ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଆଜି ପଥର ମାଫିଆ ମାନଙ୍କୁ ସାବାଡ଼ କରିବା ପାଇଁ ଟାଙ୍ଗୀ ପୋଲିସ ଓ ଖୋର୍ଦ୍ଧା ମାଇନିଂସ ଡିପାର୍ଟମେଣ୍ଟ ପକ୍ଷରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଚଢାଉ ବେଳେ ୧୧ ଟି ପଥର ବୋଝଇ ଗାଡିକୁ ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ମାଫିଆ ମାନେ ଗାଡି ଛାଡି ଛତ୍ରଭଙ୍ଗ ଦେଇଛନ୍ତି। ସୂଚନା ଅନୁଯାୟୀ। ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ୱର ଓ ଟାଙ୍ଗୀ ନିକଟରେ ଚଢ଼ାଉ ଉକ୍ତ ଚଢାଉ କରାଯାଇଥିଲା। ଏହି ସମୟରେ ୯ ଟି ମାଙ୍କଡା ପଥର ବୋଝଇ ଗାଡି ସହ ଦୁଇଟି ମୂଲ୍ୟବାନ ମୂର୍ତ୍ତି ତିଆରି ପଥର ଜବତ କରାଯାଇଥିଲା। ନୟାଗଡ଼ ଜିଲାରୁ ମାଙ୍କଡା ପଥର ଚାଲାଣ ହେଉଥିବା ବେଳେ ମୂର୍ତ୍ତି ତିଆରି ପଥର ଖୋର୍ଦ୍ଧାରୁ ଚୋରା ଚାଲାଣ ହେଉଥିଲା। ସମସ୍ତ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିଲେ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁଶପଲାରୁ ମାଫିଆ ମାନେ ଚୋରା ପଥର ଚାଲାଣ…
Author: Samikhsya Bureau
ସ୍ୱାସ୍ଥ୍ୟ ଟିପ୍ସ: ଶୀତ ଋତୁରେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଏକ ସୁସ୍ଥ ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଆମେ ସମସ୍ତେ ଜାଣୁ ଯେ, ପିଜୁଳି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଅନେକ ପୁଷ୍ଟିକର ଉପାଦାନରେ ଭରପୁର। ଏଥିରେ ଭିଟାମିନ୍ ସି, ଲାଇକୋପିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଶୀତ ଋତୁରେ ପିଜୁଳି ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ। ତେଣୁ ଶୀତଦିନେ ଆପଣଙ୍କ ଖାଦ୍ୟରେ ପିଜୁଳି ଅନ୍ତର୍ଭୁକ୍ତ କରିବାର ଲାଭ କ’ଣ ତାହା ଆସନ୍ତୁ ଜାଣିବା…. ପିଜୁଳି ପୁଷ୍ଟିକରର ଭଣ୍ଡାର: ପିଜୁଳିରେ ଭିଟାମିନ୍ ଏ ଏବଂ ଇ ବହୁ ପରିମାଣରେ ମିଳିଥାଏ। କେଶ, ଚର୍ମ ଏବଂ ଆଖି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ସହିତ ଲାଇକୋପିନ୍ ନାମକ ଫାଇଟୋନ୍ୟୁଟ୍ରିଏଣ୍ଟସ୍…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରାଚୀନ କାଳରେ, ଲୋକମାନେ ତମ୍ବା ପାତ୍ରକୁ ଅଧିକ ବ୍ୟବହାର କରୁଥିଲେ। ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ମିଳେ। ଶୀତଦିନେ, ଏହି ଜଳ ସ୍ୱାସ୍ଥ୍ୟ ପାଇଁ ଅମୃତ ପରି। ଆୟୁର୍ବେଦ ଅନୁଯାୟୀ, ତମ୍ବା ପାତ୍ରରେ ଗଚ୍ଛିତ ପାନୀୟ ଜଳ ତ୍ରିଦୋଷ ଯଥା କଫା, ପିତ ଏବଂ ବାତକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଏହା ସହିତ ଅନେକ ପ୍ରକାରର ଭାଇରସ୍ ଏବଂ ସଂକ୍ରମଣ ଠାରୁ ମଧ୍ୟ ସୁରକ୍ଷିତ ରଖେ। ଆସନ୍ତୁ ଜାଣିବା ଏହାର ଉପକାରିତା…. ହଜମ ପ୍ରକ୍ରିୟାକୁ ମଜବୁତ କରେ: ଶୀତ ଋତୁରେ ସ୍ୱାଦିଷ୍ଟ ଜିନିଷ ଖାଇବା ହେତୁ ଲୋକମାନେ ଖାଦ୍ୟ ହଜମ କରିବାରେ ଅନେକ ସମୟରେ ଅସୁବିଧା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ହଜମ…
ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ। ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍ ଯିବ। ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍ ଷ୍ଟପେଜ ମଧ୍ୟ କରାଯାଇଛି। ଅନ୍ ଲାଇନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଆମର ଗ୍ରାମାଞ୍ଚଳର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ବୋଲି ସେ କହିଥିଲେ। ମୋ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସଂପର୍କରେ ମୁଁ ଜାଣିଲି। ତା…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ପୋଷ୍ଟର ସେୟାର କରି ତାଙ୍କୁ ‘ଟ୍ୟୁବଲାଇଟ୍’ ବୋଲି ଦର୍ଶାଇଛି। ବିଜେପି ପକ୍ଷରୁ ସେୟାର କରାଯାଇଥିବା ଏହି ପୋଷ୍ଟରର କ୍ୟାପସନରେ ଲେଖାଯାଇଛି ‘ଫ୍ୟୁଜ୍ ଟ୍ୟୁବଲାଇଟ୍’। ପୋଷ୍ଟରରେ ଆହୁରି ଲେଖାଯାଇଛି ‘ମେଡ୍ ଇନ୍ ଚାଇନା’। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଟ୍ୟୁବଲାଇଟ୍ ଭାବେ ଉପସ୍ଥାପିତ କରିଛି। ଏହା ପୂର୍ବରୁ ୨୦୨୦ରେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ହସ୍ତକ୍ଷେପ କରିବାକୁ ଉଠିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧିଙ୍କୁ ଟ୍ୟୁବଲାଇଟ୍ ସହ ତୁଳନା କରି ତାଙ୍କୁ ସମାଲୋଚନା କରିଥିଲେ। “ମୁଁ ଶେଷ ୩୦-୪୦ ମିନିଟ୍ ଧରି କଥା ହେଉଥିଲି କିନ୍ତୁ ସେଠାରେ କରଣ୍ଟ ପହଞ୍ଚିବାକୁ ଏତେ ସମୟ ଲାଗିଲା। ଅନେକ ଟ୍ୟୁବ୍ ଲାଇଟ୍ ଏଭଳି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ରାହୁଲ ଗାନ୍ଧିଙ୍କ ‘ଲାଠି’…
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ କମ୍ପାନିଗୁଡ଼ିକର ଅଂଶଧନ ହ୍ରାସ କାରଣରୁ ହିଣ୍ଡେନବର୍ଗ ରିପୋର୍ଟର ସ୍ୱାଧୀନ ତଦନ୍ତ ଦାବି କରି ଏକ ଜନସ୍ୱାର୍ଥ ମାମଲାର ନେତୃତ୍ୱ ନେଉଥିବା ପ୍ରଶାନ୍ତ ଭୂଷଣ ଶୁକ୍ରବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ତଦନ୍ତର ପୂର୍ବ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କୁ ଧରିବା ପରେ ସାମାନ୍ୟ ଅସୁବିଧାରେ ପଡ଼ିଥିବା ଜଣାପଡ଼ିଛି। ଜାନୁଆରୀ ୨୦୧୪ରେ ଡିଆରଆଇ ପକ୍ଷରୁ ସେବିକୁ ଲେଖାଯାଇଥିବା ଏକ ଚିଠିକୁ ଉଦାହରଣ ଦେଇ ଭୂଷଣ ବଜାର ନିୟାମକଙ୍କୁ ଅବଗତ କରାଇଥିଲେ ଯେ ଆଦାନୀ ଗ୍ରୁପ୍ ଆଦାନୀ ପାୱାର ଦ୍ୱାରା ଉପକରଣ ଆମଦାନୀକୁ ଅତ୍ୟଧିକ ବିଲ୍ କରି ଟଙ୍କା ଉଠାଉଛି, ମରିସସରୁ ଦୁବାଇ ପଠାଉଛି ଏବଂ ପରେ ଷ୍ଟକ ବଜାର ମାଧ୍ୟମରେ ଭାରତକୁ ଟଙ୍କା ପଠାଉଛି। ସେ ଦାବି କରିଛନ୍ତି ଯେ ଡିଆରଆଇ ଆଲର୍ଟ ଉପରେ ସେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଡିଆରଆଇ ୨୦୧୩ରେ ଆଦାନୀ ଗ୍ରୁପ୍ ବିରୋଧରେ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୯ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି।ଚଳିତ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଆର୍ଟ ଅଧ୍ୟକ୍ଷ ପ୍ରଦୋଷ ଚନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ। ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ପୁରୀର ସାହି ଯାତ୍ରା, ଭଞ୍ଜନଗର ପଶୁ ନୃତ୍ୟ, କୋରିଆନ ମୁଖା ନୃତ୍ୟ, କଲିକତା ପୁରୁଲିଆ ଛଉ, ଆଠମଲ୍ଲିକ ମୁଖା ନୃତ୍ୟ, ଝାରଖଣ୍ଡ ଝୁମର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଉକ୍ତ ମହୋତ୍ସବରେ କମିଟି ଅଧ୍ୟକ୍ଷ…
ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟ ମାନେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଙ୍କୁ ନବୀନ ନିବାସରେ ଭେଟି ଥିଲେ। ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟ ସ୍ଥଳ ଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ତା ସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିର ମାନଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତ ମାନଙ୍କ ତରଫରୁ ମଧ୍ୟ କୃତଜ୍ଞତା ପ୍ରକାଶ କରା ଯାଇଥିଲା। ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ଏବଂ ସେବାୟତ ମାନଙ୍କ ସୁବିଧା ଅସୁବିଧା ଦୂର ପାଇଁ ପଦକ୍ଷେପ ନେଇ ଥିବାରୁ ସେବାୟତ ମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ହଜାର ହଜାର ବର୍ଷ ର ପୁରୁଣା ମଠ ମନ୍ଦିର ଗୁଡିକର ବିକାଶ ଓ ରୂପାନ୍ତର ପାଇଁ…
ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତର କାଶୀରେ ପହଂଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ। ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି। ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି। ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ…
ନୂଆଦିଲ୍ଲୀ: ଲଣ୍ଡନରେ ମୁଖ୍ୟାଳୟ ଥିବା ଅନ୍ତର୍ଜାତୀୟ ଚିନି ସଂଗଠନ (ଆଇଏସଓ)ର ୬୩ତମ ପରିଷଦ ବୈଠକରେ ଭାରତକୁ ୨୦୨୪ ପାଇଁ ସଂଗଠନର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ବିଶ୍ୱ ଚିନି କ୍ଷେତ୍ରର ନେତୃତ୍ୱ ନେବା ଏବଂ ଏହି କ୍ଷେତ୍ରରେ ଦେଶର ବଢୁଥିବା ସମ୍ମାନକୁ ପ୍ରତିଫଳିତ କରିବା ଦେଶ ପାଇଁ ଏହା ଏକ ବିରାଟ ଉପଲବ୍ଧି। ଆଇଏସଓ କାଉନସିଲ ବୈଠକରେ ଯୋଗ ଦେଇ ଭାରତ ସରକାରଙ୍କ ସଚିବ (ଖାଦ୍ୟ) ସଞ୍ଜୀବ ଚୋପ୍ରା କହିଥିଲେ ଯେ ୨୦୨୪ ରେ ଆଇଏସଓର ଅଧ୍ୟକ୍ଷତା ସମୟରେ ଭାରତ ସମସ୍ତ ସଦସ୍ୟ ଦେଶମାନଙ୍କଠାରୁ ସମର୍ଥନ ଏବଂ ସହଯୋଗ ଚାହୁଁଛି ଏବଂ ଆଖୁ ଚାଷ, ଚିନି ଏବଂ ଇଥାନଲ ଉତ୍ପାଦନରେ ଅଧିକ ସ୍ଥାୟୀ ଅଭ୍ୟାସ ଗ୍ରହଣ କରିବା ଏବଂ ଉପଉତ୍ପାଦର ଉତ୍ତମ ବ୍ୟବହାର ପାଇଁ ସମସ୍ତ ସଦସ୍ୟ ଦେଶକୁ ଏକାଠି କରିବା ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚିନି ଉପଭୋକ୍ତା ଏବଂ ଦ୍ୱିତୀୟ ବୃହତ୍ତମ…
ନୂଆଦିଲ୍ଲୀ: ଆସାମର ଗୌହାଟୀସ୍ଥିତ ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆସନ୍ତା ୨୬ ନଭେମ୍ବର ୨୦୨୩ରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏହି ପୁରସ୍କାର ପ୍ରଦାନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜୀବ କୁମାର ବାଲିୟାନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ରହିବେ। ୨୦୨୩ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶ ଭାବରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୩ ଆୟୋଜନ କରାଯାଉଛି। ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରାଣୀସମ୍ପଦ ଏବଂ ଦୁଗ୍ଧଉତ୍ପାଦନ କ୍ଷେତ୍ରରେ ଏକ ସର୍ବୋଚ୍ଚ ଜାତୀୟ ପୁରସ୍କାର ଅଟେ, ଯାହାର ଉଦ୍ଦେଶ୍ୟ ସ୍ୱଦେଶୀ ପ୍ରାଣୀପାଳନ କରୁଥିବା କୃଷକ, ଏଆଇ ଟେକ୍ନିସିଆନ ଏବଂ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦକ ସମିତି / ଦୁଗ୍ଧ…
ନୂଆଦିଲ୍ଲୀ: ରାଜସ୍ଥାନରେ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓକୁ ଅଶୋକ ଗେହଲଟ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ମତଦାନର ଠିକ୍ ଗୋଟିଏ ଦିନ ପୂର୍ବରୁ ପାଇଲଟଙ୍କ ଭିଡିଓ ସେୟାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ପାଇଲଟ କଂଗ୍ରେସ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିବା ସହ ‘ସବୁକିଛି ଭୁଲି ହାତ ଚିହ୍ନରେ ଥିବା ବଟନ୍ ଦବାନ୍ତୁ’ ବୋଲି କହୁଛନ୍ତି। ଗେହଲଟ ସଚିନ ପାଇଲଟଙ୍କ ଭିଡିଓ ସେୟାର କରିବାର ଆବଶ୍ୟକତା କାହିଁକି ଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଭୋଟର ଏହାକୁ କଂଗ୍ରେସର ଶକ୍ତି କିମ୍ବା ଗେହଲଟଙ୍କ ବାଧ୍ୟବାଧକତାଭାବେ ଦେଖିବେ। ମୋଦିଙ୍କ ଆକ୍ରମଣର ମୁକାବିଲା ପାଇଁ ପ୍ରୟାସ ଚାଲିଛି କି? ଗେହଲଟ ପାଇଲଟଙ୍କ ଭିଡିଓ ସେୟାର କରିବା ପରେ ଅନେକ କଥା କୁହାଯାଉଛି। ଅତୀତରେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ଡିଜିଟାଲ ଇଣ୍ଡିଆ ଆଲୋଚନା ଅଧିବେଶନରେ ଯୋଗ ଦେଇ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୁରକ୍ଷିତ ଓ ବିଶ୍ୱସନୀୟ ଇଣ୍ଟରନେଟ୍ ତଥା ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଡିଜିଟାଲ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ ହେବାର ଆବଶ୍ୟକତାକୁ ଦୋହରାଇଛନ୍ତି । ଅବିକଳ ନକଲ ବା ଡିପ୍ ଫେକ୍ ବିପଦ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବେଗ ପ୍ରକାଶ କରିବା ପରେ ସମସ୍ତ ପ୍ଲାଟଫର୍ମ ଏବଂ ମଧ୍ୟସ୍ଥମାନେ ସେମାନଙ୍କ ସାର୍ବଜନୀନ ନିର୍ଦ୍ଦେଶାବଳୀକୁ ଆଇଟି ନିୟମ ସହିତ ଯୋଡ଼ିବାକୁ ରାଜି ହୋଇଛନ୍ତି। ବିଶେଷ କରି ୧୧ ପ୍ରକାରର ବିଷୟବସ୍ତୁ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିରେ ଡିପ୍ଫେକ୍ ସମେତ ଉପଭୋକ୍ତାଙ୍କ କ୍ଷତି ଘଟାଇବା ଭଳି ବିଷୟବସ୍ତୁ ରହିଛି। ଅଧିବେଶନ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ନିୟମାବଳୀ ସୀମା ମଧ୍ୟରେ ଡିପ୍ ଫେକ୍ ଜନିତ ଆହ୍ୱାନର ମୁକାବିଲା…
ନୂଆଦିଲ୍ଲୀ: ଭୌତିକବାଦ, ସାମ୍ୟବାଦ ଏବଂ ପୁଞ୍ଜିବାଦର ପରୀକ୍ଷଣ ପରେ ଭୁଶୁଡ଼ି ପଡ଼ିଥିବା ବିଶ୍ୱକୁ ଭାରତ ଖୁସି ଓ ସନ୍ତୋଷର ମାର୍ଗ ଦେଖାଇବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଶୁକ୍ରବାର କହିଛନ୍ତି। ଥାଇଲାଣ୍ଡର ରାଜଧାନୀରେ ତୃତୀୟ ବିଶ୍ୱ ହିନ୍ଦୁ କଂଗ୍ରେସର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଭାଗବତ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କୁ ପରସ୍ପର ସହ ଯୋଡ଼ି ହେବା ଏବଂ ବିଶ୍ୱ ସହ ଯୋଡ଼ି ହେବାକୁ ନିବେଦନ କରିଛନ୍ତି। ସମଗ୍ର ବିଶ୍ୱର ଚିନ୍ତକ, କର୍ମୀ, ନେତା ଓ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, ଆମକୁ ପ୍ରତ୍ୟେକ ହିନ୍ଦୁଙ୍କ ପାଖରେ ପହଞ୍ଚିବାକୁ ହେବ, ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ସମସ୍ତ ହିନ୍ଦୁ ମିଳିମିଶି ବିଶ୍ୱର ସମସ୍ତଙ୍କ ସହ ଯୋଡ଼ି ହେବେ। ହିନ୍ଦୁମାନେ ଅଧିକରୁ ଅଧିକ ସଂଖ୍ୟାରେ ଯୋଡ଼ି ହେଉଛନ୍ତି ଏବଂ ବିଶ୍ୱ ସହ ଯୋଡ଼ି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଗବତ କହିଛନ୍ତି ଯେ ବିଶ୍ୱ, ବିଶେଷ…
ନୂଆଦିଲ୍ଲୀ: ଜଷ୍ଟିସ୍ ଏମ୍. ଫାତିମା ବିବିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ଜଷ୍ଟିସ୍ ଏମ୍. ଫାତିମା ବିବିଙ୍କ ଦେହାନ୍ତରେ ଦୁଃଖିତ। ଜଣେ ପ୍ରକୃତ ପଥପ୍ରଦର୍ଶକ ଭାବେ ତାଙ୍କ ଉଲ୍ଲେଖନୀୟ ଯାତ୍ରା ଅନେକ ବାଧାବିଘ୍ନକୁ ଦୂର କରିଛି ଏବଂ ମହିଳାଙ୍କୁ ବହୁତ ପ୍ରେରଣା ଦେଇଛି। ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ମନେ ରହିବ। ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।
ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଅର୍ଥାତ୍ ଅକ୍ଟୋବର ୨୭ ଠାରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଯୋଗ ଦେଇଥିବା ଓ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଜିଲ୍ଲାୱାରୀ ତଥ୍ୟ ସର୍ବସାଧାରଣଙ୍କ ଅବଗତି ପ୍ରକାଶ କରାଯାଇଛି। ଏହି ତାଲିକାରୁ ଜଣାପଡିଛି ଯେ, ମୋଟ ୩ ଲକ୍ଷ ୧୧ ହଜାର ୧୫ ଜଣ ଭୋଟର ତାଲିକାରେ ଯୋଗ ଦେଇଥିବା ବେଳେ ମୋଟରେ ୮୦ ହଜାର ୩୦ ଜଣ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ତେବେ ବିଭିନ୍ନ ଜିଲ୍ଲା ହିସାବରେ ନୂଆ ଭୋଟର ଯୋଗ ହେବା ଏବଂ ବାଦ ପଡିବା ତାଲିକା ହେଲା ବରଗଡ଼ ଜିଲ୍ଲାରେ ୧୨୭୦୧ ଜଣ ଭୋଟର ଯୋଗ, ୬୨୫୧ ଜଣ ତାଲିକାରୁ ବାଦ୍ ପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ ୫୧୬୦ ଜଣ ଯୋଗ ଓ ୪୬୨ ଜଣ ବାଦ୍ ସୁନ୍ଦରଗଡ଼ ଜିଲ୍ଲାରେ ୧୪୧୩୩…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ୧୭/୩୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ନିଖିତାର ଅଜା ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର କାଶୀନାଥ ପ୍ରଧାନ ତାଙ୍କ ନାତୁଣୀକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ଚଳାଇ ପୋଲିସ ଜାଣିବାକୁ ପାଇଲେ ଯେ ସ୍ବାମୀ ସୁରଟ୍ ରେ କାମ କରିବାକୁ ଯାଇଛନ୍ତି ଓ ଘଟଣା ଦିନ ସେ ଗାଁ ରେ ନାହିଁ। ଅନ୍ୟ ପକ୍ଷରେ ଶ୍ଵଶୁର ଓ ଶାଶୂ ତାର ତିନି ବର୍ଷର ପୁଅକୁ ଧରି ମାଛ ଧରିବା ପାଇଁ ଗାଁ ପୋଖରୀ କୁ ଯାଇଛନ୍ତି ଓ ନିଖୀତା ଦୁଇ…
ଭୁବନେଶ୍ୱର: ସମାଜରେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା, ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଜରିଆରେ ବଡ଼ ସମ୍ମାନ ଦେଇଛନ୍ତି। ପିଏମ୍ ବିଶ୍ୱକର୍ମା ଗରିବ ଲୋକଙ୍କୁ ଧନୀ ବନାଇବାର ନୂଆ ଯୋଜନା ବୋଲି ଶୁକ୍ରବାର ଭୁବନେଶ୍ୱରର ସିଏସଆଇଆର୍ –ଆଇଏମଏମଟି ଠାରେ ବିଶ୍ୱକର୍ମା ମହାଗୁରୁ ମାନଙ୍କୁ ସମ୍ମାନିତ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱକର୍ମା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଏମ ବିଶ୍ୱକର୍ମା ଯୋଜନାରେ କୁମ୍ଭାର, କମାର, ବଢେଇ, ମିସ୍ତ୍ରୀ, ମୂର୍ତ୍ତିଶିଳ୍ପୀ, ବଣିଆ, ଦରଜୀ, ମୋଚି, ମାଳି, ଜାଲ ବୁଣାଳୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିକୁ ସାମିଲ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନାରେ ମୋଦି ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଏମ୍ ବିଶ୍ୱକର୍ମା ଅନ୍ତର୍ଗତ ଦକ୍ଷତା ପ୍ରଶିକ୍ଷଣ, ଭତ୍ତା, ସାର୍ଟିଫିକେଟ୍, ଟୁଲକିଟ୍ ପାଇଁ ଅର୍ଥ, କମ ସୁଧରେ…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବ୍ଲକ ଅଧୀନ ସମସ୍ତ ସ୍କୁଲର ସହକାରୀ ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷଧିକାରୀ ସନାତନ ଜାଲି କମ୍ପୁଟର ଟାବଲେଟ ବଣ୍ଟନ କରିଛନ୍ତି। ଓଡିଶା ଶିକ୍ଷା ପ୍ରାଧିକାରଣ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଶିକ୍ଷକ ମାନେ ଶିକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ଲକ୍ଷରେ ୧୯୮ଜଣ ଶିକ୍ଷକଙ୍କୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କମ୍ପୁଟର ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ସ୍କୁଲର ପ୍ରୋଗ୍ରେସିଭ କାର୍ଯ୍ୟ ସରକାର ଜାଣିବା ନିମନ୍ତେ ଟାବଲେଟ ବଣ୍ଟନ କରାଯାଇଛି ବୋଲି ଶ୍ରୀଯୁକ୍ତ ଜାଲି କହିଛନ୍ତି।

