Author: Samikhsya Bureau

ଭୁବନେଶ୍ଵର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ସାହିତ୍ୟିକ ଓ ସଙ୍ଗୀତ ପ୍ରତିଭାର କ୍ଷୟ ନାହିଁ। ତାଙ୍କର ଯାଦୁକାରୀ କଣ୍ଠସ୍ଵର ଓ ସଙ୍ଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡିଆ ଜାତି ସେହି ପ୍ରତିଭାର ସଠିକ ମୂଲ୍ୟାୟନ ଏଯାବତ କରି ନାହିଁ। ଗୋଟିଏ ଦୁଇଟି ସଙ୍ଗୀତ ଗାଁ କରିଥିବା କଳାକାରମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଉଥିବା ବଲେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ। ବାସ୍ତବ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଏକବିଂଶତମଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡିଶା ସିନେକ୍ରିଟିକ ଆସୋସିଏସନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ…

Read More

World Cup Final: ବର୍ତ୍ତମାନ ସାରା ବିଶ୍ବର ନଜର ଅହମଦାବାଦ ଉପରେ। କାରଣ ହେଲା ସେଠାରେ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ବକପ ଫାଇନାଲ ମ୍ୟାଚ। ସେଥିପାଇଁ ଅହମଦାବାଦ ଯିବା ପାଇଁ ସାରା ବିଶ୍ବର ଲୋକେ ବହୁ ଦିନର ଆଗ୍ରହ ସହକାରେ ଅପେକ୍ଷା କରି ରହିଛନ୍ତି। ହେଲେ ଏହି ଆଗ୍ରହକୁ ଲକ୍ଷ୍ୟ କରି ସେଠାକାର ହୋଟେଲ ଏବଂ ବିମାନ କଂପାନୀ ସେମାନଙ୍କ ଭଡାକୁ ନାହିଁ ନ ଥିବା ବୃଦ୍ଧି କରିଦେଇଛନ୍ତି। ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ପୂର୍ବରୁ ଅହମଦାବାଦ ହୋଟେଲ ରାତିକ ପାଇଁ 25 ହଜାର ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ତାହା ଏକ ଲକ୍ଷ 25 ହଜାରକୁ ଛୁଇଁଛି। ଏତେ ଚଢା ରେଟ ହୋଇଥିଲେ ମଧ୍ୟ ଲୋକେ ରହିବାକୁ ବାଧ୍ୟ ହୋଇଛନ୍ତି। ତେବେ ଯଦି କୌଣସି ବିଦେଶୀ ନାଗରିକ ରହିବା ପାଇଁ ହୋଟେଲ ବୁକ କରୁଛି ତେବେ ସେ ପୂର୍ବ ଅପେକ୍ଷା ଦଶ ଗୁଣା ଅଧିକ ଭଡା ଦେବାକୁ ପଡୁଛି। ମୁଖ୍ୟତଃ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକକୁ ଛୁରୀରେ ଆକ୍ରମଣ ଅଭିଯୋଗରେ ନିକଟସ୍ଥ କେଶପୁର ଗ୍ରାମ ର ପ୍ରଦୀପ ସ୍ୱାଇଁକୁ ଗିରଫ କରି ଗାଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଛି। ଗୁରୁତର ଆହତ ତୋଫାନ ଗୌଡ଼ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ ଆହତ ତୋଫାନ ବାରମ୍ବାର କେଶପୁର ଗ୍ରାମକୁ ଯାଉଥିବାରୁ ପ୍ରଦୀପ ଆପତ୍ତି କରି ଆସୁଥିଲା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଦୀପ କ୍ରୋଧରେ ଜର୍ଜରିତ ହୋଇ ତୋଫାନକୁ ଛୁରୀରେ ପେଟକୁ ଭୁଷି ଦେବାରୁ ତାଙ୍କର ପେଟରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପକୁ କାବୁ କରି କେଶ୍ ନଂ ୮୬୨/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛନ୍ତି।

Read More

ନୂଆଦିଲ୍ଲୀ: ବିଶ୍ୱକପ ପାଇଁ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ। ଫାଇନାଲ୍ ମ୍ୟାଚ୍ ରେ ଅନେକ ସମୀକରଣ ମଧ୍ୟ ଭାରତ ସପକ୍ଷରେ ଅଛି। ଦଳର ସାମ୍ପ୍ରତିକ ଫର୍ମ ଏବଂ ଘରୋଇ ଅବସ୍ଥାକୁ ଦେଖିଲେ ଭାରତ ଟାଇଟଲ୍ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଏ। ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ତେବେ ରୋହିତ ବ୍ରିଗେଡ୍ ଗୋଟିଏ ପରିବର୍ତ୍ତନ ସହିତ ଫାଇନାଲରେ ପ୍ରବେଶ କରିପାରେ। ଶୁକ୍ରବାର ଦିନ ଭାରତୀୟ ଦଳର ଅଭ୍ୟାସରୁ ଏହାର ସୂଚନା ଆସିଛି। ଭାରତୀୟ କ୍ରିକେଟ୍ ଦଳ ଶୁକ୍ରବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଥିଲା। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ସ୍ଲିପ୍ ଫିଲ୍ଡିଂରେ ବହୁତ ଅଭ୍ୟାସ କରିଥିଲେ। ଏହି କାରଣରୁ, ଫାଇନାଲ୍ ମ୍ୟାଚ୍ ରେ ସ୍ପିନରଙ୍କ ପାଇଁ ପିଚ୍ ଅନୁକୂଳ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏହା ବ୍ୟତୀତ…

Read More

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତିକ୍ଷିତ ବିଶ୍ବକପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ସେଥିପାଇଁ ସାରା ଭାରତ ବର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି। ଟିମ ଇଣ୍ଡିଆ କିପରି ଏଥର ବିଶ୍ବ କପ ଆଣିବ ସେ ନେଇ ସମସ୍ତେ ପ୍ରାର୍ଥନା କରିବାରେ ଲାଗିଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଟିମ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ନିର୍ମାଣ କରିଛନ୍ତି ବାଲୁକା କଳା। ସେ ବିଶ୍ବକପର ଏକ ପ୍ରତିକୃତି ବାଲି ଏବଂ ଷ୍ଟିଲ ଗିନାରେ ନିର୍ମାଣ କରିଛନ୍ତି। ପ୍ରାୟ 56 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳାରେ ସେ 300 ଟି ଷ୍ଟିଲ ଗିନା ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ପାଲଟିଛି। ଏହି କଳାରେ ସେ ଗୁଡ ଲକ ଟିମ ଇଣ୍ଡିଆ ବୋଲି ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ କାର୍ତ୍ତିକ ମାସରେ ପୁରୀ ବେଳାଭୂମି ଗହଳଚହଳ ଲାଗିଥିବା ବେଳେ ଏହି ବାଲୁକା କଳା ଆକର୍ଷଣର…

Read More

ଭୁବନେଶ୍ଵର: ଯାତ୍ରୀମାନେ ପରିବହନ କରୁଥିବା ଟ୍ରେନରେ ଦହନଶୀଳ ପଦାର୍ଥ ଓ ଫଟକା ପରିବହନକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ଏହାର ମାନବ ସମ୍ବଳକୁ ପ୍ରସ୍ତୁତ ରଖିଛି। ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ଗତିବିଧି ଉପରେ କଡା ସଜାଗ ରହିବାକୁ ପୂର୍ବତଟ ରେଳପଥ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ଚାଲୁଥିବା ପାର୍ବଣ ଋତୁରେ ନୂଆଦିଲ୍ଲୀ, ଆନନ୍ଦ ବିହାର, ଜବଲପୁର, ବିଜୟୱାଡା ଇତ୍ୟାଦି ଷ୍ଟେସନରେ ଟ୍ରେନରେ ଦହନଶୀଳ ଫଟକା ଚିହ୍ନଟ ହେବା ପରେ ରେଳ ମନ୍ତ୍ରଣାଳୟ ଜୋନାଲ ରେଳବାଇକୁ ଏହାର ପରିସୀମା ମଧ୍ୟରେ ଜ୍ୱଳନ୍ତ ଜିନିଷ ପରିବହନ କାର୍ଯ୍ୟକଳାପ ସମ୍ବନ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ରେଳ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ରେଳବାଇ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଏବଂ ପରିବହନ ନକରିବାକୁ ଅନୁରୋଧ କରିଛି ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ ଜିନିଷ ବହନ ନକରିବାକୁ ପରାମର୍ଶ ଦେବାପାଇଁ ରେଳବାଇ ଯାତ୍ରୀମାନଙ୍କୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍‌) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି। ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି। ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ତଥା ଜାଗୋର ମେଂଟର ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ୍ ବାଂଟି ଥିଲେ। ଏହି ଅବସର ରେ ଶ୍ରୀମତି ଦାସ କହିଥିଲେ ଯେ ସୋଆ ସବୁବେଳେ ସମାଜ ର ଉନ୍ନତି ଦିଗରେ ଉଦ୍ୟମ କରିଆସିଛି। ଜାଗୋର ଏହି ସ୍କୁଲ୍ ବ୍ୟାଗ ବଂଟନ କାର୍ଯ୍ୟକ୍ରମ ଏହି ଦିଗରେ ଏକ କ୍ଷୁଦ୍ର ଉଦ୍ୟମ। ପାଖ ବସ୍ତିର ପିଲାମାନେ ଏହା ଦ୍ୱାରା…

Read More

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଆକର୍ଷଣୀୟ ସାଜସଜ୍ଜା ଏବଂ ଏକାଦଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍‌ ମନ୍ତ୍ରମୁଗ୍ଧ କରିଥିଲା। ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ତାଙ୍କ ଛାତ୍ରମାନଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନର ବିଭିନ୍ନ ବାଦନ କ୍ରିୟା । ଆଦିତାଳ ଓ ୧୬ ମାତ୍ରାରେ ପ୍ରଥମେ ଜଗନ୍ନାଥଙ୍କ ଉପରେ ନିବଦ୍ଧ ଶବ୍ଦ ସ୍ୱର ସେମାନେ ପରିବେଶଷ କରିଥିଲେ ପରେ ପରେ ଏକ ହସ୍ତ ବାଦ୍ୟ ଓ ଚଉଷଠି ଛନ୍ଦ ବାଦ୍ୟ ପରିବେଣେ କରିଥିଲେ। ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ…

Read More

ଭୁବନେଶ୍ବର: ସେ ହେଉଛନ୍ତି ବିଶ୍ବବିଖ୍ୟାତ ବୈଜ୍ଞାନିକ ଏ ପି ଜେ ଅବଦୁଲ କାଲାମ। ସେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି, ସେ ହେଉଛନ୍ତି ମିଶାଇଲ ମ୍ୟାନ। ନିଜର ବିଜ୍ଞାନ ବଳରେ ସେ ସାରା ବିଶ୍ବରେ ସୃଷ୍ଟି କରିଛନ୍ତି ହଇଚଇ। ସେହିପରି ଜଣେ ବୈଜ୍ଞାନିକ ଯେତେବେଳେ ଧର୍ମଗୁରୁଙ୍କୁ ଦେଖନ୍ତି ସେତେବେଳେ ସେ ତଳେ ଶୋଇ ନମସ୍କାର କରନ୍ତି। କାରଣ ସେ ବୈଜ୍ଞାନିକ ହୋଇଥିଲେ ମଧ୍ୟ ତାଙ୍କ ମଧ୍ୟରେ ରହିଛି ଧର୍ମ ଭାବନ। ପ୍ରଖ୍ୟାତ ବୈଜ୍ଞାନିକ ଅବଦୁଳ କାଲମ ହିନ୍ଦୁ ଧର୍ମ ଗୁରୁଙ୍କ ପାଦତଳେ ବସି ଆର୍ଶିବାଦ ଭିକ୍ଷା କରୁଥିବାର ଏକ ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। କାରଣ ହେଲା ଯେ, ବର୍ତ୍ତମାନ ବିଜ୍ଞାନ ନାମରେ କେତେକ ଯେପରି ଅପ୍ରଚାରରେ ଲାଗିଛନ୍ତି ସେମାନଙ୍କୁ ପାନେ ଦେବା ହେଉଛି ଏହାର ଉଦ୍ଦେଶ୍ୟ। ନିକଟରେ ହେତୁବାଦୀ କହୁଥିବା କେତେକ ବ୍ୟକ୍ତି ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ ବେଳେ ଚିକେନ ବିରିୟାନି ଖାଇ ନିଜକୁ ବଡ…

Read More

ଭୁବନେଶ୍ୱର: ଭାଷା ଯେତେ ବ୍ୟବହୃତ ହେବ, ଭାଷା ସେତେ ସମୃଦ୍ଧ ହେବ। ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନ ଓ ଜୀବନଜୀବିକାର ଭାଷା ଭାବରେ ବିକଶିତ କରିବାକୁ ହେବ। ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ। ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ପାଇଁ ଗର୍ବ ଓ ଗୌରବର କଥା। ଭାଷାର ସେବା ହିଁ ଯଥାର୍ଥରେ ଜାତି ସେବା। ଏହି ସେବାରେ ନିଜକୁ ସମର୍ପିତ କରିବା ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରରେ ସାହିତ୍ୟ ପତ୍ରିକା “ଅପୂର୍ବା ‘ର ରଜତ ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଭାରତରେ ଅନେକ ଭାଷା ଅଛି। ସେସବୁ ଆମର ସମ୍ପଦ। ଭାଷା ଅନେକ ହେଲେ ମଧ୍ୟ, ଭାବ ଏକ। ଏହା ହେଉଛି ଭାରତୀୟତା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଅନେକ କାଳଜୟୀ ସୃଷ୍ଟି ଅଛି। ଏହାର ବ୍ୟାପକ ଅନୁବାଦ ହେବା ଦରକାର। ଫଳରେ ଓଡ଼ିଶାର…

Read More

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଜେପି ଦୃଢ ଦାବୀ କରିଛି। ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବୀ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ। ସେ କହିଛନ୍ତି ଯେ, ୨୦୨୨-୨୩ ରୁ ୨୦୨୬-୨୭ପର୍ଯ୍ୟନ୍ତ ଆଗାମୀ ୫ବର୍ଷ ମଧ୍ୟରେ ଦେଶରେ ଏହି ଯୋଜନାରେ ୨୭,୩୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ହେଲେ ଓଡିଶାରେ ସରକାର ତାହା ଲାଗୁ ନ କରିବାରୁ ରାଜ୍ୟ ତାର ଭାଗ ପ୍ରାୟ ୧୦୦୦ରେ କୋଟି ଟଙ୍କା ହରାଇଲା ବୋଲି ସୋନାଲି କହିଛନ୍ତି। ବାରମ୍ବାର ଚିଠି କଲାପରେ ମଧ୍ୟ କାହିଁକି ରାଜ୍ୟ ସରକାର ପିଏମ୍‌ଶ୍ରୀ ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋନାଲି। ଯେହେତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ନେତା, ତେଣୁ ରାଜ୍ୟ ରାଜନୈତିକ ଅସୁୟାଭାବ ରଖି ଜାଣିଶୁଣି ଏହି ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି…

Read More

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍‌ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ…

Read More

ଭୁବନେଶ୍ୱର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ପ୍ରମୁଖ ମୁଖ୍ୟ ବିଦ୍ୟୁତ ନିରୀକ୍ଷକଙ୍କ କାର୍ଯ୍ୟାଳୟ- (EIC Electricity ) ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଶକ୍ତି ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ । ବିଦ୍ୟୁତ ଶୁଳ୍କ ଆଦାୟ ଲକ୍ଷ୍ୟ ଓ ଲକ୍ଷ୍ୟ ହାସଲ ଓ ଏକକାଳୀନ ବକେୟା ଆଦାୟ (ଓଟିଏସ୍‌) ସମ୍ପର୍କିତ ତଥ୍ୟର ସମୀକ୍ଷା କରିଛନ୍ତି। ବକେୟା ଦେୟ ନେଇ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ଏ ନେଇ ଇଆଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଉଲ୍ଲେଖନୀୟ ଉପଲବ୍ଧି ସମ୍ପର୍କରେ ଇଆଇସି (ବିଦ୍ୟୁତ) ତଥ୍ୟ ରଖିଥିଲେ। ବୈଦ୍ୟୁତିକ ନିରାପତ୍ତା ନିରୀକ୍ଷଣ, ଶକ୍ତି ସଂରକ୍ଷଣ, ବିଦ୍ୟୁତ ନିରାପତ୍ତା ପ୍ରସଂଗରେ ମଧ୍ୟ ଆଲୋଚନା କରିଥିଲେ । ବିଦ୍ୟୁତ ନିରାପତ୍ତା ଓ ଶକ୍ତି ସଂରକ୍ଷଣ ନେଇ ଚାଲିଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ…

Read More

ଭୁବନେଶ୍ୱର: ମାନବ ସମାଜର ସାମଗ୍ରିକ ବିକାଶ ନିମନ୍ତେ ଉଭୟ ଆଧ୍ୟାତ୍ମିକତା ଓ ଆଧୁନିକତାର ଉତ୍ତମ ସମନ୍ୱୟ ଏକାନ୍ତ କାମ୍ୟ। ସାହିତ୍ୟ ମାଧ୍ୟମରେଏହା ସୁଗମ ହୋଇପାରିବ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରରେ ଆୟୋଜିତ ଲିଟରେଚର୍‍ କନ୍‍କ୍ଲେଭ୍‍ର ଦ୍ୱିତୀୟ ସଂସ୍କରଣରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି। ‘ଆଧ୍ୟାତ୍ମିକତା ଓ ଆଧୁନିକତା – ଶାଶ୍ୱତସାହିତ୍ୟ ପ୍ରସଙ୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ଦାଶବେନହୁର, ପ୍ରଫେସର ଅମୂଲ୍ୟ ପୁରୋହିତ ଓ ପ୍ରଫେସର ରମାକାନ୍ତ ମିଶ୍ର ଯୋଗଦେଇ ବିଶ୍ୱ ଓ ଭାରତୀୟ ସାହିତ୍ୟରୁ ଉଦାହରଣ ମାଧ୍ୟମରେ ଦୃଷ୍ଟିକୋଣ ପ୍ରାଞ୍ଜଳ କରିଥିଲେ । ସମାଜ ପାଇଁ ପରାର୍ଥ ଭାବନାବହନ କରୁଥିବା ଉଚ୍ଚାଙ୍ଗ ସାହିତ୍ୟ କାଳଜୟୀ ହୋଇଥାଏ ବୋଲି ଏଥିରେ ମତୈକ୍ୟ ପ୍ରକାଶ ପାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷାଡ.ସୁଜାତା ସାହୁ ଏହି ମହୋତ୍ସବ ଆୟୋଜନର ଭୂମିକା ଓ ସୁଦୂର ପ୍ରସାରୀ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସାର୍ଥକ ଶଙ୍କର ଭଗତଙ୍କ ସଂଯୋଜନାରେ ସମ୍ପନ୍ନ ଏହି ଆଲୋଚନା ସଭାରେ…

Read More

ଭୁବନେଶ୍ୱର: ଦକ୍ଷିଣ କୋରିଆଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ ଭୁବନେଶ୍ୱରର ନାରାୟଣ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ନାରାୟଣଙ୍କ ଏହି ସଫଳତା ପାଇଁ ତାଙ୍କୁ ନୟାପଲ୍ଲୀସ୍ଥିତ ତୁଷାର ଜିମ୍ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ତୁଷାର ଜିମ୍‌ର ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ବିବେକ ବାରିକ ଓ ସମାଜସେବୀ ଜଗନ୍ନାଥ ପ୍ରଧାନ, ରଶ୍ମୀ ସାହୁ, ଗୌତମ ବେହେରା, ଜଗା ବେହେରା, ରାଜେନ୍ଦ୍ର ଜେନା, ଜିତୁ, ପପୁ, ରାଜା ଓ ଜମିର ସଦସ୍ୟମାନେ ପ୍ରମୁଖ ନାରାଞ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭକୁ ଉପଯୋଗ କରି ମିଳିତ ଆକାଂକ୍ଷା ଉପରେ କାର୍ଯ୍ୟ କରିବା ସହ କମନ୍ ଷ୍ଟ୍ରାଟେଜି ବା ସାଧାରଣ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ଆଜି ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ’ କଥାବସ୍ତୁ ଅଧୀନରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ‘ମାନବ ସମ୍ବଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା’ ଶୀର୍ଷକ ଉପରେ ଶିକ୍ଷା ମନ୍ତ୍ରୀମାନେ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଜର ଆକାଂକ୍ଷା ଉପରେ ଆଲୋଚନା କରି ଶିକ୍ଷା ଓ ଦକ୍ଷତା ବିକାଶର…

Read More

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…

Read More

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉକ୍ତ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ବିଦେଶୀ ପ୍ରଧାନ (୭୮) ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ବିଦେଶୀଙ୍କ ପତ୍ନୀ ହବିଷ ପାଇଁ ପୁରୀ ଯାଇଥିବା ବେଳେ ଗତକାଲି ବିଦେଶୀ ପତ୍ନୀଙ୍କୁ ଘରକୁ ଫେରି ଆସିବା ପାଇଁ ଜିଦି କରିଥିଲେ। ତେବେ ପତ୍ନୀ ନ ଆସିବାରୁ ରାଗରେ ବିଷପାନ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗମ୍ଭାରୀମୁଣ୍ଡା ଏବଂ ପରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି।

Read More

କୁଜଙ୍ଗ: ଯାତ୍ରା ଜଗତରେ ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥି ଶୁକ୍ରବାର ସଂନ୍ଧ୍ୟା ୭ଟା ୪୦ରେ ୬୫ ବର୍ଷ ବୟସରେ ନିଜ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ଅଗପାଳ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗପାଳ ଗ୍ରାମରେ ଜନ୍ମିତ ଓ ଓଡିଶାରେ ପୁରପଲ୍ଲୀରେ ପରିଚିତ ଏହି ବର୍ଷିୟାନ କଳାକାର ବିଗତ ଛଅ ମାସ ଧରି ଲିଭର ରୋଗରେ ପୀଡୀତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି। ରବି ଶତପଥିଙ୍କ ପରଲୋକରେ କେବଳ ନିଜ ଜନ୍ମ ମାଟି ଅଗପାଳ ନୁହେଁ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଁହଁରେ ପାଉଡର ଲଗାଇ ସାରା ରାଜ୍ୟବାସୀଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ପ୍ରତିଭାବାନ କଳାକାର ଆଉ ମଞ୍ଚକୁ ଚଢିବା ଦେଖିବାକୁ ମଳିବନି। ସାରା ରାଜ୍ୟରେ ଜନତା ଗଣାନାଟ୍ୟରେ ଶାଗୁଣା ବସିଛି ଡେଣାମେଲାଇ ନାଟକରେ…

Read More

ଭୁବନେଶ୍ୱର: ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା। ସମାଜର ପ୍ରତି ବର୍ଗଙ୍କ ଉତ୍‌ଥାନରେ ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ। ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି। ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର। ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନ ସମ୍ଭବ। ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱର୍ଗତ ବକ୍ସିପାତ୍ର କରିଥିଲେ। ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା “ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩-୨୪ରେ ଏପର୍ଯ୍ୟନ୍ତ ଦିଆଯାଇଥିବା ସର୍ବାଧିକ ପେଟେଣ୍ଟ କୁ ସ୍ୱୀକାର କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଏହା ଏକ ଉଲ୍ଲେଖନୀୟ କାର୍ଯ୍ୟ, ଯାହା କି ଏକ ଅଭିନବ ଉପାୟରେ ଚାଳିତ ଜ୍ଞାନ ଅର୍ଥନୀତିର ଯାତ୍ରାରେ ଏକ ମାଇଲଖୁଣ୍ଟ। ଭାରତର ଯୁବପିଢ଼ି ଏହିପରି ପଦକ୍ଷେପ ଦ୍ୱାରା ଲାଭବାନ ହେବେ।’

Read More