Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”
ଆଜିର ଖବର

ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”

August 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”
ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”

ଭୁବନେଶ୍ୱର: ରିହାବିଲିଟେସନ୍ ଆସିଷ୍ଟାଣ୍ଟ ନିୟମରେ ପରିବର୍ତ୍ତନ କରି ଅନେକ ବଞ୍ଚିତ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥିବାରୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ” ପକ୍ଷରୁ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ହାର୍ଦ୍ଦିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ।

ପୂର୍ବ ସରକାରଙ୍କ ସମୟରେ ରିହାବିଲଟେସନ୍ ଆସିଷ୍ଟାଣ୍ଟ ନିୟମ-୧୯୯୦ରେ ପରିବର୍ତ୍ତନ କରି ରିହାବିଲଟେସନ୍ ଆସିଷ୍ଟାଣ୍ଟ ନିୟମ-୨୦୨୦ ମସିହାରେ ନୂତନ ନିୟମ ଲାଗୁ କରିଥିଲେ। ଏହା ଫଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ନିୟମରେ କିଛି ପରିବର୍ତ୍ତନ ହୋଇ ୨୦୨୦ ପୂର୍ବର କିଛି ପ୍ରାର୍ଥୀ ନିଯୁକ୍ତି ପାଇଥିଲେ ମଧ୍ୟ ଅଧିକାଂଶ ଯୋଗ୍ୟ ପ୍ରାର୍ଥୀ ଏପର୍ଯ୍ୟନ୍ତ ନିଯୁକ୍ତିରୁ ବଞ୍ଚିତ ରହିଥିଲେ।

ଏହି ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବା ପରେ ମାନ୍ୟବର ମନ୍ତ୍ରୀ ନିଜେ ତତ୍ପରତା ପ୍ରକାଶ କରି ନିୟମରେ ଆବଶ୍ୟକ ପରିବର୍ତ୍ତନ କରିଥିବାରୁ ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ତଥା ବିଭିନ୍ନ କର୍ମଚାରୀ ସଂଗଠନ ଓ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଯାଇଛି।

ଏଥିସହିତ ଯୋଗ୍ୟ ପ୍ରାର୍ଥୀମାନେ ଯେପରି ଗ୍ରୁପ୍ ‘ଡି’ ସହିତ ଗ୍ରୁପ୍ ‘ସି’ ନିଯୁକ୍ତି ହୋଇପାରିବେ ତତ୍ ସହିତ ଯେଉଁମାନେ ବାଦ୍ ପଡ଼ିଛନ୍ତି, ଏଥିରେ ଯୋଗ କରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରାଗଲା। ବିଜ୍ଞପ୍ତି ପ୍ରକାଶ ପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ  ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ଏହା ସହିତ ଇଭି ଆଡଭାନ୍ସ, ହେଲଥ୍ କାର୍ଡ, ପୁରୁଣା ପେନ୍‌ସନ୍ ବ୍ୟବସ୍ଥା, ଛଅ ବର୍ଷ ସର୍ଭିସ୍‌ରେ ଯୋଗଦାନ ଏବଂ ଏପର୍ଯ୍ୟନ୍ତ ନିୟମିତ ହୋଇନଥିବା କର୍ମଚାରୀମାନଙ୍କର ନିୟମିତକରଣ ଭଳି ବିଭିନ୍ନ ମିଳିତ ଦାବି ସମ୍ପର୍କରେ ମଧ୍ୟ ଆଲୋଚନା କରି ସମାଧାନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଛି।

ମାନ୍ୟବର ମନ୍ତ୍ରୀ ଏହି ସମସ୍ତ ବିଷୟରେ ଶୀଘ୍ର କମିଟି ଗଠନ କରି ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ଏହି ଧନ୍ୟବାଦ କାର୍ଯ୍ୟକ୍ରମରେ ବିଜୟ ମଲ୍ଲ, ପ୍ରଦୀପ ପ୍ରଧାନ, ଯୁଧିଷ୍ଠିର ସାହୁ, ଶ୍ରୀକାନ୍ତ ପାଢୀ, ଅକ୍ଷୟ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ରାଉତ, ଅମରେଶ ପ୍ରଧାନ, ବିଜୟ ସାହୁ, ପଙ୍କଜ ବାଇ, ଉଦୟ ଖଟୁଆ, ସୁଶାନ୍ତ ସାହୁ ଓ ବିକାଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କର୍ମଚାରୀଙ୍କ ହିତରେ ଏହି ପଦକ୍ଷେପ ପାଇଁ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ପୁଣିଥରେ ଅଶେଷ ଧନ୍ୟବାଦ ଓ କୃତଜ୍ଞତା।

“ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ” ପୃଥ୍ୱୀରାଜ ହରିଚନ୍ଦନ ରିହାବିଲିଟେସନ୍ ଆସିଷ୍ଟାଣ୍ଡ ନିୟମ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026
Latest News

ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”

August 24, 2026

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.