ଭୁବନେଶ୍ଵର: ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ସ୍ଥିତ ଅଠରବାଟିଆ ଗ୍ରା:ପ ଅନ୍ତର୍ଗତ ଗବପଦର ଗ୍ରାମର ୱାର୍ଡ଼ ମେମ୍ବର ଅଶ୍ବିନୀ କୁମାର ଜାଲି, ଗଣେଶ ବେହେରା, ବିଜେଡି କର୍ମକର୍ତ୍ତା ମିଟୁ ବେହେରା, ତପନ କୁମାର ଜାଲି, ରାମଚନ୍ଦ୍ର ଜାଲି, ବିଜୟ ଜାଲି, ଗତିକୃଷ୍ଣ ଜାଲି ଏବଂ ନିମିକ୍ଷେତା ଗ୍ରା:ପର ବିଜେଡି ନେତା ଗଣେଶ୍ବର ପଣ୍ଡା ପ୍ରମୁଖ ବିଜୁ ଜନତା ଦଳ ପରିତ୍ୟାଗ କରି ଆମ ଦଳର ନୀତି ଓ ଆଦର୍ଶ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀ, ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହେଲେ।
ଦଳରେ ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଆପଣମାନଙ୍କର ଏହି ଯୋଗଦାନ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
ଏହି ଅବସରରେ ନିମିକ୍ଷେତା ଗ୍ରା:ପର ସରପଞ୍ଚ ବିଶ୍ବବିହାରୀ ଗୁରୁ, ବଡ଼କୂଳ ମଣ୍ଡଳ ଭାଜପା ସଭାପତି ପ୍ରଶାନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ମହାନ୍ତି, ପୂର୍ବତନ ସମିତିସଭ୍ୟ ଅମରେନ୍ଦ୍ର ପଣ୍ଡା,ନିମିକ୍ଷେତା ପଞ୍ଚାୟତ ଭାଜପା ସଭାପତି ଗୌତମ ଜେନା, ଅଠରବାଟିଆ ପଞ୍ଚାୟତ ଭାଜପା ସଭାପତି ଲକ୍ଷ୍ମଣ ସାହୁ, ବିଜେପି କାର୍ଯ୍ୟକର୍ତ୍ତା ପବିତ୍ର ଦାସ, ଭାସ୍କର ପ୍ରହରାଜ, ଗୁରୁଦେବ ବିଶ୍ବାଳ, ଦୁର୍ଗାଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


