Author: Samikhsya Bureau

ଏସ୍ ଜୟଶଙ୍କର ଭାରତର ଜି-୨୦ ଅଧ୍ୟକ୍ଷତା ଅନେକ ଦୃଷ୍ଟିରୁ ଅନନ୍ୟ ରହିଛି। ଏହା ବିକାଶଶୀଳ ଦେଶମାନଙ୍କର ପ୍ରାଥମିକତା ଏବଂ ପ୍ରମୁଖ ଚିନ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରିଛି, ଯାହା ଗ୍ଲୋବାଲ ସାଉଥର ସ୍ୱରକୁ ଶକ୍ତି ପ୍ରଦାନ କରିଛି। ଜଳବାୟୁ ଉନ୍ନତି ହେଉ କି ଅର୍ଥ, ଶକ୍ତି ସଂପ୍ରସାରଣ, ନିରନ୍ତର ବିକାଶ ଲକ୍ଷ୍ୟର କାର୍ଯ୍ୟକାରିତା ହେଉ କିମ୍ବା ବୈଷୟିକ ପରିବର୍ତ୍ତନ ଦିଗରେ ପଦକ୍ଷେପ ନିଆଯାଉ, ସେସବୁ କ୍ଷେତ୍ରରେ ଏହା ଆକାଂକ୍ଷା ବଢ଼ାଇଛି। ଜି-୨୦ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପରେ ଯୋଗ ଦେଇଥିବା ସମଗ୍ର ଦେଶରୁ ଲୋକ କିମ୍ବା ଜନଭାଗିଦାରୀଙ୍କୁ ସାମିଲ କରିବା ଏହି ଅସାଧାରଣ ପ୍ରେସିଡେନ୍ସିକୁ ଆହୁରି ସ୍ୱତନ୍ତ୍ର କରିଛି। ଅଧ୍ୟକ୍ଷତା କେବଳ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ସୀମିତ ରହିନାହିଁ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଭାରତର ଜି-୨୦ ପ୍ରକୃତରେ ଏକ ଗଣ ଜି-୨୦ରେ ପରିଣତ ହୋଇଛି। ୬୦ଟି ସହରରେ ପ୍ରାୟ ୨୨୦ଟି ବୈଠକ ଅନୁଷ୍ଠିତ…

Read More

ନୂଆଦିଲ୍ଲୀ: ଇଣ୍ଡିଆର ନାମ ପରିବର୍ତ୍ତନ ହେବାର ଗୁଜବ ମଧ୍ୟରେ ମିଳିତ ଜାତିସଂଘ ର ଜଣେ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ବି ଜାତିସଂଘ ଦେଶର ନାମ ବଦଳାଇବାକୁ ଅନୁରୋଧ ଗ୍ରହଣ କରେ, ସେତେବେଳେ ତାହା ବିଚାରକୁ ନିଆଯାଏ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଙ୍କ ଉପ- ମୁଖପାତ୍ର ଫରହାନ୍ ହକ୍ ମଧ୍ୟ ତୁର୍କୀର ନାମ ତୁର୍କୀଏରେ ପରିବର୍ତ୍ତନ କରିବାର ଉଦାହରଣ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଫରହାନ କହିଛନ୍ତି ଯେ, “ତୁର୍କୀ ମାମଲାରେ ସରକାର ଆମକୁ ପଠାଇଥିବା ଏକ ଆନୁଷ୍ଠାନିକ ଅନୁରୋଧର ଉତ୍ତର ଦେଇଛୁ। ଆଜ୍ଞା ହଁ, ଯଦି ଆମକୁ ଏପରି ଅନୁରୋଧ ମିଳେ, ତେବେ ଆମେ ସେଗୁଡିକୁ ବିଚାର କରୁ। ” ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ଯେଉଁଥିରେ ତାଙ୍କୁ ଇଣ୍ଡିଆର ନାମ ଭାରତରେ ପରିବର୍ତ୍ତନ କରାଯାଇପାରିବ କି ବୋଲି ପଚରାଯାଇଥିଲା। ଘଟଣା କଣ?: ବାସ୍ତବରେ, ଜି -୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନରେ…

Read More

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମୂଲ ଟଙ୍କା ମାଗିବାରୁ ନିଜର ବନ୍ଧୁକୁ ଦିନ ମଜୁରିଆ ବନ୍ଧୁ ବିଅର ବୋତଲରେ  ଆକ୍ରମଣ କରିଛି। ଫଳରେ ମଜୁରିଆ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବରିକୋ ଗ୍ରାମର ଅର୍ଜୁନ ପଲାଇ (୪୫) ଗାଁରେ ମୁଲ ମଜୁରୀ କରି ପରିବାର ଚଳାନ୍ତି। ଗତ କିଛି ଦିନ ତଳେ ନିଜର ଜଣେ ବନ୍ଧୁ ରବି ପଲାଇ ସହ ବାଣପୁର ଶାଳିଆ ଡ୍ୟାମରେ କାମ କରିବାକୁ ଯାଇଥିଲେ। କାମ ପରେ ରବି ପଲାଇ ସେଠାରୁ କାମ ବାବଦରେ ଆଣିଥିବା ମଜୁରୀ ପଇସା ଅର୍ଜୁନକୁ ଦେଇନଥିଲେ। ଫଳରେ ଅର୍ଜୁନ ତାଙ୍କୁ ମଜୁରି ପଇସା ବାରମ୍ବାର ମାଗିଥିଲେ। ଗତ କାଲି ରାତିରେ ରବି ପଲାଇ ଗାଁ ଛକରେ ଛିଡା ହୋଇଥିବା ବେଳେ ଅର୍ଜୁନ ନିଜ ମଜୁରୀ ପଇସା ମାଗିଥିଲେ। ଏଥିରେ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ଜନ୍ମୋତ୍ସବ ନୀତିକାନ୍ତି ଜନ୍ମାଷ୍ଟମୀ ତିଥିରେ ମହାଆଡମ୍ବରରେ ପାଳିତ ହୋଇଛି। ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଯେପରି ନୀତିକାନ୍ତିରେ ପାଳିତ ହୋଇଥାଏ, କେବଳ ବାଣପୁରର ଶକ୍ତିପୀଠ ମା’ଙ୍କ ମନ୍ଦିରରେ ମଧ୍ୟ ମା’ ଭଗବତୀଙ୍କ ଜନ୍ମ ବିଧି କେବଳ ନିଆରା ଢଙ୍ଗରେ ପାଳିତ ହେଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି। ମା’ ଶକ୍ତିମୟୀ ଯୋଗମାୟା ବିଜୁଳି କନ୍ୟା ଭାବରେ ନନ୍ଦ ଯଶୋଦାଙ୍କ ଘରେ ଧରାବତରଣ କରି ଆସୁରିକ ଶକ୍ତିମାନଙ୍କୁ ନିଧନ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସହାୟତା ପ୍ରଦାନ କରିଥିବାରୁ କଳି ଯୁଗର ମର୍ତ୍ତ୍ୟ ମଣ୍ଡଳରେ ମା’ ଭାଗବତୀ ଭାବରେ ପୂଜା ପାଇବା କଥା ଦେବୀ ଭାଗବତରେ ବର୍ଣ୍ଣିତ ଅଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ସେବନ, ବେଶ। ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ…

Read More

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବରଡ଼ି ଢ଼ାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଗୁରତର ଅଛନ୍ତି। ସୂଚନା ମୁତାବକ ଆଜି ସକାଳୁ ଆନ୍ଧ୍ରରୁ ଭୁବେନେଶ୍ୱର ଅଭିମୁଖେ ଏକ ଟ୍ରକ ଓ ଟ୍ରଲର ଆଗ ପଛ ହୋଇ ଯାଉଥିଲା। ତେବେ ନାଚୁଣୀ ବରଡ଼ି ଢ଼ାବା ନିକଟରେ ଅଦା ବୋଝେଇ ଟ୍ରକର ଚକା ଫାଟିଯିବାରୁ ଆଗରେ ଯାଉଥିବା ଟ୍ରଲରକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଅଦା ବୋଝେଇ ଟ୍ରକର ସମ୍ମୁଖ ପାର୍ଶ୍ୱ ନଷ୍ଟ ହୋଇଯାଇଥିବା ବେଳେ ଟ୍ରକ ଚାଳକ କ୍ୟାବିନରେ ଚାପି ହୋଇଯାଇଥିଲେ। ଖବର ପାଇ ନାଚୁଣୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଟ୍ରକରୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଟାଙ୍ଗୀ ମେଡିକାଲଙ୍କୁ ପଠାଯାଇଥିବା ସୂଚନା ରହିଛି।

Read More

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ ଆରମ୍ଭ କରିଥିଲେ। ଏହି ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିବୃତ୍ତି ଦେଇଥିଲେ। ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କ’ଣ କହିଥିଲେ? ଆସିଆନ୍ ସମ୍ବନ୍ଧୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମହାମହିମ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ମୁଁ ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ କରୁଛି। ମୋର ପ୍ରଥମ କାର୍ଯ୍ୟକ୍ରମ ହେବ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ। ବର୍ତ୍ତମାନ ଚତୁର୍ଥ ଦଶନ୍ଧିରେ ପ୍ରବେଶ କରିଥିବା ଆମର ଭାଗିଦାରୀର ଭବିଷ୍ୟତ ରୂପରେଖ ବିଷୟରେ ମୁଁ ଆସିଆନ୍ ନେତାମାନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ। ଆସିଆନ ସହ ସମ୍ପର୍କ ଭାରତର “ଆକ୍ଟ ଇଷ୍ଟ” ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଗତ ବର୍ଷ ହୋଇଥିବା ବ୍ୟାପକ ରଣନୈତିକ ଭାଗିଦାରୀ ଆମ ସମ୍ପର୍କରେ ନୂତନ ଗତିଶୀଳତା ସୃଷ୍ଟି କରିଛି। ଏହାପରେ ମୁଁ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବି।…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅବକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀ ଦାସଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ତତ୍ପର ହୋଇଉଠିଛି ଓଡ଼ିଶା ଭିଜିଲାନ୍ସ। ଆଜି ସକାଳୁ ଓଡିଶା ଭିଜିଲାନ୍ସର ୪ ଡ଼ିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମାନେ ଏକକାଳୀନ ଭାବେ ଶ୍ରୀ ଦାସଙ୍କ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ବାଲୁଗାଁ ଭଡ଼ା ସୂତ୍ରରେ ରହୁଥିବା ଘରେ, ନୟାଗଡ଼ ସ୍ଥିତ ନିଜ ବାସଭବନ ଓ ନୟାଗଡସ୍ଥିତ ଭଡ଼ା ସୂତ୍ରରେ ରହୁଥିବା ଘରେ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦୀପ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ। ସୂଚନା ଥାଉକି ସୁଦୀପ୍ତଙ୍କ ଛଅ ମାସ ତଳେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ବଦଳି ହୋଇଥିଲା।

Read More

ଭୁବନେଶ୍ଵର: ଗୁରୁ ଗ୍ରହଙ୍କୁ ବ୍ରହ୍ମସ୍ପତି ବା ଦେବ ଗ୍ରହ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ଗୁରୁତ୍ୱ ରହିଛି। ଯଦି କୌଣସି ଗ୍ରହ ରାଶିଫଳରେ ଖରାପ ପ୍ରଭାବ ପକାଉଛି, ଯାହା ଆମ ଜୀବନକୁ ପ୍ରଭାବିତ କରିଥାଏ। ସେହିଭଳି ବୃହସ୍ପତି ଗ୍ରହ ଭାଗ୍ୟ ଏବଂ ବିବାହିତ ଜୀବନର କାରଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ବୃହସ୍ପତି ଗ୍ରହ ଯଦି ଜଣେ ବ୍ୟକ୍ତିଙ୍କ ରାଶିଫଳରେ ଶକ୍ତିଶାଳୀ, ତେବେ ସେହି ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ। ସେ ବହୁତ ଅଗ୍ରଗତି କରନ୍ତି। ସେହି ବ୍ୟକ୍ତିଙ୍କର ବହୁତ ଜ୍ଞାନ ହାସଲ ହୋଇଥାଏ। ଏହା ସହିତ, ବ୍ୟକ୍ତିର ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବାକୁ ଲାଗେ। କିନ୍ତୁ ଅନ୍ୟ ପଟେ ଯଦି ବୃହସ୍ପତି ଗ୍ରହ ରାଶିଫଳରେ ଦୁର୍ବଳ, ତେବେ ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। କରାଯାଉଥିବା କାର୍ଯ୍ୟ ଖରାପ ହେବା ଆରମ୍ଭ କରେ, କୌଣସି କାର୍ଯ୍ୟରେ ସଫଳତା…

Read More

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ। ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କେନ୍ଦ୍ରୖକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି। ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ। ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ। କରୋନା ମହାମାରୀ ପରବର୍ତ୍ତୀ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ  ଆଗାମୀ ନଭେମ୍ବର ୯ ଓ ୧୦  ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍  ,  କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର  ଚୌଧାରୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ମିଲେଟ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେବା…

Read More

ମେଷ : ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ । ନୂଆ ଚିନ୍ତାଧାରା ମନକୁ ଆସିବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବ । ବ୍ୟବସାୟ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ମିଳିପାରିବ । ଆଜି ଟଙ୍କା ରହିବ । ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ । ବୃଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । କାମ କରିବା ଭଳି ଅନୁଭବ କରିବେ ନାହିଁ । ଅନ୍ୟମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ । ବ୍ୟବସାୟ ଲାଭଦାୟକ ହେବ । ଦୁଃଖଦ ଖବର ଗ୍ରହଣ କରାଯାଇପାରେ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ମିଥୁନ : ତୁମେ ସମ୍ମାନ ପାଇବ…

Read More

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ହେଉଛି ଉଚ୍ଚ ଶିକ୍ଷା ପାଇଁ ଭାରତର ଅନ୍ୟତମ ସର୍ବବୃହତ ସ୍କଲାରସିପ୍। ୨୦୨୩-୨୪ ଶିକ୍ଷାବର୍ଷରେ ୫୦୦୦ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ସେଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସବୁ ବିଷୟରେ ପାଠପଢ଼ା ପାଇଁ ନିୟମିତ ସ୍ନାତକ ପ୍ରଥମ ବର୍ଷ (ଅଣ୍ଡର ଗ୍ରାଜୁଏଟ୍‌) ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ୨୦୨୩ ଅକ୍ଟୋବର ୧୫ ସୁଦ୍ଧା ଆବେଦନ କରିପାରିବେ। ଯୁବପିଢ଼ିଙ୍କ ଶକ୍ତି ଓ ସମ୍ଭାବନାରେ ନିବେଶ କରିବାର ଗୁରୁତ୍ୱ ନେଇ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ଦୃଢ଼ ବିଶ୍ୱାସ ଥିଲା। ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି, ମେଧାବୀ ଯୁବବର୍ଗଙ୍କ ପାଖରେ ଉଚ୍ଚ ଶିକ୍ଷା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ୨୦୨୨ ଡିସେମ୍ବରରେ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବାର…

Read More

ଦିଲ୍ଲୀ: ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତୁରନ୍ତ ମସୁର (ମସୁର)ର ବାଧ୍ୟତାମୂଳକ ଷ୍ଟକ୍ ସମ୍ପର୍କରେ ପ୍ରକାଶ କରିବା ପାଇଁ ପରାମର୍ଶ ଜାରି କରିଛି। ସମସ୍ତ ହିତାଧିକାରୀ ପ୍ରତି ଶୁକ୍ରବାର ଦିନ ବିଭାଗ ଦ୍ୱାରା ପରିଚାଳିତ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲ (https://fcainfoweb.nic.in/psp) ରେ ସେମାନଙ୍କ ମସୁର ଷ୍ଟକ୍‌କୁ ବାଧ୍ୟତାମୂଳକ ଭାବରେ ପ୍ରକାଶ କରିବା ଉଚିତ୍। ଯଦି କୌଣସି ଅଘୋଷିତ ଷ୍ଟକ୍ ମିଳେ, ତେବେ ତାହାକୁ ହୋର୍ଡିଂ ଅର୍ଥାତ୍ ଜମାଖୋରୀ ଭାବେ ବିବେଚନା କରାଯିବ ଏବଂ ଏହା ଉପରେ ଇସି ଆକ୍ଟ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାପ୍ତାହିକ ମୂଲ୍ୟ ସମୀକ୍ଷା ବୈଠକରେ ଖାଉଟି ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂହ ମସୁର ବଫର କ୍ରୟକୁ ବ୍ୟାପକ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏମଏସପି ପାଖାପାଖି ଦରରେ ଉପଲବ୍ଧ ଷ୍ଟକ୍ କିଣିବା। ଏହା ଏପରି ସମୟରେ ହୋଇଛି, ଯେତେବେଳେ ନାଫେଡ୍ ଏବଂ ଏନସିସିଏଫକୁ ଆମଦାନୀ…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତି ବ୍ରତ, ଉପବାସ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଛି। ଆସିକା ସହର ଓ ଏହାର ଆଖପାଖ ଅଚଂଳର ବିଭିନ୍ନ ମଠ, ମନ୍ଦିର ଠାରେ ବଡ ଧୁମଧାମରେ ଏହି ଉତ୍ସବ ପାଳିତ ହୋଇଥିଲା। ଆସିକା ସୁନାମ୍ବ ସାହି ଠାରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର, ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭଗବତ ଟୁଙ୍ଗୀ ମଠ, ଶ୍ୟାମା କେନ୍ଦ୍ର ଆଦି ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମ ବିଧି ,ବିଧାନ ପୂର୍ବକ ପୂଜା ପାଠ, ସ୍ୱତନ୍ତ୍ର ପୂଜା, ବେଶ, ନିତି ଆଦି ହୋଇଥିଲା। ଏହାପରେ ପଣ୍ଡିତ ମାନଙ୍କ ଦ୍ୱାରା ଷୋଡଶ ଉପଚାର ପୂଜା, ହୋମ, ଯଜ୍ଞ, ଆରତୀ, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ଦିନ ତମାମ ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

Read More

ଭୁବନେଶ୍ଵର: ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ WHO ଘୋଷଣା କରିଛନ୍ତି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଆତ୍ମହତ୍ୟାର ସଚେତନତା ବାଣ୍ଟିବା ଏବଂ ଏକାଠି ମିଶି ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କର ମାନସିକତା ଓ ବ୍ୟବହାରକୁ ପରିବର୍ତ୍ତନ କରିବା। ତେଣୁ ପ୍ରଥମେ ନିଜେ ଓ ନିଜର ପରିବାରବର୍ଗଙ୍କ ସାମାଜିକ ଏବଂ ମାନସିକ ଭାରସାମ୍ୟରୁ ନିବୃତ ରଖିଲେ ଆତ୍ମହତ୍ୟା କମିଯାଇ ପାରିବ। ୧୫-୩୦ ବୟସ୍କ ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ହେଉଛି ୨ୟ ମୃତ୍ୟୁଜନିତ କାରଣ। ଆତ୍ମହତ୍ୟା ପାଇଁ ମଣିଷ ସମାଜ ବହୁତ ପିଡିତ ହୋଇଥାଏ। କେବଳ ଯେ ପରିବାର ନୁହେଁ ସମାଜକୁ ମଧ୍ୟ ବହୁତ ପିଡା ସହିବାକୁ ପଡେ ତେଣୁ ଆମେ ଆଉ ଚୁପ୍ ନରହି ଏଥିରେ ଆତ୍ମହତ୍ୟା ବିଷୟରେ ସାଙ୍ଗ ହୋଇ କଥା ହେବା। ଆତ୍ମହତ୍ୟା ବିଷୟରେ ଆଉ ଚୁପ୍ ନରହି ଅନ୍ୟର ଭାବନା କୁ ବୁଝିବା ଏବଂ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ମଣିଷଙ୍କ ସହ ମିଶିବା ଏହା…

Read More

ଭୋପାଳ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ତଥା ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ ଭାରତ ନିର୍ବାଚନ ଆୟୋଗ ନିର୍ବାଚନ କରିବାକୁ ପ୍ରସ୍ତୁତ। ଶ୍ରୀ କୁମାର ଏବଂ ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଜେପି ଶାସିତ ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି। ରାଜନୈତିକ ଦଳ, ପ୍ରଶାସନ ଏବଂ ବିଭିନ୍ନ କାର୍ଯ୍ୟନିର୍ବାହୀ ଏଜେନ୍ସି ସହିତ ସେଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ତିନି ଦିନିଆ ସମୀକ୍ଷା ବୈଠକ କରିବେ। ଶ୍ରୀ କୁମାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ କହିଛନ୍ତି ଯେ, ଭୋଟର ତାଲିକାର ଅନ୍ତିମ ପ୍ରକାଶନ ଅକ୍ଟୋବର ୫ ତାରିଖରେ କରାଯିବ। ସେ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୫.୫୨ କୋଟି ଭୋଟର ଅଛନ୍ତି, ସେଥିମଧ୍ୟରୁ ୨.୬୭ କୋଟି ମହିଳା ଅଛନ୍ତି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟ ନିର୍ବାଚନ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା (ଆଇଡିଏସ୍), 2017 ପାଇଁ 1164.53 କୋଟି ଟଙ୍କା ପ୍ରଦାନକୁ ମଞ୍ଜୁରି ମିଳିଛି। ଭାରତ ସରକାର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ 23 ଏପ୍ରିଲ 2018 ତାରିଖ 2018 ର ଅଧିସୂଚନା ସଂଖ୍ୟା 2 (2)/2018- ଏସପିଏସ୍ ମାଧ୍ୟମରେ 2018 ରେ ଔଦ୍ୟୋଗିକ ବିକାଶ ଯୋଜନା, 2017 ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସମୁଦାୟ ଆର୍ଥିକ ପରିବ୍ୟୟ 131.90 କୋଟି ଟଙ୍କା ଥିଲା। ଏହି ଆବଣ୍ଟିତ ପାଣ୍ଠି ଆର୍ଥିକ ବର୍ଷ 2021-22 ସମୟରେ ସାମପ୍ତ ହୋଇ ଯାଇଥିଲା। ଏହା ବ୍ୟତୀତ 2028-2029 ପ୍ରତିବଦ୍ଧ ଦାୟୀତ୍ବ ଗୁଡ଼ିକର ପୁରଣ କରିବା ପାଇଁ 1164.53 କୋଟି ଟଙ୍କାର ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆର୍ଥିକ ବ୍ୟୟର ଆବଣ୍ଟନ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ପବିତ୍ର ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହେଉଥିବା ବେଳେ ଅଚାନକ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଇନାମ ବେଲପଡା ଠାରେ ଏକ ଦୁଖଦଃ ଘଟଣା ଘଟିଯାଇଛି। ଅବହେଳିତ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଆଜି ଜଣେ ବୃଦ୍ଧଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି। ଆଜି କୋଦଳା ଏନଏସି ୱାର୍ଡ ନଂ ୮ ଇନାମ ବେଲପଡା ଗ୍ରାମର ସ୍ବର୍ଗତ ଭୀମ ରାଉତଙ୍କ ପୁତ୍ର ୮୬ ବର୍ଷୀୟ ବୃଦ୍ଧ କନ୍ଧ ରାଉତ ନିଜ ଘରୁ ବାହାରି ନିକଟସ୍ଥ ରାସ୍ତା କଡ଼ରେ ଥିବା ସରକାରୀ ହୋଡିଂ ନିକଟକୁ ଯାଇ ପରିଶ୍ରା କରୁଥିବା ସମୟରେ ହଠାତ ଉକ୍ତ ଲୁହାର ହୋଡିଂର ସଂସ୍ପର୍ଶରେ ଆସି କେହି କିଛି ବୁଝିବା ପୂର୍ବରୁ ଟଳିପଡିଥିଲେ। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକେ ଜମାହୋଇ କନ୍ଧ ରାଉତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା…

Read More

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚିଠିକୁ ସରକାର ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପରମ୍ପରା ପ୍ରତି ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ। ଅଧିବେଶନ ଆରମ୍ଭ ପୂର୍ବରୁ ଆଲୋଚନା ଅନୁଷ୍ଠିତ ହେବ। ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ଅନାବଶ୍ୟକ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି’: ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଚିଠିରେ କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା, ଆମ ଗଣତନ୍ତ୍ରର ମନ୍ଦିରକୁ ରାଜନୀତିକରଣ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯେଉଁଠାରେ କୌଣସି ବିବାଦ ନାହିଁ, ସେଠାରେ ଅନାବଶ୍ୟକ ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ଆପଣ ଯେପରି ଜାଣିଛନ୍ତି, ଧାରା ୮୫ ଅନୁଯାୟୀ ସାମ୍ବିଧାନିକ ଆଦେଶ ପାଳନ କରି ସଂସଦ ଅଧିବେଶନ ନିୟମିତ ଭାବରେ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ଦର୍ଶାଯାଇଛି…

Read More

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆଜି ସେ କହିଛନ୍ତି ଯେ, ମୋର ଶୁଭେଚ୍ଛା ଦଳ ସହ ଅଛି, କିନ୍ତୁ ସେମାନେ ସମସ୍ତ ସମ୍ପ୍ରଦାୟକୁ ଏକଜୁଟ କରିବା ଉଚିତ୍। ଚନ୍ଦ୍ର କୁମାର ବୋଷ ତାଙ୍କ ଇସ୍ତଫା ସମ୍ପର୍କରେ କହିଛନ୍ତି ଯେ, ୨୦୧୬ ରେ ବିଜେପିରେ ସାମିଲ ହୋଇଥିଲେ। ପିଏମ ମୋଦୀଙ୍କ ନେତୃତ୍ୱରେ ମୁଁ ଭଲ ଅନୁଭବ କଲି। ବିଜେପିରେ ଯୋଗଦେବା ପରେ ମୁଁ ଅନୁଭବ କଲି ଯେ ସେମାନେ କରୁଥିବା ରାଜନୀତି ମୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମସ୍ତ ଧର୍ମକୁ ଏକତ୍ର କରିବାର ଆଦର୍ଶ ଅନୁଯାୟୀ ନୁହେଁ। ସେ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) ସର୍ବଦା ସାମ୍ପ୍ରଦାୟିକ ତଥା ବିଭାଜନକାରୀ ରାଜନୀତି ବିରୁଦ୍ଧରେ ଲଢୁଥିଲେ। ଚନ୍ଦ୍ର କୁମାର ବୋଷ କ’ଣ କହିଥିଲେ?: ଚନ୍ଦ୍ର କୁମାର ବୋଷ କହିଛନ୍ତି ଯେ, ମୁଁ ବଙ୍ଗଳାରୁ ରଣନୀତି ସମ୍ପର୍କରେ ବିଜେପି ଏବଂ ବଙ୍ଗଳା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସ୍ଏସ୍)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ବା ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ନାମକ ଯୋଜନାକୁ ଅନୁମୋଦନ ମିଳିଛି। ଅନୁମୋଦିତ ଯୋଜନାରେ ୨୦୩୦-୩୧ ସୁଦ୍ଧା ୪,୦୦୦ ମେଗାଓ୍ଵାଟ୍-ଘଣ୍ଟା ବିଇଏସ୍ଏସ୍ ପ୍ରକଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ପୁଞ୍ଜି ବ୍ୟୟର ୪୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ଆକାରରେ ବଜେଟ୍ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର  ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଅନେକ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।ଏହି ପଦକ୍ଷେପ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି। ସୌର ଏବଂ ପବନ ଶକ୍ତି ପରି ଅକ୍ଷୟ ଶକ୍ତି ଉତ୍ସଗୁଡିକର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଏବଂ…

Read More