ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ରେ ଏକାଠି ହେବାକୁ ସମସ୍ତ ଦଳକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ସହ ଜଡିତ ବିଲ୍ ଉପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେବା ପାଇଁ ରାଜ୍ୟସଭାର ଏକ ବଡ଼ ସୁଯୋଗ ରହିଛି। ନୂତନ ସଂସଦର ରାଜ୍ୟସଭାରେ ସ୍ୱାଗତ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟସଭାରେ ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା। ଏହି ସମୟରେ ଶ୍ରୀ ଖଡଗେ କହିଛନ୍ତି ଯେ, ଓବିସି ମହିଳାମାନେ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂରକ୍ଷଣ ପାଇବା ଉଚିତ। ଏହି ବିବୃତ୍ତିରେ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଥିଲା। ଦଳଗୁଡ଼ିକ ଦୁର୍ବଳ ମହିଳାମାନଙ୍କୁ ଟିକେଟ୍ ଦିଅନ୍ତି: ଶ୍ରୀ ଖଡଗେ କହିଛନ୍ତି ଯେ, “ସାଂସଦମାନେ ନିର୍ବାଚିତ ହୋଇ ଆସନ୍ତି। ପଛୁଆ ବର୍ଗ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି । ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଅବସର ଐତିହାସିକ ଏବଂ ସ୍ମରଣୀୟ । ସେ ଲୋକସଭାରେ ତାଙ୍କ ଅଭିଭାଷଣକୁ ମନେ ପକାଇଥିଲେ ଏବଂ ଏହି ସ୍ୱତନ୍ତ୍ର ଅବସରରେ ରାଜ୍ୟସଭାକୁ ସମ୍ବୋଧିତ କରିବାର ସୁଯୋଗ ପାଇଥିବାରୁ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ରାଜ୍ୟସଭାକୁ ସଂସଦର ଉଚ୍ଚ ସଦନ ବୋଲି ବିବେଚନା କରାଯାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମ୍ବିଧାନ ନିର୍ମାତାଙ୍କ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଯେ ଦେଶକୁ ଏକ ଦିଗ ଦେବା ସହିତ ରାଜନୈତିକ ଆଲୋଚନାର ପ୍ରବାହ ଓ ପ୍ରବାହରୁ ଉପରକୁ ଉଠି ଗୃହ ଗମ୍ଭୀର ବୌଦ୍ଧିକ ଆଲୋଚନାର କେନ୍ଦ୍ର ପାଲଟିବ । “ଏହା ଦେଶର ସ୍ୱାଭାବିକ ଆଶା”, ବୋଲି ଉଲ୍ଲେଖ କରିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ପାଇଁ ଏଭଳି ଅବଦାନ କାର୍ଯ୍ୟବାହୀର ମୂଲ୍ୟ ବୃଦ୍ଧି କରିଥାଏ ।…
ଭୁବନେଶ୍ଵର: ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ ହେଲେ ୧୭୦ ଉଚ୍ଚ ଶିକ୍ଷାନୁଷ୍ଠାନ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ କେ ସଞ୍ଜୟ ମୂର୍ତ୍ତି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଛନ୍ତି। ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ‘ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ପ୍ରସାରିତ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। କେ ସଞ୍ଜୟ ମୂର୍ତ୍ତି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି/ନିର୍ଦ୍ଦେଶକ ମାନଙ୍କ ସହ ଏକ ବୈଠକ କରି ସେମାନଙ୍କୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦, ‘ସ୍ଵଚ୍ଛତା ହି ସେବା’ ଅଭିଯାନ ଏବଂ ‘ମିଶନ ଲାଇଫ’ କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବିଷୟରେ ସଚେତନ କରାଇଥିଲେ। ଶୂନ୍ୟ ବର୍ଜ୍ୟବସ୍ତୁ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ନିକଟସ୍ଥ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା…
ଭୁବନେଶ୍ବର: ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କୋଟିଏ କି ଦୁଇ କୋଟି ନୁହେଁ। ପ୍ରାୟ ୧୦୦ କୋଟି ଟଙ୍କାର ଋଣ ଜାଲିଆତି କରିଛନ୍ତି। ସେ ପ୍ରାୟ ୩୦୦ ସାମ୍ବାଦିକ ତଥା କର୍ମଚାରୀଙ୍କ ନାମରେ ଏହି ଋଣ ନେଇଛନ୍ତି। ଏହି ତଥ୍ୟ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଲେନିନ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦର୍ଶାଇ କହିଛନ୍ତି ଯେ, ‘କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କଣ ସେ ଆଇନର ଉର୍ଦ୍ଧ୍ଵରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି?’ ସେହିପରି ସେ କହିଛନ୍ତି ଯେ, ‘କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ଏବଂ ଜାତୀୟ ସ୍ତରର ଅନ୍ୟ କେତେକ…
ନୂଆଦିଲ୍ଲୀ: ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ / ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଘୋଷଣା କରିଛି ଯେ ଏହା ଦେଶର ସ୍କୁଲ ଏବଂ କଲେଜରେ ୬୪୬୭ ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରିଛି। ବିଆଇଏସ୍ ଅନୁଯାୟୀ, ସମାଜର ଯୁବ ସଦସ୍ୟମାନଙ୍କୁ ଜୀବନଶୈଳୀରେ ଉନ୍ନତି ଆଣିବା ନିମନ୍ତେ ମାନଦଣ୍ଡର ମହତ୍ତ୍ୱ ବିଷୟରେ ସଚେତନ କରିବା ପାଇଁ ଏହି ଷ୍ଟାଣ୍ଡାର୍ଡ କ୍ଲବ୍ ପ୍ରତିଷ୍ଠା କରାଯାଉଛି। “ଛାତ୍ର ସମାଜ ଏକ ଶକ୍ତିଶାଳୀ, ଜୀବନ୍ତ ଏବଂ ଗତିଶୀଳ ଭାରତର ସ୍ଥପତି ଅଟନ୍ତି। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସହ ସମଗ୍ର ଦେଶରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ କ୍ଲବ ଗଠନ ସହିତ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରୁଛି। ଏହି ଅଭିନବ ପ୍ରୟାସର ଉଦ୍ଦେଶ୍ୟ ହେଉଛି ଯୁବ ମନରେ ଗୁଣବତ୍ତା, ମାନକ ଏବଂ ବିଜ୍ଞାନ ସୁଲଭ ସ୍ୱଭାବ ସୃଷ୍ଟି କରିବା। ଗୁଣାତ୍ମକ ଚେତନା, ମାନକୀକରଣ ନୀତି ଦ୍ୱାରା ଅର୍ଥନୈତିକ ବିକାଶ ଆଣିବାର ଏକ ପ୍ରମୁଖ ସ୍ତମ୍ଭ…
ଭୁବନେଶ୍ବର: ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଗତ କାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା-ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ପୂଜା। ସାରା ଓଡିଶାର ପୁରପଲ୍ଲୀରେ ଚାଲିଛି ଗଣନାଥଙ୍କ ଆରାଧନା। ଆଜି ସକାଳୁ ଏହି ପୂଜା ଆରମ୍ଭ ହୋଇଛି ଯାହା ଦଶଦିନ ଧରି ଚାଲିବ। ଏହାପରେ ଗଣନାଥଙ୍କ ବିସର୍ଜନ ଉତ୍ସବ ଆୟୋଜିତ ହେବ। ଏହି ଗଣେଷ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜାଣାଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି ଯେ, ” ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ପ୍ରତ୍ୟକଟି ଜୀବନ ସୁଖମୟ ଓ କଲ୍ୟାଣମୟ ହେଉ।’
ନୂଆଦିଲ୍ଲୀ: ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରତିଶୋଧ” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ଗୌରବ ଆନନ୍ଦ, ସତ୍ୟଜିତ ପ୍ରଧାନ ଓ ଲିପ୍ସା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜୀ-ସାର୍ଥକ ଫିଲ୍ମସ୍ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛି ନିଜର ଚଳଚ୍ଚିତ୍ର ମାଧ୍ୟମରେ। ଏଥର ଆଉ ଗୋଟେ ପାଦ ଥାପିଛି ଓଡ଼ିଶାର ଏହି ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ ସାର୍ଥକ। ଆସନ୍ତା ୨୨ ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ରିଲିଜ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସଫଳତା ଓ ସମୃଦ୍ଧି ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ‘‘ଦେଶସାରା ମୋ ପରିବାରଜନଙ୍କୁ ଗଣେଶ ଚତୁର୍ଥୀର ମଙ୍ଗଳକାମନା। ବିଘ୍ନବିନାଶନ-ବିନାୟକଙ୍କ ଉପାସନା ସହ ଜଡ଼ିତ ଏହି ପାର୍ବଣ ଉତ୍ସବ ଆପଣଙ୍କ ସମସ୍ତଙ୍କ ଜୀବନରେ ସୌଭାଗ୍ୟ, ସଫଳତା ଓ ସମ୍ପୂର୍ଣ୍ଣତା ଭରିଦେଉ । ଗଣପତି ବପ୍ପା ମୋରେୟା!’’ ‘‘ସର୍ବ ଦେଶବାସୀୟାଂନା ଗଣେଶ ଚତୁର୍ଥୀଚ୍ୟା ହାର୍ଦ୍ଦିକ ଶୁଭେଚ୍ଛା। ଗଣପତି ବପ୍ପା ମୋରେୟା!’’
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଆଜି ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରୁ ଧଳା ଜହର ଜବତ କରିଛି। ଏହି ମାମଲାରେ ଦୁଇଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ଦୁଇ ଜଣ ଯୁବକ ଧଳା ଜହର ଧରି ବିକ୍ରି ପାଇଁ ଅପେକ୍ଷା କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୀରିକ୍ଷକ ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଯୁବକଙ୍କୁ କାବୁ କରିଥିଲା। ତଲାସୀ ନେବା ବେଳେ ତାଙ୍କ ଠାରୁ ୪୭ ଗ୍ରାମ ଧଳା ଜହର, ଗୋଟିଏ ଅଟୋ ଓ ନଗଦ ଦୁଇ ହଜାର ୪ ଶହ ଟଙ୍କା ଜବତ କରାଯାଇଥିଲା। ଜବତ ଧଳା ଜହର, ଅଟୋ ଓ ନଗଦ ଟଙ୍କା ସମୁଦାୟ ୫ ଲକ୍ଷ ହେବ ବୋଲି ନୀରିକ୍ଷକଙ୍କ ଠାରୁ ପ୍ରକାଶ। ଏହି ଧଳା ଜହର କେଉଁଠାରୁ ଆସୁଛି,…
ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏହା ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ବିସିସିଆଇ ଭାରତର ମହାନ ତାରକାମାନଙ୍କୁ ଗୋଲ୍ଡେନ ଟିକେଟ ଦେଉଛି। ବୋର୍ଡ ଅମିତାଭ ବଚ୍ଚନ ଏବଂ ସଚିନ ତେନ୍ଦୁଲକରଙ୍କୁ ଗୋଲ୍ଡେନ ଟିକେଟ ଦେଇଥିଲା। ବର୍ତ୍ତମାନ ଏହି ତାଲିକାରେ ସୁପରଷ୍ଟାର ରଜନୀକାନ୍ତଙ୍କ ନାମ ମଧ୍ୟ ଯୋଡି ହୋଇଛି। ରଜନୀକାନ୍ତଙ୍କୁ ବିସିସିଆଇ ସଚିବ ଜୟ ଶାହା ଏକ ଗୋଲ୍ଡେନ ଟିକେଟ ପ୍ରଦାନ କରିଥିଲେ। ବାସ୍ତବରେ ବିସିସିଆଇ X (ଟ୍ୱିଟର) ରେ ଏକ ଫଟୋ ସେୟାର କରିଛି। ଏଥିରେ ଜୟ ଶାହା ରଜନୀକାନ୍ତଙ୍କୁ ଗୋଲ୍ଡେନ ଟିକେଟ ଦେଉଥିବାର ନଜର ଆସିଛନ୍ତି। ବୋର୍ଡ ଫଟୋ ସହିତ କ୍ୟାପସନ ଲେଖିଛି, ମାନ୍ୟବର ବିସିସିଆଇ ସଚିବ ଜୟ ଶାହା ଶ୍ରୀ ରଜନୀକାନ୍ତଙ୍କୁ ଏକ ଗୋଲ୍ଡେନ ଟିକେଟ ଦେଇ ସମ୍ମାନିତ କରିଛନ୍ତି। କିମ୍ବଦନ୍ତୀ ଅଭିନେତା ଲକ୍ଷ ଲକ୍ଷ ହୃଦୟର ହୃଦସ୍ପନ୍ଦନରେ…
ନୂଆଦିଲ୍ଲୀ: କାନାଡା ଭାରତକୁ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛି ଏବଂ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏଥି ସହିତ ଭାରତ ମଧ୍ୟ ଇଟାର ପଥର ଜବାବ ଦେଇ କିଛି ଘଣ୍ଟା ପରେ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାସ୍ତବରେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର ଦିନ କାନାଡା ସଂସଦକୁ ସମ୍ବୋଧିତ କରି କହିଛନ୍ତି ଯେ ଶିଖ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟମାନଙ୍କର ହାତ ଥାଇପାରେ। ସେ ସିଧାସଳଖ ଭାରତ ଉପରେ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ କାନାଡାର ବୈଦେଶିକ ମନ୍ତ୍ରୀ ମଧ୍ୟ ସମାନ କଥା କହିଛନ୍ତି। ଏହା ପରେ କାନାଡା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅନ୍ତର୍ଗତ ବେତାର ସିଂ ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୁଗୁଡ଼ା ଥାନା ଅନ୍ତର୍ଗତ ଖଦାଳ ସାହିର ଚନ୍ଦନ ନାଇକ ନାମରେ ଜଣେ ଯୁବକକୁ ବୁଗୁଡ଼ା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ପୀଡିତା ମହିଳା ଜଣଙ୍କ ଉକ୍ତ ଖଦାଳ ସାହିରେ ବାହା ହୋଇଥିଲେ ଓ ସ୍ବାମୀ ସୁରତ୍ ରେ କାମ କରୁଥିବାରୁ ସେ ବାପ ଘର ବେତାର ସିଂ ରେ ରହୁଥିବା ପରିସ୍ଥିତିରେ ସମ୍ପର୍କୀୟ ଦିଅର ବେତାର ସିଂ ଗ୍ରାମକୁ ଆସି ବିଭିନ୍ନ ବାହାନା ଦେଖାଇ ଉକ୍ତ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିଥିବା ବିଷୟରେ ମହିଳା ଜଣଙ୍କ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ନଂ ୬୬୧୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶେରଗଡ଼ ଥାନା ଅନ୍ତର୍ଗତ ଶ୍ରୀ ରାମ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜନୈକା ଶିକ୍ଷୟିତ୍ରୀ ସବିତା ବେହେରା ଓ ତାଙ୍କର ଦୁଇ ଜାଆଁଳା ପୁଅ ଙ୍କ ମୃତ୍ୟୁ ଖବର ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ମୃତ ସବିତା ଶେରଗଡ଼ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଓ ସେ ଶେରଗଡ଼ ବାଇପାସ୍ ରାସ୍ତା ଶ୍ରୀ ରାମ ନଗରରେ ଏକ ଭଡ଼ା ଘରେ ପରିବାର ସହ ରହୁଛନ୍ତି। ଗତକାଲି ତାଙ୍କ ସ୍ବାମୀ ପ୍ରସନ୍ନ କୁମାର ବେହେରା ନିଜର ଓ ଦୁଇ ପୁଅର ପେଟ ଗୋଳମାଳ ଦର୍ଶାଇ ଡାକ୍ତରଖାନାକୁ ଯାଇ ଔଷଧ ଆଣିଥିଲେ ଓ ପରେ ଦୁଇ ପିଲାର ଦେହ ଖରାପ ବୋଲି ଡାକ୍ତରଖାନା କୁ ନେଇଥିଲେ। କିନ୍ତୁ ଡାକ୍ତର ଉକ୍ତ ଦୁଇ ବାଳକଙ୍କୁ ମୃତ ଘୋଷଣା କରିଥିଲେ। ତ ତ୍ ସଙ୍ଗେ ସଙ୍ଗେ ପତ୍ନୀ ସବିତାର ମ୍ରୁତ୍ୟୁ…
ଚେନ୍ନାଇ: ତାମିଲନାଡୁରେ ବିଜେପି ସହ AIADMK ମେଣ୍ଟ ଭାଙ୍ଗିବାର ନିଷ୍ପତ୍ତି ପରେ ଆମ ଆଦମୀ ପାର୍ଟି (ଏଏପି) ସାଂସଦ ରାଘବ ଚଢା କଟାକ୍ଷ କରିଛନ୍ତି। ଶ୍ରୀ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ଯେତେବେଳେ ବି କେହି INDIA କୁ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି, ସେତେବେଳେ ସେ ନିଜେ ଭାଙ୍ଗି ବିଖଣ୍ଡିତ ହୋଇଯାଏ। ଆଜି ମଧ୍ୟ ସମାନ ଘଟଣା ଘଟିଛି। ସେ କହିଛନ୍ତି ଯେ, “ଆମର INDIA ସହଯୋଗୀ ଗତକାଲି ମଜବୁତ ଥିଲା ଏବଂ ଆଜି ମଧ୍ୟ ଶକ୍ତିଶାଳୀ, କିନ୍ତୁ ଦୁଃଖର ବିଷୟ, ଅନ୍ୟମାନଙ୍କ ଘରେ ପଥର ଫିଙ୍ଗୁଥିବା ଏନଡିଏ ନିଜ ଘରକୁ ରକ୍ଷା କରିପାରି ନାହିଁ। AIADMK ର ଘୋଷଣା: ମେଣ୍ଟରୁ ବିରତି ଘୋଷଣା କରି ଏଆଇଏଡିଏମକେ କହିଛି ଯେ, ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଏବଂ ନିଜର ଅନ୍ୟ ନେତାଙ୍କ ଅପମାନକୁ ସହ୍ୟ କରିପାରିବ ନାହିଁ। ଦଳ ଆହୁରି ମଧ୍ୟ କହିଛି ଯେ, ନିର୍ବାଚନ ସମୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେପ୍ଟେମ୍ବର ୧୮ରୁ ୨୨, ୨୦୨୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ବସୁଛି। ଗୃହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ…
ଭୁବନେଶ୍ବର: ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜ୍ୟ। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁ ଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର…
ଭୁବନେଶ୍ବର: ଗଣେଶ ଚତୁର୍ଥୀଠାରୁ ଭଗବାନ ଶ୍ରୀଗଣେଶଙ୍କୁ ୧୦ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିସର୍ଜନ କରାଯାଇଥାଏ। ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା। ୧- ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ। ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ…
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସୋମବାର ମୋଦୀ କ୍ୟାବିନେଟ୍ ମହିଳା ସଂରକ୍ଷଣ ବିଲ୍ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲୋକସଭା ଏବଂ ବିଧାନସଭା ପରି ନିର୍ବାଚିତ ସଂସ୍ଥାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଅନୁମୋଦନ କରାଯାଇଛି। ବିଭିନ୍ନ ଉତ୍ସରୁ ଏହି ସୂଚନା ମିଳିଛି। ମହିଳା ସଂରକ୍ଷଣ ବିଲ୍ ଆଜି ନୂତନ ସଂସଦରେ ଆଗତ ହୋଇପାରେ। ଅପରାହ୍ନ ୧ ଟା ପରେ ଏହାକୁ ଲୋକସଭାରେ ଉପସ୍ଥାପନ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ବ୍ୟାପକ ଆଲୋଚନା ପରେ ବୁଧବାର ଦିନ ଏହାକୁ ପାରିତ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ଏହାପୂର୍ବରୁ, ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସଂସଦର ଅଧିବେଶନ ଛୋଟ କିନ୍ତୁ ସମୟ ଅନୁଯାୟୀ ଏହା ବହୁତ ବଡ, ଏହା ମୂଲ୍ୟବାନ ଏବଂ ଐତିହାସିକ ନିଷ୍ପତ୍ତିରେ ପରିପୂର୍ଣ୍ଣ।
ଭୁବନେଶ୍ବର: ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ। କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ। ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ। ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ। ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା। ଏହା ଏକ ସାର୍ବଜନୀନ ପୂଜା। ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି। ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ।…
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ । ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି । ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି…

