ନୂଆଦିଲ୍ଲୀ: ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନଭିଜ୍ଞ ନେଦରଲ୍ୟାଣ୍ଡ ବିପକ୍ଷରେ ୨୪୬ ରନ୍ର ଟାର୍ଗେଟକୁ ପୂରଣ କରିବାରେ ବିଫଳ ହୋଇଛି। ଏବଂ ଏହି ମେଗା ଇଭେଣ୍ଟରେ ଆଉ ଏକ ବଡ ବିପର୍ଯ୍ୟୟ ହୋଇଛି। ଦକ୍ଷିଣ ଆଫ୍ରିକା ମାତ୍ର ୨୦୭ ରନରେ ସମସ୍ତ ୱିକେଟ୍ ହରାଇଛି। ଏହାପୂର୍ବରୁ ଆଫଗାନିସ୍ତାନ ଠାରୁ ଇଂଲଣ୍ଡ ମଧ୍ୟ ପରାସ୍ତ ହୋଇଥିଲା। ଚଳିତ ବିଶ୍ଵକପରେ ଏହା ହେଉଛି ଦ୍ଵିତୀୟ ବିପର୍ଯ୍ୟୟ। ତିନି ଦିନ ମଧ୍ୟରେ ଦୁଇଟି ବଡ ଦଳର ପରାଜୟ ଚଳିତ ବିଶ୍ଵକପକୁ ରୋମାଞ୍ଚକର କରିଛି।
Author: Samikhsya Bureau
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ଦୁଇଦିନିଆ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡ଼ିଆ ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଭ୍ରାତୃତ୍ୱ ଭାବ ସୃଷ୍ଟି ସହ ସେମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ନିଷ୍ଠାର ସହ କାର୍ଯ୍ୟକରିବାକୁ ପ୍ରେରଣା ଦେବ। ଏପରି ଅବସର କର୍ମଚାରୀମାନଙ୍କ ମଧ୍ୟରେ ଥିବା ସୃଜନଶୀଳ କ୍ରିୟାଶୀଳତାର ଉନ୍ମେଷ ଓ ବିକାଶରେ ସହାୟକ ହେବ ବୋଲି ଅତିଥିମାନେ…
ବାଣପୁର (ସୀତାରାମ ଅଗ୍ରୱାଲ): ଅଜାଣତରେ ଜଣେ କିନ୍ନରଙ୍କୁ ପ୍ରେମ ବିବାହ କରି ତାଙ୍କର ଅଶ୍ଳୀଳ ଫୋଟୋ ଓ ଭିଡ଼ିଓ ଭାଇରାଲ କରିବା ଯୁବକଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ଅଭିଯୁକ୍ତ ଜଣଙ୍କ ଗିରଫ ହୋଇ ଜେଲ ଯାଇଛନ୍ତି। ଉକ୍ତ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଲୋଚନାର ବିଷୟ ପାଲଟିଛି। ସୂଚନା ମୁତାବକ ଦୀପକ ମାଝୀ ନାମକ ଯୁବକ ଇନଷ୍ଟାଗ୍ରାମରେ ଯୁବତୀ ଭାବି ଜଗତସିଂହପୁର ଚାରିବାଟିଆ ଅଞ୍ଚଳର କିନ୍ନର ନନ୍ଦିନୀ ନାଥଶର୍ମା ଓରଫ ରାହୁଲ ନାଥଙ୍କୁ ପ୍ରେମ କରି ବିବାହ କରିଥିଲେ। ନନ୍ଦିନୀଙ୍କ ଅଭିଯୋଗ କ୍ରମେ ବିବାହ ପରେ ଅଭିଯୁକ୍ତ ଦୀପକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ନନ୍ଦିନୀଙ୍କ ଅଜାଣତରେ ତାଙ୍କର ଫୋଟୋ ଓ ଭିଡିଓ ମୋବାଇଲରେ ସାଇତି ରଖିଥିଲେ। ଅଭିଯୁକ୍ତ ଦୀପକ ତାଙ୍କୁ ବ୍ଲାକମେଲ କରି ଉକ୍ତ ଫୋଟୋ ଓ ଭିଡ଼ିଓ ସାର୍ବଜନୀନ କରିବାକୁ ଧମକ ଦେଇ ବାରମ୍ବାର ଟଙ୍କା ଦାବୀ କରୁଥିଲେ। ନନ୍ଦିନୀ ଟଙ୍କା ନ ଦେବାରୁ…
ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ପରିଷଦ ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଶ୍ରୀ ପ୍ରଧାନ ପ୍ରାରମ୍ଭିକ ଭାଷଣ ରଖିଥିବା ବେଳେ ଉପ-ଜିଲ୍ଲାପାଳ ଶ୍ରୀ ସେଠୀ କାର୍ଯକ୍ରମକୁ ଆଗେଇ ନେଇଥିଲେ। ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଦୁର୍ଗା ପୂଜା ଏବଂ ଗଜଲକ୍ଷ୍ମୀ ପୂଜା କମିଟି ର ସଭ୍ୟମାନେ ଉକ୍ତ ଆଲୋଚନାରେ ଭାଗ ନେଇଥିଲେ। ପୂଜାକୁ କିପରି ସୁରୁଖୁରୁରେ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ଶାଖା ପକ୍ଷରୁ ମଙ୍ଗଳବାର ଏକ ମେଗା ଓରିଏଂଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ, ଭିନ୍ନକ୍ଷମ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ନିଜେ ଛାତ୍ରାବସ୍ଥାରେ ଜଣେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଥିଲେ ବୋଲି କହିଥିଲେ। ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଗାନ୍ଧିଜୀଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଓ ସଂଗ୍ରାମର ଉଦାହରଣ ଦେଇ ଶ୍ରୀ ପଣ୍ଡା ଯୁବକ ମାନଙ୍କୁ ସମାଜ ସେବାରେ ବ୍ରତୀ ହୋଇ ଦେଶର ଅଗ୍ରଗତି ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ। ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ଅଭିଭାଷଣରେ ଏନଏସ୍ଏସ୍ର ସ୍ୱେଚ୍ଛାସେବୀମାନେ ସମାଜ ସହିତ ନିଜକୁ…
ରେଢାଖୋଲ (କନ୍ଦର୍ପ ବେହେରା): ସମୟ ନିର୍ଘଣ୍ଟ ହେଉଛି ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଦର୍ପଣ। ସାଧାରଣତଃ ବିଦ୍ୟାଳୟର ସମୟ ନିର୍ଘଣ୍ଟରେ ଖେଳ ପିରିୟଡ ସ୍ଥାନିତ ହୋଇ ପିଲାଙ୍କୁ ଖେଳିବାର ସୁଯୋଗ ମିଳେ। କିନ୍ତୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଖେଳ ପିରିୟଡର ବ୍ୟବସ୍ଥା ନ ଥାଏ। ଏହି ପ୍ରସଙ୍ଗକୁ ଆଧାର କରି ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବର୍ତ୍ତମାନର ଅଧ୍ୟକ୍ଷ ଡଃ. ମନୋରଞ୍ଜନ ପ୍ରଧାନଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପିଲାମାନଙ୍କ ଆବେଦନକୁ ନେଇ ଅନୁଷ୍ଠାନର ଷ୍ଟାପ୍ କାଉନସିଲରେ ଆଲୋଚନା କରାଯାଇ ସର୍ବ ସମ୍ମତିକ୍ରମେ ବିଦ୍ୟାଳୟର ଟାଇମ୍ ଟେବୁଲରେ ସକାଳ ୮ଟାରୁ ୯ଟା୩୦ ପର୍ଯ୍ୟନ୍ତ ନିୟମିତ ଶାରୀରିକ ଶିକ୍ଷା ସ୍ଥାନିତ କରାଯାଇଥିଲା। ଆଜି ସୋମବାର ସକାଳ ୮ ଟାରେ ଅଧ୍ୟକ୍ଷଙ୍କ ଉପସ୍ଥିତରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜିତେନ୍ଦ୍ରୀୟ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆରମ୍ଭ କରିଥିଲେ। ଏହି ନୂତନ ପଦକ୍ଷେପ ପାଇଁ ଏକାଡେମିକ୍ ଭାର୍ସାଲ୍ ଡଃ.ପ୍ରଶାନ୍ତ କୁମାର ଦାଶ ଓ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଚନ୍ଦ୍ରାୟାନ- ୩ ଭଳି ସଫଳତାକୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ୟମ ହେଉ। ଏନସିଇଆରଟି, ସିବିଏସଇ ସହ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ଏଥିପାଇଁ ସହଯୋଗୀ ହେବା ଦରକାର ବୋଲି ମଙ୍ଗଳବାର ‘ଅପନା ଚନ୍ଦ୍ରାୟାନ’ ଓ୍ୱେବପୋର୍ଟାଲ ଏବଂ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଚନ୍ଦ୍ରାୟାନର ସଫଳତାକୁ ନେଇ ପୁସ୍ତକ ପ୍ରସ୍ତୁତ ଓ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ ପାଇଁ ଏନସିଇଆରଟିକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଚନ୍ଦ୍ରାୟାନ-୩ ମିଶନର ସଫଳତା ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି। ବିଫଳତା ହିଁ ମଣିଷକୁ ସଫଳତା ଦିଏ। ବିଫଳତାରୁ ହିଁ ପ୍ରେରଣା ମିଳେ। ଆଜିର କାର୍ଯ୍ୟକ୍ରମକୁ ନେଇ ଚନ୍ଦ୍ରାୟାନ-୩ ଦ୍ୱାରା ପିଲାଙ୍କ ମଧ୍ୟରେ ଚନ୍ଦ୍ରାୟାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ।…
ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତୀୟ ବିପର୍ଯ୍ୟୟ ସୁରକ୍ଷା ବାହିନୀ (ଏନ୍. ଡି.ଆର୍. ଏଫ୍. ) ମୁଣ୍ଡୁଳି, କଟକଙ୍କ ଦ୍ୱାରା ବିଭିନ୍ନ ବିପର୍ଯ୍ୟୟ ଦୁର୍ଘଟଣା ସମୟରେ କିପରି ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ପ୍ରତ୍ୟକ୍ଷ ଜ୍ଞାନ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତି ଓ ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଦୁର୍ଘଟଣା ଘଟିଲେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କୀୟ ତଥ୍ୟ ଆସିଷ୍ଟାଣ୍ଟ ସବ୍ଇନିସ୍ପେକ୍ଟର, (ଏନ୍. ଡି.ଆର୍.ଏଫ୍) ଜଗଦୀପ୍ ମେରୁପୁଲା ଦର୍ଶାଇଥିଲେ। ବନ୍ୟା, ବାତ୍ୟା, ଭୂକମ୍ପ ସମୟରେ ବିପନ୍ନମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏବଂ ଏହି ସମୟରେ ନିଜକୁ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏନ୍.ଡି.ଆର୍.ଏଫ୍. ଟିମ୍…
ଭୁବନେଶ୍ୱର: ‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା। ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନି ଲାଇଭ୍ରେ ଦେଶର ପ୍ରମୁଖ ରିଆଲିଟି ପ୍ରୋଗ୍ରାମ୍ ‘ଇଣ୍ଡିଆନ୍ ଆଇଡଲ୍- ସିଜନ୍-୧୪’ ପ୍ରସାରିତ ହୋଇଆସୁଛି। ଏଥିରେ ଡାକ୍ତର ରୋହନ ଲୋକପ୍ରିୟ ଚଳଚ୍ଚିତ୍ର ‘କବିର ସିଂ’ ର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନକୁ ଜିଣିବା ସହ ଆଚମ୍ବିତ କରି ଦେଇଥିଲେ। ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଂଗୀତ ବିଚାରକ ବିଶାଲ ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ରୋହନଙ୍କର ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ ‘ଡାକ୍ତର ସିଙ୍ଗର’ ନାମରେ ନାମିତ କରିଥିଲେ କାରଣ ସେ ଜଣେ ଶିଶୁ ରୋଗ ଡାକ୍ତର। ରୋହନ ଜଣେ ଡାକ୍ତର ଥିବା ଶୁଣି ବିଚାରକ କୁମାର ସାନୁ ପ୍ରଥମେ…
ରେଢାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ୍ ମିଲେଟ ମିଶନ ଓ ମହାଶକ୍ତି ଫାଉଣ୍ଡେସନ ତରଫରୁ ରେଢ଼ାଖୋଲ କୃଷି ଜିଲ୍ଲା କାର୍ଯ୍ୟାଳୟ ଠାରେ ରେଢାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରା “ମିଲେଟ ରଥ”କାର୍ଯକ୍ରମର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ୍ କୃଷି ଅଧିକାରୀ ଅମିତ୍ ପଟେଲ, ବ୍ଲକ୍ ସହ-କୃଷି ଅଧିକାରୀ ଗଗନ ବିହାରୀ ନାଏକ, ସହ- କୃଷି ଯନ୍ତ୍ରୀ ମୋନାଲିସା ରାଉତ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ। ଉପ ଜିଲ୍ଲାପାଳ ଶ୍ରୀ ବେହେରା ମିଲେଟ୍ ମିଶନର ଲକ୍ଷ୍ୟ ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇବା ଓ ସରକାରଙ୍କ ଉକ୍ତ ଯୋଜନାକୁ ଲୋକାଭିମୁଖୀ ତଥା ସଚେତନ କରିବା ପାଇଁ ଏହାର ବହୁଳ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ଅଧିକାରୀ ଶ୍ରୀ ନନ୍ଦ ପୁଷ୍ଟିଶସ୍ୟ ଜଳବାୟୁ ପରିବର୍ତ୍ତନ ସହନଶୀଳ ଶସ୍ୟ ହୋଇଥିବାରୁ ଏହାକୁ ସମସ୍ତେ ଚାଷ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ୨୦୨୧ ବର୍ଷ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ୱାହିଦା ରେହମାନଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର, ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷା ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ୱାହିଦା ରେହମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ସେ ତାଙ୍କ କଳା ଏବଂ ବ୍ୟକ୍ତିତ୍ୱ ଦ୍ୱାରା ଚଳଚ୍ଚିତ୍ର ଜଗତର ଶୀର୍ଷରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସମ୍ମାନନୀୟା, ଆତ୍ମବିଶ୍ୱାସୀ ଓ ମୌଳିକ…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତିନିଜଣ ନୂଆ ନେତାଙ୍କୁ ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି। ଯେଉଁ ତିନି ଜଣ ନେତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ସେମାନେ ହେଲେ ଦଳର ଉପସଭାପତି ଭାବେ ଦେବାଶୀଷ ଖାଡଙ୍ଗା, ସାଧାରଣ ସଂପାଦକ ଭାବେ ସୌମ୍ୟରଂଜନ ଧଳ ଏବଂ ସଂପାଦକ ଭାବେ ହୃଷିକେଶ ମେକାପ ନିଯୁକ୍ତି ପାଇଛନ୍ତି।
ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ। କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି)…
ନାଚୁଣୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଷଣ୍ଢ ଛକରେ ଏକ ବାଇକ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଦୁଇ ଯୁବକ ଗୌରାଙ୍ଗ ମାର୍ଥା ଓ କାର୍ତ୍ତିକ ମାର୍ଥା ଆଜି ଅପରାହ୍ନରେ ଏକ ବାଇକ ଯୋଗେ ନାଚୁଣୀସ୍ଥିତ ଏକ ଘରୋଇ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ହରିପୁର ଷଣ୍ଢ ଛକରେ କୌଣସି କାରଣବଶତଃ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଖବର ପାଇ ନାଚୁଣୀ ପୋଲିସ ସେଠାରେ ପହଞ୍ଚି ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଛି l
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲରେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମହୁଲି ମଦ ଜବତ କରି ନଷ୍ଟ କରିଛି। ଚଢ଼ାଉରେ ସମୁଦାୟ 17100 କେଜି ମହୁଲ ପୋଚ ଏବଂ 1280 ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯାଇଛି l ତେବେ ଜଙ୍ଗଲର ସୁଯୋଗ ନେଇ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଅନୁରୂପ ଭାବେ କୁମାରାଙ୍ଗ ଅଞ୍ଚଳର ଗଣେଶ ବାରିକଙ୍କ ନିକଟରୁ 30 ଲିଟର ଏବଂ ଆୟତପୁର ଅଞ୍ଚଳର ପତିତ ବେହେରାଙ୍କ ନିକଟରୁ 40 ଲିଟର ଦେଶୀ ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ…
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଶିଷ୍ଟ କୃଷି ବୈଜ୍ଞାନିକ, ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ, ସାଂସଦ ଓ ପ୍ରଜାମଣ୍ଡଳ ସଂଗଠକ ଗଡ଼ଜାତଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପାଠକପାଠିକାମାନେ କିପରି ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ସେ କହିଥିଲେ। ପୂର୍ବବର୍ଷ ତାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ। ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଡଜାତ ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ…
ନୂଆଦିଲ୍ଲୀ: ସମଲିଙ୍ଗୀ ଯୋଡିଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟକା ଲାଗିଛି। ସମଲିଙ୍ଗୀ ବିବାହକୁ ସ୍ୱୀକାର କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସିଜେଆଇ କହିଛି ଯେ, ଏହା ସଂସଦର ଅଧିକାର ଅଧୀନରେ ଅଛି। ସମଲିଙ୍ଗୀ ସମ୍ପର୍କର ଅଧିକାର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଆଜି ଦେଶର ସମସ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମଲିଙ୍ଗୀ ସମ୍ପର୍କକୁ ସୁପ୍ରିମକୋର୍ଟ ପୂର୍ବରୁ ଘୋଷଣା କରିସାରିଛନ୍ତି। ୧୦ ଦିନ ଧରି ଶୁଣାଣି ପରେ ୧୧ ମଇ ୨୦୨୩ ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହି ନିଷ୍ପତ୍ତି ଉପରେ ସଂରକ୍ଷିତ ରଖିଥିଲେ, ବର୍ତ୍ତମାନ କେବଳ ଏହି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା। ସମଲିଙ୍ଗୀ ବିବାହର ସ୍ୱୀକୃତି ଲୋଡିଥିବା ଆବେଦନ ଉପରେ ଏହି ରାୟ ପ୍ରଦାନ କରୁଥିବାବେଳେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଯଦି ଜଣେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକର ଦୃଶ୍ୟପଟ ପରିବର୍ତ୍ତନ କରିବାର ଗୁରୁତ୍ୱକୁ ନିଶ୍ଚିତ କରିଛନ୍ତି। ଆଭ୍ୟନ୍ତରୀଣ ଜଳପଥ ପରିବହନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଭ୍ୟନ୍ତରୀଣ ଜଳପଥଗୁଡ଼ିକ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି: https://twitter.com/PMOIndia/status/1713812896642445625?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1713812896642445625%7Ctwgr%5E7d89a204ab8f9b192ba956c0536411463d40bca9%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1968302 ‘କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ବର୍ଣ୍ଣନା କରିଛନ୍ତି ଯେ, ୨୦୧୪ ପରେ କିପରି ଆଭ୍ୟନ୍ତରୀଣ ଜଳପଥ ଏକ ଗେମ୍-ଚେଞ୍ଜର ପ୍ରମାଣିତ ହେଉଛି ଏବଂ ପରିବେଶ ଅନୁକୂଳ ତଥା କମ୍ ବ୍ୟୟବିଶିଷ୍ଟ ପରିବହନର ମାଧ୍ୟମ ଭାବେ ଉଭା ହୋଇଛି।’
ନୂଆଦିଲ୍ଲୀ: ମୁମ୍ବାଇ ଠାରେ ଆଇଓସିର ୧୪୧ତମ ଅଧିବେଶନ ପୂର୍ବରୁ ବିଶ୍ୱର ବିଭିନ୍ନ କ୍ରୀଡ଼ା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅନେକ ସଦସ୍ୟ ମାନଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଗତ ସପ୍ତାହରେ (ଅକ୍ଟୋବର ୧୩ ଓ ୧୪, ୨୦୨୩) ଦୁଇ ଦିନ ଧରି ବୈଠକ କରିଥିଲେ। ଅକ୍ଟୋବର ୧୫ ରୁ ୧୭, ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଆଇଓସି ଅଧିବେଶନ ଚାଲିଛି। ଦୁଇ ଦିନିଆ ଆଇଓସି ବୈଠକ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶନିବାର (ଅକ୍ଟୋବର ୧୪, ୨୦୨୩) ଦିନ କହିଛନ୍ତି ଯେ ଭାରତରେ ଆଇଓସି ଅଧିବେଶନ ଆୟୋଜନ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। “ମୁଁ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରୁଛି ଏବଂ ଆଶା କରୁଛି ଯେ ଅଧିବେଶନ ସଫଳ ହେବ ଏବଂ ଅଲିମ୍ପିକ୍ସ କ୍ରୀଡ଼ାରେ ନୂତନ ସଂଯୋଜନ…
ରଣପୁର: ଆଜି ରଣପୁର ବି.ସି. ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩” ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଣପୁର ରଙ୍ଗୀନ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ବି.ସି. ହାଇସ୍କୁଲର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର, ବି.ସି. ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ୧୮ଟି କ୍ଲଷ୍ଟରର ୨୦୫ ବିଦ୍ୟାଳୟରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଜ୍ୟୋତି…
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଂଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ମୟୂରଭଂଜ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା। ଏହିସବୁ ନିର୍ବାଚନମଣ୍ଡଳୀର ୨୨୩ଟି ଗ୍ରାମ ପଞ୍ଚାୟତରେ ୩୦୮୧ ଟି ପ୍ରକଳ୍ପ ହେବ। ସେହିପରି ବରଗଡ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି।…

