ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଲାଉଡି ଗାଁ ଆଇଜଜର୍ ଶିକ୍ଷାନୁଷ୍ଠାନ ର ପ୍ରଥମ ବର୍ଷ ଛାତ୍ରର ମୃତ ଦେହ ବିଏଚ୍ ୧ ଛାତ୍ରାବାସର ୭ ମ ମହଲରୁ ଉଦ୍ଧାର ହୋଇଛି। ଉକ୍ତ ଛାତ୍ରର ନାମ ସମୟ ସତ୍ୟ ମକର ମୁର୍ମୁ ଓ ଏମ୍ ଏସ୍ ସି ଇଣ୍ଟିଗ୍ରେଟେଡ୍ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଏହି ମାତ୍ର ୨୦ ଦିନ ତଳେ ସେ ଉକ୍ତ ଛାତ୍ରାବାସରେ ରହୁଥିଲା। ତାର ଘର ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର କଲୋନୀ ଓ ତା’ର ବାପା ସେହି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର କର୍ମଚାରୀ ବୋଲି ଜଣାପଡିଛି। ତାର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଛାତ୍ରାବାସର ଅନ୍ତେବାସୀମାନଙ୍କ ଠାରୁ ଖବର ପାଇ ଅନୁଷ୍ଠାନର କର୍ମଚାରୀ ମେଡିକାଲ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ତା’ର ବିୟୋଗ ଘଟିଛି। ଗୋଳନ୍ଥରା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Author: Samikhsya Bureau
ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଏବଂ ଭୀମପୁର ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଯେଉଁଥିରେ ଦେଶୀ ମଦ ଚୋରାଚାଲଣା ଅଭିଯୋଗରେ ଦୁଇଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏହାସହିତ ଉଭୟ ଅଭିଯୁକ୍ତଙ୍କ ଠାରୁ ୧୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଦୁଇ ଅଭିଯୁକ୍ତଙ୍କ ନାମ ଗଙ୍ଗାଧର ଦଣ୍ଡସେନା ଓ ସୁକାନ୍ତ ସେଠି ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଯଥାକ୍ରମେ ୩୫ ଲିଟର ଓ ୬୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଉଭୟଙ୍କ ନାମରେ ଯଥାକ୍ରମେ ୧୨୦/୨୩-୨୪ ଓ ୧୨୧/୨୩-୨୪ ଅନୁଯାୟୀ ବାଲୁଗାଁ ଅବକାରୀ ଥାନାରେ ମାମଲା ରୁଜୁ କରାଯାଇଛି। ତେବେ ଖବର ପାଇ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରୟଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ତପନ ସ୍ୱାଇଁଙ୍କ ତତ୍ୱାବଧାନରେ ଉକ୍ତ ଚଢ଼ାଉ କରାଯାଇଥିଲା।
ନୂଆଦିଲ୍ଲୀ: ବର୍ଷା ହେତୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଧୋଇ ହୋଇଯାଇଛି। ଏହା ପରେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ ଘୋଷିତ କରାଯାଇଛି। ର଼୍ୟାଙ୍କିଙ୍ଗ ଆଧାରରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ପୁରୁଷ କବାଡି ମ୍ୟାଚ୍ରେ ଲାଲ୍ ପଏଣ୍ଟ ଯୋଗୁଁ ଖେଳ ଦୀର୍ଘ ସମୟ ଧରି ବନ୍ଦ ହୋଇଯାଇଥିଲା। ମହିଳା କବାଡି ଦଳ ଭାରତ ପାଇଁ ୧୦୦ ତମ ପଦକ ଜିତିଛି। ମହିଳାମାନେ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ଗେମ୍ସରେ ୧୦୦ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବରୁ ଆଜି ତୀରନ୍ଦାଜରେ ଚାରିଟି ପଦକ ଜିତିଥିଲେ। ଏସୀୟ ଗେମ୍ସରେ ପୁରୁଷ ଯୌଗିକ ବ୍ୟକ୍ତିଗତ ଇଭେଣ୍ଟରେ ଓଜସ୍ ଦେଓତଲେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅଭିଷେକ ବର୍ମାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିବ। ଏହାପୂର୍ବରୁ ଜ୍ୟୋତି ମହିଳା କମ୍ପାଉଣ୍ଡ ଫାଇନାଲରେ ଦକ୍ଷିଣ କୋରିଆର ସୋ ଚାଓନଙ୍କୁ ୧୪୯-୧୪୫ ରେ…
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଲେଷ୍ଟାଇନର ଉଗ୍ରବାଦୀ ହମାସ ଗୋଷ୍ଠୀ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ନେତାନ୍ୟାହୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହୋଇଯାଇଛି, ଇସ୍ରାଏଲ ଉପରେ ଆକ୍ରମଣ କରିବାର ଫଳାଫଳ ଭୟଙ୍କର ହେବ। ଏହାପୂର୍ବରୁ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ ମଧ୍ୟ ଯୁଦ୍ଧ ଘୋଷଣା କରିଥିଲେ।
ନୂଆଦିଲ୍ଲୀ: ବିଏସପିର ପୂର୍ବତନ ନେତା ଇମ୍ରାନ ମାସୁଦ ଆଜି କଂଗ୍ରେସରେ ଯୋଗ ଦେଇକ୍ବ୍ହହାନ୍ତି। ସେ ଦିଲ୍ଲୀରେ ସଂଗଠନ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଉପସ୍ଥିତିରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଇମ୍ରାନ ମାସୁଦ ପୂର୍ବରୁ କଂଗ୍ରେସରେ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଥିଲେ। ଏହା ପରେ ଇମ୍ରାନ ମାସୁଦ ଏସପିରେ ଯୋଗ ଦେଇଥିଲେ, କିନ୍ତୁ ସେ ସେଠାରେ ଅଧିକ ସମୟ ରହିପାରିନଥିଲେ ଏବଂ ପରେ ବିଏସପିରେ ଯୋଗ ଦେଇଥିଲେ। ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ପରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କୁ ଅନୁଶାସନହୀନତା ଅଭିଯୋଗରେ ଦଳରୁ ବହିଷ୍କାର କରିଥିଲେ। ଇମ୍ରାନ ମାସୁଦ ରାହୁଲ ଗାନ୍ଧୀଙ୍କୁ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କେବଳ ରାହୁଲ ଗାନ୍ଧୀ ବିଜେପିକୁ ଅଟକାଇ ପାରିବେ ବୋଲି କହିଛନ୍ତି। ଦଳରେ ଯୋଗଦେବା ପୂର୍ବରୁ ସେ କହିଥିଲେ ଯେ କଂଗ୍ରେସ ଛାଡି…
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ୧୦୦ ପଦକ ଜିତିଛି। ଏହି ଖବର ଲେଖିବା ପର୍ଯ୍ୟନ୍ତ ଭାରତୀୟ ଦଳ ୨୫ ଟି ସ୍ଵର୍ଣ୍ଣ ପଦକ ଜିଟିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର ମହିଳା କବାଡି ଦଳ ଏହାର ୧୦୦ ତମ ପଦକ ଜିତିଛି। ଭାରତୀୟ ଦଳ ସ୍ୱର୍ଣ୍ଣ ଜିତିଛି। ମହିଳା କବାଡିର ଫାଇନାଲ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଭାରତ ଏହାକୁ ୨୬-୨୪ ରେ ଜିତିଥିଲା। ଆଜି ସକାଳେ ଟିମ୍ ଇଣ୍ଡିଆ ପାଇଁ ଭଲ ଥିଲା। ତୀରନ୍ଦାଜରେ ଭାରତୀୟ ଦଳ ଦୁଇଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲା। ଏହା ସହିତ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲା। ୨୫ ଟି ସ୍ୱର୍ଣ୍ଣ ସହିତ ଭାରତ ୧୦୦ ପଦକ ଜିତିଛି: ଭାରତୀୟ ଖେଳାଳିମାନେ ଏସିଆନ୍ ଗେମ୍ସ-୨୦୨୩ ରେ ୧୦୦ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଟିମ୍ ଇଣ୍ଡିଆ…
ନୂଆଦିଲ୍ଲୀ: କାନାଡାର ବେଙ୍କୁଭର ନିକଟ ଚିଲିୱେକ୍ ରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ପ୍ରଶିକ୍ଷକ ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଉକ୍ତ ଅଞ୍ଚଳର ଏକ ଗଛକୁ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଭାରତୀୟ ପାଇଲଟଙ୍କ ନାମ ଅକ୍ଷୟ ଗଡ୍ରୁ ଏବଂ ଯଶ ବିଜୟ ରାମୁଗାଡେ ଏବଂ ସେମାନେ ମୁମ୍ବାଇର ବାସିନ୍ଦା ଥିଲେ। ସ୍ଥାନୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରୁଛନ୍ତି।
ଭୁବନେଶ୍ବର: କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ। ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ଓ୍ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା ଜରୁରୀ। ସଠିକ୍ ଭାବରେ ହାତଧୁଆ କୋଭିଡ୍ ସଂକ୍ରମଣକୁ କମାଇବା ସହିତ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲା। ସଠିକ୍ ଭାବରେ ହାତ ଧୂଆ ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଆଦି ସମ୍ପୃକ୍ତ ବିଭାଗ ଦ୍ୱାରା ବିଭିନ୍ନ ସମୟରେ ସଚେତନ କରାଯାଉଛି। ଏବେ ଏହି ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ୟୁନିସେଫ ଦେଶବ୍ୟାପୀ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରୁଛି। ଓଡିଶାରୁ ପ୍ରଥମେ ଏହି ରୋଡମ୍ୟାପ୍ ଆରମ୍ଭ କରାଯାଇଥିବା ସଂପର୍କରେ ଗୁରୁବାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…
ନୂଆଦିଲ୍ଲୀ: ଆଜି ଏହି ବିଶ୍ୱକପ୍ର ପ୍ରଥମ ଡବଲ୍ ହେଡର୍ ହେବାକୁ ଯାଉଛି। ଆଜି ଦୁଇଟି ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ, ଅନ୍ୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅପରାହ୍ନ ୨ ଟାରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇଟି ଦଳର ପୁରୁଣା ରେକର୍ଡ ଏବଂ ସାମ୍ପ୍ରତିକ ଫର୍ମକୁ ଦେଖିଲେ ଦକ୍ଷିଣ ଆଫ୍ରିକା ମଜବୁତ ଥିବା ଜଣାପଡୁଛି। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ଦିନିକିଆ ସିରିଜ ଜିତିଥିବାବେଳେ ଏସିଆ କପ୍ର ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ମାତ୍ର ୫୦ ରନ୍ରେ ଅଲଆଉଟ୍ ହୋଇଛି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଏହି ଦୁଇ ଦଳ ମଧ୍ୟରେ ଅଧିକାଂଶ ଦିନିକିଆ ମ୍ୟାଚ୍ ଜିତିଛି। ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ…
ଭୁବନେଶ୍ବର: ପୂର୍ବତମ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ ହୋଇଛି। ଦିଲ୍ଲୀ ପୋଲିସ ସେହି ବ୍ୟକ୍ତିର ଫୋନ ନମ୍ବର ଟ୍ରାକ କରିବା ପରେ ସେ ବାଙ୍ଗାଲୁରୁରେ ଥିବା ଜଣାପଡିଥିଲା। ଫଳରେ ଦିଲ୍ଲୀ ପୋଲିସ ସେଠାକୁ ଯାଇ ସେହି ବ୍ୟକ୍ତିଙ୍କୁ ଗିରଫ କରି ଦିଲ୍ଲୀ ଆଣିଛନ୍ତି। ତେବେ ଦିଲ୍ଲୀରେ ତାହାକୁ ପଚରାଉଚୁରା କରିବା ପରେ ସେ ହତାସ ହୋଇ ଏପରି କରିଥିବା ସ୍ବୀକାର କରିଥିଲା। ଏହି ଫୋନ କଲରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ବୈଜୟନ୍ତ ପଣ୍ଡା ଅଫିସ ତାହାକୁ ଛାଡି ଦେବା ପାଇଁ ଦିଲ୍ଲୀ ପୋଲିସକୁ ଅନୁରୋଧ କରିଥିଲେ। ଏହାପରେ ପୋଲିସ ସେହି ବ୍ୟକ୍ତିଙ୍କଠାରୁ ଏକ ଅଣ୍ଡରଟେକିଂ ରଖି ଛାଡି ଦେଇଥିବାର ଜଣାପଡିଛି।
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ପ୍ରତିଷ୍ଠିତ ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟରର ବିଭିନ୍ନ ସେବାକୁ ସଂପ୍ରସାରିତ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଚଳନବାଧିତଙ୍କ ପାଇଁ ପ୍ରସିଦ୍ଧ ଜୟପୁର ଫୁଟ୍ ପ୍ରସ୍ତୁତିରେ ୫୦ ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଲୋକପି୍ରୟତା ଅର୍ଜନ କରିଥିବା ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି, ଜୟପୁର ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ ସ୍ଥାପିତ ଏହି ଫୁଟ୍ ସେଣ୍ଟର ଖୋର୍ଦ୍ଧା ଜିଲ୍ଲା ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ସେବା ଯୋଗାଇଦେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଅପ୍ରେଲ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଫୁଟ୍ ସେଣ୍ଟର ଉଦ୍ଘାଟିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ହିତାଧିକାରୀ ଏହି କେନ୍ଦ୍ର ଦ୍ୱାରା ଉପକୃତ ହେଲେଣି। ଭିନ୍ନକ୍ଷମମାନଙ୍କ ସୁବିଧା ଦୃଷ୍ଟିରୁ ଫୁଟ୍ ସେଣ୍ଟରର ସେବା ଖୋର୍ଦ୍ଧା ସମେତ ଗଞ୍ଜାମ, ପୁରୀ, କଟକ…
ଭୁବନେଶ୍ବର: ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ‘ବିଶ୍ୱ ଏକ ପରିବାର ଏବଂ ଅହିଂସା ଶ୍ରେଷ୍ଠ ଦର୍ଶନ’ କାର୍ଯ୍ୟକ୍ରମ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଙ୍କର ଦର୍ଶନ, ତ୍ୟାଗ ଓ ଅହିଂସାର ବାର୍ତ୍ତା ଉପରେ ସମ୍ବୋଧିତ କରିଥିଲେ। ଗାନ୍ଧିଜୀ ବିଶ୍ୱକୁ ଏକ ପରିବାର ଭାବରେ ଅଭିହିତ କରିଥିଲେ ଏବଂ ତାଙ୍କର ଅହିଂସାର ଅସ୍ତ୍ରରେ ପରାକ୍ରମୀ ଇଂରେଜକୁ ଭାରତରୁ ବିତାଡ଼ିତ କରିଥିଲେ। ଗାନ୍ଧୀଙ୍କ ଏହି ଅହିଂସା ସଂଗ୍ରାମ କେବଳ ଭାରତକୁ ପରାଧିନତାରୁ ମୁକ୍ତି ଦେଇ ନ ଥିଲା ବରଂ ଗାନ୍ଧୀଙ୍କ ମାର୍ଗକୁ ଅନୁଶରଣ କରି ବିଶ୍ୱର ଅନେକ ଦେଶ ନିଜକୁ ସ୍ୱାଧିନ କରାଇବାରେ ସକ୍ଷମ ହୋଇଥିଲେ ତେଣୁ ଗାନ୍ଧିଜୀଙ୍କ ଦର୍ଶନ ପ୍ରକୃତରେ ଶ୍ରେଷ୍ଠ ଦର୍ଶନ ବୋଲି ରାଜ୍ୟପାଳ ତାଙ୍କ ଭାଷଣରେ କହିଥିଲେ। ଏହି ସଭାରେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ।…
ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି। ୨୦୨୧ରେ ଷ୍ଟାନ୍ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ ଜଣ ଗବେଷକ ଏହି ତାଲିକାରେ ଅନ୍ତଭୁର୍କ୍ତ କରିିଥିଲେ । ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି…
ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ। କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ ଦେଶ ହରାଇଛି। ଭାରତ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନ୍ ଭାରତକୁ ଭଲ ପାଉଥିଲେ। ସେ ଚାହୁଁଥିଲେ, ଆମ ଦେଶ ସମୃଦ୍ଧ ହେଉ, ବିଶେଷ କରି ଆମ କୃଷକମାନେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରନ୍ତୁ । ଶିକ୍ଷାଗତ ଦୃଷ୍ଟିରୁ ସେ ଯେକୌଣସି କ୍ୟାରିୟର ବାଛି ପାରିଥାନ୍ତେ, କିନ୍ତୁ ୧୯୪୩ ମସିହାର ବଙ୍ଗ ଦୁର୍ଭିକ୍ଷ ଦେଖି ସେ ଏତେ ପ୍ରଭାବିତ ହୋଇଥିଲେ ଯେ କୃଷି କ୍ଷେତ୍ରରେ ଅଧ୍ୟୟନ ପାଇଁ ପଣ କରିଥିଲେ। ଖୁବ୍ କମ୍ ବୟସରେ, ସେ ଡକ୍ଟର ନର୍ମାନ ବୋର୍ଲାଗଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ଅତି ବିସ୍ତୃତ ଭାବରେ ଅନୁସରଣ କରିଥିଲେ। ୧୯୫୦ ଦଶକରେ ସ୍ୱାମୀନାଥନଙ୍କୁ ଆମେରିକାରେ ଅଧ୍ୟାପକ ପଦବୀ ପାଇଁ…
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କୃଷି କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ମିଲେଟ୍ ମିଶନର ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ରେଢ଼ାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ କୃଷି ଅଧିକାରୀ ଅମିତ୍ ପଟେଲ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ପାଢ଼ୀ, ପୋଷଣ ର ବ୍ଲକ ସଂଯୋଜକ ପଙ୍କଜ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଓଡ଼ିଶା ମିଲେଟ୍ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ସୁଧାଂଶୁ ରାୟଗୁରୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଉପ ଜିଲ୍ଲାପାଳ ଶ୍ରୀ ବେହେରା ମାଣ୍ଡିଆ ହେଉଛି ବହୁବିଧ ପୋଷକ ତତ୍ତ୍ଵ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସର୍ବୋତ୍ତମ ବିକଳ୍ପ ବୋଲି ମତ ବ୍ୟକ୍ତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ନନ୍ଦ ସାମ୍ପ୍ରତିକ ପରିସ୍ଥିତିରେ କ୍ଷୁଦ୍ର ଶସ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସିକ୍କିମ ସହ ଏହି ଜଟିଳ ପରିସ୍ଥିତିରେ ସମ୍ପୂର୍ଣ୍ଣ ଭାବରେ ରହିଛନ୍ତି। ସିକ୍କିମ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ 2023-24 ବର୍ଷ ପାଇଁ ସିକ୍କିମର ପ୍ରଭାବିତ ଲୋକଙ୍କୁ ରିଲିଫ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ର ସେଣ୍ଟ୍ରାଲ୍ ସେୟାରର 44.80 କୋଟି ଟଙ୍କାର ଉଭୟ କିସ୍ତି ପ୍ରଦାନକୁ ଅନୁମୋଦନ କରିଛନ୍ତି। ଅନ୍ୟପକ୍ଷରେ, ଗ୍ଲାସିୟାଲ୍ ଲେକ ଆଉଟବର୍ଷ୍ଟ ବନ୍ୟା (ଜିଏଲଓଏଫ) / କ୍ଲାଉଡ୍ ବର୍ଷ୍ଟ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି, ଯାହା ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ଖୁବ୍ ଶୀଘ୍ର ପରିଦର୍ଶନ କରିବ। ଆଇଏମସିଟି ର ମୂଲ୍ୟାଙ୍କନ ଉପରେ ଆଧାର କରି, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ରୁ…
ଭୁବନେଶ୍ବର: ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍ ଗ୍ରହଣ କରିଥିଲେ। ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ। ସେହିପରି ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ…
ଭୁବନେଶ୍ବର: ସାଇବର ଅପରାଧୀଙ୍କ ଦିନକୁ ଦିନ ଅପରାଧର ତରିକା ବଦଳିବାରେ ଲାଗିଛି। କେତେବେଳେ ସେମାନେ କେଉଁ ମାଧ୍ୟମରେ ଅପରାଧ କରୁଛନ୍ତି ତାହା ଜ୍ଞାନୀ ଶିକ୍ଷିତ ଲୋକଙ୍କୁ ମଧ୍ୟ ଜାଣିବା କଷ୍ଟକର ହୋଇପଡିଛି। ନିକଟରେ ସେହିପରି ଏକ ନୂଆ ତରିକାରେ ସାଇବର ଅପରାଧୀ ବିଭିନ୍ନ ଲୋକଙ୍କୁ ଠକିଥିବାର ନଜରକୁ ଆସିଛି। ଘଟଣାରୁ ଜଣାପଡିଛି ଯେ, ସାଇବର ଅପରାଧୀମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେସବୁକ ମେସେଞ୍ଜରକୁ ହାକ କରି ନେଉଛନ୍ତି। ସେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମେସେଞ୍ଜର ମାଧ୍ୟମରେ ସେମାନେ ତାଙ୍କର ପରିଚିତ ବ୍ୟକ୍ତିମାନଙ୍କୁ ମେସେଜ ପଠାଉଛନ୍ତି। ସେଥିରେ ସେମାନେ ପ୍ରଥମେ ଆପଣଙ୍କ ମୋବାଇଲ ନମ୍ବରଟି ଦିଅନ୍ତୁ ବୋଲି ଉଲ୍ଲେଖ କରୁଛନ୍ତି। ଯେହେତୁ ସେହି ପ୍ରତିଷ୍ଠତ ବ୍ୟକ୍ତି ଜଣଙ୍କ ଆପଣଙ୍କ ପରିଚିତ, ତେଣୁ କାଳେ ସେ ଫୋନ ନମ୍ବର ହଜାଇ ଦେଇଥିବେ ଭାବି ଆପଣ ତାଙ୍କୁ ନମ୍ବର ପ୍ରଦାନ କରିବେ। ଏହାପରେ ସେହି ମେସେଞ୍ଜରରୁ ମେସେଜ ଆସିବ ଯେ, ମୋର ଜଣେ ବନ୍ଧୁ ସିଆରପିଏଫ ରେ ଚାକିରୀ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କ ସହ ବାମପନ୍ଥୀ ଉଗ୍ରବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ମହାନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ବର୍ତ୍ତମାନ ଏହି ଲଢ଼େଇ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପବଦ୍ଧତା ଏବଂ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ସମସ୍ତ ରାଜ୍ୟର ସହଯୋଗରେ ୨୦୨୨…
ନୂଆଦିଲ୍ଲୀ: ବିଭିନ୍ନ କ୍ରୀଡା କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଏହା ହେଉଛି ପ୍ରମାଣ ଯେ, ଏସୀୟ ଗେମ୍ସରେ ଭାରତ ନିଜର ୭୨ ବର୍ଷ ପୁରୁଣା ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛି। ଚଳିତ ବର୍ଷର ଏସୀୟ ଗେମ୍ସରେ ଭାରତର ୧୦୦ ପଦକ ନିଶ୍ଚିତ ହୋଇଛି ଏବଂ ଗତ କିଛି ଦଶନ୍ଧି ମଧ୍ୟରେ ଏହା ହୋଇ ନଥିଲା। ଏହି ସମୟର ଏସୀୟ ଗେମ୍ସରେ ଭାରତ ୧୩ ତମ ଦିନ ପର୍ଯ୍ୟନ୍ତ ୯୫ ପଦକ ଜିତିଛି ଏବଂ ବିଭିନ୍ନ ଇଭେଣ୍ଟରେ ଭାରତର ଅତି କମରେ ୯ ଟି ଅତିରିକ୍ତ ପଦକ ମଧ୍ୟ ନିଶ୍ଚିତ ହୋଇଛି। ଏହାର ଅର୍ଥ ହେଉଛି ଭାରତ ଏଥର ୧୦୦ ରୁ ଅଧିକ ପଦକ ଜିତିବାକୁ ଯାଉଛି, ଯାହା ଏକ ନୂଆ ରେକର୍ଡ ହେବ। କ୍ରମାଗତ ୧୩ ଦିନ ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତ ଏପର୍ଯ୍ୟନ୍ତ ମୋଟ ୯୫ ପଦକ…
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…

