କଟକ: ଓଡିଶାର ପ୍ରସିଦ୍ଧ ଶୈବ୍ୟପିଠ ଧବଳେଶ୍ବର ପିଠରେ ଆରମ୍ଭ ହୋଇଛି ପଞ୍ଚୁକ ଯାତ୍ରା। ଏହିପିଠରେ ପଞ୍ଚୁକ କରିବା ପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ। ସେହିପରି ଆସନ୍ତା ଶନିବାର ଦିନ ବଡଓଷା ଥିବାରୁ ଏହି ପିଠରେ ପ୍ରବଳ ଭିଡ ପରିଲକ୍ଷିତ ହେବ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଆସନ୍ତା ୨୫ ତାରିଖ ବଡଓଷା ଓ ବଡସିଂହାର ବେଶ ଅନୁଷ୍ଠିତ ହେବ। ସେହିପରି ୨୬ ତାରିଖ ଦିନ ଗଜଭୋଗ ବିତରଣ ଓ ୨୭ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବ।
Author: Samikhsya Bureau
ଭୁବନେଶ୍ଵର: ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’, ଏ ଉକ୍ତି ଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ। ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ – କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଠିଆ ହୋଇଛି ଓଡ଼ିଶାରେ। ହେଲେ ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ। ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ଏକ ନିଆରା ଫିଲ୍ମ “ଧର୍ମପଦ”, ଯାହାର ଟାଇଟଲ ରାଜଧାନୀର ଏକ ଘରୋଇ ହୋଟେଲ ରେ ଘୋଷଣା ହୋଇଛି। ତେବେ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ, ସେହି କାହାଣୀ ଯାହା…
କେଦାର ମିଶ୍ର ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର। ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା। ବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେ। ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା। ଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି। ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ। କ୍ଷମତାର ସବୁଠୁ…
ଭୁବନେଶ୍ଵର: 08032/08031 ଭଦ୍ରକ – ବାଲେଶ୍ୱର – ଭଦ୍ରକ ମେମୁ ଆଜିଠାରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। ବାଲେଶ୍ୱର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ – ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନୁଷ୍ପତ୍ତି ନିଆଯାଇଅଛି।
ଭୁବନେଶ୍ବର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ। ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା। ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି। ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି। ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ କୁହାଯାଏ। ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ…
ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି। ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ। ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଓ ଓଡ଼ିଶା ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ। ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା…
ନୂଆଦିଲ୍ଲୀ: ବିଜେପି ଏହାର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ବ୍ୟାକଗ୍ରାଉଣ୍ଡ ପୋଷ୍ଟରକୁ ବଦଳାଇ ଦେଇଛି। ପାର୍ଟି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖ ୨୦୨୪ ଏବଂ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଚିତ୍ରକୁ ଏହାର ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟର ଭାବରେ ପ୍ରସ୍ତୁତ କରିଛି। ବିଜେପିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରଖାଯାଇଥିବା ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାର ରାମ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ତାରିଖ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହିତ ‘୨୨ ଜାନୁୟାରୀ ୨୦୨୪’ ଭାବରେ ଲେଖାଯାଇଛି। ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ କ’ଣ ଅଛି?: ଏହି ନୂତନ ବ୍ୟାକଗ୍ରାଉଣ୍ଡ ପୋଷ୍ଟରରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଏକ ଚିତ୍ର ମଧ୍ୟ ରଖାଯାଇଛି ଏବଂ ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହାତ ଯୋଡିଥିବା ଦେଖାଯାଉଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଏହି ପୋଷ୍ଟରରେ ନଜର ଆସିଛନ୍ତି।
ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯାଇଛି। ବୁଧବାର ଦିନ ଏହାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ। କବି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୨୪ ଜଣ କବି ନିଜ ନିଜ ଭାଷାରେ କବିତା ପାଠ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ ଏବଂ ହୋ ଆଦି ସଂପ୍ରଦାୟର ୫୦ ଜଣ କବି ଭାଗ ନେଉଛନ୍ତି। ‘‘ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ। ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି। ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର…
ମେଷ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ। ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ। ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ। ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ। ବୃଷ:– ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ। ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ମିଥୁନ:– ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ। ପରାମର୍ଶ ଦିଆଯାଇଛି ଯେ ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାରରୁ ମଧ୍ୟ ଦୂରେଇ ରୁହନ୍ତୁ। କ୍ରୋଧରୁ ଦୂରରେ ରୁହନ୍ତୁ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେବ। କର୍କଟ:– ଆଜି ଆପଣଙ୍କ ପାଇଁ…
ଭୁବନେଶ୍ୱର: ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ। ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ। ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଉଛନ୍ତି। ଏହି ଉତ୍ସବର ଟ୍ୟାଗ୍ ଲାଇନ୍ ରହିଛି ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍’ (ଶବ୍ଦ ଓ ଭାବନାର ଉତ୍ସବ)। ଏହି ସମାବେଶକୁ ନେଇ ସୋଆ ବିଶ୍ୱବିଦ୍ୟାଳୟ ଦେଶର…
ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପକ୍ଷରୁ ପରିଚାଳିତ ଫୁଲୱାରୀ ବିଦ୍ୟାଳୟରେ ଶିଶୁଦିବସ ପାଳିତ ହୋଇଯାଇ ଅଛି। ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ, ପ୍ରତ୍ୟେକ ଶିଶୁ ଅନନ୍ୟ _ ବିଭିନ୍ନ କାର୍ଯ୍ୟକଳାପ, ଅଭିଜ୍ଞତା ଏବଂ ଶିକ୍ଷଣ ସୁଯୋଗ ମାଧ୍ୟମରେ ସେମାନଙ୍କୁ ଜଡିତ କରି ସେମାନଙ୍କର ଅନ୍ତର୍ନିହିତ ଗୁଣ ପରିପ୍ରକାଶ କରିବା ଆବଶ୍ୟକ। ଏହା ସେମାନଙ୍କୁ ଆତ୍ମ ସମ୍ମାନ, ଆତ୍ମବିଶ୍ୱାସ ଏବଂ ସୃଜନଶୀଳତା ବ୍ୟତୀତ ସେମାନଙ୍କର ସାମର୍ଥ୍ୟକୁ ଦୃଢ କରିବାରେ ସାହାଯ୍ୟ କରିବ। ଶ୍ରୀମତୀ ଶର୍ମା ସଂଗଠନର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ମଧ୍ୟ ବଣ୍ଟନ କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନେ ପରିବେଷଣ କରିଥିଲେ।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି। ସେ ମିଶନ ଶକ୍ତି ସହିତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ଓ ସଚିବ ଭାବେ କାର୍ଯ୍ୟ କରିବେ। ତାଙ୍କୁ ଅତିରିକ୍ତ ଦାୟିତ୍ବ ଭାବେ ଏହି ବିଭାଗ ପ୍ରଦାନ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶାରେ ମହିଳା ସଶକ୍ତିକରଣ ଦିଗରେ ସେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଅପହଞ୍ଚ ଇଲାକାର ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ରୋଜଗାରକ୍ଷମ ହୋଇପାରିଛନ୍ତି। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂସ୍କୃତି ବିଭାଗର ଅତିରିକ୍ତ କମିଶନର ତଥା ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରୋନ୍ ପ୍ରଯୁକ୍ତିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଡ୍ରୋନ୍ ମିଶନର ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବହୁଳ ବ୍ୟବହାର ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତି। ଡ୍ରୋନ୍ ଜରିଆରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରିବା ଏବେ ସହଜ ହୋଇଥିବାରୁ ଚାଷୀଙ୍କ ପରିଶ୍ରମ କମିଛି ଏବଂ ସେମାନଙ୍କୁ ଅଧିକ ଲାଭ ମିଳିପାରୁଛି। ଏହି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହି କ୍ରମରେ ସମ୍ପ୍ରତି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିଭଳି କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଚେତନତା ପ୍ରଦର୍ଶନୀମାନ ଆୟୋଜନ କରାଯାଇଛି। ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ୍ ୬୦…
ନୂଆଦିଲ୍ଲୀ: ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଯୋଜନାର ସମ୍ପୂର୍ଣ୍ଣ ସୁଫଳ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିରୁ ଆରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବର୍ତ୍ତମାନ ସୁଦ୍ଧା ବିପୁଳ ସଫଳତା ମିଳିଛି। ଡାକ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଭଳି ଏକାଧିକ ବିଭାଗ ପକ୍ଷରୁ ତୁରନ୍ତ ସେବା ଯୋଗାଇଦେବା ପାଇଁ ଶିବିର ମାନ ଆୟୋଜନ କରାଯାଉଛି। ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ନାଗରିକମାନଙ୍କୁ ଅବଗତ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମର ସୁଫଳ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା। ଜନଜାତୀୟ ଗୌରବ ଦିବସ ଅବସରରେ ଏକାଧିକ ସରକାରୀ ଯୋଜନାର ବାର୍ତ୍ତା ନେଇ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଆଇଇସି ଭ୍ୟାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ଅନ୍…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୯ମ ଆନ୍ତର୍ଜାତୀୟ ଚିଲିକା ସେଲଡକ ଲୋକକଳା ମହୋତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ, ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ, ସୁଦୂର ଦକ୍ଷିଣ କୋରିଆର ପାର୍କୟନ ଓକ, ବିୟୋଙ୍ଗମୋ ଚୁଙ୍ଗ, ଜୁନି ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଅନେକ ଉଚ୍ଚ କୋଟିର କଳା ସଂସ୍କୃତି ପରିବେଷଣ ଦୈନନ୍ଦିନ ଜାରି ରହିବା ନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି। ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୯ମ ଚିଲିକା ସେଲଡକ ଲୋକକଳା…
ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁକୁଲ୍ୟରେ ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମସ୍ତ ଯାତ୍ରୀ ଆସନ୍ତାକାଲି ହରିଦ୍ଵାର ରିଶିକେସ ସ୍ଵତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିବେ। ଏବଂ ୨୮ ତାରିଖରେ ଫେରିବେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ରୁ ୨୧୧ ବରିଷ୍ଠ ନାଗରିକ ଓ ୭ ଜଣ ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି। ସମ୍ମାନୀୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ଗୁମାନସିଂ ଓ ପର୍ଯ୍ୟଟନ ବିଭାଗର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ସମସ୍ତ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ପ୍ରତିବାଦରେ ବିଜେପି ପକ୍ଷରୁ ଚିଲିକା ବ୍ଳକ ଘେରାଉ କରାଯାଇଛି। ଦଳୀୟ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ବଢିଚାଲିଥିବା ବେଳେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ରାସନ କାର୍ଡ ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ପରିମଳ ବ୍ୟବସ୍ଥାରେ ଦୁର୍ନୀତି ସାଙ୍ଗକୁ ଜଳ ସେଚନରେ ଅବ୍ୟବସ୍ଥା ଏବଂ ପାନୀୟ ଜଳ ସମସ୍ୟା ପ୍ରତିବାଦରେ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାନାଦି ସ୍ଲୋଗାନ ଦିଆଯାଇ ବ୍ଲକ ଘେରାଉ କରାଯାଇଥିଲା। ଏହି ଅପାରଗତା ସରକାର ଅମଳରେ ଶିକ୍ଷା,ସ୍ୱାସ୍ଥ୍ୟ,ବେକାରୀ ସମସ୍ୟା ଚରମ ସୀମାରେ ପହଁଚିଛି। ଶାସକ ଦଳର ନେତା କର୍ମୀ…
ନୂଆଦିଲ୍ଲୀ: ଅତ୍ୟାଧୁନିକ ବାସ୍ତବବାଦୀ ଦୃଶ୍ୟ ସୃଷ୍ଟି କରୁଥିବା ଡିପଫେକ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିବା ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ବିଶ୍ୱସ୍ତରୀୟ ନିୟମାବଳୀ ପାଇଁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏ.ଆଇ.ର ନକାରାତ୍ମକ ପ୍ରଭାବକୁ ନେଇ ସାରାବିଶ୍ୱ ଚିନ୍ତିତ। ଭାରତ ଭାବୁଛି ଯେ ଏ.ଆଇ. ପାଇଁ ବିଶ୍ୱସ୍ତରୀୟ ନିୟମାବଳୀ ଉପରେ ଆମକୁ ଏକାଠି କାମ କରିବାକୁ ପଡ଼ିବ। ଡିପଫେକ୍ ସମାଜ ଓ ବ୍ୟକ୍ତି ବିଶେଷଙ୍କ ପାଇଁ କେତେ ବିପଜ୍ଜନକ ତାହା ବୁଝି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଆମେ ଚାହୁଁଛୁ ଏଆଇ ଲୋକଙ୍କ ପାଖରେ ପହଞ୍ଚିବା ଦରକାର, ଏହା ସମାଜ ପାଇଁ ସୁରକ୍ଷିତ ହେବା ଦରକାର। ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ସଫଳ ୧୮ତମ ଜି-୨୦ ନେତା ସମ୍ମିଳନୀ ପରେ ଭାରତର ନେତୃତ୍ୱରେ ଭର୍ଚୁଆଲ୍ ଜି-୨୦ ଶିଖର ସମ୍ମିଳନୀ ଡକାଯାଇଛି। ଏହି ଶିଖର ସମ୍ମିଳନୀରେ ସର୍ବସମ୍ମତିକ୍ରମେ ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା ଗୃହୀତ…
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପ୍ରସଙ୍ଗରେ ଆଇନରେ ପରିବର୍ତ୍ତନ ଆବଶ୍ୟକ କି ନାହିଁ ତାହାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ୨୦୨୪ ଜାନୁଆରୀ ୧୭ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସଂଶୋଧନ ପ୍ରକ୍ରିୟାରେ ଏକାଧିକ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ଆବଶ୍ୟକ ହେବ ଯେଉଁଥିପାଇଁ ସମୟ ଲାଗିବ। ଖଣ୍ଡପୀଠରେ ଜଷ୍ଟିସ୍ ହୃଷିକେଶ ରାୟ, ଜଷ୍ଟିସ୍ ପିଏସ୍ ନରସିଂହ, ପଙ୍କଜ ମିତ୍ତଲ ଓ ଜଷ୍ଟିସ୍ ମନୋଜ ମିଶ୍ର ରହିଛନ୍ତି। ଖଣ୍ଡପୀଠ ଯୁକ୍ତି ଉପସ୍ଥାପନ କରିଥିଲେ ଖଣ୍ଡପୀଠ ଯୁକ୍ତି ବାଢ଼ିଥିଲେ ଯେ ଆମେ ସଂଘକୁ ଏହି କାର୍ଯ୍ୟକୁ ଅତ୍ୟନ୍ତ ନିଷ୍ଠାର ସହ ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଉଛୁ। ଯେହେତୁ ରାଜ୍ୟ ସରକାରଙ୍କ ସହ ପରାମର୍ଶର ପରିକଳ୍ପନା କରାଯାଇଛି, ତେଣୁ…
ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଦୁଇଜଣ ସେନା ସହିଦ ସହିଦ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ, ଧର୍ମଶାଳାର ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅଭିଯାନରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆରମ୍ଭ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟର ଜାରି ରହିଛି।
ସମ୍ବଲପୁର: ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ହୋଇପାରିବ ବୋଲି ଆଜି ସମ୍ବଲପୁର ଶାସନ ପାବନ ସରୋବର ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରୀୟ ଅଭିଯାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଗୋଟିଏ ସମୟରେ ଆମ ଦେଶ ସୁନାର ଭାରତ ଥିଲା। ମାତ୍ର ଲମ୍ବା ସମୟର ପରାଧୀନତା କାରଣରୁ ଏଥିରେ ଅଧୋଗତି ଦେଖାଗଲା। ଏହାକୁ ସୁଧାରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ…

