ନୂଆଦିଲ୍ଲୀ: ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ, ତାଙ୍କ ପ୍ରଶାସନର ନୀତିକୁ ନେଇ ଆଇନଗତ ବିବାଦ ଜାରି ରହିଛି, ବିଶେଷକରି ଡେମୋକ୍ରାଟିକ୍ ରାଜ୍ୟଗୁଡ଼ିକ ସହିତ। ଏଥର, ଟ୍ରମ୍ପ ପ୍ରଶାସନର ଏକ ପ୍ରମୁଖ ପ୍ରବାସ ନୀତି, H-1B ଭିସାରେ100,000 ଡଲାର ଫି ବୃଦ୍ଧିକୁ କାଲିଫର୍ନିଆ, ନ୍ୟୁୟର୍କ, ଇଲିନୋଇସ୍ ଏବଂ ଅନ୍ୟାନ୍ୟ ରାଜ୍ୟ ସମେତ 19ଟି ରାଜ୍ୟ କୋର୍ଟରେ ଚ୍ୟାଲେଞ୍ଜ କରୁଛନ୍ତି। H-1B ଭିସା ଫି ବୃଦ୍ଧି ଉପରେ ମାମଲା କାଲିଫର୍ନିଆ ଏବଂ ଅନ୍ୟାନ୍ୟ ରାଜ୍ୟ ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ ଏକ ମାମଲା ଦାୟର କରିଛନ୍ତି। ଆମେରିକାର ଶ୍ରମ ବିଭାଗ ଅନୁଯାୟୀ, H-1B କାର୍ଯ୍ୟକ୍ରମ ଆମେରିକୀୟ ନିଯୁକ୍ତିଦାତାମାନଙ୍କୁ ବିଶେଷ ବୃତ୍ତି ପାଇଁ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅନୁମତି ଦିଏ। କାଲିଫର୍ନିଆ ଆଟର୍ଣ୍ଣି ଜେନେରାଲ ରୋବ ବାଣ୍ଟା ଟ୍ୱିଟରରେ ଲେଖିଛନ୍ତି ଯେ, ଟ୍ରମ୍ପଙ୍କ ଅବୈଧ ନୂତନ 100,000 ଡଲାର H-1B ଭିସା ଫି ଶିକ୍ଷକ, ଡାକ୍ତର, ଗବେଷକ, ନର୍ସ ଏବଂ…
Author: Samikhsya Bureau
ନୂଆଦିଲ୍ଲୀ: ପୁଣି ଏକ ମ୍ୟାଚ୍ ଫିକ୍ସିଂ କାଣ୍ଡ ଦ୍ୱାରା କ୍ରିକେଟ୍ ଜଗତ ପୁଣି ଥରେ ଲଜ୍ଜିତ ହୋଇଛି। ଏଥର, ଏହା ଭାରତୀୟ ଘରୋଇ କ୍ରିକେଟରେ ସାମ୍ନାକୁ ଆସିଛି। ଶୁକ୍ରବାର, ଆସାମ କ୍ରିକେଟ୍ ଆସୋଅସିଏସନ୍ ସମ୍ପାଦକ ସନାତନ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ଚାରି ଜଣ ଖେଳାଳିଙ୍କୁ ତୁରନ୍ତ ପ୍ରଭାବରେ ନିଲମ୍ବିତ କରାଯାଇଛି। ଏହି ଚାରି ଜଣ ଖେଳାଳି ହେଉଛନ୍ତି ଅମିତ ସିହ୍ନା, ଇଶାନ୍ ଅହମ୍ମଦ, ଅମନ ତ୍ରିପାଠି ଏବଂ ଅଭିଷେକ ଠାକୁର। ସନାତନ ଦାସ କହିଛନ୍ତି ଯେ, ଏହି ଚାରି ଜଣ ଖେଳାଳି କ୍ରିକେଟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିଲେ। ଏହି ମାମଲା ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ ସହିତ ଜଡିତ। ଆସାମ କ୍ରିକେଟ୍ ଆସୋସିଏସନ୍ (ACA) ସଚିବ ସନାତନ ଦାସ ଏକ ବିବୃତ୍ତିରେ କହିଛନ୍ତି ଯେ, “ଏହି ଚାରି ଜଣ କ୍ରିକେଟର୍, ଯେଉଁମାନେ ବିଭିନ୍ନ ସ୍ତରରେ ଆସାମକୁ ପ୍ରତିନିଧିତ୍ୱ କରିଛନ୍ତି, ସେମାନଙ୍କ ଉପରେ ସୟଦ ମୁସ୍ତାକ ଅଲି ଟ୍ରଫି-୨୦୨୫…
ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ ତାପମାତ୍ରା ହଠାତ୍ ହ୍ରାସ ହେତୁ ଏହା ହୃଦୟ ରୋଗୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଏ। ଶୀତ ସମୟରେ ହୃଦଘାତ ସମସ୍ୟା ଅଧିକ ଦେଖାଯାଏ। କାରଣ ଶୀତଦିନେ ପେରିଫେରାଲ୍ ଭେସେଲ୍ସ ସଙ୍କୁଚିତ ହୁଏ। ଏହିପରି, ହୃଦୟରେ ଅଧିକ ଚାପ ରହିଥାଏ। ଯେଉଁଥିପାଇଁ ହୃଦୟକୁ ଅମ୍ଳଜାନର ଯୋଗାଣ କମିଯାଏ। ଫଳସ୍ୱରୂପ, ଅମ୍ଳଜାନ ଏବଂ ରକ୍ତ ପମ୍ପ କରିବା ପାଇଁ ଆପଣଙ୍କ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡିବ। ଏପରି ପରିସ୍ଥିତିରେ, ଏଠାରେ ଉଲ୍ଲେଖ କରାଯାଇଥିବା କିଛି ଘରୋଇ ଟିପ୍ସ ଆପଣଙ୍କୁ ଶୀତଦିନେ ହୃଦୟ ସ୍ୱାସ୍ଥ୍ୟ ପରିଚାଳନା କରିବାରେ ସାହାଯ୍ୟ କରିଥାଏ। ରକ୍ତଚାପ ଉପରେ ନଜର ରଖନ୍ତୁ: ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯାହାର ରକ୍ତଚାପରେ ସମସ୍ୟା ଅଛି। ତେବେ ରକ୍ତଚାପ ଉପରେ ନଜର ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କରିବା ଦ୍ୱାରା ହୃଦ୍ଘାତର ସମ୍ଭାବନା ବହୁତ କମ ହୋଇପାରେ। ତେଣୁ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁମେ…
ନୂଆଦିଲ୍ଲୀ: ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ବୃଦ୍ଧି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ଫଳସ୍ବରୂପ ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୪-୨୫ ସୁଦ୍ଧା ଏହା ୩୧କୁ ହ୍ରାସ ପାଇଛି। ସେହିପରି ୨୦୦୪-୧୪ ମଧ୍ୟରେ ମୋଟ ୧୭୧୧ଟି ରେଳ ଦୁର୍ଘଟଣା ହୋଇଥିଲା ଅର୍ଥାତ ବାର୍ଷିକ ହାରାହାରି ୧୭୧ଟି ଦୁର୍ଘଟଣା ହୋଇଥିଲା। ଏହା ୨୦୨୪-୨୫ ସୁଦ୍ଧା ଏହା ୩୧କୁ ଓ ୨୦୨୫-୨୬ରେ ନଭେମ୍ବର ସୁଦ୍ଧା ମାତ୍ର ୧୧କୁ ହ୍ରାସ ପାଇଛି। ଭାରତୀୟ ରେଳବାଇରେ ସୁରକ୍ଷା ଓ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ରେଳ ପ୍ରଶାସନ ଦ୍ବାରା ଯେକୌଣସି ଅସ୍ବାଭାବିକ ଘଟଣାର ପୁଂଖାନୁପୁଂଖ ତଦନ୍ତ କରାଯାଉଛି। କୌଣସି ତ୍ରୁଟିର ବୈଷୟିକ କାରଣ ବ୍ୟତୀତ ଅନ୍ୟ କାରଣ ସଂଦେହ କରାଗଲେ ରାଜ୍ୟ ପୁଲିସର ସହାୟତା ନିଆଯାଉଛି। କିଛି କ୍ଷେତ୍ରରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ର ସହାୟତା ମଧ୍ୟ ନିଆଯାଏ। ତଥାପି,…
ଭୁବନେଶ୍ୱର: ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମ୍ଫେଡ୍)କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦ ଓଡିଶା ସମ୍ମାନ। ନେଟଓ୍ୱାର୍କ ୧୮ ପକ୍ଷରୁ ଗତ କାଲି ଭୁବନେଶ୍ୱରଠାରେ ଆୟୋଜିତ ଆତ୍ମ ନିର୍ଭର ଓଡିଶା ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିହବନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଓ ଡେପୁଟି ମ୍ୟାନେଜର ଡାକ୍ତର ବିଶ୍ୱରଂଜନ ତ୍ରିପାଠୀ ମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇବା ପରେ ଓମ୍ଫେଡ୍ କର୍ମଚାରୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି ହୋଇଛି। ଏହି ସ୍ୱୀକୃତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ କଠୋର ପରିଶ୍ରମ ଏବଂ ଅଗଣିତ ଗ୍ରାହକଙ୍କର ଭଲ ପାଇବାର ପ୍ରତୀକ। ଓମ୍ଫେଡ ରାଜ୍ୟର କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚି ପାରିଥିବାରୁ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ। ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।
ନୂଆଦିଲ୍ଲୀ: 2009ରୁ 2014 ମଧ୍ୟରେ ଓଡ଼ିଶାକୁ ମାତ୍ର 838 କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ ହୋଇଥିଲା। ଅନ୍ୟପଟେ କେବଳ 2025-26 ଆର୍ଥିକ ବର୍ଷରେ ରାଜ୍ୟକୁ ଏହାର 13 ଗୁଣ ଅର୍ଥାତ୍ 10,599 କୋଟି ଟଙ୍କାର ରେଳ ବଜେଟ୍ ଦିଆଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ନୂଆ ରେଳ ଟ୍ରାକ୍ ନିର୍ମାଣ ମଧ୍ୟ ବାର୍ଷିକ ହାରାହାରୀ ସାଢ଼େ ତିନି ଗୁଣ ବୃଦ୍ଧି ପାଇଛି। 2009-14 ମଧ୍ୟରେ 267 କିଲୋମିଟର ନୂଆ ରେଳ ଟ୍ରାକ୍ ନିର୍ମାଣ କରାଯାଇଥିଲା, ଅର୍ଥାତ୍ ବାର୍ଷିକ ହାରାହାରୀ 53.4 ରେଳ ଲାଇନ୍ ବିଛା ହେଉଥିଲା। ଏହା ତୁଳନାରେ 2014-25 ମଧ୍ୟରେ ବାର୍ଷିକ ହାରାହାରୀ 195.45 ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଥିବା ବେଳେ ଏହି ଅବଧି ମଧ୍ୟରେ ମୋଟ୍ 2,150 କିମି ରେଳ ଲାଇନ୍ ବିଛା ହୋଇଛି । ଏପ୍ରିଲ 2025 ସୁଦ୍ଧା 19ଟି ନୂଆ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆର୍ଥିକ ବ୍ୟାପାର କମିଟି ସୁଗମ, ଦକ୍ଷ ଏବଂ ସ୍ୱଚ୍ଛ ବ୍ୟବହାର ପାଇଁ କୋଇଲା ଲିଙ୍କେଜ୍ ନିଲାମ ନୀତି (କୋଲସେତୁ)କୁ ଅନୁମୋଦନ କରିଛି। ଏହି ନୀତି ‘କୋଲ ସେତୁ’ ନାମକ ଏକ ନୂତନ ୱିଣ୍ଡୋ ସୃଷ୍ଟି କରେ, ଯାହା ଯେକୌଣସି ଶିଳ୍ପ ବ୍ୟବହାର ଏବଂ ରପ୍ତାନି ପାଇଁ କୋଇଲା ବ୍ୟବହାର କରିବ, ଯାହାକୁ ଏନଆରଏସ୍ ଲିଙ୍କେଜ୍ ନୀତିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂତନ ନୀତି ସରକାରଙ୍କ ଦ୍ୱାରା କରାଯାଉଥିବା କୋଇଲା କ୍ଷେତ୍ର ସଂସ୍କାର କାର୍ଯ୍ୟର ଅଂଶ ବିଶେଷ। ଏହି ନୀତି ୨୦୧୬ର ଏନଆରଏସ୍ (ଅଣ-ନିୟନ୍ତ୍ରିତ କ୍ଷେତ୍ର) ଲିଙ୍କେଜର ନିଲାମ ନୀତିରେ “କୋଲସେତୁ” ନାମକ ଏକ ପୃଥକ ୱିଣ୍ଡୋ ଯୋଡି, ଯେକୌଣସି ଶିଳ୍ପ ବ୍ୟବହାର ଏବଂ ରପ୍ତାନି ପାଇଁ ଦୀର୍ଘକାଳୀନ ଭାବରେ ନିଲାମ ଆଧାରରେ କୋଇଲା ଲିଙ୍କେଜର ଆବଣ୍ଟନକୁ ଅନୁମତି ଦେବ। ଯେଉଁଠାରେ କୋଇଲା ଆବଶ୍ୟକ କରୁଥିବା ଯେକୌଣସି ଘରୋଇ କ୍ରେତା ଲିଙ୍କେଜର…
ନୂଆଦିଲ୍ଲୀ: ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାରେ 59ଟି ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡ଼ିଶାରେ ଷ୍ଟେସନଗୁଡ଼ିକର ପୁନର୍ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସଭାରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅମୃତ ଭାରତ ଷ୍ଟେସନ ଯୋଜନାରେ ସାରା ଦେଶରେ ପୁନର୍ବିକାଶ ପାଇଁ 1337ଟି ଷ୍ଟେସନ ଚିହ୍ନଟ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି। ଏଥିରେ ଓଡ଼ିଶାର ଝାରସୁଗୁଡ଼ା ଜଙ୍କସନ, ସମ୍ବଲପୁର, ଅନୁଗୁଳ, ଭୁବନେଶ୍ୱର ଏବଂ ପୁରୀ ସମେତ 59ଟି ଷ୍ଟେସନ ରହିଛି। ରାଜ୍ୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏବେ ସୁଦ୍ଧା 5ଟି ଷ୍ଟେସନ – କଟକ (ଦ୍ୱିତୀୟ ପ୍ରବେଶ ପଥ), ବରପାଲି, ପାରଳାଖେମୁଣ୍ଡି, ବିମଳାଗଡ଼, ବାରିପଦାର ଉନ୍ନତିକରଣ କାମ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଜଳେଶ୍ୱର, ବେତନଟୀ, ବାଲେଶ୍ୱର, ଆଦି ଷ୍ଟେସନର ଉନ୍ନତିକରଣ କାମ ଯଥେଷ୍ଟ ଅଗ୍ରଗତି କରିଛି । ଓଡ଼ିଶାରେ ଏହି ଯୋଜନା ଅଧୀନରେ ଅନୁଗୁଳ,…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ମୋବାଇଲ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା କେରଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଣକ କେରଳ ଥିରୁଅନନ୍ତପୁରମର ଭାଜୋତୁକୋନମ୍ ଅଞ୍ଚଳର ଅହମ୍ମଦ ଏସ୍ (୧୮) ଓ ସେ ଗତ ଏପ୍ରିଲ ମାସ ୨୮ ତାରିଖରୁ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ସ୍ଥିତ ଭୁବନେଶ୍ୱରୀ ମୋବାଇଲ ପଏଣ୍ଟରେ ଟେକ୍ନସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ସ୍ଥିତ ବ୍ରିଟ୍ କୋ କମ୍ପାନୀ ତରଫରୁ କିଛି ପିଲା ଭୁବନେଶ୍ୱରୀ ମୋବାଇଲରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଦୋକାନର ଉପର ମହଲାରେ ରହୁଥିଲେ। ଅହମ୍ମଦ୍ ଶୁକ୍ରବାର ସକାଳେ ମାଲିକ ବିକ୍ରମ ଶତପଥୀଙ୍କୁ ଦେହ ଭଲ ଲାଗୁ ନ ଥିବା କହି କାମକୁ ଯାଇ ନ ଥିଲେ। ତାଙ୍କ ସହିତ ମେସରେ ଥିବା ଅନ୍ୟ ଚାରି ଜଣ କାମକୁ ଯାଇଥିଲେ। ଖରାବେଳେ ଖାଇବା ପାଇଁ ଘରକୁ ଆସିଥିବା ସମୟରେ ଅହମ୍ମଦ୍ ଏକ ଗାମୁଛାକୁ…
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ତିନିଦିନ ଧରି ଭୁବନେଶ୍ୱରର ଗାନ୍ଧିମାର୍ଗଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାକୁ ଆଜି ସ୍ଥଗିତ କରାଯାଇଛି। ମନ୍ତ୍ରୀ, ବିଧାୟକ ଏବଂ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି। ସୂଚନାଥାଉକି, ସରକାର ସବୁ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ସମସ୍ୟାକୁ ବିଚାରକୁ ନେବା ସଙ୍ଗେ ସଙ୍ଗେ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଯେଉଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ତାହା ଖୁବ୍ଶିଘ୍ର ବସି ସମସ୍ତ ବର୍ଗର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରିବ ବୋଲି ମାନ୍ୟବର ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବି ମଧ୍ୟରେ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ୨୦୦୪…
ମେଷ- ମେଷ ରାଶି ଆଜି ପ୍ରଭୁ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆୟର ମାଧ୍ୟମ ବୃଦ୍ଧି ପାଇବ। ଯାତ୍ରା ସୁଖଦ ହେବ। ବିଦେଶ ଭ୍ରମଣ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ସଫଳ ହେବେ। ଆଜି ସଂଘର୍ଷପୂର୍ଣ୍ଣ ହେବ। ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ, ଏପରି ପରିସ୍ଥିତିରେ, ଧୈର୍ଯ୍ୟବାନ ହୁଅନ୍ତୁ ଏବଂ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ- ବୃଷ ରାଶିର ଲୋକମାନେ ଚାକିରିରେ ଅତିରିକ୍ତ ଦାୟିତ୍ଵ ପାଇପାରନ୍ତି। ପଦୋନ୍ନତିର ସମ୍ଭାବନା ସୃଷ୍ଟି ହେବ। ଆଜି ଋଣ ନେବା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ମଜବୁତ ରହିବ। ମାନସିକ ଉତ୍ତେଜନା ଦେଖାଦେବ, ବ୍ୟବସାୟିକ ସହଭାଗୀଙ୍କ ସହିତ ମତଭେଦ ହୋଇପାରେ, ଏପରି ପରିସ୍ଥିତିରେ, କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ମିଥୁନ- ଆଜି ମିଥୁନ ଲୋକଙ୍କ ପାଇଁ ଏକ ସୁନ୍ଦର ଦିନ ହେବ। ଅଧିକାରୀମାନେ କର୍ମକ୍ଷେତ୍ରରେ…
ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟା ଆଜି ଅତ୍ୟନ୍ତ ଆକର୍ଷଣୀୟ ପରିବେଶରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଗାଁର ସାମୂହିକ ଐତିହ୍ୟ, ସଂସ୍କୃତି ଓ ଲୋକ ସଂସ୍କାରକୁ ମଧୁର ପରିଚୟ କରାଇଥିବା ଏହି ମହୋତ୍ସବରେ ଅନେକ ପ୍ରତିଷ୍ଠିତ ଅତିଥିଙ୍କ ଉପସ୍ଥିତି ଦ୍ୱାରା ଆଜିର ଆୟୋଜନ ଅଧିକ ଗମ୍ଭୀରତାର ସହ ପ୍ରଭାବମୟ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ ପତି ଯୋଗ ଦେଇ ମହୋତ୍ସବର ସଂଗଠିତ ଆୟୋଜନ ଓ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ବିଶିଷ୍ଟ ସମାଜ ସେବୀ ଶିବାରାମ ମହାପାତ୍ର ଅତିଥି ଭାବେ ଉପସ୍ଥିତ ରହି ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ। ଅତିଥିମାନଙ୍କୁ…
ଇକୋ ରିଟ୍ରିଟ: ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଂଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରିଟ୍ରିଟ ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କରିପାରିଛି। ଭାରତବର୍ଷରେ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଉପରମୁଣ୍ଡାର ଯୁବ ପ୍ରତିଭା ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚମ୍ପିୟାନ ସିପରେ ଦୌଡ଼ ଯୁକ୍ତ ସନ୍ତରଣ ଓ ସୁଇମିଙ୍ଗ ଓ ସୁଟିଙ୍ଗ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ପାଇ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ଡିସେମ୍ବର ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରତି ଯୋଗିତାରେ ଅମୀୟ ଭାଗ ନେଇ ସିନିୟର ବିଭାଗରେ ୨ୟ ସ୍ଥାନ ଅଧିକାର ସହ ରୌପ୍ୟ ପଦକ ପାଇଛନ୍ତି। ସାରା ବିଶ୍ୱର ୩୫ ଟି ଦେଶରୁ ପ୍ରତିଯୋଗୀ ଭାଗ ନେଇଥିଲେ। ଅମୀୟଙ୍କ କୋଚ ଥିଲେ ମହମ୍ମଦ ଆଜାମ। ତାଙ୍କର ଏହି ସଫଳତାରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ସେ ଆଜି ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଉପର ମୁଣ୍ଡା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୬ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛନ୍ତି। ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ପ୍ରଦାନ କରିବା ପାଇଁ, ସରକାର ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଘୋଷଣା କରିଥିଲେ ଯେ, ସମସ୍ତ ଅତ୍ୟାବଶ୍ୟକ ଫସଲର ଏମଏସପି ସମଗ୍ର ଭାରତରେ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ଥିର କରାଯିବ। ୨୦୨୬ ଋତୁ ପାଇଁ, ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା କୋପ୍ରାର ଏମଏସପି କ୍ୱିଣ୍ଟାଲ ପିଛା ୧୨,୦୨୭ ଟଙ୍କା ଏବଂ ବଲ୍ କୋପ୍ରାର ଏମଏସପି କ୍ବିଣ୍ଟାଲ ପିଛା ୧୨,୫୦୦ ଟଙ୍କା ସ୍ଥିର କରାଯାଇଛି। ୨୦୨୬ ଋତୁ ପାଇଁ ମିଲିଂ ହୋଇଥିବା କୋପ୍ରାର ଏମଏସପି ପୂର୍ବ ଋତୁ ତୁଳନାରେ କ୍ବିଣ୍ଟାଲ ପିଛା ୪୪୫ ଟଙ୍କା ଓ ବଲ କୋପ୍ରାର ଏମଏସପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଜନଗଣନା 2027 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ 11,718.24 କୋଟି ଟଙ୍କା ବ୍ୟୟ କରାଯିବ। ଯୋଜନାର ବିବରଣୀ: ଭାରତୀୟ ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଏବଂ ପରିସଂଖ୍ୟାନ ଆଧାରିତ କାର୍ଯ୍ୟ। ଭାରତର ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ: (i) ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା – ଏପ୍ରିଲରୁ ସେପ୍ଟେମ୍ବର, 2026 ଏବଂ (ii) ଜନସଂଖ୍ୟା ଗଣନା (ପିଇ) – ଫେବୃଆରୀ 2027 (କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟର ତୁଷାରପାତ ପ୍ରବଣ ଅଞ୍ଚଳ ପାଇଁ ଜନଗଣନା ସେପ୍ଟେମ୍ବର, 2026ରେ କରାଯିବ)। ପ୍ରାୟ 30 ଲକ୍ଷ କ୍ଷେତ୍ର କର୍ମଚାରୀ ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ବିଶାଳ କାର୍ଯ୍ୟକୁ ସମାପନ କରିବେ। ତଥ୍ୟ ସଂଗ୍ରହ ପାଇଁ ମୋବାଇଲ୍ ଆପ୍ ଏବଂ…
ଭୁବନେଶ୍ୱର: ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷର ହୋଇଥିଲା। ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ NIWS ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି…
ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ଅଧିକାରକ୍ଷେତ୍ରରେ ସୌରଚାଳିତ ସିସିଟିଭି କ୍ୟାମେରା ବ୍ୟାପକ ଭାବରେ ନିୟୋଜିତ କରି ଏବଂ ଉନ୍ନତ ମାନର ନିରୀକ୍ଷଣ ଡ୍ରୋନ ପ୍ରଚଳନ କରି ସୁରକ୍ଷା ଏବଂ ନିରୀକ୍ଷଣ ଢାଞ୍ଚାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି। ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ଯାତ୍ରୀ ସୁରକ୍ଷାକୁ ବୃଦ୍ଧି କରିବା, ଅନଧିକାର ପ୍ରବେଶକୁ ରୋକିବା, ଦୁର୍ଗମ ଅଞ୍ଚଳ ଗୁଡିକରେ ନିରୀକ୍ଷଣରେ ଉନ୍ନତି ଆଣିବା ଏବଂ ରେଳ ସମ୍ପତ୍ତି ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ପୂର୍ବତଟ ରେଳପଥ ଅଧିନସ୍ଥ ମଣ୍ଡଳ ଗୁଡ଼ିକରେ ସୌରଚାଳିତ ସିସିଟିଭି କ୍ୟାମେରା ସଂସ୍ଥାପନ କରାଯାଇଛି। ଦୁର୍ଗମ ଅଞ୍ଚଳ କିମ୍ବା କୌଣସି ବିଦ୍ୟୁତ ଯୋଗାଣ ନଥିବା ଅଞ୍ଚଳରେ ନିରବଚ୍ଛିନ୍ନ ନିରୀକ୍ଷଣ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ତିନୋଟି ଡିଭିଜନର ଦୁର୍ଗମ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସୌରଚାଳିତ ସିସିଟିଭି ବ୍ୟବସ୍ଥା ସ୍ଥାପନ କରାଯାଇଛି: ୱାଲ୍ଟେୟାର ଡିଭିଜନ: ଅନଧିକାର ପ୍ରବେଶ ପ୍ରବଣ ସ୍ଥାନ ଏବଂ ରେଳ ୟାର୍ଡରେ 113ଟି ସୌର…
ଖୋର୍ଦ୍ଧା: ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ୟୁ.ପି ସ୍କୁଲର ୧୨୦ ତମ ବାର୍ଷିକୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଶିକ୍ଷାର ଜନ୍ମଭୂମି ବଡ଼ବେରଣାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌରବମୟ ୧୨୦ ବର୍ଷର ଯାତ୍ରା ପାଳନ ରେ ମାନ୍ୟବର ରାଜ୍ୟପାଳ ଯୋଗଦେଇଥିବା ପାଇଁ ଅତ୍ୟନ୍ତ ଆନନ୍ଦ ଏବଂ ସୌଭାଗ୍ୟ ଦେଉଛି ବୋଲି ପ୍ରକାଶ କରି ଯୁବ ମନର ବିକାଶ, ମୂଲ୍ୟବୋଧର ବିକାଶ ଏବଂ ଅଗଣିତ ଆକାଂକ୍ଷାର ସାକାରତାର ସାକ୍ଷୀ ହୋଇଛି ଏହି ଶୈକ୍ଷିକ ସମାରୋହର ଉଦେଶ୍ୟ ବୋଲି ଅଭିଭାଷଣ ରଖିଥିଲେ। ଏପରି ମାତୃ ଅନୁଷ୍ଠାନର ଗୌରବକୁ ପ୍ରତିଫଳିତ କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ଉତ୍ସବ ଆୟୋଜନ କରିଥିବା ଆୟୋଜକ, ପୂର୍ବତନ ଛାତ୍ର ଏବଂ ଶୁଭେଚ୍ଛୁମାନଙ୍କୁ ମାନ୍ୟବର ରାଜ୍ୟପାଳ…
ଚିଲିକା: ସୁନୀଳ ଚିଲିକାର ପଶ୍ଚିମ ତଟ ଦେଶରେ ଅବସ୍ଥିତ କୁଦ କାଙ୍କଣ ଶିଖରୀ ଏକଦା ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେରେ ସର୍ବତ୍ର ପରିଚିତ। ବିିଧର୍ମୀମାନଙ୍କ ଶ୍ରୀମନ୍ଦିର ଆକ୍ରମଣ କାଳରେ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜୀଉମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିରରୁ ଗୋପନୀୟ ସ୍ଥାନ କୁ ସ୍ଥାନାନ୍ତର କରାଯାଇ କିଛିକାଳ ରଖାଯାଉଥିଲା। ଏପରି ଏକ ସୁରକ୍ଷିତ ସ୍ଥାନ ଥିଲା ଚ଼ିଲିକା ମଧ୍ୟସ୍ଥ କାଙ୍କଣ କୁଦ। ସପ୍ତଦଶ ଶତାଦ୍ଦିର ତୃତୀୟା ର୍ଦ୍ଧରେ ବିଧର୍ମୀମାନଙ୍କ ଦୃଷ୍ଟି ଆଢ଼ୁଆଳରୁ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ୪ ମାସ ୧୭ ଦିନ ଏହି ଗଛଲତା ପରିପୂର୍ଣ୍ଣ କାଙ୍କଣଲତା ପରି ବେଷ୍ଟିତ ଜନଶୁନ୍ୟ ଟାପୁ ଭିତରେ ରଖାଯାଇଥିବା କଥା ମାଦଳାପାଞ୍ଜିରୁ ଜଣାପଡ଼େ। ସେହି କାଙ୍କଣକୁଦ ଆଜି ଶ୍ରୀଜଗନ୍ନାଥଙ୍କ ପବିତ୍ର ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଭାବରେ ସମଗ୍ରଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ନିକଟରେ ପରିଚିତ ହୋଇ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳର ମାନ୍ୟତା ଲାଭ କରି କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଉକ୍ତ ପବିତ୍ର ସ୍ଥଳ ପରିଦର୍ଶନ ନିମନ୍ତେ ଆକୃଷ୍ଟ…

