ନୂଆଦିଲ୍ଲୀ: ଏସୀୟ ଗେମ୍ସ-୨୦୨୩ ରେ ଭାରତୀୟ ହକି ଦଳ ପାକିସ୍ତାନ ବିପକ୍ଷ ପୁଲ-ଏ ମ୍ୟାଚରେ ଏକ ଐତିହାସିକ ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚକୁ ୧୦-୨ ବ୍ୟବଧାନରେ ଜିତି ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟସାଧ୍ୟ କରିଛି। ଏହି ମ୍ୟାଚ୍ରେ ଭାରତୀୟ ହକି ଦଳ ପ୍ରଥମାର୍ଦ୍ଧରୁ ନିଜର ମଜବୁତ ସ୍ଥିତିକୁ ବଜାୟ ରଖି ୨-୦ ରେ ଶେଷ କରିଥିଲା। ଏହା ପରେ, ଦ୍ୱିତୀୟାର୍ଦ୍ଧର ଶେଷରେ ସ୍କୋର ଲାଇନ ୪-୦ ରେ ପହଞ୍ଚିଥିଲା। ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ କ୍ୟାପଟେନ ହରମାନପ୍ରୀତ ସିଂ ଭାରତ ପାଇଁ ସର୍ବାଧିକ ୪ ଟି ଗୋଲ ସ୍କୋର କରିଥିଲେ। ବରୁଣ ମଧ୍ୟ ୨ ଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ ଶ୍ୟାମଶର, ମନଦୀପ, ଲଲିତ ଏବଂ ସୁମିତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚର ତୃତୀୟାର୍ଦ୍ଧ ଆରମ୍ଭ ହେବା ସହିତ ଭାରତ ତା’ର ମଜବୁତ ସ୍ଥିତି ବଜାୟ ରଖି ପେନାଲ୍ଟି…
Author: Samikhsya Bureau
ରଣପୁର: ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଜି ଉଦଜାପିତ ହୋଇଯାଇଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଚାଲିଥିବା ଏହି କର୍ମଶାଳାକୁ ସକାଳ ୭ ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ଓ ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପ ଓ ଧୂପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ପରେ ପ୍ରଶିକ୍ଷିକା ଉର୍ମିଳା ଦେଇ ଅଦରକାରୀ ନିମନ୍ତ୍ରଣ କାର୍ଡ, ପେଟିରେ କିପରି ଭାବେ ପାଠ ବିଷୟ ବସ୍ତୁ ଭିତିକ ଶିକ୍ଷା ଉପକରଣ ତିଆରି ହୋଇ ପାରିବ ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଏହା ପରେ ପ୍ରଶିକ୍ଷକ ତଥା ମାଟି କାରିଗର ମାଟିରେ ହାତୀ, ଘୋଡା, କଇଁଛ, ଦୀପ, ଗଣେଶ ଆଦି ମଡେଲ ପ୍ରସ୍ତୁତି କରିବା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ | ଚିତ୍ତ ରଞ୍ଜନ ବାରିକ ରଙ୍ଗୀନ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଆଗରୁ ଘିଅ, ସାବୁନ, ସସ୍, ପନିର ଆଚାର ଓ ଗୁଟଖା ଭଳି ବହୁ ଖାଦ୍ୟ ପଦାର୍ଥର ନକଲି ସାମଗ୍ରୀର କାରବାରକୁ ପୋଲିସ ଚଢ଼ାଉ କରି ଜବତ କରିବା ସହ ନକଲି ଜିନିଷ ପ୍ରସ୍ତୁତକର୍ତ୍ତା ଓ ବ୍ୟବସାୟୀଙ୍କୁ ଗିରଫ କରିବାର ପ୍ରମାଣ ରହିଛି। କିନ୍ତୁ ବର୍ତ୍ତମାନ ବହୁ ବଡ଼ ବଡ଼ କମ୍ପାନୀର ପ୍ରସାଧନ ସାମଗ୍ରୀର ନକଲି କାରବାର ବିଷୟରେ ହିନ୍ଦୁସ୍ଥାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ପାଇଛି। ଏହା ପରେ ବଡ଼ବଜାର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ପକ୍ଷରୁ ଏକକାଳିନ ଖାଷ୍କା ସାହିସ୍ଥିତ ଓମ୍ ଓମ୍ ଷ୍ଟୋର ଓ ସାଇ ଷ୍ଟୋର ସହ ଟାଉନଥାନା ଅନ୍ତର୍ଗତ ଭାପୁର ବଜାର ମନପସନ୍ଦ ଓ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ V2 ମଲ୍ ରେ ଚଢ଼ାଉ କରି ଲାକମେ, ଆଇକନିକ୍ କମ୍ପାନୀ ର କାଜଲ୍, ଲାଇନର୍, କଣ୍ଡସନର୍, ଫାଉଣ୍ଡେସନର୍ ଓ ଲାଇନେର୍ ଭଳି…
ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନାରେ ଇନ୍ସପେକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଶନିବାର ଦିନ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରଣପୁର ଥାନା ପରିସର ମଧ୍ୟରେ ଆୟୋଜିତ ହୋଇଥିଲା। ଏହି ଆମ ପୋଲିସ ସମିତି ବୈଠକରେ ପୂଜା କମିଟିରେ ଭଲ୍ୟୁଣ୍ଟର ରଖିବା, ଟ୍ରାଫିକ ଅସୁବିଧା ନ କରିବା, ଶାନ୍ତି ଶୃଙ୍ଖଳାର ସହ ବିଭିନ୍ନ କାମ କରିବା, ସଭା ସମିତି, ଧାରଣା, ରାଲି, ଶୋଭାଯାତ୍ରା ନିମନ୍ତେ ପୋଲିସ ପରମିଶନ ନେବାର ନୀତି ନିୟମ, ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ, ଗାଡି ଚାଳନାର ବିଭିନ୍ନ ସତର୍କ ଓ ସଚେତନତା ନିୟମ, ଗାଡି ଚଲେଇବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ, ସାଇବର ଫ୍ରଡ଼ ସଚେତନତା, ସାଇବର ଫ୍ରଡ଼ ସଚେତନତା ରଥ, ମୋବାଇଲ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ପ୍ରତି କ୍ଷେତ୍ରରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରିବ ବୋଲି ଇନ୍ସପେକ୍ଟର ନିହାର…
ଭୁବନେଶ୍ୱର: ରୋଗୀ ମାନଙ୍କ କ୍ଷେତ୍ରରେ ଚିକିତ୍ସା ସମୟରେ ପୋଷଣ ଯୁକ୍ତ ଖାଦ୍ୟର ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରସଙ୍ଗକୁ ଭିତି କରି ରାଷ୍ଟ୍ରୀୟ ପୋଷଣ ମାହ ପରିପ୍ରେକ୍ଷୀରେ ଶନିବାର ସମ୍ ଅଲ୍ଟିମେଟ ମେଡିକେୟାରରେ “ପ୍ରଥମ ସୁନୋ-ସମ୍ ଅଲ୍ଟିମେଟ ନ୍ୟାସ୍ନାଲ ନ୍ୟୁଟ୍ରିସନ୍ ଓରିଏଂଟେସନ୍” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “କ୍ଲିନିକାଲ ନ୍ୟୁଟ୍ରିସନ୍ ଇନ୍ ଆକ୍ସନ୍: ଆପ୍ଲାଇଙ୍ଗ ଏଭିଡେନ୍ସ ବେସ୍ଡ ଇନ୍ସାଇଟ୍” ଶୀର୍ଷକ ଏହି ଏକ ଦିବସୀୟ ଓରିଏଂଟେସନ୍ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ଓ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ପି.କେ. ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ସିଇଓ ଡକ୍ଟର ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଓରିଏଂଟେସନ୍ କାର୍ଯ୍ୟକ୍ରମର ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତଙ୍କ ଜୀବନରେ ଔଷଧ ସହ ପୋଷଣ ଯୁକ୍ତ ଖାଦ୍ୟର ମଧ୍ୟ ଅନେକ ଗୁରୁତ୍ୱ ରହିଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମ…
ନୂଆଦିଲ୍ଲୀ: ଯଦି ମଣିଷମାନେ ଭାବନ୍ତି ଯେ ସେମାନେ ପୃଥିବୀର ପ୍ରତ୍ୟେକ କୋଣକୁ ଛୁଇଁଛନ୍ତି ଏବଂ ବର୍ତ୍ତମାନ ଏହି ପୃଥିବୀରେ କିଛି ବାକି ନାହିଁ ଯାହା ସେମାନଙ୍କଠାରୁ ଲୁଚି ରହିଛି, ତେବେ ସେମାନେ ଭୁଲ୍ ଭାବୁଛନ୍ତି। ଆଜି ବି ଏହି ପୃଥିବୀରେ ଅନେକ ଆବିଷ୍କାର କରିବାକୁ ବାକି ଅଛି। ସମ୍ପ୍ରତି ୩୭୫ ବର୍ଷର ଦୀର୍ଘ ଅପେକ୍ଷା ପରେ ବୈଜ୍ଞାନିକମାନେ ପୃଥିବୀର ଅଷ୍ଟମ ମହାଦେଶ, ଜିଲାଣ୍ଡିଆ ପାଇଛନ୍ତି। ଏହି ମହାଦେଶ ଏତେ ବଡ ଯେ ଏଥିରେ ଅନେକ ଛୋଟ ଦେଶ ରହିପାରିବେ। ଆସନ୍ତୁ ଏହି ମହାଦେଶ ବିଷୟରେ ଅଧିକ କିଛି ଜାଣିବା…. ଏହା କିପରି ଆବିଷ୍କୃତ ହେଲା?: ଏହି ମହାଦେଶ ବିଷୟରେ କୁହାଯାଏ ଯେ, ଏହା ସର୍ବଦା ଲୁଚି ରହିଥିଲା। ୨୦୧୭ ବର୍ଷ ପର୍ଯ୍ୟନ୍ତ, କେହି ଏ ବିଷୟରେ କିଛି ଜାଣି ନଥିଲେ। କିନ୍ତୁ ଏହି ବର୍ଷ ଯେତେବେଳେ କିଛି ବୈଜ୍ଞାନିକ ଏହା ବିଷୟରେ କହିବା ଆରମ୍ଭ କଲେ, ସମଗ୍ର ବିଶ୍ୱର ଧ୍ୟାନ ଏହା…
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି କର୍ମଚାରୀ ନିଯୁକ୍ତିରେ ପ୍ରିୟାପ୍ରୀତିପୋଷଣ କାରବାର ହେଉଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖାଯାଉଛି। ଦୀର୍ଘ ଦିନରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ ବିଗତ ସାତ ବର୍ଷ ହେବ ବାର୍ଷିକ ଚୁକ୍ତି ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପରତା ଅନୁସାରେ ଆର ଏମ ସି ର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ରେ ଗତ ୨୦.୦୩.୨୦୧୮ ଦିନ ରେଜୁଲେସନ ହୋଇଥିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଥର ରେଜୁଲେସନ କରାଯାଇଥିବା ଜଣାପଡିଛି। ହେଲେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କୁ ଗତ…
ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ୍ ବଦଳାଇବାରେ ସକ୍ଷମ ହୋଇ ନାହାଁନ୍ତି, ତେବେ ରିଜର୍ଭ ବ୍ୟାଙ୍କ ଆପଣଙ୍କୁ ଏକ ବଡ଼ ଆଶ୍ଵସ୍ତି ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କରିବାର ସମୟସୀମା ବୃଦ୍ଧି କରିଛି। ଏହା ସହିତ, ଲୋକମାନେ ବର୍ତ୍ତମାନ ନୋଟ୍ ବିନିମୟ ପାଇଁ ଏକ ସପ୍ତାହର ଅତିରିକ୍ତ ସମୟ ପାଇଛନ୍ତି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ୍ ଜମା କିମ୍ବା ବିନିମୟ ପାଇଁ ସମୟ ଦେଇଥିଲା। ରିଜର୍ଭ ବ୍ୟାଙ୍କ ସମୟସୀମା ବଢାଇପାରେ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା। ବିଶେଷକରି ୨୦୦୦ ଟଙ୍କା ନୋଟ୍ ବିନିମୟ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅତିରିକ୍ତ ସମୟ ଦେବାର ଦାବି ଥିଲା। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ସେହି ଲୋକଙ୍କୁ ବହୁତ ଆଶ୍ଵସ୍ତି ଦେଇଛି, ଯେଉଁମାନେ କୌଣସି କାରଣରୁ ବ୍ୟାଙ୍କରେ ୨୦୦୦…
ନୂଆଦିଲ୍ଲୀ: ଏସିଆ କ୍ରୀଡାରେ ଭାରତୀୟ ଦଳ ଆଜି ସ୍କ୍ୱାସରେ ମଜବୁତ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳ ଟେନିସ୍ ଏବଂ ସ୍କ୍ୱାସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ଶୁଟିଂରେ ଆଉ ଏକ ପଦକ ମିଳିଥିଲା। ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୩୬ ରେ ପହଞ୍ଚିଛି।
ଭୁବନେଶ୍ୱର: ଲୋକଙ୍କ ହୃଦୟରେ ଦେଶର ସାହସୀ ସନ୍ତାନଙ୍କ ପ୍ରତି ସମ୍ମାନର ଭାବନା ଜାଗ୍ରତ, ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଅସୀମ ସମ୍ମାନ, କୋଟିକୋଟି ଭାରତୀୟଙ୍କ ହୃଦୟରେ ସଂଯୋଗ ଏବଂ ସଂଲଗ୍ନକୁ ଆହୁରି ସୁଦୃଢ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‘ମୋ ମାଟି ମୋ ଦେଶ’ ଅଭିଯାନକୁ ଡିଏଭି ପୋଖରୀପୁଟ ଅତ୍ୟନ୍ତ ସଦ୍ଭାବନାର ସହିତ ପାଳନ କରିଛି। ବିଦ୍ୟାଳୟର ସମସ୍ତ ପ୍ରବେଶ ଦ୍ୱାର ନିକଟରେ ସ୍ଥାପନ କରାଯାଇଥିବା ଅମୃତ କଳସରେ ବିଦ୍ୟାର୍ଥୀ , ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଗଣ ମାଟି ପ୍ରଦାନ କରି ଭକ୍ତି ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଏକ ବିଶାଳ ପଦଯାତ୍ରାରେ ବିଦ୍ୟାର୍ଥୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ସମୂହ ପୋଖରୀପୁଟ ଗ୍ରାମ ପରିକ୍ରମା କରି ଅମୃତ କଳସରେ ମାଟି ସଂଗ୍ରହ କରିଥିଲେ। ଏହି ପରିକ୍ରମା ସମୟରେ ସ୍ୱେଚ୍ଛାକୃତ ଭାବେ ଆବାଳବୃଦ୍ଧବନିତା ଅତ୍ୟନ୍ତ ଆଗ୍ରହ ସହକାରେ ନୂଆ ଦିଲ୍ଲୀଠାରେ ନିର୍ମାଣ ହେବାକୁ ଥିବା…
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କେ. ବରିଡ଼ା ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆନୁକୁଲ୍ୟରେ କଳାକାରଙ୍କ ମହାଧିବେଶନ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନଙ୍କୁ ସମାଜସେବୀ ପ୍ରତାପ ନାୟକ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇଥିବା ବେଳେ ପ୍ରଫେସର ଡକ୍ଟର ବିଦ୍ୟୁତପ୍ରଭା ସାହୁ ପୌରହିତ୍ୟ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ସମ୍ମିଳନୀର ସଭାପତି ବିପ୍ଳବୀ କବି ପ୍ରଶାନ୍ତ ମିଶ୍ର, ଉପସଭାପତି ଡାକ୍ତର ଗୌରାଙ୍ଗ ରାଉତ, ଇ. ମାହେଶ୍ୱରୀ ଦୋରା ଉପସ୍ଥିତ ଥିଲେ। ଏହି ଅବସରରେ କିଛି ଆଞ୍ଚଳିକ ସ୍ୱନାମଧନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଇନ୍ଦ୍ରମଣି ସାସମଲ, ନାରାୟଣ ଲେଙ୍କା, ଲକ୍ଷ୍ମଣ ଗୌଡ଼, ପାଣ୍ତବ ନାହାକ, ଶ୍ରୀକର ମିଶ୍ର, ବାସୁଦେବ ଶତପଥି, ପ୍ରଫୁଲ୍ଲ ବେହେରା, ପ୍ରଭାକର…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ମିଲିଟାରୀ କ୍ୟାଣ୍ଟନମେଣ୍ଟ୍ ନିକଟ ହାତୀପାଦୁ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଜଣେ ଅଚିହ୍ନା ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ଅଞ୍ଚଳବାସୀ ଉକ୍ତ ଶବକୁ ଦେଖିବା ପରେ ଗୋପାଳପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଶବଟି ପ୍ରାୟ ୧୦ ଦିନ ପୁର୍ବର ବୋଲି ପୋଲିସ ଆଶଂକା କରୁଛନ୍ତି। ଯୁବକ ଜଣକ ଏକ କଳା ରଙ୍ଗର ଫୁଲ ପ୍ୟାଣ୍ଟ୍ ପିନ୍ଧିଛି। ଶବ ମିଳିଥିବା ଅଞ୍ଚଳ ଟି ଲଉଡି ଗ୍ରାମ ନିକଟରେ ନିର୍ମାଣାଧୀନ ଆଇଜର କ୍ୟାମ୍ପସ ଅଞ୍ଚଳ ହୋଇଥିବାରୁ କେଉଁ ପରିସ୍ଥିତିରେ କାହାର ଏହି ମ୍ରୁତ ଦେହ ପଡ଼ିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ଯାଜପୁର: ଭାରତର ବୃହତ୍ତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆପାରେଲ୍ ଏବଂ ଆସେସୋରୀ ସ୍ପେସିଆଲିଟି ଚେନ୍ ରିଲାଏନ୍ସ ରିଟେଲ, ଟ୍ରେଣ୍ଡସ୍ ଓଡ଼ିଶାର ଯାଜପୁର ଜିଲ୍ଲାର ଦାନଗଦି ଟାଉନରେ ଏହାର ନୂଆ ଷ୍ଟୋର୍ ଶୁଭାରମ୍ଭ ଘୋଷଣା କରିଛି। ଟ୍ରେଣ୍ଡସ୍ ବାସ୍ତବରେ ଭାରତର ଫ୍ୟାସନରେ ଗଣତନ୍ତ୍ରର ବିକାଶ କରିଛି ଏହା ଭାରତର ଗ୍ରାହକଙ୍କ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟାୟାର ୧, ଟାୟାର ୨ ଟାଉନ୍ ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ସମ୍ପର୍କ ଦୃଢ଼ କରିଛି ଏବଂ ଭାରତର ସର୍ବାଧିକ ପସନ୍ଦର ଫ୍ୟାସନ୍ ସପିଙ୍ଗ୍ ଡେଷ୍ଟିନେସନ୍ ପାଲଟିଛି। ଦାନଗଦିରେ ଟ୍ରେଣ୍ଡସ୍ ଷ୍ଟୋରର ଆଧୁନିକ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ୍ ମର୍ଚ୍ଚାଣ୍ଡାଇଜର ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏହି ଟାଉନ୍ର ଗ୍ରାହକମାନେ ଟ୍ରେଣ୍ଡି ଓମେନ୍ ୱିୟର୍, ମେନ୍ସ ୱିୟର୍, କିଡସ୍ ୱିୟର୍…
ନୂଆଦିଲ୍ଲୀ/ ଭୁବନେଶ୍ୱର: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତରେ ଆଇସିସି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ଷ୍ଟାଡିୟମଗୁଡ଼ିକରେ ରିଲାଏନ୍ସ ଜିଓର ଡାଉନଲୋଡ୍ ସ୍ପିଡ୍ ଏୟାରଟେଲଠାରୁ ଦୁଇଗୁଣ ଏବଂ ଭୋଡାଫୋନ୍ ଆଇଡିଆଠାରୁ ୩.୫ ଗୁଣ ଅଧିକ ରହିଛି। ଓପନ୍ ସିଗନାଲର ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟ୍ ଷ୍ଟାଡିୟମ୍ ଭିତରେ ଓ ବାହାରେ ମପାଯାଇଥିବା ଡାଉନଲୋଡ୍ ସ୍ପିଡରେ ଜିଓ ବାଜି ମାରିଛି। ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ୬୧.୭ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ ୩୦.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ଏବଂ ଭୋଡାଫୋନ୍ ଆଇଡିଆ ୧୭.୭ ଏମବିପିଏସ୍ ସହ ତୃତୀୟ ସ୍ଥାନରେ ରହିଛି। ଓପନ୍ ସିଗନାଲ ରିପୋର୍ଟରେ ୫ଜି ଡାଉନଲୋଡ୍ ସ୍ପିଡରେ ମଧ୍ୟ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି। ଏୟାରଟେଲ ତୁଳନାରେ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୨୫.୫ ପ୍ରତିଶତ ଅଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୪୪.୫…
ଭୁବନେଶ୍ବର: ଦୀର୍ଘ ଏକ ମାସ ଧରି ନିଜର ହକ ପାଇଁ ଦାବୀ କରି ଆସୁଥିବା ଓ ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବୀ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ଆକ୍ରୋସ ପରେ ପୋଲିସ ସହିତ ସେମାନଙ୍କ ମତାନ୍ତର ହେବାରୁ ଶେଷରେ ପୁନଶ୍ଚ ରାଜ୍ୟ ସରକାର ଆଲୋଚନା କରିବା ପାଇଁ ଡାକିଥିଲେ ଏଠାରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ,ଉପସଚିବ ସୁମିତ୍ରା ସେନାପତି, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆନ୍ଦୋଳନ ରତ ଆୟୁଷ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଙ୍କ ଦାବୀ ପୂରଣ ନେଇ ମହଲତ ମାଗିଥିଲେ। ବିଧାନସଭା ପରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ବୈଠକରେ ତୁରନ୍ତ ସେମାନଙ୍କ ଦାବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ। ପରେ ଆନ୍ଦୋଳନ ରତ ଛାତ୍ର ଛାତ୍ରୀ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ମେମ୍ବର ଓ…
ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍ସ ଫ୍ରମ୍ ଦି ଲାଣ୍ଡ୍ ଅଫ୍ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ (ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ଉପକ୍ରମ) ପକ୍ଷରୁ ପୁସ୍ତକ ଦୁଇଟି ପ୍ରକାଶ ପାଇଥିବାବେଳେ ଦେବଦତ୍ତଙ୍କ ଲିଖିତ ମୂଳ ଇଂରାଜୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି କବି, ଅନୁବାଦକ ତଥା କିଟ୍ ବିଶ୍ବବିଦ୍ୟାଳୟର ଉପକୁଳପତି ତପନ କୁମାର ପଣ୍ଡା। ଆସନ୍ତାକାଲି ସକାଳ ୧୦ଟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସଭାଗୃହରେ ହେବାକୁ ଥିବା ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଲେଖକ, ଗବେଷକ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରୀଷ୍ଣନ୍ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏ ଅବସରରେ ‘ସୋମନାଥରୁ ଜଗନ୍ନାଥ’ ଶୀର୍ଷକ ପ୍ରସଙ୍ଗ ଉପରେ ଶ୍ରୀ ପଟ୍ଟନାୟକ ଓ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲା ୨୦୨୩ ଦିନ ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ । ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି…
ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ସେହିପରି ଆଉ ଦୁଇଟି ମଜବୁତ ଓ ପ୍ରେରଣା ଦାୟୀ କାହାଣୀକୁ ନେଇ ଦୁଇଟି ମେଗା ଧାରାବାହିକ ‘ଶକ୍ତି’ ଓ ‘ସନ୍ଧ୍ୟା ରାଗିଣୀ’ ଆସୁଛି କେବଳ ଜୀ-ସାର୍ଥକରେ। ‘ଶକ୍ତି’ ହେଉଛି ଶକ୍ତି ମହାପାତ୍ର ନାମକ…
ଶୀଳଭଦ୍ର ଶାସ୍ତ୍ରୀ ମୁଁ ହେଲି ଉଇଲିସ୍ କମ୍ପାନୀ,ଆମେରିକା ଦ୍ବାରା ୧୯୪୬ ମସିହାରେ ଧରା ପୃଷ୍ଠକୁ ଆସିଥିବା ଏକ ମୋଟର ଜାନ,ଆଉ ନାଁ ମୋର ଥିଲା ‘ଷ୍ଟେସନ ଓ୍ବାଗନ’ ! ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବା ବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୁଖଣ୍ଡରେ,ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ ! ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା !ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୁଖଣ୍ଡରେ ରାଜ୍ କରିବା ପାଇଁ,ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା ! ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ,ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର…
ଭୁବନେଶ୍ବର: ଓଡ଼ିଶାରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ଗତକାଲି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ଡକ୍ଟର ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର,ମାଇକ୍ରୋବାୟୋଲୋଜି, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ , ଡକ୍ଟର ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ।
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ସ୍ପଷ୍ଟ ଭାବେ ପ୍ରତିୟମାନ ହୋଇଛି। ଫଳରେ ପୂର୍ବ ଅପେକ୍ଷା ଏହା ବେଶ୍ ସକ୍ରିୟ ହୋଇପଡିଛି। ବର୍ତ୍ତମାନ ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗ ଆଡକୁ ଗତି କରିବ ବୋଲି ଜଣାପଡିଛି। ଏହା ପରେ ଏହି ଲଘୁଚାପ ଉତ୍ତର ଓଡିଶା ମୁହାଁ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଏହି ସଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା। ଆଜି କେତେକ ସ୍ଥାନରେ ପ୍ରବଳ ଘଡଘଡି ସହିତ ବଜ୍ରପାତ ମଧ୍ୟ ହୋଇଛି।

