ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ୮ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସାବ୍ୟସ୍ତ କେନ୍ଦ୍ର ତଥା ଭୋଟ ଦାନ କେନ୍ଦ୍ର ଗୁଡ଼ିକର ସୁବ୍ୟବସ୍ଥା କରଣ କରିବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ବିଜୁ ଜନତା ଦଳ, ଜିଲ୍ଲା ଉପସଭାପତି ଉମାକାନ୍ତ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଲା ଉପସଭାପତି ସୌମ୍ୟ ପଟ୍ଟନାୟକ, ସି ପି ଆଈ (ଏମ) ର କର୍ମକର୍ତ୍ତା ଅନନ୍ତ ମଙ୍ଗରାଜ, ଭାରତୀୟ ଜନତା ପାର୍ଟିର ବଦ୍ରି ନାରାୟଣ ଦାସ, ଆମ ଆଦମୀ ପାର୍ଟି ର ପ୍ରଶାନ୍ତ କୁମାର ରଣସିଂହ, ବିଜେଡ଼ି ର ସୂର୍ଯ୍ୟ କାନ୍ତ ବେହେରା, ଡେପୁଟି କଲେକ୍ଟର, ନିର୍ବାଚନ, ମନୋଜ କୁମାର ସେନାପତି, ରଞ୍ଜନ କୁମାର…
Author: Samikhsya Bureau
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ନିକଟରେ ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡୋଡଂଟିକ୍ସ ଆଣ୍ଡ ପ୍ରିଭେନ୍ଟିଭ ଡେଂଟିଷ୍ଟ୍ରି (ଆଇଏସ୍ପିପିଡି) ୩-ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଥିବା ବେଳେ ଶିଶୁଙ୍କ ମୁଖ ସ୍ୱାସ୍ଥ୍ୟ, ଦନ୍ତ ଚିକିତ୍ସା, ମିନିମାଲି ଇନ୍ଭାସିଭ୍ ଟେକ୍ନିକ୍ସ ଏବଂ ଦନ୍ତର ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ମିଳନୀରେ ଶିଶୁ ଦନ୍ତ ଚିକିତ୍ସାର ଅତ୍ୟାଧୁନିକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ପ୍ରାୟ ୧୬୫୦ ଜଣ ପ୍ରତିନିଧି ଯୋଗ ଦେଇଥିବା ବେଳେ ବୈଜ୍ଞାନିକ ସେସନ୍ ଗୁଡ଼ିକରେ ୮୪୦ ସନ୍ଦର୍ଭ ଏବଂ ପ୍ରାୟ ୪୦୦ଟି ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। ୟୁକେ, ଅଷ୍ଟ୍ରିଆ, ମାଲେସିଆ ଏବଂ ୟୁଏଇର ବିଶିଷ୍ଟ ଆନ୍ତର୍ଜାତିକ ବକ୍ତା ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିବା ବେଳେ ଏମ୍ସ, ଇଣ୍ଡିଆନ୍ କାଉନସିଲ୍ ଫର ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ପିଜିଆଇ ଚଣ୍ଡିଗଡ଼ର ବିଶେଷଜ୍ଞମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମିଳନୀ ପୂର୍ବରୁ ୧୫ଟି କର୍ମଶାଳାର ଆୟୋଜନ କରାଯାଇଥିଲା। ଉଦ୍ଘାଟନୀ…
ନୂଆଦିଲ୍ଲୀ: ଓଡ଼ିଶାରେ 111ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ 47ଟି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇସାରିଥିବା ବେଳେ 64ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଆଜି ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଉପଯୁକ୍ତ ଜମି ଉପଲବ୍ଧ ନହେବା, ସଠିକ ଆପ୍ରୋଚ୍ ରୋଡ୍ ନିର୍ମାଣ କରାନଯିବା ଏବଂ ଭୌଗଳିକ ସମସ୍ୟା। ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ) ସର୍ବଭାରତୀୟ ସ୍ତରରେ ଏକଲବ୍ୟ ବିଦ୍ୟାଳୟ କର୍ମଚାରୀ ଚୟନ ପରୀକ୍ଷା (ଇଏସଏସଇ)-2023 ମାଧ୍ୟମରେ 10,391 ପଦବୀରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରଥମ ଅଭିଯାନ କାର୍ଯ୍ୟକାରୀ କରୁଛି । ଏହା ଅଧୀନରେ ବିଭିନ୍ନ ବିଦ୍ୟାଳୟରେ ମନୋନୀତ ଶିକ୍ଷକ ଏବଂ ଅଣ-ଶିକ୍ଷକ…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ୱାରା ପ୍ରକାଶିତ ସଦ୍ୟତମ ରାଙ୍କିଂରେ ବିରାଟ କୋହଲି ଏକ ବଡ ଉନ୍ନତି କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ 302 ରନ କରିଥିବା କୋହଲି ଏବେ ODI ବ୍ୟାଟିଂ ରାଙ୍କିଂରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ରୋହିତ ଶର୍ମା ODIରେ ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ୍ ରହିଛନ୍ତି। କେଏଲ ରାହୁଲ ମଧ୍ୟ ବ୍ୟାଟିଂ ରାଙ୍କିଂରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛନ୍ତି। ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜର ତିନୋଟି ମ୍ୟାଚରେ ୩୦୨ ରନ କରିଥିଲେ, ଯେଉଁଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏହି ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ମଧ୍ୟ ପାଇଥିଲେ। ଏହି ପ୍ରଦର୍ଶନ ତାଙ୍କୁ ଚତୁର୍ଥ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ନେଇଛି। ତାଙ୍କର ରେଟିଂ ପଏଣ୍ଟ ୭୭୩ କୁ ବୃଦ୍ଧି ପାଇଛି, ଯେତେବେଳେ ପ୍ରଥମ ସ୍ଥାନରେ ଥିବା ରୋହିତ ଶର୍ମାଙ୍କ ୭୮୧ ରେଟିଂ…
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟ ଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ସ୍ନାତକ ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ସନ୍ତୋଷ ସ୍ବାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସ୍ଥଳେ ଇତିହାସ ସ୍ନାତକ ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ଆଦିତ୍ୟ ନାରାୟଣ ପ୍ରହରାଜ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଏହି ଅବସରରେ ଉଭୟ ଛାତ୍ରଙ୍କୁ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଏବଂ କ୍ରୀଡ଼ା କ୍ଷେତ୍ରରେ ଆହୁରି ଉତ୍କର୍ଷତା ହାସଲ କରି ମହାବିଦ୍ୟାଳୟ ଓ ଅଞ୍ଚଳକୁ ଗୌରବାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ମୁମ୍ବାଇ: ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ “ରଜନୀ”, ଯାହା ଏକଦା ସାଧାରଣ ଲୋକଙ୍କ ସ୍ୱର ପାଲଟିଥିଲା, ଏବେ ଡିଡି ନ୍ୟାସନାଲରେ “ରଜନୀ ୨.୦” ନାମରେ ଏକ ବଡ ପ୍ରତ୍ୟାବର୍ତ୍ତନ କରୁଛି। ଲୋକପ୍ରିୟ ଧାରାବାହିକ “ରଜନୀ ୨.୦” ର ଶୁଭାରମ୍ଭ ଏବଂ ପୁନଃ ଲଞ୍ଚକୁ ପାଳନ କରିବା ପାଇଁ ଧାରାବାହିକର ପ୍ରଯୋଜକ ଏବଂ କଳାକାରମାନେ ମୁମ୍ବାଇରେ ମଞ୍ଚ ଉପରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ, ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର, ଅଭିନେତା ଏବଂ ଲେଖକ କରଣ ରାଜଦାନ, ଅଭିନେତ୍ରୀ ଆରାଧନା ଶର୍ମା ଏବଂ ଡେଲନାଜ ଇରାନୀ, ଏବଂ ଅଭିନେତା ଏବଂ ପ୍ରଯୋଜକ ହରମନ ବାୱେଜା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦୂରଦର୍ଶନ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ସାମାଜିକ ସଚେତନ ବିଷୟବସ୍ତୁର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ କହିଛନ୍ତି…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଚିଠି ଲେଖି ବିଭିନ୍ନ ସମୟ, ସ୍ଥାନ ଏବଂ ବର୍ଷଗୁଡ଼ିକରେ ଜାତୀୟ ସଙ୍ଗୀତ ଗାଇବାକୁ ମନା କରିଥିବା ଦଳ ଏବଂ ନେତାଙ୍କ ନାମ ନେଇଛନ୍ତି। ଏଥିରେ ଏସପି ସାଂସଦ ଜିଆଉର ରହମାନ ବର୍କ, କଂଗ୍ରେସ ସାଂସଦ ଇମ୍ରାନ ମସୁଦ, ଏନସି ସାଂସଦ ଆଗା ସୟଦ ମେହଦୀ, ଦିବଂଗତ ସାଂସଦ ଶଫିକୁର ରହମାନ ବର୍କ, ଏମପିରେ କଂଗ୍ରେସ ବିଧାୟକ ଆରିଫ୍ ମସୁଦ, ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଆରଜେଡି ବିଧାୟକ ସୌଦ ଆଲମ, କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ନାମ ଅନ୍ତର୍ଭୁକ୍ତ। ଚିଠିରେ କେନ୍ଦ୍ର ଗୃହମନ୍ତ୍ରୀ ଲେଖିଛନ୍ତି ଯେ, ବନ୍ଦେ ମାତରମର ୧୫୦ ତମ ବାର୍ଷିକୀରେ ରାଜ୍ୟସଭା ଆଲୋଚନା ସମୟରେ ସେ ସମୟ ସମୟରେ କିଛି ଦଳ ଏବଂ ଜନପ୍ରତିନିଧିଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ସମ୍ପର୍କରେ ଗ୍ରହଣୀୟ ଆଚରଣର ଘଟଣା ଉଲ୍ଲେଖ କରିଥିଲେ। ସାଂସଦ ଜୟରାମ ରମେଶ…
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଆଜି ୨୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ବିଦ୍ୟାଳୟ ଛାଡ଼ି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ଅଗ୍ରସର ହୋଇ ଲୋୟର ପି.ଏମ୍.ଜି. ର ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ଦେଇନାହାଁନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ କ୍ଷୋଭର ସହିତ କହିଛନ୍ତି। ପ୍ରକାଶଥାଉକି, ଗତ ଆନ୍ଦୋଳନ ସମୟରୁ ଅନେକ ଥର ଶିକ୍ଷକ ନେତୃତ୍ୱ ଓ ସରକାରଙ୍କ ମଧ୍ୟରେ ସମସ୍ୟା ସମାଧାନ ନିମନ୍ତେ ଆଲୋଚନା ହୋଇଛି। ମାତ୍ର ସରକାର ବାରମ୍ବାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନହୋଇ ଶୀତଳଭଣ୍ଡାରରେ ପଡ଼ିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅଦ୍ୟାବଧି ସରକାର ସମସ୍ୟା ସମାଧାନ କରିବା ପାଇଁ ତିନୋଟି କମିଟି ଯଥା- ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି, ପଲିଟିକାଲ କମିଟି, ସଚିବସ୍ତରୀୟ…
ନୂଆଦିଲ୍ଲୀ: ବେଲଜିୟମର ସୁପ୍ରିମକୋର୍ଟ ‘କୋର୍ଟ ଅଫ୍ କାସେସନ୍’ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଭାରତକୁ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ଅଫ୍ କୋର୍ଟ ଅଫ୍ କାସେସନ୍ ମୁଖପାତ୍ର ଆଡଭୋକେଟ୍-ଜେନେରାଲ ହେନରୀ ୱେଣ୍ଡରଲିଣ୍ଡେନ୍ କହିଛନ୍ତି ଯେ, କୋର୍ଟ ଅଫ୍ କାସେସନ୍ ଆବେଦନକୁ ଖାରଜ କରିଦେଇଛନ୍ତି, ତେଣୁ କୋର୍ଟ ଅଫ୍ କାସେସନ୍ ଙ୍କ ନିଷ୍ପତ୍ତି କାଏମ ରହିଛି। କୋର୍ଟ ଅଫ୍ କାସେସନ୍ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର ଅନୁରୋଧକୁ ସମର୍ଥନ କରି ଏହାକୁ “କାର୍ଯ୍ୟକାରୀ” ବୋଲି କହିଥିଲେ। ଏଣ୍ଟୱର୍ପର କୋର୍ଟ ଅଫ୍ କାସେସନର ଚାରି ସଦସ୍ୟ ବିଶିଷ୍ଟ ପ୍ରସିକ୍ୟୁସନ୍ ଚାମ୍ବର ୨୯ ନଭେମ୍ବର, ୨୦୨୪ ରେ ଜିଲ୍ଲା କୋର୍ଟର ପ୍ରି-ଟ୍ରାଅଲ୍ ଚାମ୍ବର ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୌଣସି ତ୍ରୁଟି ପାଇନଥିଲେ। ଜିଲ୍ଲା କୋର୍ଟ ମେ ୨୦୧୮ ଏବଂ ଜୁନ୍ ୨୦୨୧ ରେ ମୁମ୍ବାଇ ସ୍ୱତନ୍ତ୍ର କୋର୍ଟ…
ନୂଆଦିଲ୍ଲୀ: ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରିବା ସହିତ ଗୌରବାନ୍ୱିତ ମନେ କରୁଥିବା କହିଛନ୍ତି। ଏକ୍ସରେ ୟୁନେସ୍କୋ ହ୍ୟାଣ୍ଡେଲରେ କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି: ‘‘ଭାରତ ଏବଂ ବିଶ୍ୱରେ ଥିବା ଆମ ଲୋକମାନେ ଆଜି ଖୁସିରେ ଅଧୀର। ଆମ ପାଇଁ ଦୀପାବଳି ଆମ ସଂସ୍କୃତି ଏବଂ ଲୋକ ପରମ୍ପରା ସହିତ ଅତି ନିବିଡ଼ ଭାବେ ଜଡ଼ିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ପ୍ରକାଶ ଏବଂ ଧାର୍ମିକତାର ପ୍ରତୀକ। ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯିବା ଦ୍ୱାରା ବିଶ୍ୱସ୍ତରରେ ଏହି ଉତ୍ସବର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇବ। ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମର ମାର୍ଗଦର୍ଶନ କରୁଥାଉ। @UNESCO”
ନୂଆଦିଲ୍ଲୀ: ରୋହିଙ୍ଗ୍ୟାମାନଙ୍କ ଉପରେ ମନ୍ତବ୍ୟ ପାଇଁ ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବିରୋଧରେ ଚାଲିଥିବା ପ୍ରଚାର ଅଭିଯାନକୁ ୪୪ ଜଣ ପୂର୍ବତନ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତି ନିନ୍ଦା କରିଛନ୍ତି। ଅବସରପ୍ରାପ୍ତ ବିଚାରପତିଙ୍କ ଏକ ଗୋଷ୍ଠୀ ଭାରତର ମୁଖ୍ୟ ବିଚାରପତିଙ୍କୁ ଟାର୍ଗେଟ କରି “ପ୍ରେରିତ ଅଭିଯାନ” ଉପରେ କଡ଼ା ବିରୋଧ କରି ଏକ ସାର୍ବଜନୀନ ବିବୃତ୍ତି ଜାରି କରିଛନ୍ତି। ଡିସେମ୍ବର ୫ ତାରିଖରେ ଜାରି ହୋଇଥିବା ଏକ ଖୋଲା ଚିଠିରେ କୁହାଯାଇଛି ଯେ, କୋର୍ଟ କାର୍ଯ୍ୟକୁ ଯଥାର୍ଥ ଭାବରେ ସମାଲୋଚନା କରାଯାଇପାରେ, କିନ୍ତୁ ବର୍ତ୍ତମାନର ଅଭିଯାନ ତଥ୍ୟକୁ ବିକୃତ କରିଥାଏ। ସିଜେଆଇ କେବଳ ଏହି ମାମଲାରେ ଏକ ମୌଳିକ ଆଇନଗତ ପ୍ରଶ୍ନ ପଚାରୁଛନ୍ତି। ଚିଠିରେ ଉଲ୍ଲେଖ ଥିଲା ଯେ, ରୋହିଙ୍ଗ୍ୟା ପ୍ରବାସୀ କୌଣସି ଆଇନଗତ ଶରଣାର୍ଥୀ ସୁରକ୍ଷା ଢାଞ୍ଚା ଅନୁଯାୟୀ ଭାରତରେ ପ୍ରବେଶ କରି ନାହାଁନ୍ତି। ଭାରତ ୧୯୫୧ ଜାତିସଂଘ ଶରଣାର୍ଥୀ ସମ୍ମିଳନୀ କିମ୍ବା ଏହାର ୧୯୬୭ ପ୍ରୋଟୋକଲର ଏକ…
Utkal Alumina: ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଏହାର ସିଏସଆର୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉଦ୍ୟମି ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିଛି । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ୨ଟି ବ୍ଲକରେ ସୃଷ୍ଟି ହେଲାଣି ୩୦୧ କ୍ଷୁଦ୍ର ଉଦ୍ୟୋଗ । ଏଥିପାଇଁ ସ୍ବାବଲମ୍ବୀ ହେଉଛନ୍ତି କ୍ଷୁଦ୍ର ଉଦ୍ୟୋଗୀ । ମାସିକ ରୋଜଗାରରେ ୧୨୦ ପ୍ରତିଶତରୁ ଉର୍ଦ୍ଧ୍ବ ବୃଦ୍ଧି ହୋଇଥିବା ବେଳେ ୟୁଏଆଇଏଲର ଏଭଳି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି। ଟିକିରି ତଥା ପର୍ଶ୍ଵସ୍ଥ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ଚେତନା ବିକାଶ ତଥା ସେମାନଙ୍କୁ ଅର୍ଥନୈତିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ଉଦ୍ୟମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି । ପ୍ଲାଣ୍ଟ ପ୍ରଭାବିତ ତଥା ପର୍ଶ୍ୱସ୍ଥ କାଶୀପୁର ଓ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ-II ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଆନ୍ତର୍ଜାତୀୟ ଭୂମି ସୀମାନ୍ତବର୍ତ୍ତୀ ବ୍ଲକଗୁଡ଼ିକରେ ଥିବା ମନୋନୀତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବରେ ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ-II (VVP-II)କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଆନ୍ତର୍ଜାତୀୟ ସୀମା ସହିତ ଚୟନିତ ଗ୍ରାମଗୁଡ଼ିକୁ ବିକଶିତ କରିବ। ଏଥିରେ ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ମିହିପୁରୱା ଏବଂ ନବାବଗଞ୍ଜ ବ୍ଲକ୍ରେ ନେପାଳ ସୀମା ସହିତ ୩୩ ଟି ଗ୍ରାମ ଅନ୍ତର୍ଭୁକ୍ତ। ଏହି ଯୋଜନା ଜୀବିକା, ସଡ଼କ ସଂଯୋଗ, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ଟେଲିକମ୍ ସଂଯୋଗ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେବ।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେକରି, ସରକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ। ଏହି କମିଟିରେ ନିମ୍ନଲିଖିତ ମାନ୍ୟବର ବିଧାୟକ/ବିଧାୟିକାମାନେ ସଦସ୍ୟ ଅଛନ୍ତି । ୧. ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ମନ୍ତ୍ରୀ, ସଦସ୍ୟ ୨. ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ, ସଦସ୍ୟ ୩. ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମାନ୍ୟବର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲିଙ୍କଡିନ୍ରେ ଦାବିହୀନ ସମ୍ପତ୍ତି ବିଷୟରେ କିଛି ଆକର୍ଷଣୀୟ ତଥ୍ୟ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଲିଙ୍କଡିନ୍ରେ ଲେଖିଛନ୍ତି ଯେ, କିଛି ଦିନ ପୂର୍ବେ, ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟରେ ମୋର ଭାଷଣ ସମୟରେ, ମୁଁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସେୟାର କରିଛି। ଭାରତୀୟ ବ୍ୟାଙ୍କଗୁଡ଼ିକ ଆମ ନିଜ ନାଗରିକଙ୍କର 78,000 କୋଟି ମୂଲ୍ୟର ଦାବିହୀନ ଟଙ୍କା ରଖିଛନ୍ତି। ବୀମା କମ୍ପାନୀଗୁଡ଼ିକ ପାଖରେ ପ୍ରାୟ 14,000 କୋଟି ଟଙ୍କା ଦାବିହୀନ ପଡ଼ି ରହିଛି। ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡ଼ିକ ପାଖରେ ପ୍ରାୟ 3,000 କୋଟି ଟଙ୍କା ଏବଂ 9,000 କୋଟି ଟଙ୍କାର ଲାଭାଂଶ ଦାବିହୀନ ପଡ଼ି ରହିଛି। ଏହି ସୂଚନା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସର୍ବୋପରି ଏହି ସମ୍ପତ୍ତିଗୁଡ଼ିକ ଅଗଣିତ ପରିବାରର କଠିନ ପରିଶ୍ରମରେ ଅର୍ଜିତ ସଞ୍ଚୟ ଏବଂ ନିବେଶକୁ ପ୍ରତିନିଧିତ୍ୱ କରେ। ଏହାକୁ ସମାଧାନ କରିବା ପାଇଁ ଅକ୍ଟୋବର 2025 ରେ “ୟୁଅର ମନି, ୟୁଅର ରାଇଟ”…
ଭୁବନେଶ୍ଵର: ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଟ୍ରାଭେଲ୍ ମାର୍ଟ (IITM) ହାଇଦ୍ରାବାଦରେ ଓଡ଼ିଶା ପର୍ଯ୍ୟଟନ ଏକ ଦୃଢ଼ ଉପସ୍ଥିତି ହାସଲ କରିଥିଲା, ଯାହା ରାଜ୍ୟର ବିବିଧ ପ୍ରାକୃତିକ, ସାଂସ୍କୃତିକ ଏବଂ ସ୍ଥାୟୀ ପର୍ଯ୍ୟଟନ ଅଭିଜ୍ଞତାକୁ ପ୍ରଦର୍ଶିତ କରିଥିଲା। ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଉଦଘାଟିତ ଏହି ତିନି ଦିନିଆ ଜାତୀୟ ଯାତ୍ରା ପ୍ରଦର୍ଶନୀରେ ଭାରତ ଏବଂ ବିଦେଶରୁ ୨୦୦ ରୁ ଅଧିକ ପ୍ରଦର୍ଶକ ଏକତ୍ରିତ ହୋଇଥିଲେ, ଯାହା ଓଡ଼ିଶାକୁ ଦାୟିତ୍ୱପୂର୍ଣ୍ଣ ଏବଂ ପ୍ରକୃତି-ଆଧାରିତ ପର୍ଯ୍ୟଟନ ପାଇଁ ଏକ ଅଗ୍ରଣୀ ସ୍ଥାନ ଭାବରେ ସ୍ଥାନିତ କରିଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ମୋଟ ୧୧ ଜଣ ସହ-ପ୍ରଦର୍ଶକ ଅଂଶଗ୍ରହଣ କରିଥିଲେ, ଯାହା ଏହି ସମ୍ମାନଜନକ ମଞ୍ଚରେ ରାଜ୍ୟର ସାମୂହିକ ପ୍ରତିନିଧିତ୍ୱ ଏବଂ ପ୍ରସାରକୁ ଆହୁରି ସୁଦୃଢ଼ କରିଥିଲା। “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର ରାଜ୍ୟ ପାଇଁ ଏକ ଗର୍ବର ବିଷୟ ଥିଲା, ଯାହା ବନ୍ୟପ୍ରାଣୀଙ୍କ ବାସସ୍ଥାନ ସୁରକ୍ଷା, ବିଲୁପ୍ତପ୍ରାୟ ପ୍ରଜାତି ସଂରକ୍ଷଣ ଏବଂ ପରିବେଶଗତ ଦୃଷ୍ଟିରୁ…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):c ଅନ୍ତର୍ଗତ ମକରଝୋଳ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସାମ୍ନାରେ ଏକ ଅଜଣା ଗାଡ଼ି ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଗୁରୁତର ଆହତ ଅବସ୍ଥାରେ ବୃଦ୍ଧ ଜଣକ ରାସ୍ତା କଡ଼ରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାକୁ ପଠାଇ ଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାସ୍ଥଳରେ ସଂଯୋଗ ହୋଇଥିବା ସିସିଟିଭି ଫୁଟେଜ କ୍ୟାମେରା ମାଧ୍ୟମରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର ଅନୁସନ୍ଧାନ ଚଳାଇଛନ୍ତି। ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆଜି ଶବ ବ୍ୟବଚ୍ଛେଦ ପରେ ବୃଦ୍ଧ ଜଣଙ୍କର ପରିବାର ବର୍ଗଙ୍କ ଅନୁସନ୍ଧାନ କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ଯଥା ଶୀଘ୍ର ଧରାଯିବ ବୋଲି ପୋଲିସ…
ଭୁବନେଶ୍ଵର: ଆଇଆଇଆଇଟି ଭୁବନେଶ୍ୱର ଏହି ଡିସେମ୍ବରରେ ଦୁଇଟି ପ୍ରମୁଖ ଅନ୍ତର୍ଜାତୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି, ଯାହା ବିଶ୍ୱ ଗବେଷକ, ଶିଳ୍ପ ନେତା ଏବଂ ଉଦ୍ଭାବକମାନଙ୍କୁ ରିମୋଟ୍ ସେନ୍ସିଂ, ଭୂବିଜ୍ଞାନ, କ୍ରିପ୍ଟୋଲୋଜି ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ଆଲୋଚନା ପାଇଁ ଓଡ଼ିଶାରେ ଆଣିବ। ୧୦-୧୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ, IIIT ଭୁବନେଶ୍ୱର ଆନ୍ତର୍ଜାତୀୟ ଭୂବିଜ୍ଞାନ ଏବଂ ଦୂରବିଜ୍ଞାନ ସିମ୍ପୋଜିୟମ (InGARSS 2025) ରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବ, ଏହା ଏକ ବିଶ୍ୱସ୍ତରୀୟ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଯାହା ଭୂବିଜ୍ଞାନ ଏବଂ ଦୂରବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ସଦ୍ୟତମ ଉନ୍ନତି ଉପରେ ଆଲୋକପାତ କରେ। ପ୍ରତିଷ୍ଠାନ ଗର୍ବର ସହିତ ଘୋଷଣା କରୁଛି ଯେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏବଂ IIIT ଭୁବନେଶ୍ୱରର କୁଳପତି ମହାମହିମ ଡକ୍ଟର ହରି ବାବୁ କମ୍ଭମପାଟି ୧୧ ଡିସେମ୍ବର ୨୦୨୫ ରେ ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ। ଏହି ବର୍ଷ, InGARSS କୁ ଏକ ଅପୂର୍ବ ପ୍ରତିକ୍ରିୟା ମିଳିଛି, 500…
ଭୁବନେଶ୍ଵର: ଭାରତ ନିର୍ବାଚନ ଆୟୋଗ (ECI) କୁ ପ୍ରତିନିଧିତ୍ୱ କରି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀଙ୍କ ପୋଲାଣ୍ଡ ଗସ୍ତ ସମାପ୍ତ ହୋଇଛି। ପ୍ରଥମଥର ପାଇଁ ଓଡ଼ିଶାର ପ୍ରତିନିଧିମଣ୍ଡଳୀ ଏଭଳି ଏକ ଅନ୍ତର୍ଜାତୀୟ ଗସ୍ତର ଅଂଶବିଶେଷ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବିଶ୍ୱର ଲୋକତନ୍ତ୍ରଗୁଡ଼ିକ ସହ ସମ୍ପର୍କ ଓ ସହଯୋଗ ସୁଦୃଢ କରିବା ଏବଂ ପରସ୍ପର ମଧ୍ୟରେ ଜ୍ଞାନକୌଶଳର ବିନିମୟ ଦ୍ୱାରା ନିର୍ବାଚନ ପରିଚାଳନା ପ୍ରଣାଳୀକୁ ଅଧିକ ଉନ୍ନତ କରିବା ଏହି ଗସ୍ତର ଲକ୍ଷ୍ୟ ଅଟେ। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଆର୍. ଏସ୍. ଗୋପାଳନ (ଭା.ପ୍ର.ସେ) କହିଛନ୍ତି ଯେ, ଏହି ଗସ୍ତ ଓଡିଶା ପାଇଁ ଏକ ବିଶେଷ ଗୌରବର ଅବସର। ଅଧିକାରୀମାନଙ୍କ ଏଭଳି ଅନ୍ତର୍ଜାତୀୟ ଅଭିଜ୍ଞତା ଓଡ଼ିଶାର ନିର୍ବାଚନ, ଭୋଟର ତାଲିକା ପରିଚାଳନା ଆଦି କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପାଞ୍ଚ ଜଣିଆ ପ୍ରତିନିଧିମଣ୍ଡଳୀକୁ ଅତିରିକ୍ତ ଶାସନ ସଚିବ…
ନୂଆଦିଲ୍ଲୀ: କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ କରିଛନ୍ତି। ଦୁଇଜଣ ଏଆଇ କୁ ତ୍ୱରାନ୍ୱିତ କରିବା, ଏଆଇ କ୍ଷମତା ବୃଦ୍ଧି କରିବା ଏବଂ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଭାରତ ପ୍ରତି କଗ୍ନିଜାଣ୍ଟର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇ ରବି କୁମାର ଏସ୍ ପ୍ରଧାନମନ୍ତ୍ରୀଙ୍କୁ ସମାନ ଅଭିବୃଦ୍ଧି ଏବଂ ପ୍ରତିଭା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ଉଦୀୟମାନ ସହରଗୁଡ଼ିକରେ ବିସ୍ତାର କରିବାର ଯୋଜନା ବିଷୟରେ ସୂଚନା ଦେଇଛନ୍ତି। କଗ୍ନିଜାଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ବୈଠକର ଫଟୋ ସେୟାର କରିଛନ୍ତି।
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଥିବା ପାକିସ୍ତାନ ପୁଣି ଥରେ ବିଦେଶରେ ଲଜ୍ଜିତ ହୋଇଛି। ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କ କାର ଲଣ୍ଡନରେ ଯାଞ୍ଚ କରାଯାଇଥିଲା। ନକଭି ବ୍ରିଟିଶ ବୈଦେଶିକ କାର୍ଯ୍ୟାଳୟରେ ପ୍ରବେଶ କରିବା ସମୟରେ ପୋଲିସ ତାଙ୍କ କାରର ହୁଡ୍ ଏବଂ ଟ୍ରଙ୍କ ଖୋଲି ଦେଇଥିଲା। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ବ୍ୟବହାରକାରୀମାନେ ପାକିସ୍ତାନକୁ ପରିହାସ କରିଥିଲେ। ମୋହସିନ ନକଭି ପାକିସ୍ତାନରେ ଚାହୁଁଥିବା ଶାହଜାଦ ଆକବର ଏବଂ ଆଦିଲ ରାଜ ଭଳି ବ୍ୟକ୍ତିଙ୍କୁ ପ୍ରତ୍ୟର୍ପଣ ଏବଂ ସ୍ୱଦେଶ ଫେରାଇବା ବିଷୟରେ ଆଲୋଚନା କରିବାକୁ ଲଣ୍ଡନ ଯାଇଥିଲେ। ଏହି ବ୍ୟକ୍ତିମାନଙ୍କ ଉପରେ ପାକିସ୍ତାନରେ ଗମ୍ଭୀର ଅପରାଧ, ଦୁର୍ନୀତି ଏବଂ ସୁରକ୍ଷା ସମ୍ବନ୍ଧୀୟ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ପାକିସ୍ତାନୀ ମନ୍ତ୍ରୀଙ୍କ ସହିତ ଦୁର୍ବ୍ୟବହାର ଦି ଫ୍ରି ପ୍ରେସ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୋଲିସ ଅଧିକାରୀମାନେ ମଧ୍ୟ ପାକିସ୍ତାନୀ ମନ୍ତ୍ରୀଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।…

