ମେଷ- ମେଷ ରାଶି ଆଜି ପ୍ରଭୁ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆୟର ମାଧ୍ୟମ ବୃଦ୍ଧି ପାଇବ। ଯାତ୍ରା ସୁଖଦ ହେବ। ବିଦେଶ ଭ୍ରମଣ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ସଫଳ ହେବେ। ଆଜି ସଂଘର୍ଷପୂର୍ଣ୍ଣ ହେବ। ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ, ଏପରି ପରିସ୍ଥିତିରେ, ଧୈର୍ଯ୍ୟବାନ ହୁଅନ୍ତୁ ଏବଂ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ- ବୃଷ ରାଶିର ଲୋକମାନେ ଚାକିରିରେ ଅତିରିକ୍ତ ଦାୟିତ୍ଵ ପାଇପାରନ୍ତି। ପଦୋନ୍ନତିର ସମ୍ଭାବନା ସୃଷ୍ଟି ହେବ। ଆଜି ଋଣ ନେବା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ମଜବୁତ ରହିବ। ମାନସିକ ଉତ୍ତେଜନା ଦେଖାଦେବ, ବ୍ୟବସାୟିକ ସହଭାଗୀଙ୍କ ସହିତ ମତଭେଦ ହୋଇପାରେ, ଏପରି ପରିସ୍ଥିତିରେ, କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ମିଥୁନ- ଆଜି ମିଥୁନ ଲୋକଙ୍କ ପାଇଁ ଏକ ସୁନ୍ଦର ଦିନ ହେବ। ଅଧିକାରୀମାନେ କର୍ମକ୍ଷେତ୍ରରେ…
Author: Samikhsya Bureau
ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟା ଆଜି ଅତ୍ୟନ୍ତ ଆକର୍ଷଣୀୟ ପରିବେଶରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଗାଁର ସାମୂହିକ ଐତିହ୍ୟ, ସଂସ୍କୃତି ଓ ଲୋକ ସଂସ୍କାରକୁ ମଧୁର ପରିଚୟ କରାଇଥିବା ଏହି ମହୋତ୍ସବରେ ଅନେକ ପ୍ରତିଷ୍ଠିତ ଅତିଥିଙ୍କ ଉପସ୍ଥିତି ଦ୍ୱାରା ଆଜିର ଆୟୋଜନ ଅଧିକ ଗମ୍ଭୀରତାର ସହ ପ୍ରଭାବମୟ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ ପତି ଯୋଗ ଦେଇ ମହୋତ୍ସବର ସଂଗଠିତ ଆୟୋଜନ ଓ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ବିଶିଷ୍ଟ ସମାଜ ସେବୀ ଶିବାରାମ ମହାପାତ୍ର ଅତିଥି ଭାବେ ଉପସ୍ଥିତ ରହି ମଞ୍ଚର ଶୋଭା ବର୍ଦ୍ଧିତ କରିଥିଲେ। ଅତିଥିମାନଙ୍କୁ…
ଇକୋ ରିଟ୍ରିଟ: ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଂଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରିଟ୍ରିଟ ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କରିପାରିଛି। ଭାରତବର୍ଷରେ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଉପରମୁଣ୍ଡାର ଯୁବ ପ୍ରତିଭା ଅମିୟ କୁମାର ପ୍ରଧାନ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମଡ଼ର୍ଣ୍ଣ ପେଣ୍ଟାଥଲନ ଚମ୍ପିୟାନ ସିପରେ ଦୌଡ଼ ଯୁକ୍ତ ସନ୍ତରଣ ଓ ସୁଇମିଙ୍ଗ ଓ ସୁଟିଙ୍ଗ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ପାଇ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ଡିସେମ୍ବର ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରତି ଯୋଗିତାରେ ଅମୀୟ ଭାଗ ନେଇ ସିନିୟର ବିଭାଗରେ ୨ୟ ସ୍ଥାନ ଅଧିକାର ସହ ରୌପ୍ୟ ପଦକ ପାଇଛନ୍ତି। ସାରା ବିଶ୍ୱର ୩୫ ଟି ଦେଶରୁ ପ୍ରତିଯୋଗୀ ଭାଗ ନେଇଥିଲେ। ଅମୀୟଙ୍କ କୋଚ ଥିଲେ ମହମ୍ମଦ ଆଜାମ। ତାଙ୍କର ଏହି ସଫଳତାରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ସେ ଆଜି ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଉପର ମୁଣ୍ଡା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୬ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛନ୍ତି। ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ପ୍ରଦାନ କରିବା ପାଇଁ, ସରକାର ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଘୋଷଣା କରିଥିଲେ ଯେ, ସମସ୍ତ ଅତ୍ୟାବଶ୍ୟକ ଫସଲର ଏମଏସପି ସମଗ୍ର ଭାରତରେ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ଥିର କରାଯିବ। ୨୦୨୬ ଋତୁ ପାଇଁ, ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା କୋପ୍ରାର ଏମଏସପି କ୍ୱିଣ୍ଟାଲ ପିଛା ୧୨,୦୨୭ ଟଙ୍କା ଏବଂ ବଲ୍ କୋପ୍ରାର ଏମଏସପି କ୍ବିଣ୍ଟାଲ ପିଛା ୧୨,୫୦୦ ଟଙ୍କା ସ୍ଥିର କରାଯାଇଛି। ୨୦୨୬ ଋତୁ ପାଇଁ ମିଲିଂ ହୋଇଥିବା କୋପ୍ରାର ଏମଏସପି ପୂର୍ବ ଋତୁ ତୁଳନାରେ କ୍ବିଣ୍ଟାଲ ପିଛା ୪୪୫ ଟଙ୍କା ଓ ବଲ କୋପ୍ରାର ଏମଏସପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଜନଗଣନା 2027 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ 11,718.24 କୋଟି ଟଙ୍କା ବ୍ୟୟ କରାଯିବ। ଯୋଜନାର ବିବରଣୀ: ଭାରତୀୟ ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଏବଂ ପରିସଂଖ୍ୟାନ ଆଧାରିତ କାର୍ଯ୍ୟ। ଭାରତର ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ: (i) ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା – ଏପ୍ରିଲରୁ ସେପ୍ଟେମ୍ବର, 2026 ଏବଂ (ii) ଜନସଂଖ୍ୟା ଗଣନା (ପିଇ) – ଫେବୃଆରୀ 2027 (କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟର ତୁଷାରପାତ ପ୍ରବଣ ଅଞ୍ଚଳ ପାଇଁ ଜନଗଣନା ସେପ୍ଟେମ୍ବର, 2026ରେ କରାଯିବ)। ପ୍ରାୟ 30 ଲକ୍ଷ କ୍ଷେତ୍ର କର୍ମଚାରୀ ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ବିଶାଳ କାର୍ଯ୍ୟକୁ ସମାପନ କରିବେ। ତଥ୍ୟ ସଂଗ୍ରହ ପାଇଁ ମୋବାଇଲ୍ ଆପ୍ ଏବଂ…
ଭୁବନେଶ୍ୱର: ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷର ହୋଇଥିଲା। ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ NIWS ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି…
ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ଅଧିକାରକ୍ଷେତ୍ରରେ ସୌରଚାଳିତ ସିସିଟିଭି କ୍ୟାମେରା ବ୍ୟାପକ ଭାବରେ ନିୟୋଜିତ କରି ଏବଂ ଉନ୍ନତ ମାନର ନିରୀକ୍ଷଣ ଡ୍ରୋନ ପ୍ରଚଳନ କରି ସୁରକ୍ଷା ଏବଂ ନିରୀକ୍ଷଣ ଢାଞ୍ଚାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଛି। ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ଯାତ୍ରୀ ସୁରକ୍ଷାକୁ ବୃଦ୍ଧି କରିବା, ଅନଧିକାର ପ୍ରବେଶକୁ ରୋକିବା, ଦୁର୍ଗମ ଅଞ୍ଚଳ ଗୁଡିକରେ ନିରୀକ୍ଷଣରେ ଉନ୍ନତି ଆଣିବା ଏବଂ ରେଳ ସମ୍ପତ୍ତି ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ପୂର୍ବତଟ ରେଳପଥ ଅଧିନସ୍ଥ ମଣ୍ଡଳ ଗୁଡ଼ିକରେ ସୌରଚାଳିତ ସିସିଟିଭି କ୍ୟାମେରା ସଂସ୍ଥାପନ କରାଯାଇଛି। ଦୁର୍ଗମ ଅଞ୍ଚଳ କିମ୍ବା କୌଣସି ବିଦ୍ୟୁତ ଯୋଗାଣ ନଥିବା ଅଞ୍ଚଳରେ ନିରବଚ୍ଛିନ୍ନ ନିରୀକ୍ଷଣ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ତିନୋଟି ଡିଭିଜନର ଦୁର୍ଗମ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସୌରଚାଳିତ ସିସିଟିଭି ବ୍ୟବସ୍ଥା ସ୍ଥାପନ କରାଯାଇଛି: ୱାଲ୍ଟେୟାର ଡିଭିଜନ: ଅନଧିକାର ପ୍ରବେଶ ପ୍ରବଣ ସ୍ଥାନ ଏବଂ ରେଳ ୟାର୍ଡରେ 113ଟି ସୌର…
ଖୋର୍ଦ୍ଧା: ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ୟୁ.ପି ସ୍କୁଲର ୧୨୦ ତମ ବାର୍ଷିକୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଶିକ୍ଷାର ଜନ୍ମଭୂମି ବଡ଼ବେରଣାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌରବମୟ ୧୨୦ ବର୍ଷର ଯାତ୍ରା ପାଳନ ରେ ମାନ୍ୟବର ରାଜ୍ୟପାଳ ଯୋଗଦେଇଥିବା ପାଇଁ ଅତ୍ୟନ୍ତ ଆନନ୍ଦ ଏବଂ ସୌଭାଗ୍ୟ ଦେଉଛି ବୋଲି ପ୍ରକାଶ କରି ଯୁବ ମନର ବିକାଶ, ମୂଲ୍ୟବୋଧର ବିକାଶ ଏବଂ ଅଗଣିତ ଆକାଂକ୍ଷାର ସାକାରତାର ସାକ୍ଷୀ ହୋଇଛି ଏହି ଶୈକ୍ଷିକ ସମାରୋହର ଉଦେଶ୍ୟ ବୋଲି ଅଭିଭାଷଣ ରଖିଥିଲେ। ଏପରି ମାତୃ ଅନୁଷ୍ଠାନର ଗୌରବକୁ ପ୍ରତିଫଳିତ କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ଉତ୍ସବ ଆୟୋଜନ କରିଥିବା ଆୟୋଜକ, ପୂର୍ବତନ ଛାତ୍ର ଏବଂ ଶୁଭେଚ୍ଛୁମାନଙ୍କୁ ମାନ୍ୟବର ରାଜ୍ୟପାଳ…
ଚିଲିକା: ସୁନୀଳ ଚିଲିକାର ପଶ୍ଚିମ ତଟ ଦେଶରେ ଅବସ୍ଥିତ କୁଦ କାଙ୍କଣ ଶିଖରୀ ଏକଦା ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେରେ ସର୍ବତ୍ର ପରିଚିତ। ବିିଧର୍ମୀମାନଙ୍କ ଶ୍ରୀମନ୍ଦିର ଆକ୍ରମଣ କାଳରେ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜୀଉମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିରରୁ ଗୋପନୀୟ ସ୍ଥାନ କୁ ସ୍ଥାନାନ୍ତର କରାଯାଇ କିଛିକାଳ ରଖାଯାଉଥିଲା। ଏପରି ଏକ ସୁରକ୍ଷିତ ସ୍ଥାନ ଥିଲା ଚ଼ିଲିକା ମଧ୍ୟସ୍ଥ କାଙ୍କଣ କୁଦ। ସପ୍ତଦଶ ଶତାଦ୍ଦିର ତୃତୀୟା ର୍ଦ୍ଧରେ ବିଧର୍ମୀମାନଙ୍କ ଦୃଷ୍ଟି ଆଢ଼ୁଆଳରୁ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ୪ ମାସ ୧୭ ଦିନ ଏହି ଗଛଲତା ପରିପୂର୍ଣ୍ଣ କାଙ୍କଣଲତା ପରି ବେଷ୍ଟିତ ଜନଶୁନ୍ୟ ଟାପୁ ଭିତରେ ରଖାଯାଇଥିବା କଥା ମାଦଳାପାଞ୍ଜିରୁ ଜଣାପଡ଼େ। ସେହି କାଙ୍କଣକୁଦ ଆଜି ଶ୍ରୀଜଗନ୍ନାଥଙ୍କ ପବିତ୍ର ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଭାବରେ ସମଗ୍ରଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ନିକଟରେ ପରିଚିତ ହୋଇ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳର ମାନ୍ୟତା ଲାଭ କରି କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଉକ୍ତ ପବିତ୍ର ସ୍ଥଳ ପରିଦର୍ଶନ ନିମନ୍ତେ ଆକୃଷ୍ଟ…
ନୂଆଦିଲ୍ଲୀ: ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ 4 ହଜାର 9 କୋଟି ଟଙ୍କାରୁ ଅଧିକ ବ୍ୟୟରେ ଦୁଇଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମଞ୍ଜୁରି ମିଳିଛି। ଏହି କାରଖାନାରୁ ଉତ୍ପାଦିତ ଚିପ୍ ଗୁଡ଼ିକ ଅଟୋମୋବାଇଲ, ଏରୋସ୍ପେସ୍, ପ୍ରତିରକ୍ଷା, ୱେରଲେସ୍ ଉପକରଣ, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ବ୍ୟବହୃତ ହେବ। ଏହାଛଡ଼ା ଚିପ୍ ଟୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର 11ଟି ବିଶ୍ୱବିଦ୍ୟାଳୟକୁ ମାଗଣା ଡିଜାଇନ୍ ଟୁଲ୍ ଯୋଗାଇ ଦେଇଛନ୍ତି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏକ ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠାକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। 200 କୋଟି ଟଙ୍କା ବ୍ୟୟରେ…
ନୂଆଦିଲ୍ଲୀ: ଲୋକସଭାରେ ଶୂନ୍ୟ କାଳରେ ବିଜେପି ସାଂସଦ ଅନୁରାଗ ଠାକୁର ତାମିଲନାଡୁ ସରକାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି। ସେ ରାଜ୍ୟ ସରକାର ମଦୁରାଇର ତିରୁପରନକୁନ୍ଦ୍ରମ ମନ୍ଦିରରେ ଭକ୍ତମାନଙ୍କୁ ଦୀପ ଜାଳିବାରୁ ବାରଣ କରୁଥିବା ଅଭିଯୋଗ କରିଛନ୍ତି। ଅନୁରାଗ ଠାକୁର ଏହାକୁ ମାଡ୍ରାସ ହାଇକୋର୍ଟଙ୍କ ଆଦେଶର ଏକ ଖୋଲା ଅବମାନନା ବୋଲି କହିଛନ୍ତି। ସେ ସଂସଦରେ କହିଛନ୍ତି ଯେ, ପ୍ରଶାସନ ଜାଣିଶୁଣି କୋର୍ଟଙ୍କ ଆଦେଶକୁ ଅଣଦେଖା କରି ଭକ୍ତମାନଙ୍କ ଉପରେ ଲାଠିଚାର୍ଜ ନିର୍ଦ୍ଦେଶ ଦେଇଛି। ବିଜେପି ସାଂସଦ ତାମିଲନାଡୁ ସରକାରଙ୍କୁ କଠୋର ସମାଲୋଚନା କରି ଏହାକୁ “ସନାତନ ବିରୋଧୀ” ବୋଲି କହିଛନ୍ତି। ପୂର୍ବ ଏକ ଘଟଣାର ଉଲ୍ଲେଖ କରି ସେ କହିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ମଧ୍ୟ ରାଜ୍ୟର ମନ୍ଦିରଗୁଡିକର ଦ୍ୱାର ବନ୍ଦ ଥିଲା।
ଭୁବନେଶ୍ୱର: ଓଡ଼ିଶା ଏଆଇ ସିମ୍ପୋସିୟମ୍ -୨୦୨୫ର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓଡ଼ିଶା ଏଆଇ ହାକାଥନ୍ -୨୦୨୫ ରାଜ୍ୟର ୪ଟି ଆଂଚଳିକ ନୋଡାଲ ସେଂଟରରେ ଆୟୋଜିତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଏଆଇସି-ସୋଆ ଫାଉଣ୍ଡେସନ୍ ଦ୍ୱାରା କେନ୍ଦ୍ରାଂଚଳ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୋଆକୁ ସେଂଟ୍ରାଲ୍ ଜୋନ୍ ନୋଡାଲ ସେଂଟରର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟର ୭ଟି ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ନିମନ୍ତେ ଆଂଚଳିକ ହାକାଥନ ପରିଚାଳନାର ଦାୟିତ୍ୱ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଦକ୍ଷତା ଏବଂ ଉଦ୍ଭାବନକୁ ଭିତି କରି ୧୬ଟି ଟିମ୍ ହାକାଥନ୍ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ଏଆଇସି-ସୋଆ ଫାଉଣ୍ଡେସନ୍ରେ ଡିସେମ୍ବର ୧୦ ତାରିଖରେ ଏହି କେନ୍ଦ୍ରାଂଚଳ ହାକାଥନ୍ ଆୟୋଜନ କରାଯାଇଥିଲା। ଏହି ହାକାଥନ୍ ପାଇଁ ବିଚାରକ ମଣ୍ଡଳୀ ଦାୟିତ୍ୱରେ…
ନୂଆଦିଲ୍ଲୀ: ଆସାମ ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଆଜି ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ବହୁ ପ୍ରତୀକ୍ଷିତ ଚାର୍ଜସିଟ୍ ଦାଖଲ କରିଛି। ମାମଲା ସହିତ ଜଡିତ ଅନ୍ୟାନ୍ୟ ଦସ୍ତାବିଜ ଗୌହାଟିର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟରେ ଦାଖଲ କରାଯାଇଛି। ଏହି ରିପୋର୍ଟ ସାତ ଜଣ ଅଭିଯୁକ୍ତ ଏବଂ ୨୦୦ ରୁ ଅଧିକ ସାକ୍ଷୀଙ୍କ ବୟାନ ଉପରେ ଆଧାରିତ। ଗାୟକ ଜୁବୀନ ଗର୍ଗ ୧୯ ସେପ୍ଟେମ୍ବର ୨୦୨୫ ରେ ସିଙ୍ଗାପୁରରେ ପହଁରିବା ସମୟରେ ମୃତ୍ୟୁବରଣ କରିଥିଲେ। ସେ ଉତ୍ତର ପୂର୍ବ ଭାରତ ମହୋତ୍ସବର ସାଂସ୍କୃତିକ ବ୍ରାଣ୍ଡ ଆମ୍ବାସାଡର ଭାବରେ ସିଙ୍ଗାପୁର ଯାଇଥିଲେ। ସେହି ଯାତ୍ରା ସମୟରେ ସେ ପହଁରିବା ସମୟରେ ଅଚେତ ହୋଇଯାଇଥିଲେ। ଘଟଣା ସମୟରେ ଗର୍ଗଙ୍କ ସହିତ ଥିବା ସାତ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ଆସାମ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଜୁବୀନଙ୍କ ମୃତ୍ୟୁ ସମ୍ପର୍କରେ ଅପରାଧ ତଦନ୍ତ ବିଭାଗ (CID) ଦ୍ୱାରା ପଞ୍ଜିକୃତ ଏକ ମାମଲାର…
ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଅବସର ନିଷ୍ପତ୍ତିକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏହି ବର୍ଷ ଅଗଷ୍ଟରେ, ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ ଏବଂ ରାଜନୀତିରେ ପ୍ରବେଶ କରିଥିଲେ, କିନ୍ତୁ ସେ ପୁଣି ଥରେ କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ। ଭିନେଶ ଫୋଗଟ ଏହି ସୂଚନା ତାଙ୍କ ପ୍ରଶଂସକମାନଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିନେଶ ଏବେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସ ଉପରେ ନଜର ରଖିଛନ୍ତି। ଭିନେଶ ଫୋଗଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, “ଲୋକମାନେ ପ୍ରାୟତଃ ମୋତେ ପଚାରନ୍ତି ଯେ ପ୍ୟାରିସ୍ ମୋର ଶେଷ ଯାତ୍ରା ଥିଲା କି? ମୋ ପାଖରେ ବହୁତ ଦିନ ଧରି ଏହି ପ୍ରଶ୍ନର ଉତ୍ତର ନାହିଁ। ବର୍ଷ ବର୍ଷ ଧରି ପ୍ରଥମ ଥର ପାଇଁ, ମୁଁ ଆଶ୍ୱସ୍ତିର ନିଶ୍ୱାସ ନେଇପାରିଛି। ମୁଁ ମୋର କାର୍ଯ୍ୟଭାରକୁ ବୁଝିବା…
ନୂଆଦିଲ୍ଲୀ: ACC ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ରେ ଭାରତ ଏକ ଦମଦାର ଆରମ୍ଭ କରିଛି। ଦୁବାଇର ICC ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରଣ କରିଛନ୍ତି। ତାଙ୍କ ବ୍ୟାଟିଂ ଟୁର୍ଣ୍ଣାମେଣ୍ଟର ଅନ୍ୟ ଦଳଗୁଡ଼ିକ ପାଇଁ ସତର୍କର ଘଣ୍ଟି ବାଜିଛି। ଟି-୨୦ ଫର୍ମାଟରେ କ୍ରମାଗତ ଭାବରେ ସଫଳତା ପାଇବା ପରେ, ଯୁବ ବ୍ୟାଟସମ୍ୟାନ୍ ଏବେ ODI ଫର୍ମାଟରେ ମଧ୍ୟ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି, UAE ବିପକ୍ଷରେ ସେ ଧମାକାଦାର ଶତକ ହାସଲ କରିଛନ୍ତି। ମନ୍ଥର ଆରମ୍ଭ, ତା’ପରେ ଝଡ଼: ଭାରତର ଇନିଂସ ଓପନ କରିଥିବା ବୈଭବ ପ୍ରଥମେ ପରିସ୍ଥିତି ମୂଲ୍ୟାଙ୍କନ କରିବା ପାଇଁ ଧୀର ଆରମ୍ଭ କରିଥିଲେ। ତାପରେ ସେ ତାଙ୍କର କ୍ଲାସିକ୍ ସଟ୍ ଏବଂ ପାୱାର-ହିଟିଂ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ସେ ମାତ୍ର ୩୦ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ, ତା’ପରେ…
Jio 5G: ଜିଓ ଦେଶରେ ୫ଜି ପ୍ରଯୁକ୍ତିରେ ସର୍ବବୃହତ ଅପରେଟର ଭାବରେ ଉଭା ହୋଇଛି। ସଦ୍ୟତମ ସିଏଲଏସଏ ରିପୋର୍ଟ ଅନୁଯାୟୀ ୨୩ କୋଟିରୁ ଅଧିକ ଗ୍ରାହକ ଜିଓର ୫ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇସାରିଛନ୍ତି, ଯାହା ଅନ୍ୟ କୌଣସି ଭାରତୀୟ ଅପରେଟର ହାସଲ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଜିଓର ୫ଜି ଷ୍ଟାଣ୍ଡଆଲୋନ୍ ନେଟୱାର୍କ ଦେଶର ସବୁଠାରୁ ବଡ଼ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଉନ୍ନତ, ଯାହା ଏହାର ନେଟୱାର୍କକୁ ୫ଜି ଦୌଡ଼ରେ ଆଗୁଆ ରଖିଛି। କମ୍ପାନୀର ମୋଟ ୫୦ କୋଟିରୁ ଅଧିକ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ଅଧା ଏବେ ୫ଜି ସେବା ଅପଣାଇଛନ୍ତି। ରିପୋର୍ଟ ଅନୁଯାୟୀ, ଜିଓ ଏବଂ ଏୟାରଟେଲ ମିଳିତ ଭାବରେ ଦେଶରେ ୪୦ କୋଟିରୁ ଅଧିକ ୫ଜି ଉପଭୋକ୍ତା ଯୋଡ଼ିଛନ୍ତି, ଏବଂ ଭାରତର ମୋବାଇଲ୍ ଡାଟା ବଜାରରେ ସେମାନଙ୍କର ମିଳିତ ରାଜସ୍ୱ ଅଂଶ ୮୧ ପ୍ରତିଶତରେ ପହଞ୍ଚିଛି। ୫ଜି ଆରମ୍ଭ ହେବା ପରଠାରୁ, ଏହି ଦୁଇଟି କମ୍ପାନୀ ବଜାର…
ଭୁବନେଶ୍ବର: କଂଗ୍ରେସ କାହିଁକି ରାଜ୍ୟ ରାଜନୀତିରେ ବର୍ତ୍ତମାନ ମୋକିମଙ୍କ ସୋନିଆଙ୍କୁ ଲେଖିଥିବା ଚିଠିକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ହେଲେ ମୋକିମଙ୍କ ଏହି ଚିଠିକୁ ନେଇ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି। କାରଣ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋନିଆଙ୍କୁ ଯେଉଁ ଚିଠି ଲେଖିଛନ୍ତି ତାହାକୁ ଦଳର କେତେକ ନେତା ନିନ୍ଦା କରିବାରେ ଲାଗିଛନ୍ତି। ସୁରେଶ ରାଉତରାୟ, ଜୟଦେବ ଜେନା ଏବଂ ଅନନ୍ତ ସେଠୀ ପ୍ରମୁଖ ଏହାକୁ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ, ମୋକିମ ଯଦି ଚିଠି ଲେଖିଲେ ତାହା ପଦାକୁ କାହିଁକି ଆସିଲା। ଏହାଦ୍ବାରା କଂଗ୍ରେସ ଦଳ ନିନ୍ଦିତ ହେଉଛି ବୋଲି ସେମାନେ କହିଛନ୍ତି। ତେବେ ମୋକିମଙ୍କ ଚିଠିକୁ ନେଇ ଏ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଭକ୍ତ ଦାସ କୌଣସି ଟିପ୍ପଣୀ ଦେଇ ନାହିଁନ୍ତି। ହେଲେ ସେ ବହୁ ବରିଷ୍ଠ ନେତାଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି। ତେବେ ମୋକିମ ସୋନିଆଙ୍କୁ ଚିଠିରେ କଣ ଏମିତି ଲେଖିଲେ…
ନୂଆଦିଲ୍ଲୀ: ଭାରତର ବାୟୁ ଶକ୍ତି ଏକ ନୂତନ ଗତି ଦେବାକୁ ଯାଉଛି। R-37M ଅଲ୍ଟ୍ରା-ଲମ୍ବା-ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ୍ ପାଇଁ ଭାରତୀୟ ବାୟୁସେନା ଏବଂ ରୁଷ ମଧ୍ୟରେ ଚୁକ୍ତିନାମା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦି ୱିକ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ 300 କ୍ଷେପଣାସ୍ତ୍ର କିଣାଯିବ, ଏବଂ ଆଗାମୀ 12 ରୁ 18 ମାସ ମଧ୍ୟରେ ବିତରଣ ଆରମ୍ଭ ହେବାର ଆଶା କରାଯାଉଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଭାରତୀୟ ଯୁଦ୍ଧ ବିମାନର କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଭାରତ ପୂର୍ବରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ରଖିଛି। ଫଳସ୍ୱରୂପ, ଭାରତୀୟ ବାୟୁସେନା R-37M କ୍ଷେପଣାସ୍ତ୍ର ହାସଲ କରିବାକୁ ନିଷ୍ପତ୍ତି ନେଇଛି। ଏହାର ପରିସର 300 କିଲୋମିଟର ଅତିକ୍ରମ କରିଛି, ଯାହା ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଉଛି। ଏହି କ୍ଷେପଣାସ୍ତ୍ର ମାକ୍ 6 (7400 କିଲୋମିଟର ପ୍ରତି ଘଣ୍ଟା) ର ହାଇପରସୋନିକ୍ ବେଗରେ ଉଡ଼େ…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଟସ୍ ଜିତି ପ୍ରଥମେ ବୋଲିଂ କରିବାର ଭାରତର ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା। କାରଣ ବୋଲରମାନେ ବହୁତ ରନ୍ ଦେଇଥିଲେ ଏବଂ ପରେ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ଭାରତ ଆଶା କରିଥିଲା ଯେ, ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ୨୦୦+ ରନ୍ ର ଏକ ବିଶାଳ ଟାର୍ଗେଟକୁ ପିଛା କରିବା ସମୟରେ ମଜବୁତ ପ୍ରଦର୍ଶନ କରିବେ, କିନ୍ତୁ ଏହା ବିପରୀତ ହୋଇଥିଲା। ପ୍ରଥମେ, ଟପ୍-ଅର୍ଡର ବ୍ୟାଟ୍ସମ୍ୟାନମାନେ ଆତ୍ମସମର୍ପଣ କରିଥିଲେ, ଏବଂ ତା’ପରେ ଶେଷ ପାଞ୍ଚଟି ୱିକେଟ୍ ମାତ୍ର ନଅଟି ବଲ୍ ମଧ୍ୟରେ ପତନ ହୋଇଥିଲା।…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ଅର୍ନ୍ତଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମରେ ପୁରୁଣା ଶତୃତାକୁ ନେଇ ନିଜ ଦଦା ପୁଅ ଭାଇର ଛୁରୀ ମାଡରେ ବଡ଼ଭାଇ ସାଗର ଗୌଡ ଗୁରୁତର ଆହତ ହୋଇଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସ୍କା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଟ୍ରାକ୍ଟର ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପୁର୍ବରୁ ଶତୃତା ଥିଲା। ଗତକାଲି ସନ୍ଧ୍ୟାରେ ସାଗର କୌଣସି କାମରେ ନିକଟସ୍ଥ ଏକ ଗ୍ରାମକୁ ଯାଉଥିଲାବେଳେ ଚତରା ଶଙ୍ଖ ନିକଟରେ ସାନଭାଇ ଓ କିଛି ଯୁବକ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଆହତ ଅବସ୍ଥାରେ ପ୍ରାଣ ବିକଳରେ ସାଗର ନିକଟସ୍ଥ ମହାରାଜା ପୁର ଗ୍ରାମକୁ ଚାଲିଯାଇଥିଲେ। ଏହି ଭଳି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଆସ୍କା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ସେଠାରୁ ଫେରି ଥାନାରେ…

