Vigilance Raid: ସେ ହେଉଛନ୍ତି ଡିଏଫଓ, ହେଲେ ତାଙ୍କ ଏବଂ ସଂପର୍କୀୟଙ୍କ ନାମରେ ରହିଛି ୧୧୫ ଟି ପ୍ଲଟ। ସେହିପରି ଏକ କୁବେରପତିଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ। ଏହି ଚଢାଉବେଳେ ଏତେଗୁଡିଏ ପ୍ଲଟର କାଗଜ ପତ୍ର ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ସେହି କୁବେରପତି ଡିଏଫଓଙ୍କ ନାମ ହେଲା ନିତ୍ୟାନନ୍ଦ ନାୟକ। ସେ କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଭିଜିଲାନ୍ସ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଭିଜିଲାନ୍ସ ନିତ୍ୟାନନ୍ଦଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ରହିଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ…
Author: Samikhsya Bureau
ସମୀକ୍ଷା ଡେସ୍କ: ନିମାପଡାରେ ଏପରି ଏକ ଘଟଣା ଘଟିଗଲା, ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ସେ ଆସିବାର ଉଚିତ ଥିଲା ବୋଲି କହିଛନ୍ତି ନିମାପଡାର ପୂର୍ବତନ ବିଧାୟକ ସମୀର ଦାସ। ଆଜି ଗଣମାଧ୍ୟମ ତରଫରୁ ତାଙ୍କୁ ପ୍ରଭାତୀ ପରିଡା ନ ଆସିବା ସଂପର୍କରେ ପ୍ରଶ୍ନ ପଚରାଯିବାରୁ ସେ ଏହାର ଉତ୍ତର ଦେଇଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଏତେ ବଡ ଘଟଣା ଘଟିଥିଲେ ମଧ୍ୟ ପ୍ରଭାତୀ କାହିଁକି ଆସିଲେ ନାହିଁ ତାହା ସେ ଜାଣିଥିବେ। ତେବେ ସେ ଆସିବାର ଥିଲା ବୋଲି ସମୀର ଦାସ କହିଛନ୍ତି। ସମୀର ଆହୁରି କହିଛନ୍ତି ଯେ, ମୁଁ ସେ ଅଞ୍ଚଳରେ ଯେତେବେଳେ ବିଧାୟକ ନ ଥିଲି ନେତା ଥିଲି, ବିଧାୟକ ହେବା ପରେ ମଧ୍ୟ ସେ ଅଞ୍ଚଳ ଦାୟିତ୍ବରେ ଥିଲି। ହେଲେ ଏପରି ଘଟଣା କେବେ ଘଟି ନାହିଁ। ମୁଁ ବିଧାୟକ ଥିବା ବେଳେ ଏପରି ଘଟଣା କେବେ ଘଟି ନ ଥିଲା। ଏମିତି କିଛି କଥା…
The Samikhsya Desk: ଖୁବ ଶିଘ୍ର ବାଲେଶ୍ବର ପିଡିତାଙ୍କୁ ନ୍ୟାୟ ମିଳିବ। ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଆଜି ବାଲେଶ୍ବର ଗସ୍ତ କରି ଏହା କହିଛନ୍ତି କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେ ଆଜି ବାଲେଶ୍ବର ଗସ୍ତ କରି ଏହି ତଦନ୍ତ ଉପରେ ତଦାରଖ କରିଛନ୍ତି। କିପରି ପରିସ୍ଥିତିରେ ସୌମ୍ୟାଶ୍ରୀ ଆତ୍ମଦାହ କଲା ତାହାର ତଥ୍ୟ ସଂଗ୍ରହ କରାଯାଉଛି। ଖୁବ ଶିଘ୍ର ପିଡିତାଙ୍କୁ ନ୍ୟାୟ ମିଳିବ ବୋଲି ଡିଜି କହିଛନ୍ତି। ସେହି ସମୟରେ ଯେଉଁ ଭିଡିଓ କରାଯାଇଥିଲା ସେଥିରୁ ବହୁତ କିଛି ତଥ୍ୟ ହସ୍ତଗତ ହୋଇଛି। ଏଥିସହିତ ଡିଜିଟାଲ ପ୍ରମାଣ ସଂଗ୍ରହ କରାଯାଇଛି। ସୋସିଆଲ ମିଡିଆରେ ଯେଉଁମାନେ ଯାହା କହିଛନ୍ତି କିନ୍ତୁ ତଦନ୍ତ ବେଳେ ତାହା ଭିନ୍ନ ପ୍ରକାରର କଥା କହିଛନ୍ତି ବୋଲି ଡିଜି କହିଛନ୍ତି। ଆଜି ସେ ବାଲେଶ୍ବରର ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି କଥା କହିଛନ୍ତି। ସେ ଏଫଏମ କଲେଜଙ୍କ ପ୍ରିନସପାଲ ରୁମକୁ…
ଭୁବନେଶ୍ବର: ଅଧିକ ତଥା ଭଲ ଚିକିତ୍ସା କରିବା ପାଇଁ ଆଜି ବଳଙ୍ଗା ପିଡିତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ୟାର ଲିଫ୍ଟ ଦ୍ବାରା ନୂଆଦିଲ୍ଲୀ ଏମ୍ସକୁ ନିଆଯାଇଛି। ସେଠାରେ ତାଙ୍କର ଭଲ ଚିକିତ୍ସା ହୋଇପାରିବ ବୋଲି ଏମ୍ସ ଭୁବନେଶ୍ବର କର୍ତ୍ତୁପକ୍ଷ ଆଶା କରିଛନ୍ତି। ସେଥିପାଇଁ ଆଜି ସକାଳୁ ଏୟାର ଲିଫ୍ଟ ନେଇ ପ୍ରସ୍ତୁତି କରାଯାଇଥିଲା। ପୋଲିସ ସହାୟତାରେ ଗ୍ରୀନ କରିଡୋର କରି ପିଡିତାଙ୍କୁ ଏମ୍ସରୁ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଦିଲ୍ଲୀ ନିଆଯାଇଛି। ଏ ନେଇ ଏମ୍ସ ଭୁବନେଶ୍ବର କର୍ତ୍ତପକ୍ଷଙ୍କ କହିବା କଥା ଯେ, ପିଡିତାଙ୍କ ଶରୀର 70 ଭାଗ ପୋଡିଯାଇଛି। ସେ ଏମ୍ସରେ ଭର୍ତ୍ତି ବେଳେ ଅବସ୍ଥା ଗୁରୁତର ଥିଲା। ରାତିରେ ସାମାନ୍ୟ ସୁଧାର ଆସିଥିଲା। ଆଜି ସକାଳୁ ମଧ୍ୟ ପରିସ୍ଥିତି ଭଲ ଥିବାରୁ ଏୟାର ଲିଫ୍ଟ ପାଇଁ ନିଷ୍ପତି କରାଯାଇଥିଲା। ଏହି ଏୟାର ଲିଫ୍ଟ ସମୟରେ କଂଗ୍ରେସ ଏବଂ ବିଜେଡି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
ପିପିଲି: ନିମାପଡା ବଳଙ୍ଗାର ଛାତ୍ରୀଙ୍କୁ ପୋଡି ଜାଳିଦେବା ଘଟଣାରେ ଆଜି ଥାନା ଘେରାଉ କରିଛି ବିଜେଡି। ଦଳର ଶତାଧିକ କର୍ମି ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହିତ ହୋଇଛି ପେଲାପେଲି। କିଛି ସମୟ ଧରି ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ବିଜେଡି ନେତା ଓ କର୍ମୀମାନେ ଥାନା ଆଗରେ ଧାରଣାରେ ବସିଥିଲେ। ଛାତ୍ରୀକୁ ପୋଡିଥିବା ଅଭିଯୁକ୍ତମାନଙ୍କୁ ତୁରୁନ୍ତ ଗିରଫ କରିବାକୁ ସେମାନେ ଦାବୀ କରିଥିଲେ। ଯଦି 48 ଘଣ୍ଟା ମଧ୍ୟରେ ଦୋଷୀମାନଙ୍କୁ ପୋଲିସ ଧରି ନ ପାରେ ଦେବେ ବିଜେଡି ସାରା ରାଜ୍ୟରେ ବିକ୍ଷୋଭ କରିବ ବୋଲି ଧମକ ଦେଇଛନ୍ତି। ଏହି ଘେରାଉରେ ବିଜେଡି ନେତା ତଥା ସାଂସଦ ଶୁଭାଶିସ ଖୁଣ୍ଟିଆ, ଲେଖାଶ୍ରୀ ସାମନ୍ତସିଂହାଁର, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଛନ୍ତି। ଗତକାଲି ବଳଙ୍ଗାର ଏକ ଛାତ୍ରୀ ସାଙ୍ଗ ଘରକୁ ଯାଉଥିବା ବେଳେ ତାଙ୍କୁ ରାସ୍ତାରେ କେତେକ ଦୁର୍ବୃତ୍ତ କିରାସିନୀ ଢାଳି ପୋଡି…
ଭୁବନେଶ୍ବର: ନିମାପଡା ବଳଙ୍ଗା ଛାତ୍ରୀଙ୍କୁ କରାଯିବ ଏୟାର ଲିଫ୍ଟ। ଏ ନେଇ ଭୁବନେଶ୍ବର ଏମ୍ସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଛାତ୍ରୀ ଜଣଙ୍କ ସାମାନ୍ୟ କଥା ହୋଇପାରୁଛନ୍ତି। ଆଗାମୀ 48 ଘଣ୍ଟା ଗରୁତ୍ବପୂର୍ଣ୍ଣ ବୋଲି ଗତକାଲି ଏମ୍ସ ଡାକ୍ତର କହିଥିଲେ। ତେବେ ସେତେବେଳେ ଏୟାର ଲିଫ୍ଟ କରିବା ସମ୍ଭବ ନ ଥିଲା। ବର୍ତ୍ତମାନ ତାହା କରାଯିବାର ସମ୍ଭାବନା ରହିଥିବାରୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ନିମାପଡା ବଳଙ୍ଗାର ଏହି ଛାତ୍ରୀଙ୍କୁ କେତେକ ଦୁର୍ବୃତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଛାତ୍ରୀଙ୍କର ପ୍ରାୟ 70 ପ୍ରତିଶତ ଶରୀର ଜଳିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ଚାଲିଛି। ସେଥିପାଇଁ ଏମ୍ସ କର୍ତ୍ତୁପକ୍ଷ ଏକ ସ୍ବତନ୍ତ୍ର ଟିମ ଗଠନ କରିଛନ୍ତି। ଏପଟେ ରାଜ୍ୟ ସରକାର ମଧ୍ୟ ଏହି ଘଟଣାକୁ ନଜରରେ ରଖିଛନ୍ତି। ପୁରୀ ଏସପି ଏହା ଉପରେ ଅଧିକ ତଦନ୍ତ ଚଳାଇଛନ୍ତି।…
Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ। ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି। ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି…
ଭୁବନେଶ୍ୱର: ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍ଫେଡ୍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍.ଡି.ଡି.ବି) ଏବଂ ଓମ୍ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଓମ୍ଫେଡ୍ ସହିତ ଏହି ଚୁକ୍ତିନାମା ଜରିଆରେ ନେସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ…
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥା ଅମାନବୀୟ ଘଟଣା ପଦାକୁ ଆସିବାରେ ଲାଗିଛି। ବାଲେଶ୍ବର ଛାତ୍ରୀମୃତ୍ୟୁ ଘଟଣା ପରେ ବର୍ତ୍ତମାନ ନିମାପଡା ବଳଙ୍ଗାରେ ଆଉ ଏକ ଘଟଣା ପଦାକୁ ଆସିଛି। ଯେଉଁଥିରେ ଦୁର୍ବୃତମାନେ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପେଟ୍ରୋଳ ଢାଳି ନିଆଁ ଲଗାଇଦେଇଛନ୍ତି। ମୁର୍ମୁର୍ଷ ଅବସ୍ଥାରେ ତାଙ୍କୁ ବର୍ତ୍ତମାନ ଭୁବନେଶ୍ବର ଏମ୍ସ ହସପିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ସାରା ରାଜ୍ୟରେ ପୁଣି ଥରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଛାତ୍ରୀର ସ୍ବାସ୍ଥ୍ୟ ଅବସ୍ଥା ନେଇ ଏମ୍ସ ତରଫରୁ ବିଭିନ୍ନ ସମୟରେ ବୁଲେଟିନ ଜାରୀ କରାଯାଉଛି। ଛାତ୍ରୀ ଜଣଙ୍କ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବୋଲି କୁହାଯାଇଥିଲା। ବର୍ତ୍ତମାନ କୁହାଯାଇଛି ଯେ, ଛାତ୍ରୀର ଶରୀରର 70 ଭାଗ ପୋଡିଯାଇଛି। ତାଙ୍କୁ ବର୍ତ୍ତମାନ ବଅର୍ଣ୍ଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ବୋଲି ହସପିଟାଲ ତରଫରୁ କୁହାଯାଇଛି।
ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟ ଘଟଣା ତାତି ବହୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ପୁଣି ଏକ ବଦନାମ ଆଗକୁ ଆସିଛି। ତାହା ହେଲା ନିମାପଡା ବଳଙ୍ଗାର ଜଣେ ଛାତ୍ରୀଙ୍କୁ ବୁର୍ବୃତମାନେ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେହି ଛାତ୍ରୀଙ୍କୁ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ହେଲେ ଛାତ୍ରୀ ଜଣଙ୍କ ଗୁରୁତର ଅଛି ବୋଲି ଏମ୍ସ ତରଫରୁ କୁହାଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଜଘନ୍ୟ କାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାରିକୁ ଛଡାଯିବ ନାହିଁ। ଅଭିଯୁକ୍ତମାନଙ୍କୁ ତୁରୁନ୍ତ ଚିହ୍ନଟ କରି ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଭାତୀ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପୁଣି ଥରେ ସରକାରଙ୍କ ପାରିବାପଣିଆ ନେଇ ଆଲୋଚନା ଚାଲିଛି।
ଭୁବନେଶ୍ବର: ପୁଣି ଓଡିଶାରେ ଆଉ ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି। ତାହା ହେଲା ନିମାପଡା ଅଞ୍ଚଳର ଜଣେ ଛାତ୍ରୀଙ୍କୁ କେତେକ ଦୁର୍ବୁତ୍ତ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଛାତ୍ରୀର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ନିମାପଡା ନିକଟସ୍ଥା ବାଇଆବର ର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାହାର ସାଙ୍ଗ ଘରକୁ ସାଇକେଲରେ ଯାଉଥିଲା। ହେଲେ ବାଟରେ ତିନିଜଣ ଦୁର୍ବତ୍ତ ତାଙ୍କୁ ଯୋରଜବରଦସ୍ତ ଅଟକାଇଥିଲେ। ତା ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି।
The Samikhsya Desk: ପୌର ନିର୍ବାଚନ କରିବାରେ ବିଫଳ ହେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଗତ ବର୍ଷ ଜାନୁଆରୀ ୪ ତାରିଖରେ ହାଇକୋର୍ଟ ପୌର ସଂସ୍ଥା ନିର୍ବାଚନ କରିବାକୁ ନିର୍ଦ୍ଦେଶ କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ ନ କରିବା କୋର୍ଟ ଅବମାନନା ବୋଲି କୁହାଯାଇଛି। ମାମଲାର ନିର୍ଦ୍ଧାରିତ ଶୁଣାଣି ପାଇଁ ବିଚାରପତି ଆନନ୍ଦ ସେନଙ୍କ କୋର୍ଟ ମୁଖ୍ୟ ସଚିବଙ୍କୁ ଆସନ୍ତା ଶୁକ୍ରବାର ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମନ ଜାରି କରିଛନ୍ତି। କୋର୍ଟ ରାଜ୍ୟ ସରକାରଙ୍କ ଏପରି ମନୋଭାବକୁ ସମାଲୋଚନା କରିବା ସହିତ ଏହା ମଧ୍ୟ କହିଛନ୍ତି ଯେ ସରକାର ଖୋଲାଖୋଲି ଭାବରେ “rule of law”କୁ ଅବମାନନା କରୁଛନ୍ତି। ଏହା ଦେଖାଯାଉଛି ଯେ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଝାଡ଼ଖଣ୍ଡର ସମସ୍ତ ପୌର ସଂସ୍ଥାର କାର୍ଯ୍ୟକାଳ ଏପ୍ରିଲ ୨୦୨୩ ରେ ଶେଷ ହୋଇଯାଇଛି। ତା’ପରେ…
ଶ୍ରୀମତୀ ଜ୍ୟୋତି ବିଜ୍, ମହାନିର୍ଦ୍ଦେଶକ, ଏଫ.ଆଇ.ସି.ସି.ଆଇ. ବର୍ତ୍ତମାନ ସମୟରେ ଯେତେବେଳେ ବିଶ୍ୱ ଦ୍ରୁତ ବେଗରେ ସ୍ୱୟଂଚାଳିତ ଭାବରେ ଆଗକୁ ଗତିକରି ଚାଲିଛି, ସେତେବେଳେ ନିଯୁକ୍ତି ସହିତ ସଂଶ୍ଳିଷ୍ଟ ପ୍ରୋତ୍ସାହନ ଯୋଜନା (ଇ.ଏଲ.ଆଇ.)କୁ ସରକାର ଅନୁମୋଦନ କରିଛନ୍ତି । ଏହା ସରକାରଙ୍କର ଏକ ସମୟୋପୋଯୋଗୀ ଏବଂ ସୁଚିନ୍ତିତ ପଦକ୍ଷେପ ଭାବରେ ସାବ୍ୟସ୍ତ ହୋଇଛି । ଏହି ଯୋଜନା ସକାଶେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଏହି ଯୋଜନା ଭାରତର ଉଦୀୟମାନ ନିଯୁକ୍ତି ଦୃଶ୍ୟପଟ୍ଟରେ, ବିଶେଷ କରି ଉତ୍ପାଦନ କ୍ଷେତ୍ରରେ ଏକ ବଳିଷ୍ଠ, ନୀତିଗତ ଏବଂ ସାହସିକ ପଦକ୍ଷେପ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହା ଦେଶରେ ପ୍ରାୟ ୩.୫ କୋଟିରୁ ଅଧିକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟିକୁ ସମର୍ଥନ କରିବା ନିମନ୍ତେ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଇ.ଏଲ.ଆଇ. ଯୋଜନା କେବଳ ଏକ ଆର୍ଥିକ ପଦକ୍ଷେପ ନୁହେଁ, ଏହା ଦେଶର ଶ୍ରମ ଶକ୍ତିକୁ ଭବିଷ୍ୟତରେ ଏକ…
ଭୁବନେଶ୍ବର: ସ୍ୱାସ୍ଥ୍ୟସେବା ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ମହାରାଷ୍ଟ୍ର ୨୫୮ ଟି ଘରୋଇ ହସ୍ପିଟାଲର ଲାଇସେନ୍ସ ବାତିଲ କରିଛନ୍ତି ରାଜ୍ୟ ସରକାର। ସେହିପରି ‘୫,୧୩୪ ଟି ହସ୍ପିଟାଲକୁ ନୋଟିସ ପଠାଯାଇଛି। ତ୍ରୁଟିପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ମହାରାଷ୍ଟ୍ର ସରକାର ବମ୍ବେ ନର୍ସିଂ ହୋମ୍ ପଞ୍ଜିକରଣ ଆଇନ, ୧୯୪୯ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଉଲ୍ଲଂଘନ କରିଥିବାରୁ ୨୫୮ ଟି ଘରୋଇ ହସ୍ପିଟାଲର ପଞ୍ଜିକରଣ ବାତିଲ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ ଆବିତକର ରାଜ୍ୟ ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଘୋଷଣା କରିଛନ୍ତି। ସେ କହିିଛନ୍ତି ଯେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଆରମ୍ଭରେ କରାଯାଇଥିବା ଦୁଇଟି ବ୍ୟାପକ ଯାଞ୍ଚ ସମୟରେ ଏହି ଉଲ୍ଲଂଘନ ସାମ୍ନାକୁ ଆସିଥିଲା। ରାଜ୍ୟ ସାରା ଯାଞ୍ଚ କରାଯାଇଥିବା ୨୩,୩୫୪ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୫,୧୩୪ ଟି ଆଇନର ବିଭିନ୍ନ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଜଣାପଡିଛି। ଯାହା ଭିତ୍ତିଭୂମି ମାନଦଣ୍ଡ,…
ଭୁବନେଶ୍ବର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜେଡି। ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜେଡି ବିକ୍ଷୋବ କରିବ ବୋଲି ଘୋଷଣା କରିଛନ୍ତି। ଏ ନେଇ ଦଳ ତରଫରୁ କୁହାଯାଇଛି ଯେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେଡି ବିକ୍ଷୋଭ ଜାରୀ ରଖିବ। ସେଥିପାଇଁ ଦଳ ପୁରା ପ୍ରସ୍ତୁତ ହୋଇ ରହିଛି ବୋଲି କୁହାଯାଇଛି। ନିକଟରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିଥିଲା। ଲୋକସେବା ଭବନ ଆଡକୁ ମାଡି ଆସିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୋଲିସର ରବର ଗୁଳିରେ ବଡ ନେତା ଆହତ ହୋଇଛନ୍ତି। ତେବେ ଏଥର ବିଜେଡି ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ। ଏ ନେଇ ଦଳ ସ୍ଥାନୀୟ କର୍ମିମାନଙ୍କୁ ଅବଗତ କରାଇଛି। ଦଳ କହିଛି ଯେ, ସରକାର ଯେଉଁ ଆଖିଦେଖାଣିଆ ତଦନ୍ତ ନିର୍ଦ୍ଦେଶ ଦେଇଛି ସେଥିରେ କୌଣସି ସତ ବାହାରିବ ନାହିଁ। ଏହି ଘଟଣାଟି ଜଣେ ସିଟିଂ ବିଚାରପତିଙ୍କ ଦ୍ବାରା କରାଯାଉ।…
ଭୁବନେଶ୍ବର: ଆଜି ବିଜେଡି ନେତାମାନେ ଏକାଠି ହୋଇ ଭୁବନେଶ୍ବରର ଗାନ୍ଧୀ ପାର୍କରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ନିରବ ପ୍ରତିବାଦ କରିଛନ୍ତି। ବହୁ ବରିଷ୍ଠ ନେତା ଓ ନେତ୍ରୀ ଏକାଠି ହୋଇ ପାଟିରେ କଳାପଟି ବାନ୍ଧି ଏହି ପ୍ରତିବାଦ କରିଛନ୍ତି। ସେମାନେ ନା କରୁଥିଲେ ହୋ ହାଲ୍ଲା, ନା ଦେଉଥିଲେ ସ୍ଲୋଗାନ। କେବଳ ଗାନ୍ଧୀଙ୍କ ମୂର୍ତ୍ତି ତଳେ ଦୀର୍ଘ ସମୟ ଧରି ଚୁପଚାପ ବସି ରହିଥିଲେ। ତେବେ ଏପରି ନିରବ ପ୍ରତିବାଦ କରିବାର ଏକ କାରଣ ରହିଛି। ତାହା ହେଲା ସେମାନେ ରାଜଧାନୀରେ ଆନ୍ଦୋଳନ କରିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠକୁ ବିରୋଧ କରି ଏହି ପ୍ରତିବାଦ କରିଛନ୍ତି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ନେଇ ଦଳ ଗତ 16 ତାରିଖରେ ଭୁବନେଶ୍ବରେ ବିକ୍ଷୋଭ କରିଥିଲା। ଛାତ୍ରୀକୁ ନ୍ୟାୟ ପ୍ରଦାନ ପାଇଁ ଦଳର କର୍ମିମାନେ ଲୋକସେବା ଭବନ ଆଡକୁ ମାଡି ଯାଉଥିବା ବେଳେ ପୋଲିସ ଲୁହବୁହା ବାଷ୍ପ ଏବଂ ପାଣିମାଡ କରିଥିଲା।…
କଟକ: ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ବର୍ତ୍ତମାନ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ କଲେଜ କର୍ତ୍ତୁପକ୍ଷ ସଜାଗ ହୋଇଉଠିଛନ୍ତି। ସେମାନଙ୍କ ଶିକ୍ଷା ଅନୁଷ୍ଠାନ ଯେପରି ବଦନାମ ନ ହେବ ସେଥିପାଇଁ କଲେଜ କର୍ତ୍ତୁପକ୍ଷ ବିଭିନ୍ନ କଟକଣା ଜାରୀ କରିବାରେ ଲାଗିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାର ନାମଜାଦା କଲେଜ ବା ବିଶ୍ବବିଦ୍ୟାଳୟ ରେଭେନ୍ସାରେ ନିଆଯାଇଛି ନୂଆ କଟକଣା। ଏହି କଟକଣା ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ନିଷ୍ପତି ନିଆଯାଇଛି। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍ ରହିବ। ଏଥିସହିତ ଏଣିକି ମହିଳା କର୍ମଚାରୀ ବା ଗବେଷଣା ଛାତ୍ରୀ ଅପରାହ୍ନ ସାଢ଼େ ୫ଟା ପରେ ରହିବେ ନାହିଁ। ଯଦି କୌଣସି ଜରୁରୀ କାମ ରହିଛି ତେବେ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି। ରେଭେନ୍ସାର ଏପରି ନିଷ୍ପତି ପରେ ରାଜ୍ୟର ଅନ୍ୟ…
Ashwini Vaishnaw Birthday: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନ। ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ରେଳ, ସୂଚନା ଓ ପ୍ରସାରଣ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଅଛନ୍ତି। ସେ 1970 ମସିହା ଆଜିର ଦିନରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟରେ ସେ ହେଉଛନ୍ତି ସବୁଠାରୁ ପାୱାରଫୁଲ ମନ୍ତ୍ରୀ। ଆଜି ତାଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଆଇଟି, ନବସୃଜନ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ଉନ୍ନତିକରଣ କ୍ଷେତ୍ରରେ ଭାରତର ଅଗ୍ରଗତିକୁ ବୃଦ୍ଧି କରିବା ପାଇଁ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି। ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ କାମନା କରୁଛି। https://twitter.com/narendramodi/status/1946051532287356953
ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ବିଶ୍ୱ ଜନସମ୍ପର୍କ ଦିବସ ୨୦୨୫ ଅବସରରେ ବୁଧବାର ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଜନସମ୍ପର୍କ ପ୍ରଫେସନାଲ, ଯୋଗାଯୋଗ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ସାମିଲ ହୋଇଥିଲେ। ଏହି ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଡଃ ଦେବୀଲାଲ ମିଶ୍ର ମୁଖ୍ୟ ବକ୍ତା ଭାବରେ ଚଳିତ ବର୍ଷର ବିଶ୍ୱ ଜନ ସମ୍ପର୍କ ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଧୁନିକ ଜନସମ୍ପର୍କ କ୍ଷେତ୍ରର ଜନକ ଭାବରେ ପରିଗଣିତ ଆଇଭି ଲିଙ୍କ ସମ୍ମାନରେ କରାଯାଇଥିଲା। ଜନସମ୍ପର୍କର ଲକ୍ଷ୍ୟ ସର୍ବଦା ସକାରାତ୍ମକ ବୋଲି ଉଲ୍ଲେଖ କରି ଡଃ ମିଶ୍ର ଜନସମ୍ପର୍କ ବୃତ୍ତିରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତା, ଆଚରଣଗତ ଦକ୍ଷତା, ଗବେଷଣାଗତ ଦକ୍ଷତା ଏବଂ ପରିସ୍ଥିତିଗତ ଦକ୍ଷତା ରହିବା ସହିତ…
ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ କଂଗ୍ରେସ ଏବଂ ଆଠଟି ଦଳର ଓଡିଶା ବନ୍ଦ ଡାକରା ବେଶ ସଫଳ ହୋଇଛି। କାରଣ କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ ସାରା ଓଡଶାରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା ନେଇ ବିରୋଧୀ ଦଳମାନେ ଏହି ବନ୍ଦ ଡାକରା ଦେଇଥିଲେ। କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଜି ସକାଳ ଛଅଟାରୁ ଆରମ୍ଭ ହୋଇଥିଲା ଏହି ବନ୍ଦ। କଂଗ୍ରେସ କର୍ମିମାନେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ସକାଳୁ ସକାଳୁ ରାସ୍ତା ଉପରକୁ ଚାଲିଆସିଥିଲେ। ପୂର୍ବରୁ ବନ୍ଦ ଡାକରା ଦିଆଯାଇଥିବାରୁ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା। ହେଲେ ରାସ୍ତାରେ ଗାଡିଚଳାଚଳକୁ ନେଇ ରୋକିଥିଲେ କଂଗ୍ରେସ କର୍ମି। ଯେଉଁମାନେ ଗାଡି ଚଳାଚଳ କରୁଥିଲେ ସେମାନଙ୍କୁ କର୍ମିମାନେ ବୁଝାଇ ଫେରାଇ ନେଉଥିଲେ। ଆଜି ରାଜଧାନୀରେ ଏହାର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। କଂଗ୍ରେସ କର୍ମିମାନେ ବାଣ୍ଟି…
ଭୁବନେଶ୍ବର: ବାଲେଶ୍ବର ଘଟଣା ବର୍ତ୍ତମାନ ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଉଥିବା ବେଳେ ଏବେ ପୁଣି ସେହିପରି ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସମ୍ବଲପୁର ଗଂଗାଧର ମେହେର କଲେଜରେ ଜଣେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅଶ୍ଲିଳ ଇଙ୍ଗିତ ପରେ ତାଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ଗୋପୀକାନ୍ତ ସୁନା ଗିରଫ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ଜଣେ ବିଏଡ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ୩୨ ବର୍ଷୀୟ ଅଧ୍ୟାପକଙ୍କୁ ଗିରଫ କରାଯାଇଛି । ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଜଣାପଡିବା ପରେ କଲେଜରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି ସ୍ଥାନୀୟ ନେତା ଓ ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି।

