Author: Samikhsya Bureau

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କେ. ବରିଡ଼ା ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ କଳାକାରଙ୍କ ମହାଧିବେଶନ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନଙ୍କୁ ସମାଜସେବୀ ପ୍ରତାପ ନାୟକ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇଥିବା ବେଳେ ପ୍ରଫେସର ଡକ୍ଟର ବିଦ୍ୟୁତପ୍ରଭା ସାହୁ ପୌରହିତ୍ୟ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସମ୍ମିଳନୀର ସଭାପତି ବିପ୍ଳବୀ କବି ପ୍ରଶାନ୍ତ ମିଶ୍ର, ଉପସଭାପତି ଡାକ୍ତର ଗୌରାଙ୍ଗ ରାଉତ, ଇ. ମାହେଶ୍ୱରୀ ଦୋରା ଉପସ୍ଥିତ ଥିଲେ। ଏହି ଅବସରରେ କିଛି ଆଞ୍ଚଳିକ ସ୍ୱନାମଧନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଇନ୍ଦ୍ରମଣି ସାସମଲ, ନାରାୟଣ ଲେଙ୍କା, ଲକ୍ଷ୍ମଣ ଗୌଡ଼, ପାଣ୍ତବ ନାହାକ, ଶ୍ରୀକର ମିଶ୍ର, ବାସୁଦେବ ଶତପଥି, ପ୍ରଫୁଲ୍ଲ ବେହେରା, ପ୍ରଭାକର…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ମିଲିଟାରୀ କ୍ୟାଣ୍ଟନମେଣ୍ଟ୍ ନିକଟ ହାତୀପାଦୁ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଜଣେ ଅଚିହ୍ନା ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ଅଞ୍ଚଳବାସୀ ଉକ୍ତ ଶବକୁ ଦେଖିବା ପରେ ଗୋପାଳପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଶବଟି ପ୍ରାୟ ୧୦ ଦିନ ପୁର୍ବର ବୋଲି ପୋଲିସ ଆଶଂକା କରୁଛନ୍ତି। ଯୁବକ ଜଣକ ଏକ କଳା ରଙ୍ଗର ଫୁଲ ପ୍ୟାଣ୍ଟ୍ ପିନ୍ଧିଛି। ଶବ ମିଳିଥିବା ଅଞ୍ଚଳ ଟି ଲଉଡି ଗ୍ରାମ ନିକଟରେ ନିର୍ମାଣାଧୀନ ଆଇଜର କ୍ୟାମ୍ପସ ଅଞ୍ଚଳ ହୋଇଥିବାରୁ କେଉଁ ପରିସ୍ଥିତିରେ କାହାର ଏହି ମ୍ରୁତ ଦେହ ପଡ଼ିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Read More

ଯାଜପୁର: ଭାରତର ବୃହତ୍ତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆପାରେଲ୍‌ ଏବଂ ଆସେସୋରୀ ସ୍ପେସିଆଲିଟି ଚେନ୍‌ ରିଲାଏନ୍ସ ରିଟେଲ, ଟ୍ରେଣ୍ଡସ୍ ଓଡ଼ିଶାର ଯାଜପୁର ଜିଲ୍ଲାର ଦାନଗଦି ଟାଉନରେ ଏହାର ନୂଆ ଷ୍ଟୋର୍ ଶୁଭାରମ୍ଭ ଘୋଷଣା କରିଛି। ଟ୍ରେଣ୍ଡସ୍ ବାସ୍ତବରେ ଭାରତର ଫ୍ୟାସନରେ ଗଣତନ୍ତ୍ରର ବିକାଶ କରିଛି ଏହା ଭାରତର ଗ୍ରାହକଙ୍କ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟାୟାର ୧, ଟାୟାର ୨ ଟାଉନ୍ ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ସମ୍ପର୍କ ଦୃଢ଼ କରିଛି ଏବଂ ଭାରତର ସର୍ବାଧିକ ପସନ୍ଦର ଫ୍ୟାସନ୍ ସପିଙ୍ଗ୍ ଡେଷ୍ଟିନେସନ୍ ପାଲଟିଛି। ଦାନଗଦିରେ ଟ୍ରେଣ୍ଡସ୍ ଷ୍ଟୋରର ଆଧୁନିକ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ୍ ମର୍ଚ୍ଚାଣ୍ଡାଇଜର ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏହି ଟାଉନ୍‌ର ଗ୍ରାହକମାନେ ଟ୍ରେଣ୍ଡି ଓମେନ୍ ୱିୟର୍, ମେନ୍ସ ୱିୟର୍, କିଡସ୍ ୱିୟର୍…

Read More

ନୂଆଦିଲ୍ଲୀ/ ଭୁବନେଶ୍ୱର: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତରେ ଆଇସିସି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ଷ୍ଟାଡିୟମଗୁଡ଼ିକରେ ରିଲାଏନ୍ସ ଜିଓର ଡାଉନଲୋଡ୍ ସ୍ପିଡ୍ ଏୟାରଟେଲଠାରୁ ଦୁଇଗୁଣ ଏବଂ ଭୋଡାଫୋନ୍ ଆଇଡିଆଠାରୁ ୩.୫ ଗୁଣ ଅଧିକ ରହିଛି। ଓପନ୍ ସିଗନାଲର ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟ୍ ଷ୍ଟାଡିୟମ୍ ଭିତରେ ଓ ବାହାରେ ମପାଯାଇଥିବା ଡାଉନଲୋଡ୍ ସ୍ପିଡରେ ଜିଓ ବାଜି ମାରିଛି। ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ୬୧.୭ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ ୩୦.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ଏବଂ ଭୋଡାଫୋନ୍ ଆଇଡିଆ ୧୭.୭ ଏମବିପିଏସ୍ ସହ ତୃତୀୟ ସ୍ଥାନରେ ରହିଛି। ଓପନ୍ ସିଗନାଲ ରିପୋର୍ଟରେ ୫ଜି ଡାଉନଲୋଡ୍ ସ୍ପିଡରେ ମଧ୍ୟ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି। ଏୟାରଟେଲ ତୁଳନାରେ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୨୫.୫ ପ୍ରତିଶତ ଅଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୪୪.୫…

Read More

ଭୁବନେଶ୍ବର: ଦୀର୍ଘ ଏକ ମାସ ଧରି ନିଜର ହକ ପାଇଁ ଦାବୀ କରି ଆସୁଥିବା ଓ ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବୀ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ଆକ୍ରୋସ ପରେ ପୋଲିସ ସହିତ ସେମାନଙ୍କ ମତାନ୍ତର ହେବାରୁ ଶେଷରେ ପୁନଶ୍ଚ ରାଜ୍ୟ ସରକାର ଆଲୋଚନା କରିବା ପାଇଁ ଡାକିଥିଲେ ଏଠାରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ,ଉପସଚିବ ସୁମିତ୍ରା ସେନାପତି, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ ରତ ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଙ୍କ ଦାବୀ ପୂରଣ ନେଇ ମହଲତ ମାଗିଥିଲେ। ବିଧାନସଭା ପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ତୁରନ୍ତ ସେମାନଙ୍କ ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ। ପରେ ଆନ୍ଦୋଳନ ରତ ଛାତ୍ର ଛାତ୍ରୀ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ମେମ୍ବର ଓ…

Read More

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ (ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପକ୍ରମ) ପକ୍ଷରୁ ପୁସ୍ତକ ଦୁଇଟି ପ୍ରକାଶ ପାଇଥିବାବେଳେ ଦେବଦତ୍ତଙ୍କ ଲିଖିତ ମୂଳ ଇଂରାଜୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି କବି, ଅନୁବାଦକ ତଥା କିଟ୍‌ ବିଶ୍ବବିଦ୍ୟାଳୟର ଉପକୁଳପତି ତପନ କୁମାର ପଣ୍ଡା। ଆସନ୍ତାକାଲି ସକାଳ ୧୦ଟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସଭାଗୃହରେ ହେବାକୁ ଥିବା ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଲେଖକ, ଗବେଷକ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରୀଷ୍ଣନ୍‌ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏ ଅବସରରେ ‘ସୋମନାଥରୁ ଜଗନ୍ନାଥ’ ଶୀର୍ଷକ ପ୍ରସଙ୍ଗ ଉପରେ ଶ୍ରୀ ପଟ୍ଟନାୟକ ଓ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲା ୨୦୨୩ ଦିନ ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି…

Read More

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ସେହିପରି ଆଉ ଦୁଇଟି ମଜବୁତ ଓ ପ୍ରେରଣା ଦାୟୀ କାହାଣୀକୁ ନେଇ ଦୁଇଟି ମେଗା ଧାରାବାହିକ ‘ଶକ୍ତି’ ଓ ‘ସନ୍ଧ୍ୟା ରାଗିଣୀ’ ଆସୁଛି କେବଳ ଜୀ-ସାର୍ଥକରେ। ‘ଶକ୍ତି’ ହେଉଛି ଶକ୍ତି ମହାପାତ୍ର ନାମକ…

Read More

ଶୀଳଭଦ୍ର ଶାସ୍ତ୍ରୀ ମୁଁ ହେଲି ଉଇଲିସ୍ କମ୍ପାନୀ,ଆମେରିକା ଦ୍ବାରା ୧୯୪୬ ମସିହାରେ ଧରା ପୃଷ୍ଠକୁ ଆସିଥିବା ଏକ ମୋଟର ଜାନ,ଆଉ ନାଁ ମୋର ଥିଲା ‘ଷ୍ଟେସନ ଓ୍ବାଗନ’ ! ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବା ବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୁଖଣ୍ଡରେ,ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ ! ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା !ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୁଖଣ୍ଡରେ ରାଜ୍ କରିବା ପାଇଁ,ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା ! ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ,ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର…

Read More

ଭୁବନେଶ୍ବର: ଓଡ଼ିଶାରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ଗତକାଲି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର,ମାଇକ୍ରୋବାୟୋଲୋଜି, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ , ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ।

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସ୍ପଷ୍ଟ ଭାବେ ପ୍ରତିୟମାନ ହୋଇଛି। ଫଳରେ ପୂର୍ବ ଅପେକ୍ଷା ଏହା ବେଶ୍ ସକ୍ରିୟ ହୋଇପଡିଛି। ବର୍ତ୍ତମାନ ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗ ଆଡକୁ ଗତି କରିବ ବୋଲି ଜଣାପଡିଛି। ଏହା ପରେ ଏହି ଲଘୁଚାପ ଉତ୍ତର ଓଡିଶା ମୁହାଁ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଏହି ସଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା। ଆଜି କେତେକ ସ୍ଥାନରେ ପ୍ରବଳ ଘଡଘଡି ସହିତ ବଜ୍ରପାତ ମଧ୍ୟ ହୋଇଛି।

Read More

ଭୁବନେଶ୍ବର: ଆଜି ପୁଣି ଥରେ ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହି ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ଗୃହର ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହାଙ୍ଗାମା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ। ଏଥିରେ ସେମାନେ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ। ଏଥିସହିତ ବିରୋଧୀ ଦଳର ନେତାଙ୍କୁ ଯେଉଁ ଅଶାଳିନ ମନ୍ତବ୍ୟ ପ୍ରଦାନ କରାଯାଇଛି ତାହାକୁ ବିବରଣୀରୁ ବାଦ ଦେବା ପାଇଁ ସେମାନେ ଦାବୀ କରିଥିଲେ।

Read More

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କ୍ରିକେଟ୍ ର ଏହି ମହାକୁମ୍ଭ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ, କିନ୍ତୁ ଆଜି ଠାରୁ ୱାର୍ମ ଅପ୍ ମ୍ୟାଚ୍ ଆରମ୍ଭ ହୋଇଛି। ବର୍ତ୍ତମାନ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ସର୍ବଶ୍ରେଷ୍ଠ ଖେଳୁଥିବା ଏକାଦଶ ସହିତ ପଡିଆ ଆସି ବିଶ୍ୱକପ ପାଇଁ ପ୍ରସ୍ତୁତି ଶେଷ କରିପାରିବେ। ବିଶ୍ୱକପ ପାଇଁ ନିଜର ଖେଳାଳି ଏକାଦଶକୁ ବାଛିବା ପାଇଁ ଉଭୟ ଦଳର ଏହି ଉତ୍ତମ ସୁଯୋଗ ରହିଛି। ପ୍ରକାଶ ଯେ ୱାର୍ମ ଅପ୍ ମ୍ୟାଚ୍ ରେ ସମସ୍ତ ୧୫ ଖେଳାଳିଙ୍କୁ ବ୍ୟବହାର କରାଯାଇପାରିବ। ଯଦିଓ କେବଳ ୧୧ ଖେଳାଳି ବ୍ୟାଟିଂ କରିବେ, ଖେଳାଳି ଏକାଦଶକୁ ବାଛିବାର କୌଣସି ଆବଶ୍ୟକତା ନାହିଁ। ଯେକେହି ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ ଏବଂ ଯେକୌଣସି ସ୍ଥାନରେ ବୋଲିଂ କରିପାରିବେ। ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଜୁଲାଇ ମାସରେ ପ୍ରାୟ ୧.୪୨ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଏହା ସହିତ ଜିଓ ୨୦୨୩ ଜୁଲାଇ ୩୧ ସୁଦ୍ଧା ସର୍ବାଧିକ ୧.୪୩ କୋଟି ମୋବାଇଲ ଗ୍ରାହକ ଏବଂ ୨.୩୮ ଲକ୍ଷ ଜିଓଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ ବର୍ଗରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି। ଏହି ମାସରେ ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫ ଲକ୍ଷ ବୃଦ୍ଧି ପାଇଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ସାରା ଦେଶରେ…

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଭାଦ୍ରବ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଆଶ୍ବନୀ ମାସ। ଏହି ମାସରେ ମହାଳୟା ଅମବାସ୍ୟା ପର୍ଯ୍ୟନ୍ତ ପିତୃ ପକ୍ଷ ବୋଲି ଧରାଯାଏ। ସେଥିପାଇଁ ଏହିଦିନରୁ ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ତଥା ପିଣ୍ଡଦାନ କରାଯାଇଥାଏ। ମୁଖ୍ୟତଃ ପୁରୀରେ ଥିବା ବିଭିନ୍ନ ତିର୍ଥ ପୁଷ୍କରଣୀ ଗୁଡ଼ିକରେ ପିଣ୍ଡଦାନ ପାଇଁ ଲୋକଙ୍କ ଆଗ୍ରହ ରହିଥାଏ। ସେଥିପାଇଁ ଏହି ସମୟରେ ଶ୍ରୀକ୍ଷେତ୍ରରେ ଗହଳି ଆରମ୍ଭ ହୋଇଯାଏ। ପୁରୀରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ନରେନ୍ଦ୍ର ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି।

Read More

ନୂଆଦିଲ୍ଲୀ: ସ୍ବଚ୍ଛତା ହିଁ ସେବାର ଅଂଶସ୍ବରୂପ କୋଇଲା ମନ୍ତ୍ରଣାଳୟ 2 ଅକ୍ଟୋବର 2023 ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପାଇଁ 1 ଅକ୍ଟୋବରକୁ ଏକ ମହତ୍ତ୍ବପୂର୍ଣ୍ଣ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ରହିଛି। ପ୍ରସ୍ତୁତି ପର୍ଯ୍ୟାୟ ସମୟରେ, ମନ୍ତ୍ରଣାଳୟ ଦ୍ବାରା ସାର୍ବଜନିକ କୋଇଲା ଉପକ୍ରମର ଅଧିକାରୀମାନଙ୍କ ସକ୍ରିୟ ଭାଗିଦାରୀ ସହିତ ଏକ ଭର୍ଚୁଆଲ୍ ମିଟିଂ ଡକା ଯାଇଥିଲା। ଏହି ବୈଠକ ସମୟରେ, ସ୍ବଚ୍ଛତା କାର୍ଯ୍ୟ ଯୋଜନା, ସର୍ବୋତ୍ତମ ପ୍ରଥାର ଆଦାନ ପ୍ରଦାନ ଏବଂ ଏପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ଉପରେ ବ୍ୟାପକ ସମୀକ୍ଷା କରାଯାଇଥିଲା। ଏହି ବୈଠକର ଉଦ୍ଦେଶ୍ୟ 1 ଅକ୍ଟୋବର 2023 ରୁ କାର୍ଯ୍ୟକାରୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି କରିବା। ଏହା ବ୍ୟତୀତ ସ୍ବଚ୍ଛତା ହିଁ ସେବା ଅଭିଯାନ 2023 ଅନୁସାରେ ସ୍ବଚ୍ଛତା କାର୍ଯ୍ୟକୁ ଗୁରୁତ୍ବ ପ୍ରଦାନ କରୁଥିବା ବିସ୍ତୃତ ନିର୍ଦ୍ଦେଶାବଳୀକୁ ସାର୍ବଜନିକ କୋଇଲା ଉପକ୍ରମଗୁଡ଼ିକୁ ପଠାଇ ଦିଆଯାଇଛି। ସାର୍ବଜନିକ…

Read More

ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବେ ଶ୍ରମଦାନ ଅଭିଯାନରେ ନାଗରିକମାନେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି। ସ୍ୱଚ୍ଛ ଭାରତ ଅର୍ବାନର ଏକ ପୋଷ୍ଟକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅକ୍ଟୋବର ୧ ପୂର୍ବାହ୍ନ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହେବା। ଏକ ସ୍ୱଚ୍ଛ ଭାରତ ସମସ୍ତଙ୍କ ଦାୟିତ୍ୱ ଏବଂ ପ୍ରତ୍ୟେକ ଦାୟିତ୍ୱର ମୂଲ୍ୟ ଅଛି। ସ୍ୱଚ୍ଛ ଭବିଷ୍ୟତର ଆରମ୍ଭ ପାଇଁ ଏହି ମହାନ ପ୍ରୟାସରେ ସଭିଏ ସାମିଲ ହୁଅନ୍ତୁ।’

Read More

ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ କରାଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଓରମାସ୍‌ ମୁଖ୍ୟାଳୟ ପରିସରରେ ଆଜି ଓରମାସ ଏବଂ ଆଇ.ଟି.ସି.ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗ୍ରାମୀଣ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏଭଳି ପ୍ରୋତ୍ସାହନ ସେମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ଏହା ଦ୍ୱାରା ଅଧିକରୁ ଅଧିକ ମହିଳା ଧୂପକାଠି ପ୍ରସ୍ତୁତ ଭଳି ଲଘୁ ଉଦ୍ୟୋଗ କାର୍ଯ୍ୟରେ ନିଜକୁ ସାମିଲ କରି ଭଲ ରୋଜଗାର ମଧ୍ୟ କରିପାରିବେ। ଓରମାସ ଏବଂ ଆଇଟିସିର ଏଭଳି ପଦକ୍ଷେପକୁ ପ୍ରଂଶସା କରିବା ସହ ଆଗାମୀ ଦିନରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଉତର ପ୍ରଦେଶର ଶହେ ପ୍ରତିଶତ ଗ୍ରାମ ଦ୍ୱାରା ଓଡିଏଫ (ଖୋଲାରେ ଶୌଚମୁକ୍ତ) ପ୍ଲସ ସ୍ଥିତି ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି। ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ବହୁତ ବହୁତ ଶୁଭେଚ୍ଛା! ବାପୁଙ୍କ ଜୟନ୍ତୀର ଠିକ ପୂର୍ବରୁ ଉତର ପ୍ରଦେଶର ଏହି ଅଭୂତପୂର୍ବ ଉପଲବ୍ଧି ସମଗ୍ର ଦେଶକୁ ପ୍ରେରଣା ଦେବ। ସ୍ୱଚ୍ଛତା କ୍ଷେତ୍ରରେ ଆମର ନିରନ୍ତର ପ୍ରୟାସ ନାରୀ ଶକ୍ତିର ସମ୍ମାନ ସହିତ ଆମର ସମସ୍ତ ପରିବାରଜନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।’’

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି। ଶୁକ୍ରବାର ଦିନ ନକ୍ ଆଉଟ୍ ପଦ୍ଧତିରେ ୧୧ ବର୍ଷରୁ କମ୍‌, ୧୫ ବର୍ଷରୁ କମ୍ ଏବଂ ବରିଷ୍ଠ ବିଭାଗରେ ପ୍ରତିଯୋଗୀଙ୍କୁ ନେଇ ମୋଟ ୧୨୦ଟି ମ୍ୟାଚ ଖେଳାଯାଇଥିଲା। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ, ୧୭ ବର୍ଷରୁ କମ, ୧୫ ବର୍ଷରୁ କମ, ୧୩ ବର୍ଷରୁ କମ, ୧୧ ବର୍ଷରୁ କମ ବୟସ ବର୍ଗରେ ବିଭିନ୍ନ ମ୍ୟାଚ ଖେଳାଯାଉଛି। ଶୁକ୍ରବାର ଦିନ ୧୧ ବର୍ଷରୁ କମ, ୧୫ ବର୍ଷରୁ କମ ଏବଂ ବରିଷ୍ଠ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ ଗେମ୍ସ ୨୦୨୨ରେ ପୁରୁଷ ୫୦ ମିଟର ରାଇଫଲ ୩ପିଏସ ଟିମ ଇଭେଂଟରେ ବିଶ୍ୱ ରେକର୍ଡ ସ୍ଥାପନ ଏବଂ ସ୍ୱର୍ଣ୍ଣ ପଦକ ବିଜୟ ନିମନ୍ତେ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ଏକ ଚମକ୍ରାର ବିଜୟ, ପ୍ରତିଷ୍ଠିତ ସ୍ୱର୍ଣ୍ଣ ଏବଂ ଏକ ବିଶ୍ୱ ରେକର୍ଡ! ଏସିଆନ ଗେମ୍ସରେ ପୁରୁଷ ୫୦ ମିଟର ରାଇଫଲ ୩ପି ଟିମ ଇଭେଂଟରେ ବିଜୟ ପାଇଁ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା। ସେମାନେ ଅସାଧାରଣ ଦୃଢ଼ ସଂକଳ୍ପ ଏବଂ ଟିମୱର୍କ ପ୍ରଦର୍ଶନ କରିଛନ୍ତି।’’

Read More