Author: Samikhsya Bureau

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ବାଲେଶ୍ୱର ଜିଲ୍ଲାର  ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି  ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ସିମୁଳିଆ, ବସ୍ତା, ସୋର ଓ ନୀଳଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୧୨ଟି ବ୍ଲକ୍‌‌ର ୩୫୬ଟି  ଗ୍ରାମ ପଞ୍ଚାୟତରେ ୪୪୬୫ଟି ପ୍ରକଳ୍ପ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୮.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି…

Read More

ଭୁବନେଶ୍ୱର/ସୁବର୍ଣ୍ଣପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କହିଥିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ। ଗଠନମୂଳକ ସମାଲୋଚନା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ…

Read More

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ଏବଂ ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ମଧ୍ୟ ସେ ସମୀକ୍ଷା କରିଛନ୍ତି। ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲି। ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ସମୀକ୍ଷା କରିଛୁ। ଟ୍ରଷ୍ଟ ଦ୍ୱାରା ନିଆଯାଇଥିôବା ବିଭିନ୍ନ ପରିବେଶ ଅନୁକୂଳ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯାଇଛି।’

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଆପଲ୍ ଆଇଫୋନ୍ ହ୍ୟାକିଂ ବିରୋଧରେ ବିରୋଧୀଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କହିଛନ୍ତି। ଅଶ୍ୱିନ୍ ବୈଷ୍ଣବ କହିଛନ୍ତି ଯେ, କିଛି ସହକର୍ମୀ ଆପଲ୍ ଆଲର୍ଟ ବିଷୟରେ ବାର୍ତ୍ତା ଦେଇଛନ୍ତି, ଏଭଳି ପରିସ୍ଥିତିରେ ଆମେ ମାମଲାର ଭିତରକୁ ଯିବା। ବିରୋଧୀଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ, ଆମର କିଛି ସମାଲୋଚକ ଅଛନ୍ତି ଯେଉଁମାନେ ସର୍ବଦା ମିଥ୍ୟା ଅଭିଯୋଗ କରନ୍ତି। ସେମାନେ ଦେଶର ପ୍ରଗତି ଚାହୁଁ ନାହାଁନ୍ତି। ୧୫୦ ଟି ଦେଶରେ ଆପଲ୍ ମାର୍ଗଦର୍ଶିକା ଜାରି କରିଛି। ଅନୁମାନକୁ ଆଧାର କରି ଆପଲ୍ ବାର୍ତ୍ତା ପଠାଇଛି। ଆପଲ୍ ଏହାର ସ୍ପଷ୍ଟୀକରଣ ଜାରି କରିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ସେମାନଙ୍କର (ବିରୋଧୀ ଦଳ) ଏପରି ଅଭ୍ୟାସ ଅଛି ଯେ ଯେତେବେଳେ ବି କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥାଏ, ସେତେବେଳେ ମନିଟରିଂ…

Read More

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାରେ ବ୍ୟସ୍ତ ଅଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମରେ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ନାମାଙ୍କନ ପାଇଁ ସମୟ ବାକି ଅଛି। ଟିକେଟ୍ ବଣ୍ଟନ ଠାରୁ ଆରମ୍ଭ କରି ନାମାଙ୍କନ ପର୍ଯ୍ୟନ୍ତ, ଆପଣ ଅନେକ ଥର ଅନ୍ୟ ନେତା କିମ୍ବା ଲୋକଙ୍କଠାରୁ ଶୁଣିଥିବେ ଯେ ଉକ୍ତ ପ୍ରାର୍ଥୀ ଜଣେ ବାହାର ଲୋକ। ବାହାର ଲୋକ ଅର୍ଥ ଜଣେ ନେତା କିମ୍ବା ପ୍ରାର୍ଥୀ ଯିଏ ସେହି ଅଞ୍ଚଳ କିମ୍ବା ସେହି ରାଜ୍ୟରୁ ନୁହଁନ୍ତି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଅନ୍ୟ ରାଜ୍ୟର ବାସିନ୍ଦା ଅନ୍ୟ ରାଜ୍ୟକୁ ଯାଇ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ କି? ଆସନ୍ତୁ ଜାଣିବା ଏହି ବିଷୟରେ ନିୟମ କ’ଣ? ଭୋଟର ତାଲିକାରେ ନାମ ରହିବା ଆବଶ୍ୟକ: ବିଧାନସଭା…

Read More

ନୂଆଦିଲ୍ଲୀ: ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି କରୁଥିବା ବିବୃତ୍ତି ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ପଦକ୍ଷେପକୁ ବିଜେପି ସମାଲୋଚନା କରିଛି। ବିଜେପି କେରଳ ପ୍ରଦେଶ ସଭାପତି କେ ସୁରେନ୍ଦ୍ରନ ଅଭିଯୋଗ କରିଛନ୍ତି ଯେ, ପିନରାଇ ବିଜୟନ ସରକାରଙ୍କ ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ବିଭାଜନକାରୀ ଶକ୍ତି ତଥା ଉଗ୍ରବାଦୀ ଚିନ୍ତାଧାରା ଥିବା ଲୋକଙ୍କୁ ସାହାଯ୍ୟ କରିବା ତଥା ପ୍ରୋତ୍ସାହିତ କରିବା। ସେ ଥିରୁବନନ୍ତପୁରମରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା ପିନାରାଇ ବିଜୟନ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି। ଉଭୟ ରାଜନୈତିକ ଏବଂ ଆଇନଗତ ଭାବେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ମାମଲାର ସାମ୍ନା କରିବ ବୋଲି ବିଜେପି କହିଛି।

Read More

ନୂଆଦିଲ୍ଲୀ: ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ମହାତ୍ମା ଗାନ୍ଧୀଙ୍କୁ ଶେଷଥର ପାଇଁ ଭେଟିଥିଲେ ଲୌହପୁରୁଷ ସର୍ଦ୍ଦାର ପଟେଲ। ଗାନ୍ଧିଜୀଙ୍କୁ ଭେଟିବା ପାଇଁ ସର୍ଦ୍ଦାର ପଟେଲ ୫, ଆଲବୁକର ରୋଡ୍ (ବର୍ତ୍ତମାନ ୫, ତିସ ଜାନୁଆରୀ ମାର୍ଗ) ଅପରାହ୍ନ ୪ଟା ୪୫ ପୂର୍ବରୁ ପହଞ୍ଚିଥିଲେ। ସେ ସିଧା ଗାନ୍ଧିଜୀଙ୍କ କୋଠରୀକୁ ଯାଇଥିଲେ। ତା’ପରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ସମୟ ହେବାକୁ ଯାଉଥିଲା। ଅଲ୍ ଇଣ୍ଡିଆ ରେଡିଓ ପାଇଁ ଏହି ସଭାର ରେକର୍ଡିଂ କରିଥିବା କେ.ଡି. ମଦନ ମଧ୍ୟ ଆସିପହଞ୍ଚିଥିଲେ। ମଦନ ସାହେବ କହୁଥିଲେ, ‘ଯେତେବେଳେ ଗାନ୍ଧିଜୀ ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ବିର୍ଲା ହାଉସ୍ ଭିତରୁ ବାହାରିଥିଲେ, ସେତେବେଳେ ମୋ ଘଡ଼ି ଅନୁଯାୟୀ ୫.୧୬ ମିନିଟ୍ ଥିଲା। ତେବେ ଅପରାହ୍ନ ୫ଟା ୧୭ମିନିଟରେ ତାଙ୍କୁ ଗୁଳି ମାଡ଼ ହୋଇଥିବା କୁହାଯାଉଛି। ସେଦିନ ସର୍ଦ୍ଦାର ପଟେଲ ବାପୁଙ୍କୁ ସାକ୍ଷାତ୍‍ କରି କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଆସିଥିଲେ। ତେବେ ସେଦିନ…

Read More

କୁଜଙ୍ଗ: କୁଜଙ୍ଗ ତହସିଲ ଅଧୀନ ଖରିଗୋଠ ଗ୍ରାମରେ ଥିବା ସରକାରୀ ଜମିରେ ସ୍ଥାନୀୟ ଗ୍ରାମର ଜନୈକ ବ୍ୟକ୍ତି ବଳପୂର୍ବକ ପକ୍କା ଗୃହ ନିର୍ମାଣ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଆଜି କୁଜଙ୍ଗ ତହସିଲଦାର ପୁଷ୍ପାଶ୍ରୀ ସାଣ୍ଡିଲଙ୍କ ଲିଖିତଭାବ ଅଭିଯୋଗ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ଆରଡିସି କଟକ, ଜିଲ୍ଲାପାଳ ଜଗତସିଂହପୁରଙ୍କୁ ଏକ ଦାବିପତ୍ର ପଠାଇଥିବା ଜଣାପଡ଼ିଛି। ଖରିଗୋଠ ମୌଜାର ନୂଆଗଡିଆ ବନ୍ଧକୁ ଲାଗି ରହିଥିବା ସରକାରୀ ଜମିରେ ଖରିଗୋଠ ଗ୍ରାମର ସୁଶାନ୍ତ ନାୟକ ଏହି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ତେବେ ଗ୍ରାମର କୁନଚନ୍ଦ୍ର ପ୍ରଧାନ, ଶରତ ନାୟକ, ଦିଲ୍ଲୀପ ସ୍ୱାଇଁ, ଲଛମନ ପ୍ରଧାନ, ନିତ୍ୟାନନ୍ଦ ସ୍ୱାଇଁ, ଅମୀର ରାଉତ, ସୁରେନ୍ଦ୍ର ପ୍ରଧାନ, ଅରକ୍ଷୀତ ସ୍ୱାଇଁ, ସୁବାଷ ନାୟକ, ରଞ୍ଜନ ଜେନା, ପଦ୍ମଲାଭ ସ୍ୱାଇଁ, ସୌମ୍ୟରଞ୍ଜନ ରାଉତ (ମିଟୁ) ପ୍ରମୁଖ କୁଜଙ୍ଗ ତହସିଲଦାରଙ୍କ ନିକଟରେ ଲିଖିିତ ଭାବେ ଅଭିଯୋଗ କରିବା ସହିତ ତୁରନ୍ତ ଏହି ବେଆଇନ କାର୍ଯ୍ୟକୁ…

Read More

କୁଜଙ୍ଗ: ମୃତ ଛେଳିର ଚିକିତ୍ସା କରି ଏବେ ହରଡ ଘଣାରେ ପଡିଛନ୍ତି ଜନୈକ ପଶୁ ଚିକିତ୍ସକ। ଗୃହ କର୍ତ୍ତା ତାଙ୍କୁ ଫୋନ ଯୋଗେ ଅସୁସ୍ଥ ଛେଳିକୁ ଚିକିତ୍ସା ପାଇଁ ଡକାଇ ଯୋଜନା ମୁତାବକ ଟିଭି ସାମ୍ବାଦିକ ଓ ତାର ସହଯୋଗୀକୁ ପୂର୍ବରୁ ପ୍ରସ୍ତୁତ କରି ତାଙ୍କୁ ଫସାଇବାକୁ ଉଦ୍ୟମ କରିଥିଲେ। ତେବେ ଏହି ଜାଲରେ ଫସିବା ସହିତ ପଶୁ ଚିକିତ୍ସକ ତାଙ୍କୁ ତିନି ହଜାର ତଣ୍ଡଗଣି ବାକି ୧୭ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ତେବେ ଏହି ଅର୍ଥ ନମିଳିବାରୁ ସେମାନେ ବାରମ୍ବାର ତାଙ୍କୁ ଫୋନ କରିବା ସହିତ ଚାପଗ୍ରସ୍ତ କରିପକାଉଥିଲେ। ଏଥିରେ ନିଜର ସନ୍ତୁଳନ ହରାଇ ସମ୍ପୃକ୍ତ ପଶୁ ଚିକିତ୍ସକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୪୭୪/୨୩ ସଙ୍ଖ୍ୟାରେ ମାମଲା ରୁଜୁ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଜେଲ ପଠାଇଥିବା ଜଣାପଡ଼ିଛି। ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ନିଜ…

Read More

ବୁନ୍ଦି: ମେଘାଳୟରେ ଯେତେବେଳେ ବି ନିର୍ବାଚନ ହୁଏ, ସ୍ୱିଡେନ, ଥାଇଲାଣ୍ଡ, ଗୁରୁବାର ଭଳି ନାମ ଚର୍ଚ୍ଚାକୁ ଆସିଥାଏ। କିନ୍ତୁ ଭୋଟରଙ୍କ ନାମ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ରାଜସ୍ଥାନର ବୁନ୍ଦି ଜିଲ୍ଲାର ରାମନଗର ଗାଁ ଆଗରେ ରହିପାରେ। ନଭେମ୍ବର ୨୫ରେ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାବେଳେ ବୁନ୍ଦି ଜିଲ୍ଲାର ରାମନଗର ଗାଁରେ ‘କଲେକ୍ଟର’, ‘ରାଷ୍ଟ୍ରପତି’ ଏବଂ ‘ରାଜ୍ୟପାଳ’ ମଧ୍ୟ ମତଦାନ କରିବେ। ବୁନ୍ଦି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରାମନଗର ଏକ ଛୋଟ ଗାଁ। ଏହି ଗାଁର ଜନସଂଖ୍ୟା ୫ ହଜାର। ପ୍ରାୟ ୨ ହଜାର ଭୋଟର କଞ୍ଜର ଆଦିବାସୀ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟରେ କାହାର ନାଁ ରାଜ୍ୟପାଳ, କାହାର ନାଁ ରାଷ୍ଟ୍ରପତି ତ କାହାର ନାମ ରାଜୀବ ଗାନ୍ଧି। ନାମ ପଛରେ ରହିଛି ଜଟିଳ ସାମାଜିକ ଇତିହାସ ଏହି ଗାଁରେ ଏଭଳି ନାମର ଉତ୍ପତ୍ତି ବିଚିତ୍ର ନୁହେଁ। ସେମାନଙ୍କ ପଛରେ ଏକ ଜଟିଳ ସାମାଜିକ ଇତିହାସ…

Read More

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ (ଆରଟିଆଇ) ଆସିବା ପରେ ଲାଗୁଥିଲା ଯେମିତି ସରକାରୀ କାର୍ଯ୍ୟାଳୟରୁ ଦୁର୍ନୀତି, ଲାଲଫିତାପ, ବିଳମ୍ବିତ ଲତିଫି ଭଳି ଦୁର୍ନୀତିକୁ ଦୂର କରିବା ପାଇଁ ଏକ ମାରାତ୍ମକ ଅସ୍ତ୍ର ସିଧାସଳଖ ଲୋକଙ୍କ ହାତକୁ ଚାଲିଯାଇଛି। କିନ୍ତୁ ଏବେ ଦେଶର ସର୍ବୋଚ୍ଚ ଅଦାଲତ କହୁଛନ୍ତି ଯେ ଆରଟିଆଇ ଆଇନର ଧାର ଦ୍ରୁତ ଗତିରେ କୁଟିଳ ହେବାରେ ଲାଗିଛି ଏବଂ ଏହା ଆଇନର ଏକ ଅଦରକାରୀ ଶ୍ରେଣୀରୁ ପରିଣତ ହେଉଛି। ଶାସନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ତତ୍କାଳୀନ ମନମୋହନ ସିଂହ ସରକାର ସାଧାରଣ ଜନତା ଚାହିଁଲେ ସହଜରେ ସୂଚନା ପ୍ରଦାନ କରିବାର ଦାୟିତ୍ୱ ସରକାରୀ କର୍ତ୍ତୃପକ୍ଷଙ୍କୁ ବାନ୍ଧି ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହାର ଦୁର୍ଦ୍ଦଶା ଏପରି ହୋଇଛି ଯେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ନିରାଶା ପ୍ରକାଶ କରିବାକୁ ପଡ଼ିଛି। କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗରେ ପଦବୀ ଖାଲି ପଡ଼ିଥିବାରୁ ସେମାନେ ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିପାରୁନାହାନ୍ତି ବୋଲି…

Read More

ଭୁବନେଶ୍ବର: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର ଦାସ। ତାଙ୍କୁ ଶପଥ କରାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଦ୍ୟୁତ ରଂଜନ ଷଡଙ୍ଗୀ। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ରଘୁବର। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବହୁ ମନ୍ତ୍ରୀ ବିଧାୟକ ଯୋଗଦେଇଥିଲେ। ସେହିପରି କେତେକ ବିଚାରପତିଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଥିଲା। ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗଦେଇଥିଲେ। ଶପଥ ପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଶପଥ ନେବା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ଲିଙ୍ଗରାଜ ମନ୍ଦିର ଯାଇ ସେଠାରେ ପ୍ରଭୃଙ୍କୁ ଦର୍ଶନ କରିଥିଲେ।

Read More

ନୂଆଦିଲ୍ଲୀ: ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ଫଳାଫଳ କ’ଣ ହେବ? କ୍ଷମତା ପରିବର୍ତ୍ତନ ହେବ କି ନାହିଁ? ସ୍ଥିର ସରକାର ଆସିବ କି ନାହିଁ ? ଏହିସବୁ ଜିନିଷର ପ୍ରଭାବ ଷ୍ଟକ୍‍ ବଜାର ଉପରେ ମଧ୍ୟ ପଡ଼ିଥାଏ। ମେଣ୍ଟ ଏବଂ ମେଣ୍ଟ ସରକାର ପ୍ରାୟତଃ ଷ୍ଟକ୍‍ ବଜାର ଉପରେ ସକାରାତ୍ମକ ପ୍ରଭାବ ପକାନ୍ତି ନାହିଁ। ଏବେ ଆମେରିକୀୟ ନିବେଶ ବ୍ୟାଙ୍କ ଜେଫରିଜ୍ ଏଲ୍ଏଲ୍‍ସି ପକ୍ଷରୁ ଏକ ଆକଳନ କରାଯାଇଛି। ଜେଫରିଜ୍ ଏଲ୍ଏଲ୍‍ସିର ଗ୍ଲୋବାଲ୍ ହେଡ୍ ଅଫ୍ ଇକ୍ୱିଟି ଷ୍ଟ୍ରାଟେଜି କ୍ରିସ୍ ଉଡ୍ ଏକ ବଡ଼ କଥା କହିଛନ୍ତି। ତାଙ୍କ ମତରେ ଯଦି ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ କ୍ଷମତାକୁ ନ ଆସେ, ତେବେ ଭାରତରେ ଇକ୍ୱିଟି ମାର୍କେଟ ଖରାପ ଭାବେ ହ୍ରାସ ପାଇବ। ଯଦି ବିଜେପି ହାରିଯାଏ ତେବେ ବଜାର ୨୫% ହ୍ରାସ ପାଇବ ମୁମ୍ବାଇର ବିଜନେସ୍ ଷ୍ଟାଣ୍ଡାର୍ଡ ଖବରକାଗଜଦ୍ୱାରା ଆୟୋଜିତ ଏକ ଶିଳ୍ପ କାର୍ଯ୍ୟକ୍ରମରେ…

Read More

ନୂଆଦିଲ୍ଲୀ: ଚଳିତ ବର୍ଷର ଗ୍ରୀଷ୍ମଋତୁରେ ଦିଲ୍ଲୀବାସୀ ବିୟରକୁ ବିଶେଷ ଗୁରୁତ୍ୱ ଦେଇନଥିଲେ। ମଦ ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିୟର ବିକ୍ରିରେ ଦ୍ରୁତ ହ୍ରାସ ଘଟିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ୩୮ ପ୍ରତିଶତ କମ୍ ବିୟର ବିକ୍ରି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଦିଲ୍ଲୀରେ ପ୍ରାୟ ୭ କୋଟି ଲିଟର ବିୟର ବ୍ୟବହାର ହୋଇଛି। ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ମାତ୍ର ୪.୩ ଲିଟର ବିୟର ବିକ୍ରି ହୋଇଛି । ଦିଲ୍ଲୀରେ ବିୟର ବିକ୍ରି କମିବା ପରେ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ବଡ଼ ରାଜ୍ୟରେ ବିପରୀତ ଧାରା ଦେଖିବାକୁ ମିଳିଥିଲା। ଗତ ବର୍ଷ ତୁଳନାରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଅଧିକ ବିୟର ବିକ୍ରି ହୋଇଛି। ଉତ୍ତରପ୍ରଦେଶ ଓ ହରିୟାଣାରେ ବିୟର ବିକ୍ରିରେ ସାମାନ୍ୟ ହ୍ରାସ ଘଟିଛି। ଯଦି ଆପଣ ରାଜ୍ୟଭିତ୍ତିକ ବିୟର ବିକ୍ରି ତଥ୍ୟଉପରେ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତିରେ ଆମ୍ ଆଦମୀ ପାର୍ଟିର ସମସ୍ୟା କମିବାର ନାମ ନେଉନାହିଁ। ବର୍ତ୍ତମାନ ଏଏପି ମୋହାଲି ବିଧାୟକ କୁଲୱନ୍ତ ସିଂଙ୍କ ଠିକଣାରେ ଇଡି ଚଢାଉ କରିଛି। ସର୍ବଶେଷ ସୂଚନା ଅନୁଯାୟୀ ଅମୃତସର, ଲୁଧିଆନା ଏବଂ ମୋହାଲିରେ ଇଡି ଚଢାଉ କରିଛି। ଏହା ବ୍ୟତୀତ କିଛି ମଦ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ ହେବାର ଖବର ରହିଛି। ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର ୨ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।

Read More

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ। ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ। ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ…

Read More

ନୂଆଦିଲ୍ଲୀ: ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାରରେ ଉପଲବ୍ଧତା ବଜାୟ ରଖିବା ପାଇଁ ୨୯ ଅକ୍ଟୋବର୨୦୨୩ରୁ ୩୧ ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜ ଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍‍ ପ୍ରତି ୮୦୦ ଆମେରିକୀୟ ଡଲାର ଲାଗୁ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ ସଂଶୋଧନର ତୁରନ୍ତ ପ୍ରଭାବ ଦେଖାଇଛି, ଯେଉଁଠାରେ ମୂଲ୍ୟ ଗତ ସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୫% ରୁ ୯% ହ୍ରାସ ପାଇଛି । ମହାରାଷ୍ଟ୍ରରେ ସମସ୍ତ ବଜାରରେ ପିଆଜର ହାରାହାରି ମୂଲ୍ୟ ୪.୫% ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେ ମଧ୍ୟ ସମାନ ହ୍ରାସ ପରିଲକ୍ଷିତ ହୋଇଛି । ଖାଉଟି ବ୍ୟାପାର ବିଭାଗ ପିଆଜ ରପ୍ତାନି ଏବଂ ଦର ଉପରେ ପ୍ରତିଦିନ ନଜର ରଖିଛି ଯାହା ଦ୍ୱାରା ଘରୋଇ ମୂଲ୍ୟରେ ସ୍ଥିରତା ଏବଂ ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତ ହେବ । ନଭେମ୍ବର ମାସରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପିଆଜ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କର୍ତ୍ତବ୍ୟ ପଥରେ ମେରି ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରାର ଉଦଯାପନୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜାଦୀ କା ଅମୃତ ମହୋତ୍ସବର ଉଦଯାପନୀ ସମାରୋହ ଉପଲକ୍ଷେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକା ଏବଂ ଅମୃତ ମହୋତ୍ସବ ସ୍ମାରକୀକୁ ଉଦ୍‌ଘାଟନ କରିବେ। ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶର ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କ ପାଇଁ  ‘ମେରା ୟୁବା ଭାରତ (ଏମୱାଇ ଭାରତ) ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ମେରି ମାଟି ମେରା ଦେଶ ମେରି ମାଟି ମେରା ଦେଶ ଅଭିଯାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଏବଂ ବୀରଙ୍ଗନା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅଟେ। ଜନଭାଗିଦାରୀ ଭାବନାରେ ଏହି ଅଭିଯାନରେ…

Read More

ଭୁବନେଶ୍ଵର: ପବିତ୍ର ମାସ କାର୍ତ୍ତିକ ମାସ ୨୯ ଅକ୍ଟୋବର ୨୦୨୨ ରୁ ଆରମ୍ଭ ହେଉଛି। ଧର୍ମ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସରେ ଉପବାସ କରୁଥିବା ବା ପାଳନ କରୁଥିବା ବ୍ୟକ୍ତି ପରିତ୍ରାଣ ପାଇଥାଏ। ପୁରାଣରେ କୁହାଯାଇଛି ଯେ ଭଗବାନ ନାରାୟଣ ବ୍ରହ୍ମାଙ୍କୁ,  ବ୍ରହ୍ମା ନାରଦାଙ୍କୁ ଏବଂ ନାରଦ ମହାରାଜ ପୃଥଙ୍କୁ କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ମାସ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସରେ, ୭ ଟି ମୁଖ୍ୟ ନିୟମ ଭାବରେ ବିବେଚନା କରାଯାଏ, ଯାହା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଏହି ନିୟମ ହେଲା ଦୀପଦାନ- ଧର୍ମ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀପ ଦାନ କରିବା। ଏହି ମାସରେ ନଦୀ, ପୋଖରୀ, ପୋଖରୀ ଇତ୍ୟାଦିରେ ଦୀପ ଦାନ କରାଯାଇଥାଏ। ଏହା ଦ୍ୱାରା ଗୁଣ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ତୁଳସୀ ପୂଜା- ଏହି ମାସରେ ତୁଳସୀ ପୂଜା…

Read More

ଭୁବନେଶ୍ବର: ଆଜି ଓଡିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ। ଏହି ଉତ୍ସବ ଆଜି ଦିନ 11ଟା 45 ମିନିଟରେ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ତେବେ ଶପଥପାଠ ପୂର୍ବରୁ ରଘୁବର ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କୁ ଯାଇ ଦର୍ଶନ କରିବେ। ସେଠାରେ ସ୍ବତନ୍ତ୍ର ପୂଜାଅର୍ଚ୍ଚନା ପରେ ରାଜଭବନ ଫେରି ଶପଥ ନେବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀ ଏବଂ ବିଶିଷ୍ଠ ବ୍ୟକ୍ତିଗଣ ଯୋଗଦେବେ।

Read More

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର କର୍ତ୍ତବ୍ୟ ପଥରେ ମେରି ମାଟି ମେରା ଦେଶ ଅଭିଯାନର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ। ହିମାଚଳ ପ୍ରଦେଶର ୧୪୩ ପ୍ରତିନିଧିଙ୍କ ସହ ଏହି ମାଟି ଢାଳିବା ସମାରୋହରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଛି ଏବଂ ଏହା ଅଧୀନରେ ଆୟୋଜିତ ଲକ୍ଷ ଲକ୍ଷ କାର୍ଯ୍ୟକ୍ରମରେ କୋଟି କୋଟି ଲୋକ ଅଂଶଗ୍ରହଣ କରିଛନ୍ତି। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମରେ ଲୋକଙ୍କ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ ଏବଂ ଭାରତର ଛଅ ଲକ୍ଷ ଗ୍ରାମରେ ଅମୃତ କଳଶ ଯାତ୍ରା ଆୟୋଜନ କରାଯାଇଥିଲା ଏବଂ ଦେଶର ବିଭିନ୍ନ କୋଣଅନୁକୋଣରୁ ମାଟି ସଂଗ୍ରହ କରାଯାଇଥିଲା। ସେ କହିଥିଲେ ଯେ…

Read More