Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆତଙ୍କବାଦ ସମେତ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ମଞ୍ଚ: କେନ୍ଦ୍ରର ପରାମର୍ଶ
ବିଶେଷ ଖବର

ଆତଙ୍କବାଦ ସମେତ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ମଞ୍ଚ: କେନ୍ଦ୍ରର ପରାମର୍ଶ

September 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ
ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସମେତ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଜାରି କରିଛି।

ନିକଟରେ ବିଦେଶରେ ରହୁଥିବା ଜଣେ ଅପରାଧିକ ବ୍ୟକ୍ତି ଟେଲିଭିଜନ ଚ୍ୟାନେଲ ଆଲୋଚନାରେ ସାମିଲ ହେବା ପରେ ଏପରି ମାର୍ଗଦର୍ଶିକା ଜାରି କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଆତଙ୍କବାଦ ଭଳି ଗମ୍ଭୀର ମାମଲା ରହିଛି ଏବଂ ସେ ଭାରତୀୟ ଆଇନ ଦ୍ୱାରା ପ୍ରତିବନ୍ଧିତ ଏକ ଏକ ଆତଙ୍କବାଦ ଗୋଷ୍ଠୀ ସହ ସମ୍ପୃକ୍ତ ରହିଛନ୍ତି। ଆଲୋଚନା ସମୟରେ ବ୍ୟକ୍ତି ଜଣକ ଦେଶର ସାର୍ବଭୌମତ୍ୱ/ଅଖଣ୍ଡତା, ଭାରତର ନିରାପତ୍ତା, ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦେଶରେ ଜନଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ଥିବା ଅନେକ ମନ୍ତବ୍ୟ ଦେଇଥିଲେ।

ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, କେନ୍ଦ୍ର ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିଛନ୍ତି ଏବଂ ସମ୍ବିଧାନ ଅଧୀନରେ ଏହାର ଅଧିକାରକୁ ସମ୍ମାନ ଦିଅନ୍ତି, କିନ୍ତୁ ଟିଭି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥା ସମେତ ଏହାର ଧାରା ୨୦ର ଉପଧାରା (୨)କୁ ପାଳନ କରିବା ଆବଶ୍ୟକ।

ଆତଙ୍କବାଦ ଟିଭି ଚ୍ୟାନେଲ ଦୋଷୀ ସାବ୍ୟସ୍ତ ମାର୍ଗଦର୍ଶିକା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.