍ତି। ଆହତମାନେ ଚିକିତ୍ସାଧୀନ ଅଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଅଛି। ଘଟଣା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ମୁଁ ଅରପୋରାରେ ଅଗ୍ନିକାଣ୍ଡ ଘଟଣାର ପରିସ୍ଥିତି ଉପରେ ନଜର ରଖିଛି, ଯେଉଁଥିରେ ୨୫ ଜଣଙ୍କ ଜୀବନ ଚାଲିଯାଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ସ୍ଥିର ଅଛନ୍ତି ଏବଂ ସେମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇ ଦିଆଯାଉଛି। କାରଣ ଏବଂ ଦାୟୀଙ୍କୁ ଚିହ୍ନଟ କରିବା ପାଇଁ ସମଗ୍ର ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।” ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ପୀଡିତଙ୍କ ପରିବାର ସହିତ ଠିଆ ହୋଇଛନ୍ତି ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
କେଉଁଝର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେଉଁଝର ଘଟଗାଁ ମା ତାରିଣୀ ପିଠରେ ପହଞ୍ଚିଛନ୍ତି। ସେଠାରେ ସେ ମା ତାରିଣୀଙ୍କ ପିଠର ବିକାଶ ପାଇଁ ବହୁ ପ୍ରକଳ୍ପର ଘୋଷଣା ତଥା ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ମା ତାରିଣୀ ପିଠକୁ ନିଆଯାଇଥିଲା। ଏଥିରେ ଆଇନ, ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ପାଖାପାଖି ୬୦ ଏକର ପରିମିତ ଜମି ଉପରେ ମା’ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ରଖିବେ। ଏହି ପ୍ରକଳ୍ପ ସମହୂରେ ୩୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁମୋଦନ ଦିଆଯାଇ ସାରିଛି । ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା’ତାରିଣୀ…
ଭୁବନେଶ୍ୱର: ଉତ୍ତର ଭାରତର କିଛି ଅଂଚଳ ସହିତ ପୂର୍ବତଟ ରେଳପଥର ଅଧୀନରେ ଥିବା ଅନେକ ସେକ୍ସନ କିମ୍ବା ମାର୍ଗରେ ଘନ କୁହୁଡ଼ି ପରିସ୍ଥିତି ରିପୋର୍ଟ କରାଯିବା ସହିତ, ପୂର୍ବତଟ ରେଳପଥ ଶୀତ ଋତୁରେ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ପ୍ରସ୍ତୁତି ଅଭିଯାନ ଆରମ୍ଭ କରିଛି। ପୂର୍ବତଟ ରେଳପଥ ରାତି ଏବଂ ସକାଳ ସମୟରେ କମ ଦୃଶ୍ୟମାନତା ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ 24 ଘଣ୍ଟା ନିରୀକ୍ଷଣକୁ ସୁଦୃଢ଼ କରିଛି ଏବଂ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ କରିଛି। କୁହୁଡ଼ି ସମୟରେ ରେଳବାଇ ଏକ ସୁପ୍ରତିଷ୍ଠିତ ପରିଚାଳନା ପ୍ରୋଟୋକଲ୍ ଅନୁସରଣ କରେ ଏବଂ କୁହୁଡ଼ି ପ୍ରବଣ ମାର୍ଗରେ ସୁରକ୍ଷା ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ଏହାର ପ୍ରୟାସକୁ ଆହୁରି ତୀବ୍ର କରିଛି। ଟ୍ରେନ୍ ଚାଳକ ଦଳ ପାଇଁ ଗତି ନିୟନ୍ତ୍ରଣ ଏବଂ ସୁରକ୍ଷା ପରାମର୍ଶ : ଘନ କୁହୁଡ଼ି ସମୟରେ, ଲୋକୋ…
ନୂଆଦିଲ୍ଲୀ: ଦେଶସାରା ବହୁ ସଂଖ୍ୟକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଯାତ୍ରା ବ୍ୟବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏପରି ପରିସ୍ଥିତିରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଗକୁ ବଢ଼ି ଫସି ରହିଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି। ଏୟାରଲାଇନ୍ସ କହିଛି ଯେ, ସେମାନଙ୍କର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଏବଂ ହଠାତ୍ ଭଡ଼ା ବୃଦ୍ଧିର ବୋଝକୁ କମ କରିବା। ଘରୋଇ ବିମାନ ଯାତ୍ରାରେ ଲାଗୁ ହୋଇଥିବା ଭଡ଼ା ସୀମା: ଏୟାର ଇଣ୍ଡିଆ କହିଛି ଯେ, ଡିସେମ୍ବର ୪ ତାରିଖରୁ ଇକୋନୋମି କ୍ଲାସ ଘରୋଇ ନନ୍-ଷ୍ଟପ୍ ବିମାନ ଯାତ୍ରା ପାଇଁ ଏକ ସ୍ଥିର ଭଡ଼ା ସୀମା ଲାଗୁ କରାଯାଇଛି। ସ୍ୱୟଂଚାଳିତ ମୂଲ୍ୟ ବ୍ୟବସ୍ଥା ଯୋଗୁଁ ଚାହିଦାରେ ହଠାତ୍ ବୃଦ୍ଧି ଯୋଗୁଁ ଟିକେଟ ଦର ଆକାଶଛୁଆଁ ହେବାରୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଏୟାର…
ଭୁବନେଶ୍ୱର: ବର୍ଦ୍ଧିତ ଚାହିଦା ଏବଂ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଓଡ଼ା ଅଞ୍ଚଳ ଅଭିମୁଖେ କିଛି ନିୟମିତ ଟ୍ରେନ୍ରେ ଅତିରିକ୍ତ କୋଚ୍ ସଂଯୋଗ ଏବଂ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ଦ୍ୱାରା ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ: ୧. ଟ୍ରେନ ନମ୍ବର ୦୮୪୦୧ ଭୁବନେଶ୍ୱର – ଲୋକମାନ୍ୟ ତିଲକ ଟର୍ମିନସ୍ ସ୍ୱତନ୍ତ୍ର ୦୭ ଡ଼ିସେମ୍ବର ୨୦୨୫ ରେ ଭୁବନେଶ୍ୱରରୁ ଛାଡିବ ୨. ଟ୍ରେନ ନମ୍ବର ୦୮୪୦୨ ଲୋକମାନ୍ୟ ତିଲକ ଟର୍ମିନସ୍ – ସମ୍ବଲପୁର ସ୍ୱତନ୍ତ୍ର ୦୯ ଡ଼ିସେମ୍ବର ୨୦୨୫ ରେ ଲୋକମାନ୍ୟ ତିଲକ ଟର୍ମିନସ୍ ରୁ ଛାଡିବ ୩. ଟ୍ରେନ ନମ୍ବର ୦୮୪୦୩ ପୁରୀ – ଆନନ୍ଦ ବିହାର ଟର୍ମିନଲ୍ ସ୍ୱତନ୍ତ୍ର ୦୮ ଡ଼ିସେମ୍ବର ୨୦୨୫ ରେ ପୁରୀରୁ ଛାଡିବ ୪. ଟ୍ରେନ ନମ୍ବର ୦୮୪୦୪ ଆନନ୍ଦ ବିହାର ଟର୍ମିନଲ୍ – ଭୁବନେଶ୍ୱର…
ପୁରୀ: ଚଳିତ ବର୍ଷ ଡିସେମ୍ବର ୧୨ ତାରିଖରେ ୫ମ ମହୋଦଧି ଦିବସ ପୁରୀ ଲାଇଟ୍ ହାଉସ ସମ୍ମୁଖ ବେଳାଭୂମି ଠାରେ ଅନୁଷ୍ଠିତ ହେବ। ଏହାସହ ଓଡିଶା ର ୧୫ ଟି ଜିଲ୍ଲା ରେ ମଧ୍ୟ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ଭବିଷ୍ୟତ ପାଇଁ ସମୁଦ୍ରର ସୁରକ୍ଷା ( Safeguarding sea for future generation)ବିଷୟବସ୍ତୁ ରଖାଯାଇଛି। ଏ ସମ୍ପର୍କରେ ଶନିବାର ଅପରାହ୍ନରେ ହୋଟେଲ ଅତିଥି ହେରିଟେଜ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି ତରଫରୁ କୁହାଯାଇଛି। ଏ ବର୍ଷ କାର୍ଯ୍ୟକ୍ରମର ଅଧିକ ପ୍ରଚାର ପ୍ରସାର ପାଇଁ ବିଶେଷ ଭାବରେ ସମୁଦ୍ର ଜଙ୍ଗଲ ଓ ନଦୀ ଥିବା ଅଞ୍ଚଳରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ। ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ଵର, କଟକ, ଖୋର୍ଦ୍ଧା, ବ୍ରହ୍ମପୁର, ବାରିପଦା, ଅନୁଗୁଳରେ ୧୦ ଓ ୧୧ ରେ କାର୍ଯକ୍ରମ ଅନୁଷ୍ଠିତ ହେବ। ଡିସେମ୍ବର ୧୨ ତାରିଖ…

