Author: Samikhsya Bureau

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକ ଗୌତମୀ ଗ୍ରାମ ବାଲିଢେପ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଭୈରବୀ ମନ୍ଦିର କୁଅରୁ ଘନଶ୍ୟାମ ବେହେରା ନାମକ (୩୦ ବର୍ଷ) ଯୁବକଙ୍କ ମୃତଦେହ  ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ମୃତ ଘନଶ୍ୟାମ ଗତକାଲି ଠାରୁ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ତାଙ୍କର ସନ୍ଧାନ ମିଳିନଥିଲା। କିନ୍ତୁ ଆଜି ସକାଳେ କିଛି ଲୋକ ଉକ୍ତ ମନ୍ଦିର କୁଅରେ ମୃତଦେହ ଭାସୁଥିବା ଦେଖି ସରପଞ୍ଚ ଝିଲି ରେଡ୍ଡୀ ଓ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀଙ୍କୁ ଜଣାଇଥିଲେ। ପରେ ସରପଞ୍ଚ ଅଗ୍ନିଶମ ବିଭାଗ, ସଦର ଥାନା ପୋଲିସ ଓ ସାନଖେମୁଣ୍ଡି ତହସିଲ ଖଲିଙ୍ଗି ଆର୍ ଆଇ ଙ୍କ ସହଯୋଗ =ରେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।

Read More

ଭୁବନେଶ୍ଵର: ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ୩୧ ମିନିଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବିଭିନ୍ନ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ଦେହ ଗୁରୁତର ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇଯାଇଛି। ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଧାୟକ ଭାବେ କାର୍ଯ୍ୟକରୁଥିଲେ। ସେ ଓଡିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ସହଯୋଗୀ ଭାବେ ବେଶ ଜଣାଶୁଣା। ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପୋଲିସ ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମର ଅଭିଯୁକ୍ତ ରାଜା ନାୟକ (୧୯) ସମ୍ପୃକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ୩୨୨/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଆଜି କୌଣସି ସୂତ୍ରରୁ କେଶପୁର ଗ୍ରାମରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଘରେ ଉଭୟ ଉପସ୍ଥିତ ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା।  ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ତେବେ ନାବାଳିକାଙ୍କ ବୟାନ ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅପହରଣ ସମେତ ଦୁଷ୍କର୍ମ ଦଫା ମଧ୍ୟ ଲଗାଇଛି। ଆଜି ନାବାଳିକାଙ୍କ ଡାକ୍ତରମାଇନା କରାଯାଇ ଖୋର୍ଦ୍ଧା ସ୍ଵଧାର ଗୃହକୁ ପୋଲିସ ହସ୍ତାନ୍ତର କରିଥିବା…

Read More

ନୂଆଦିଲ୍ଲୀ: ବ୍ୟାଙ୍କର୍ ଉଦୟ କୋଟାକ୍ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଉଦୟ କୋଟାକ୍ କହିଛନ୍ତି ଯେ ସେ ତତ୍କାଳ ପ୍ରଭାବରୁ ଇସ୍ତଫା ଦେଇଛନ୍ତି, ଯଦିଓ ତାଙ୍କୁ ଆଉ କିଛି ମାସ ବାକି ଅଛି। କୋଟାକ୍ ଚିଠିରେ କହିଛନ୍ତି ଯେ, ମୁଁ ଏହି ନିଷ୍ପତ୍ତିକୁ କିଛି ସମୟ ପାଇଁ ବିଚାର କରିଛି ଏବଂ ଏହା କରିବା ଠିକ୍ କାର୍ଯ୍ୟ ବୋଲି ମୋର ବିଶ୍ୱାସ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଉତ୍ତରାଧିକାରୀ ମୋ ମନରେ ସର୍ବପ୍ରଥମ ରହିଆସିଛି, ଯେହେତୁ ଆମର ଚେୟାରମ୍ୟାନ୍, ମୋତେ ଏବଂ ଯୁଗ୍ମ ଏମଡିଙ୍କୁ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବାକୁ ପଡିବ। ମୁଁ ଏହି ବିଦାୟ କ୍ରମରେ ଏକ ସୁଗମ ପରିବର୍ତ୍ତନକୁ ନିଶ୍ଚିତ କରିବାକୁ ଅପେକ୍ଷା କରିଛି। ମୁଁ ବର୍ତ୍ତମାନ ଏହି ପ୍ରକ୍ରିୟା ଆରମ୍ଭ କରୁଛି ଏବଂ ସ୍ବେଚ୍ଛାକୃତ ଭାବରେ ସିଇଓ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ତୁଲସୀ ପିଠାଧୀଶ୍ୱର ଜଗଦଗୁରୁ ସ୍ଵାମୀ ରାମଭଦ୍ରାଚାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସ୍ଵାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ। ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ବିଜେପି ସପକ୍ଷରେ ଭଲ ହେବ ବୋଲି ସେ ଦାବି କରିଛନ୍ତି। ଏହି ସମୟରେ ବିରୋଧୀ ଦଳର ମେଣ୍ଟ I.N.D.I.A.କୁ ସ୍ଵାମୀ ରାମଭଦ୍ରାଚାର୍ଯ୍ୟ କୌରବଙ୍କ ସହ ତୁଳନା କରିଛନ୍ତି। ସ୍ଵାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ​​ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଲଢେଇ ହେବ ଏବଂ ପୁଣି ଥରେ ପାଣ୍ଡବ ଜିତିବେ। ଅଯୋଧ୍ୟା ପରେ ଜ୍ଞାନବାପୀ ଏବଂ ମଥୁରା ଶ୍ରୀ କୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କରେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ଉଭୟ ମାମଲାରେ ହିନ୍ଦୁମାନେ ଜିତିବେ। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରେ ପ୍ରମାଣ ଏବଂ ତଥ୍ୟ ଉପସ୍ଥାପନ କରିଥିବା…

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ତେବେ ଏହି ବଜ୍ରପାତର ଶଦ୍ଦ ଏତେ ଜୋରଥିଲା ଯେ, ଘର ଦୋହଲି ଯାଉଥିଲା। ପ୍ରାୟ ଅପରାହ୍ନ 2 ଟାରୁ ଏହା ଆରମ୍ଭ ହୋଇ 4ଟା ପର୍ଯ୍ୟନ୍ତ ଚାଲିଥିଲା। ଚଡଚଡି ସହିତ ଏପରି ଘଡଘଡି ଶୁଣି ଲୋକେ ଆତଙ୍କିତ ହୋଇପଡିଥିଲା। ଆଜି ଅପରାହ୍ନ ପ୍ରାୟ 2 ଟା ପରେ ଭୁବନେଶ୍ବର ପୁରା ଅନ୍ଧକାରମୟ ହୋଇଯାଇଥିଲା। କଳାହାଣ୍ଡିଆ ମେଘ ପୁରା ରାଜଧାନୀକୁ ଢାଙ୍କି ଦେଇଥିଲା। ଏହାପରେ ପରେ ଘଡଘଡି ଓ ଚଡଚଡିରେ ଆକାଶ ପ୍ରକମ୍ପିତ ହୋଇଯାଇଥିଲା। ଲଗାତର ପଛକୁପଛ ଘଡଘଡ ଚଡଚଡି ଲାଗି ରହିଥିଲା। ଫଳରେ ଲୋକେ ଘର ଭିତରେ ବସି ରହି ଭଗବାନକୁ ଡାକିବାରେ ଲାଗିଥିଲା। ଏପରି ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ସେମାନଙ୍କ ଘର ଭିତରେ ପାଣି ପଶିବା ସହିତ ଚଡଚଡିରେ ସେମାନେ ପୁରା ଛାନିଆ ଅବସ୍ଥା ଭିତରେ ଗତି କରୁଥିଲେ। ଆଜି ରାଜଧାନୀରେ…

Read More

ନୂଆଦିଲ୍ଲୀ: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ କମିଟି ସମ୍ପର୍କରେ ଆଜି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। କମିଟିର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। କମିଟିର ସଦସ୍ୟମାନେ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, ଏନ.କେ ସିଂ, ସୁଭାଷ ସିଂ କାଶ୍ୟପ, ହରିଶ ସାଲଭେ ଏବଂ ସଞ୍ଜୟ କୋଠାରୀ। କମିଟିର ନାମ ଉଚ୍ଚ ସ୍ତରୀୟ କମିଟି ଏବଂ ଇଂରାଜୀରେ ଏହାକୁ HLC କୁହାଯିବ। ସଚିବ, ଆଇନ ଏବଂ ନ୍ୟାୟ ବିଭାଗ ନିତେନ ଚନ୍ଦ୍ର ଏହାର ଏକ ଅଂଶ ହେବେ। ନିତେନ ଚନ୍ଦ୍ର ମଧ୍ୟ ଏଚ୍‌ଏଲ୍‌ସିର ସଚିବ ହେବେ। ଏହା ବ୍ୟତୀତ କମିଟି ବୈଠକରେ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଶେଷ ଭାବେ ଉପସ୍ଥିତ ରହିବେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଉକ୍ତ ଚଢ଼ାଉରେ ବାଣପୁର ଥାନା କୋଷରଡା ରୋଡରୁ ଦେବରାଜ ନାୟକ (୭୨) ୨୨ ଲିଟର ଦେଶୀ ମଦ ସହ ଗିରଫ ହୋଇଥିବା ବେଳେ ବାଲୁଗାଁ ଥାନା ଆଙ୍କୁଲାଚଟି ଗ୍ରାମରୁ ଅଭିଯୁକ୍ତ ଦୀପକ ନାୟକ (୩୨) ୬୦ ଲିଟର ଦେଶୀ ମଦ ସହ ଗିରଫ ହୋଇଛନ୍ତି। ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ସୂଚନା ଦେଇଛନ୍ତି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଗୋଲାପଲୀ ଗ୍ରାମର ଜୀବନ ପାତ୍ର ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆସ୍କା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ, ମୃତ ଜୀବନ ପ୍ରତ୍ୟେକ ଦିନ ମଦ ପିଇ ଆସି ଘରେ ଗଣ୍ଡଗୋଳ କରୁଥିଲେ। ଗତକାଲି ସନ୍ଧ୍ୟାରେ ମଧ୍ୟ ସେ ମଦ ପିଇ ଆସି ନିଜ ସ୍ତ୍ରୀ ସହ ଗଣ୍ଡଗୋଳ କରିଥିଲେ। ଏହି ଭଳି ପରିସ୍ଥିତିରେ ସ୍ତ୍ରୀ ଅନ୍ୟ କୌଣସି ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଜୀବନ ଭିତରେ ଥିବା ଏକ କୋଠରୀରେ କବାଟ ଦେଇ ଆତ୍ମହତ୍ୟା କରିଥିବା ସ୍ତ୍ରୀ ଦେଖିଲେ। ସଙ୍ଗେ ସଙ୍ଗେ ସାହି ପଡିଶା ଓ ବନ୍ଧୁମାନଙ୍କୁ ଜଣାଇବା ପରେ ସମସ୍ତେ ଆସି ପହଞ୍ଚି ଘଟଣା ଦେଖିବା ପରେ ପୋଲିସକୁ ଜଣାଇଥିଲେ।…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଗଙ୍ଗାଧର ନଗର ବାସିନ୍ଦା ପର୍ଶୁରାମ ସାହୁଙ୍କ ଶରୀର ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସିନିଅର ଡାକ୍ତରଙ୍କ ଆଦେଶ ଅନୁଯାୟୀ ପର୍ଶୁରାମଙ୍କୁ ଆଇସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ହେଇଥିଲା। ଏହି ପରିସ୍ଥିତିରେ ମୃତ ଦେହକୁ ଛାଡ଼ିବା ପାଇଁ ଦୁଇ ଜଣ ସହାୟକ ଏକ ହଜାର ଟଙ୍କା ଦାବି ମୁତାବକ ପୁଅ ମହେନ୍ଦ୍ର ସାହୁ ଠାରୁ ଲାଞ୍ଚ ନେଇଥିଲେ। ଏହା ପରେ ଆଉ ଦୁଇ ଜଣ ସଫେଇ କର୍ମଚାରୀ ଲାଞ୍ଚ ଦାବି କରିଥିଲେ। ଯ’ଦ୍ଵାରା ତାଙ୍କର ସମ୍ପର୍କୀୟ ବସନ୍ତ ସାହୁ ନାମକ ଜଣେ ବ୍ୟକ୍ତି ଡ଼ାକ୍ତରଖାନା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପ୍ରଶାସନ ତରଫରୁ ତତକ୍ଷଣାତ୍ ତଦନ୍ତ କରି ଦୁଇ ଜଣ ସହଯୋଗୀ କର୍ମଚାରୀ…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଏସ୍ ବି ଆଇ ବ୍ୟାଙ୍କ ସି ଏସ୍ ପି ମାନଙ୍କ ପକ୍ଷରୁ କୋଦଳା ତହସିଲଦାର ଏବଂ ବେଗୁନିଆପଡ଼ା ବିଡିଓ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ମୁତାବକ ଦିର୍ଘ ଦିନ ହେଲାଣି ବିଭିନ୍ନ ପଞ୍ଚାୟତ ମାନଙ୍କରେ ଏସ୍ ବି ଆଇ ବ୍ୟାଙ୍କ ପକ୍ଷରୁ ସି ଏସ୍ ପି ଖୋଲି ଜନସାଧାରଣ ମାନଙ୍କୁ ଟଙ୍କା ଦେଣ ନେଣ ଦିଗରେ ସହାୟତା କରିଆସୁଥିଲେ। ବର୍ତ୍ତମାନ ସେହି ସ୍ଥାନ ମାନଙ୍କରେ ନୂତନ ସି ଏସ୍ ପି ନିଯୁକ୍ତି କରିବା ପାଇଁ ମସୁଧା ଚାଲିଥିବା ଖବର ପାଇ ଆଜି ବେଗୁନିଆପଡା ବ୍ଳକ୍ ଅଞ୍ଚଳରେ କାର୍ଯ୍ୟରତ ସି ଏସ୍ ପି ମାନଙ୍କ ପକ୍ଷରୁ ସେହି ସ୍ଥାନରେ ନୂତନ ସି ଏସ୍ ପି ନିଯୁକ୍ତି ନ ଦେବା ପାଇଁ ଏକ ଲିଖିତ ଦାବୀପତ୍ର ତହସିଲଦାର ଏବଂ ବିଡିଓ ଙ୍କୁ ପ୍ରଦାନ…

Read More

ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫, ୨୦୨୩ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିବେ। ପ୍ରତି ବର୍ଷ ଭାରତରେ ସେପ୍ଟେମ୍ବର ୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରା ଯାଇଥାଏ। ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯିବ। ପୁରସ୍କାର ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବୋଟ ଆସୋସିଏସନ ଯାତ୍ରୀ ନିବାସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ି ରହିଥିଲା। ଏହା ଦେଖି ଆଜି ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ସମ୍ପୃକ୍ତ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେବେ ବ୍ୟକ୍ତିଙ୍କ ଆନୁମାନିକ ବୟସ ୫୫ ହୋଇଥିବା ବେଳେ ସେ ତେଲେଗୁ ସମ୍ପ୍ରଦାୟର ବୋଲି ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ବିଗତ ସାତ ଦିନ ହେବ ଉକ୍ତ ଯାତ୍ରୀନିବାସରେ ରାତିରେ ଆଶ୍ରୟ ନେଉଥିଲେ। ଏ ନେଇ ବାଲୁଗାଁ ପୋଲିସ କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନିୟମ ମୁତାବକ ଶବକୁ ୭୨ ଘଣ୍ଟା ପର୍ଯ୍ୟନ୍ତ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା ପରି ଅନେକ ସମସ୍ୟା ସଂପର୍କରେ ୫-ଟି ସଚିବଙ୍କୁ ଜଣାଇଥିଲେ। ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ(22) ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଭିକାରି ଶବର ଙ୍କ ପୁତ୍ର ଅମର ଶବର(12)। ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରେ ବଜ୍ରାଘାତ ହୋଇଥିଲା। ଉକ୍ତ ସମୟରେ ଅରାଙ୍ଗ ଗ୍ରାମ ବିଲରେ ରଞ୍ଜତ ତାଙ୍କ ୩ ସାଙ୍ଗଙ୍କ ସହ ଥିବା ବେଳେ ସମସ୍ତେ ବଜ୍ରାଘାତ ର ଶିକାର ହୋଇଥିଲେ। ଫଳରେ ରଞ୍ଜତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ କଦମଝୋଲା ଗ୍ରାମର ଅମର ମଧ୍ୟ ସେହି ସମୟରେ ବର୍ଷା ନିମନ୍ତେ ସଡ଼କ କଡରେ ଛିଡା ହୋଇଥିବା ବେଳେ ସେ ମଧ୍ୟ ବଜ୍ରାଘାତ ର…

Read More

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୦ଜଣ କୁମ୍ଭାରଙ୍କୁ ବିଦ୍ୟୁତ ଚାଳିତ ଚକ, ୭୫ ଜଣ ଜୋତା କାରିଗରଙ୍କୁ ଜୋତା ତିଆରି ଉପକରଣ ଏବଂ ୬୦ ଜଣ କାରୀଗରଙ୍କୁ କାଗଜ ଠୁଙ୍ଗା ତିଆରି ମେସିନ୍‌ ବିତରଣ କରାଯାଇଛି। ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଏବଂ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏସବୁ ସାମଗ୍ରୀ ବଣ୍ଟନ କରିଛନ୍ତି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ପରିସରରେ ଗ୍ରମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ଉପକରଣ ବିତରଣ କାର୍ଯ୍ୟକ୍ରମ, ଶିଳ୍ପୀ ସମ୍ମିଳନୀ ଓ ମାଟି ତିଆରି ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଗତ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭଗବତ ଏକ କାର୍ଯ୍ୟକ୍ରମ ସମୟରେ ଲୋକଙ୍କୁ ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦେଶର ନାମ ଇଣ୍ଡିଆ ନୁହେଁ ଶତାବ୍ଦୀ ଧରି ଭାରତ ହୋଇଆସୁଛି। ସେଥିପାଇଁ ଆମେ କେବଳ ଏହାର ପୁରୁଣା ନାମ ବ୍ୟବହାର କରିବା ଉଚିତ୍। ସରସଂଘ ମୁଖ୍ୟ ସକଳ ଜୈନ ସମାଜର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ‘ଆମ ଦେଶର ନାମ ଶତାବ୍ଦୀ ଧରି ଭରତ ହୋଇଆସୁଛି। ଭାଷା ଯାହା ହେଉନା କାହିଁକି, ନାମ ସମାନ ରହିଥାଏ। ଭାଗବତ କହିଛନ୍ତି ଯେ, ‘ଆମ ଦେଶ ହେଉଛି ଭାରତ ଏବଂ ଆମକୁ ସମସ୍ତ ବ୍ୟବହାରିକ କ୍ଷେତ୍ରରେ ଇଣ୍ଡିଆ ଶବ୍ଦ ବ୍ୟବହାର ବନ୍ଦ କରିବା ଏବଂ ଭାରତ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିବାକୁ ପଡିବ, ସେତେବେଳେ ହିଁ ପରିବର୍ତ୍ତନ ଆସିବ।…

Read More

ନୂଆଦିଲ୍ଲୀ: ବନାଗ୍ନି ବିଗତ କେତେ ଦଶନ୍ଧି ଧରି ସମଗ୍ର ବିଶ୍ୱରେ ବ୍ୟାପକ ଆକାର ଧାରଣ କରିଛି ଏବଂ ଏହା ଫଳରେ ବହୁ ଧନଜୀବନ ହାନି ଘଟୁଛି। ଜଙ୍ଗଲ ନିଆଁ ଯୋଗୁଁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଅଙ୍ଗାରକାମ୍ଳ ଶୋଷଣ ଉତ୍ସ ବା କାର୍ବନ ସିଙ୍କ୍ ବିଶେଷ ପ୍ରଭାବିତ ହେଉଛି । କାନାଡାର ଉତ୍ତରାଞ୍ଚଳର ବନ (ବୋରିଲ ଫରେଷ୍ଟ) ଏବଂ ବ୍ରାଜିଲର ଆମାଜନ ଉପତ୍ୟକାର ବର୍ଷା ବନ ଏହି ବନାଗ୍ନି ଦ୍ୱାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ନୂଆ ଅନୁଧ୍ୟାନ ଅନୁସାରେ ୨୦୦୧ ତୁଳନାରେ ଏବେ ବନାଗ୍ନି ଦ୍ୱାରା ବର୍ଷକୁ ତିନି ନିୟୁତରୁ ଅଧିକ ହେକ୍ଟର ଜଙ୍ଗଲାଞ୍ଚଳ କ୍ଷତିଗ୍ରସ୍ତ ହେଉଛି । ସରଳ ଭାଷାରେ ଜଙ୍ଗଲ ନିଆଁ ପ୍ରତିବର୍ଷ ବିଶ୍ୱର ମୋଟ ବୃକ୍ଷର ଏକ ଚତୁର୍ଥାଂଶ ଗତ ୨୦ବର୍ଷରେ ନଷ୍ଟ କଲାଣି । ଦିନକୁ ଦିନ ବନାଗ୍ନି  ଘଟଣା ଅଧିକ ହେଉଛି ଓ ଏହାର ଭୟାବହତା ବଢୁଛି…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ସାହି ଲକ୍ଷ୍ମି ଭୂୟାଁ ଙ୍କ ଗାଇ ବଜ୍ରପାତରେ ମୃତ୍ୟୁ ବରଣ କରିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ବର୍ଷା ସହ ବଜ୍ରପାତ ଯୋଗୁଁ ଗୁହାଳରେ ଥିବା ଲକ୍ଷ୍ମି ଭୂୟାଁଙ୍କ ଗାଇର ମୃତ୍ୟୁ ଘଟିଛି। ଏ ନେଇ ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Read More

ନୂଆଦିଲ୍ଲୀ: ଓଡିଶାର ପାଇଁ ଏକ ଗର୍ବର କଥା। କାରଣ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ବିଶ୍ବସ୍ତରର ଗୋଟିଏ ସଂସ୍ଥା ତାଙ୍କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସର ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ‘ଏ’ ମାନ୍ୟତା ଦିଆଯାଇଛି। ଆମେରିକାର ଭିତ୍ତିକ ଏହି ଗ୍ଲୋବାଲ ଫାଇନାନ୍ସ ପତ୍ରିକା ଦ୍ବାରା ଶ୍ରୀ ଦାସଙ୍କୁ ତିନିଟି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ତାଲିକାର ଶୀର୍ଷରେ ସ୍ଥାନିତ କରାଯାଇଛି। ତାଙ୍କ ପରେ ସ୍ୱିଜରଲ୍ୟାଣ୍ଡର ଥୋମାସ୍ ଜେ ଜୋର୍ଡାନ ଏବଂ ଭିଏତନାମର ନଗୁଏନ ଥି ହଙ୍ଗ ଅଛନ୍ତି। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ‘ଏ’ ମାନ୍ୟତା ପାଇଥିବାରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଆରବିଆଇ ଗଭର୍ଣ୍ଣରଙ୍କ ଉତ୍ସର୍ଗୀକୃତ ସେବା ଏବଂ ଦୂରଦୃଷ୍ଟି ଯୋଗୁଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପଥକୁ ମଜବୁତ କରିବାରେ ଲାଗିଛି…

Read More

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଶ୍ରୀ ଲାଲା ଅଶୋକ କୁମାର ରାୟ( ଗାମା ଭାଇ)ଙ୍କ ଗତକାଲି ସକାଳେ ୟୁନିଟ୍‌-୩ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ଗାମା ଭାଇଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ଶ୍ରୀ ରାୟଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ଅଶୋକ ମିଶ୍ର,…

Read More