ଭୁବନେଶ୍ୱର: ସେପ୍ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି। ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍ସିସ୍। ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି ଏବଂ ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସହଯୋଗରେ ମଙ୍ଗଳବାର ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍ସିସିଏମ୍), ଭୁବନେଶ୍ୱର ଶାଖାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଡାକ୍ତର ରାୟ କହିଛନ୍ତି ଯେ ସେପ୍ସିସ୍ ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସଚେତନ ହେବା ସହ ଡାକ୍ତରଖାନାରେ ନିୟମିତ ହାତ ଧୋଇବାର ପ୍ରକ୍ରିୟାକୁ ଜାରି ରଖିବା ଉଚିତ୍। କୋଭିଡ ପରେ ଲୋକମାନେ ପୁଣି ଥରେ ନିୟମିତ ହାତ…
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବେ। ସେଠାରେ ସେ ବହୁ ପ୍ରତୀକ୍ଷିତ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। ଏହି ବସ୍ ମାଧ୍ୟମରେ ଲୋକମାନେ ଜିଲ୍ଲାରୁ ବ୍ଲକ, ବ୍ଲକରୁ ପଞ୍ଚାୟତ ପର୍ଯ୍ୟନ୍ତ ବସ ସେବା ପାଇପାରିବେ। ସେହିପରି ନବୀନ ଜିଲ୍ଲାବାସୀଙ୍କ ପାଇଁ 1200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାର ରହିଛି। ଆଜି ହେଉଛି କଳାହାଣ୍ଡି ପ୍ରତିଷ୍ଠା ଦିବସ। ଏହି ଉପଲକ୍ଷେ ନବୀନ କଳାହାଣ୍ଡିବାସଙ୍କୁ ଏହି ଭେଟି ଦେବେ ବୋଲି ଜଣାପଡିଛି। ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକାପ୍ଟରରେ ଯୋଗେ ବାହାରି ଦିନ 11 ଟା 30 ମିନଟରେ କଳାହାଣ୍ଡି ମେଡିକାଲ କଲେଜ ପଡିଆରେ ପହଞ୍ଚିବେ। ସେଠାରେ ସେ ରେଣ୍ଡୋ ମାଝି ମେଡିକାଲ କଲେଜ ଉଦଘାଟନ କରିବେ। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭିଡିଓ କଲଫ୍ରେସିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡିଆକୁ ଯିବେ। ସେଠାରେ ସେ…
ଭୁବନେଶ୍ବର: ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ କୁହାଯାଏ। କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଦୀପାବଳି ପର୍ବ କେବଳ କାର୍ତ୍ତିକ ମାସରେ ପାଳନ କରାଯାଏ। ଦୀପାବଳିର ପର୍ବ ଆସିବାକୁ ଯାଉଛି, ମାତ୍ର କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ମାତା ଲକ୍ଷ୍ମୀଙ୍କୁ ଘରେ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଘରକୁ ସଜାଯାଉ। ଏହାକୁ ସୁନ୍ଦର କରିବା ପାଇଁ ପେଣ୍ଟିଂ କରାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କର କେଉଁ ପ୍ରତିମା କିମ୍ବା ଫଟୋ ଘରେ ରଖିବା ଉଚିତ୍? ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ମୂର୍ତ୍ତି କିମ୍ବା ଚିତ୍ରର ପ୍ରକୃତି ବିଷୟରେ କୁହାଯାଇଛି। କାର୍ତ୍ତିକ ମାସ ମାତା ଲକ୍ଷ୍ମୀଙ୍କୁ ସମର୍ପିତ। ଦୀପାବଳିରେ ମାତା ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଏ। ତେଣୁ, ଯଦି ଆପଣ ଘରେ ମାତା ଲକ୍ଷ୍ମୀଙ୍କୁ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, କିମ୍ବା ଯଦି ଆପଣ ମାତା ଲକ୍ଷ୍ମୀଙ୍କର ଚିତ୍ର ରଖିବାକୁ ଯାଉଛନ୍ତି, ତେବେ ଏହିସବୁ ଜାଣନ୍ତୁ…. ମାତା ଲକ୍ଷ୍ମୀଙ୍କର…
ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪,୭୧୫ ନିଯୁକ୍ତି ସମ୍ଭାବନା ଥିବା ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯିବା ସହ ଏହା ଏକ ପସନ୍ଦର ନିବେଶ ସ୍ଥଳ ଭାବେ ରାଜ୍ୟର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ନିରନ୍ତର ବିକାଶ ପାଇଁ ରାଜ୍ୟର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏସଏଲଏସଡବ୍ଲୁସିଏ ବୈଠକରେ ଏକାଧିକ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ବିବିଧତା ଆଣିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଉପସ୍ଥାପନ କରାଯାଇଥିଲା। ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମି କଣ୍ଡକ୍ଟର ଓ ଇଏସଡିଏମ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅନୁମୋଦନ ମିଳିଛି। ଆଧୁନିକ ଉତ୍ପାଦନ ଏବଂ ପୋଷଣୀୟ ସାମଗ୍ରୀ ଉପରେ…
ଚାଣକ୍ୟ ନୀତି: ଚାଣକ୍ୟ ନୀତି ଅନୁଯାୟୀ, ସଙ୍କଟ କେବେ ଆଗୁଆ ସୂଚନା ଦେଇ ଆସେ ନାହିଁ। ଯେଉଁମାନେ ପ୍ରତ୍ୟେକ ସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିଥାନ୍ତି, ସେମାନଙ୍କୁ କ୍ଷତିର ସାମ୍ନା କରିବାକୁ ପଡିବ ନାହିଁ। କରୋନା କ୍ଷେତ୍ରରେ, ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ପରାମର୍ଶ ସମ୍ପୂର୍ଣ୍ଣ ରୂପେ ଖାପ ଖାଉଛି। ସଙ୍କଟ ସମୟରେ ଅବହେଳା ଅତ୍ୟଧିକ ଖରାପ ହୋଇପାରେ: ଯଦି ଆପଣ ଏକ ଶକ୍ତିଶାଳୀ ଶତ୍ରୁକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ରଣନୀତି ପ୍ରସ୍ତୁତ କରାଯିବା ଉଚିତ୍। ଯେକୌଣସି ପ୍ରକାରର ଅବହେଳା ମହଙ୍ଗା ହୋଇପାରେ। ଚାଣକ୍ୟ ନୀତି ଅନୁଯାୟୀ, ସଙ୍କଟ ସମୟରେ ପ୍ରଥମେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ୍। ଏହା ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଯିବା ଉଚିତ୍। ଯେକୌଣସି ଯୁଦ୍ଧରେ ଜିତିବା ପାଇଁ ନିୟମ ଅନୁସରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା ପରି ମହାମାରୀକୁ ଏଡାଇବା ପାଇଁ ନିୟମ ମଧ୍ୟ ଦିଆଯାଇଛି। ଏହି…
ଭୁବନେଶ୍ବର: 5ଟି ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ଭି କେ ପାଣ୍ଡିଆନଙ୍କୁ ନିଯୁକ୍ତି ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏହି ନୂଆ ନିଯୁକ୍ତି ଘୋଷଣା ପରେ ରାଜ୍ୟର ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ମଙ୍ଗଳବାର ଦିନ ନବୀନ ନିବାସରେ ତାଙ୍କୁ ସାକ୍ଷାତ କରିବା ପାଇଁ ସେହିପରି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ 27ଟି ସରକାରୀ ସେବା ସଂଘ ଏବଂ କେତେକ ଘରୋଇ ସଂଘ ତରଫରୁ ନବୀନ ନିବାସରେ ଭିଡ କରିଥିଲେ। ଏହି ସଂଗଠନ ମଧ୍ୟରେ ଅଛନ୍ତି ଓଡିଶା ମେଡିକାଲ ସେବା ସଂଘ, ଓଡିଶା ସୂଚନା ସେବା ସଂଘ, ଓଡିଶା ବିଦ୍ୟୁତ ସେବା କର୍ମଚାରୀ ସଂଘ, ନିଖିଳ ଓଡିଶା ବିଦ୍ୟୁତ ମଞ୍ଚ, ଓଡିଶା ଭେଟନାରୀ ସେବା ସଂଘ, ଓଡିଶା ଟାକ୍ସ ଏବଂ ଆକାଉଣ୍ଟ…
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି। ନିକଟରେ ଅନ୍ଲାଇନ୍ରେ ଅନୁଷ୍ଠିତ ଭାରତୀୟ ଶିଶୁ ଚର୍ମ ରୋଗ ସଂଘର ବାର୍ଷିକ ସାଧାରଣ ସଭାରେ ଡାକ୍ତର ମୈତ୍ରେୟୀ ପଣ୍ଡାଙ୍କୁ ଜାତୀୟ ସ୍ତରରେ ଏହି ପଦ ନିମନ୍ତେ ମନୋନୀତ କରାଯାଇଛି। ପ୍ରଥମ ଥର ପାଇଁ ଓଡିଶାରୁ କେହି ଏହି ପଦବୀ ନିମନ୍ତେ ମନୋନୀତ ହୋଇଛନ୍ତି। ପ୍ରଫେସର ପଣ୍ଡାଙ୍କୁ ମିଳିଥିବା ଏହି ସମ୍ମାନ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଓଡ଼ିଶା ଚର୍ମ ଓ ଯୌନ ରୋଗ ସଂଘ ନିମନ୍ତେ ଏକ ଗୌରବର ବିଷୟ। ପ୍ରଫେସର ପଣ୍ଡା ଏକାଧାରରେ ଜଣେ ଦକ୍ଷ ଓ ଅଭିଜ୍ଞ ଡାକ୍ତର, ଶିକ୍ଷାବିତ୍ ଓ ଚିକିତ୍ସା ଓ ସେବା କ୍ଷେତ୍ରରେ ଜଣେ ସଫଳ ଦିଗଦର୍ଶକ ।…
ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ମିଥୁନ:– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଲୋକଙ୍କ ପ୍ରତି ଭଲ କାମ କରିବାର ଅନୁଭବ ଜାଗ୍ରତ ହେବ। ଆଜି ଆପଣ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଆପଣ କିଛି ଅସମାପ୍ତ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟୀମାନଙ୍କ ପାଇଁ…
ନୂଆଦିଲ୍ଲୀ: କୋଲକାତାର ଇଡେନ ଗାର୍ଡେନରେ ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରି ପାକିସ୍ତାନ ODI ବିଶ୍ୱକପ 2023 ର ତୃତୀୟ ବିଜୟ ହାସଲ କରିଛି। ଏହି ବିଜୟ ସହିତ ପାକିସ୍ତାନ ନିଜର ସେମିଫାଇନାଲ ଆଶାକୁ ଜୀବନ୍ତ ରଖିଛି। ଏହି ବିଜୟ ପରେ ପାକିସ୍ତାନ ପଞ୍ଚମ ସ୍ଥାନକୁ ଆସିଛି ଯେଉଁଠାରେ ଆଫଗାନିସ୍ତାନ ପୂର୍ବରୁ ଉପସ୍ଥିତ ଥିଲା। ଯଦିଓ ପାକିସ୍ତାନ ଏବଂ ଆଫଗାନିସ୍ତାନର ସମାନ 6 ପଏଣ୍ଟ ରହିଛି, କିନ୍ତୁ ନେଟ୍ ରନ୍ ହାରରେ ପାର୍ଥକ୍ୟ ହେତୁ ଉଭୟଙ୍କ ସ୍ଥିତି ଭିନ୍ନ। ତେବେ ପାକିସ୍ତାନ ଏଠାରୁ ସେମିଫାଇନାଲରେ ପ୍ରବେଶ କରିବା ସହଜ ହେବ ନାହିଁ। ଦଳକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ ଏବଂ ଏହା ପରେ ମଧ୍ୟ ଏହା ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିପାରେ। ପାକିସ୍ତାନ ସହିତ ଆଫଗାନିସ୍ତାନ ମଧ୍ୟ ସେମିଫାଇନାଲ ଦୌଡରେ ଅଛି। ଆଫଗାନିସ୍ତାନ 6 ଟି ମ୍ୟାଚ ମଧ୍ୟରୁ 3 ଟି ଏବଂ ପାକିସ୍ତାନ 7…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ମେରି ମାଟି ମେରା ଦେଶ ଅଭିଯାନ ଅମୃତ କଳସ ଯାତ୍ରାର ଉଦଯାପନୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଜାଦି କା ଅମୃତ ମହୋତ୍ସବର ସମାପନୀ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକା ଏବଂ ଅମୃତ ମହୋତ୍ସବ ସ୍ମାରକୀର ଶିଳାନ୍ୟାସ କରିବା ସହ ଦେଶର ଯୁବବର୍ଗଙ୍କ ପାଇଁ ‘ମେରା ଯୁବ ଭାରତ- ମାଇଁ ଭାରତ ପ୍ଲାଟଫର୍ମ’ର ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ଶ୍ରେଷ୍ଠ ୩ଟି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ତଥା ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକୁ ଆଜାଦି କା ଅମୃତ ମହୋତ୍ସବ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ୩ଟି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଜମ୍ମୁ-କଶ୍ମୀର, ଗୁଜରାଟ ଓ ହରିୟାଣା ଏବଂ ରାଜସ୍ଥାନ ଯୁଗ୍ମ ତୃତୀୟ ସ୍ଥାନରେ ଥିବା ବେଳେ ଶ୍ରେଷ୍ଠ ତିନିଟି…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ପାଞ୍ଚ ଜଣ ଆଇପିଏସଙ୍କର ବଦଳି ହୋଇଛି। ଯେଉଁମାନଙ୍କର ବଦଳ ହୋଇଛି ସେମାନେ ହେଲେ ୧- ୧୯୮୮ ବ୍ୟାଚର ଅରୁଣ କୁମାର ରାୟଙ୍କର ଗୃହମନ୍ତ୍ରାଳୟର ଓଏସଡିରୁ ବଦଳି ହୋଇ ନୂଆ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ପ୍ରିଟିଂ, ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ୨- ସେହିପରି ୧୯୮୯ ବ୍ୟାଚ ଆଇପିଏସ ଏ ଏମ ପ୍ରସାଦ ଜେଲ ଡିଜି ଭାବେ ବଦଳି ହୋଇଛି। ସେ ଏବେ ଏଚଆରପିସିର ସ୍ପେଶାଲ ଡିଜିପି ଦାୟିତ୍ୱରେ ଥିଲେ। ୩- ୧୯୯୨ ବ୍ୟାଚର ଆଇପିଏସ ଲଳିତ ଦାସ ସରକାର ପ୍ରେସ ନିର୍ଦ୍ଦେଶକ ପଦରୁ ଏଚଆରପିସିର ଆଡିସନାଲ ଡିଜିପି ଭାବେ ବଦଳି ହୋଇଛି। ୪- କମିଶନରେଟ ପୋଲିସର ଭୁବନେଶ୍ୱର-କଟକର ସିପି ଥିବା ୨୦୦୮ ବ୍ୟାଚର ଉମାଶଙ୍କର ଦାଶଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ…
ଭୁବନେଶ୍ଵର: ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ୭ମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଛି। ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ ସ୍ମୁତିଚାରଣ କରାଯାଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ବଂସଲ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର୍ୟ୍ୟକ୍ଷବଳୀ, କାର୍ୟ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଵାଧୀନତା ପରେ ୫୫୦ ରୁ ଉର୍ଦ୍ଧ୍ଵ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଦୀର୍ଘ ଦୁଇ ଦିନ ଧରି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳିତ ହେବାକୁ ଥିବା ବେଳେ ଆଜି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମା’ ଉତ୍ତରାୟଣୀ ମନ୍ଦିର ଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା। ବିଦ୍ୟାଳୟ ପରିସରରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରା ଛାତ୍ରଛାତ୍ରୀ ମାନଙ୍କ ଠାରୁ ମଶାଲ ଗ୍ରହଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସମୟରେ ଅଭୁଲା ଦିନର ସ୍ମୃତି ମନେ ପକାଇ ଭାବବିହ୍ଵଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବହୁ ଦିନ ପରେ ଏପରି ଏକ ସ୍ମରଣୀୟ ଦିନରେ ପୁରୁଣା ସାଙ୍ଗ ସାଥି ଏକାଠି ପାଇ ଭାବର ଆଦାନ ପ୍ରଦାନ କରିଥିଲେ।…
ବାଣପୁର: ଆଜି ସଂନ୍ଧ୍ୟାରେ ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ଦର୍ଶନକୁ ଆସିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ଦିର ଦ୍ୱାରଦେଶରେ ତାଙ୍କୁ ବାଣପୁର ଓକିଲ ସଂଘ, ଦେବୋତ୍ତର ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ ଜ୍ଞାପନ କରାଯାଇଥିଲା। ଡ଼. ଷଡ଼ଙ୍ଗୀ ମା’ ଙ୍କ ମନ୍ଦିର ପରିସରରେ ଦୀର୍ଘ ସମୟ ଅତିବାହିତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟ ବିଚାରପତିଙ୍କ ଗସ୍ତ ସମୟରେ ବାଣପୁର ସହକାରୀ ଦୌରା ଜଜ ମନୋରଞ୍ଜନ ମିଶ୍ର, ଜେଏମଏଫସି ସ୍ନାତକୀ ଦାସ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ସୁଧୀର ପ୍ରଧାନ, କାର୍ଯ୍ୟକାରିଣୀ…
ନୂଆଦିଲ୍ଲୀ: କଂଗ୍ରେସ ନେତା ସଚିନ ପାଇଲଟ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କୁ ଛାଡପତ୍ର ଦେଇଛନ୍ତି। ତାଙ୍କ ନିର୍ବାଚନ ଆଫିଡେଭିଟରୁ ଏହା ପ୍ରକାଶ ପାଇଛି। ସାରା ଅବଦୁଲ୍ଲା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ। ସଚିନ୍ ପାଇଲଟ୍ ଏବଂ ସାରା ଅବଦୁଲ୍ଲା ୨୦୦୪ ରେ ବିବାହ କରିଥିଲେ। ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର ୩୦ ତାରିଖରେ ଆରମ୍ଭ ହୋଇଛି। ଯେତେବେଳେ ସଚିନ ପାଇଲଟ ଆଜି ଟୋଙ୍କ ବିଧାନସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ସେତେବେଳେ ଏହା ଜଣାପଡିଥିଲା ଯେ, ସେ ଛାଡପତ୍ର ଦେଇସାରିଛନ୍ତି। ସଚିନ ପାଇଲଟ ଏବଂ ସାରା ଅବଦୁଲ୍ଲା ଦୁଇ ପୁଅଙ୍କ ପିତାମାତା ଅଟନ୍ତି: ସଚିନ୍ ପାଇଲଟ୍ ଏବଂ ସାରା ଅବଦୁଲ୍ଲାଙ୍କର ଦୁଇ ପୁଅ ଅଛନ୍ତି, ଆରନ୍ ପାଇଲଟ୍ ଏବଂ ବିହାନ୍ ପାଇଲଟ୍। ଏହି ପ୍ରମାଣପତ୍ରରେ ସଚିନ ପାଇଲଟ ତାଙ୍କ…
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଦ୍ବିପ୍ରହରରେ ବାଲୁଗାଁ ବଜାର ମଧ୍ୟରେ ବୃଦ୍ଧଙ୍କୁ ଠାରୁ ଟଙ୍କା ଝାମ୍ପି ନେଇ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଖବର ମିଳିଛି। ଖବର ମୁତାବକ ବାଲୁଗାଁ ସରଳାପଦର ଗ୍ରାମର ନବକିଶୋର ସାହୁ (୬୦) ନିକଟସ୍ଥ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଇ ଏକ ପଲିଥିନ ମଧ୍ୟରେ ରଖି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଠିକ ଏତିକି ବେଳେ ହଠାତ ଦୁଇ ଜଣ ଯୁବକ ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ବୃଦ୍ଧ ଜଣକ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ଦିନ ଦ୍ଵିପ୍ରହରେ ବାଲୁଗାଁ ଅଞ୍ଚଳ ଚଳଚଞ୍ଚଳ ଥିବାବେଳେ ଏଭଳି ଲୁଟ ହୋଇଥିବାରୁ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମଣୁନଥିବା ଆଲୋଚନା ହେଉଛି। ତେବେ ଏହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଥିବା ବେଳେ…
ବାଲୁଗାଁ: ଦିନକୁଦିନ ବ୍ୟସ୍ତବହୁଳ ବାଲୁଗାଁ ସହରରେ ବେଆଇନ ଭାବେ ଉଠା ଦୋକାନ ବଜାର ଗଢି ଉଠୁଥିବା ବେଳେ ଟ୍ରାଫିକ ସମସ୍ୟାର ମୂଳ କାରଣ ପାଲଟିଛି। ସହରର ପ୍ରମୁଖ ରାସ୍ତା ହେଉ ଅବା ଆଇବି ରୋଡ଼ ଦୁଇ ପାର୍ଶ୍ଵରେ ଉଠା ଦୋକାନୀ ମାନେ ବେପାର ଜାରି ରଖିଥିବା ବେଳେ ଗ୍ରାହକମାନେ ଉକ୍ତ ଦୋକାନ ସମ୍ମୁଖରେ ଗାଡି ମୋଟର ରଖି ଅନାୟାସରେ ଜିନିଷପତ୍ର କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଅଯଥା ରାସ୍ତା ଜାମ ହେବା ସହ ସଦାସର୍ବଦା ଟ୍ରାଫିକ ସମସ୍ୟା ଲାଗିରହୁଛି। ଏହିପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ରାସ୍ତା ଉଭୟ ପାର୍ଶ୍ୱରୁ ଉଠା ଦୋକାନୀଙ୍କୁ ଉଛେଦ ପ୍ରକ୍ରିୟା ଜାରି କରାଯାଇଛି। ଏଥିସହିତ ସମସ୍ତ ଉଠା ଦୋକାନୀ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହି ବେପାର କରିବାକୁ କହିଥିବା ବେଳେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ଉଠା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମର ବାସିନ୍ଦା ସୁଦର୍ଶନ ସେଠୀ (୪୪) ତାଙ୍କ ଘର ନିକଟ ଧାନ ଜମିରେ ଟୁଲୁ ପମ୍ପ ଜରିଆରେ ପାଣି ପ୍ରବାହିତ କରାଯାଇଥିଲା। ଏଥିରେ ସୁଦର୍ଶନ ଚାଷ କାର୍ଯ୍ୟରେ ଯାଇଥିବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ଚିକିତ୍ସା ପରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ରେଢ଼ାଖୋଲ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ…
ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳ ସଦନ ଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରୀୟ ଏକତା ଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ସକାଳେ ରେଳବାଇ କର୍ମଚାରୀ, ରେଳ ସୁରକ୍ଷା ବଳ ଓ ଅଧିକାରୀମାନଙ୍କୁ ନେଇ ଆୟୋଜିତ “ରନ୍ ଫର୍ ୟୁନିଟି” ରାଲିକୁ ସବୁଜ ପତାକା ଦେଖାଇ ମହାପ୍ରବନ୍ଧକ ଶ୍ରୀ ଶର୍ମା ଶୁଭାରମ୍ଭ କରିଥିଲେ। ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ସହିତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ଏହି କାର୍ଯ୍ୟକ୍ରମର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦୀ ବିଏସଏଫ ଏବଂ ବିଭିନ୍ନ ରାଜ୍ୟ ପୋଲିସର ଦଳଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ ପରେଡ, ସମସ୍ତ ମହିଳା ସିଆରପିଏଫ ବାଇକର୍ସଙ୍କ ଦ୍ୱାରା ଦୁଃସାହସିକ ପ୍ରଦର୍ଶନ, ବିଏସଏଫର ମହିଳା ପାଇପ୍ ବ୍ୟାଣ୍ଡ, ଗୁଜରାଟ ମହିଳା ପୋଲିସର କୋରିଓଗ୍ରାଫି କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଏନସିସି ଶୋ, ସ୍କୁଲ ବ୍ୟାଣ୍ଡ ପ୍ରଦର୍ଶନ, ଭାରତୀୟ ବାୟୁସେନା ଦ୍ୱାରା ଫ୍ଲାଇ ପାଷ୍ଟ, ଉନ୍ନତ ଗ୍ରାମର ଅର୍ଥନୈତିକ ସାମର୍ଥ୍ୟ ପ୍ରଦର୍ଶନ ଆଦି ଦେଖିଥିଲେ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରୀୟ ଏକତା ଦିବସ ଭାରତର ଯୁବଗୋଷ୍ଠୀ ଏବଂ ଏହାର ଯୋଦ୍ଧାମାନଙ୍କର ଏକତାର ଶକ୍ତିକୁ ପାଳନ କରେ । ଏଠାରେ ମୁଁ ମିନି ଇଣ୍ଡିଆର ସ୍ୱରୂପ ଦେଖିପାରିବି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାଷା,…
ନୂଆଦିଲ୍ଲୀ: ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତାଙ୍କର ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅତୁଳନୀୟ ନିଷ୍ଠା ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଆମେ ତାଙ୍କ ଅଦମ୍ୟ ଉତ୍ସାହ, ଦୂରଦୃଷ୍ଟି ସମ୍ପନ୍ନ ଜାତୀୟତାବାଦ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ, ଯାହା କି ଆମ ଦେଶର ଭବିଷ୍ୟତକୁ ଆକାର ଦେଇଛି। ରାଷ୍ଟ୍ରୀୟ ଏକତା ପ୍ରତି ତାଙ୍କ ପ୍ରତିବଦ୍ଧତା ଆମର ମାର୍ଗଦର୍ଶନ କରିବା ଜାରି ରଖିଛି। ଆମେ ତାଙ୍କ ସେବା ପ୍ରତି ସର୍ବଦା ଋଣୀ ରହିବୁ।’

