Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦୦ ରିଲାଏନ୍‌ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ନିମେନ୍ତ ଆବେଦନ ଆହ୍ୱାନ
ଜାତୀୟ ଖବର

ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦୦ ରିଲାଏନ୍‌ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ନିମେନ୍ତ ଆବେଦନ ଆହ୍ୱାନ

September 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ହେଉଛି ଉଚ୍ଚ ଶିକ୍ଷା ପାଇଁ ଭାରତର ଅନ୍ୟତମ ସର୍ବବୃହତ ସ୍କଲାରସିପ୍। ୨୦୨୩-୨୪ ଶିକ୍ଷାବର୍ଷରେ ୫୦୦୦ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ସେଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସବୁ ବିଷୟରେ ପାଠପଢ଼ା ପାଇଁ ନିୟମିତ ସ୍ନାତକ ପ୍ରଥମ ବର୍ଷ (ଅଣ୍ଡର ଗ୍ରାଜୁଏଟ୍‌) ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ୨୦୨୩ ଅକ୍ଟୋବର ୧୫ ସୁଦ୍ଧା ଆବେଦନ କରିପାରିବେ।

ଯୁବପିଢ଼ିଙ୍କ ଶକ୍ତି ଓ ସମ୍ଭାବନାରେ ନିବେଶ କରିବାର ଗୁରୁତ୍ୱ ନେଇ ରିଲାଏନ୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଧୀରୁଭାଇ ଅମ୍ବାନିଙ୍କ ଦୃଢ଼ ବିଶ୍ୱାସ ଥିଲା। ସେହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତ୍ତି, ମେଧାବୀ ଯୁବବର୍ଗଙ୍କ ପାଖରେ ଉଚ୍ଚ ଶିକ୍ଷା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ୨୦୨୨ ଡିସେମ୍ବରରେ ଧୀରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରିଥିଲେ ଯାହା ହେଉଛି ଏକ ଉତ୍ତମ ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ତାଙ୍କର ରହିଥିବା ସ୍ୱପ୍ନର ଏକ ଅଂଶ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକ (ଅଣ୍ଡର ଗ୍ରାଜୁଏଟ) କଲେଜ ପାଠପଢ଼ା ପାଇଁ ମେରିଟ୍‌-କମ୍‌-ମିନ୍‌ସ ଆଧାରରେ ଶିକ୍ଷାବୃତ୍ତି ପ୍ରଦାନ କରାଯାଉଛି ଯାହା ଫଳରେ ଛାତ୍ରଛାତ୍ରୀମାନେ କୌଣସି ଆର୍ôଥକ ବୋଝ ବିନା ନିଜ ପାଠପଢ଼ା ଜାରି ରଖିପାରିବେ। ଜଣେ ସଫଳ ପେସାଦାରରେ ପରିଣତ ହେବା ଏବଂ ନିଜ ସ୍ୱପ୍ନ ପୂରଣ କରିବା ସହ ନିଜର ଓ ସମାଜରେ ଉନ୍ନତି ଆଣିବା ଲାଗି ରହିଥିବା ସମ୍ଭାବନାକୁ ଜାଗ୍ରତ କରିବା ଏବଂ ଭାରତର ଭବିଷ୍ୟତ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଯୋଗଦାନ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ହେଉଛି ଏହି ଶିକ୍ଷାବୃତ୍ତିର ମୁଖ୍ୟ ଉଦ୍ଦେଶ୍ୟ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି ଯେ, “ବିଶ୍ୱର ସର୍ବାଧିକ ଯୁବବର୍ଗ ଭାରତରେ ରହିଛନ୍ତି ଏବଂ ଦେଶକୁ ନୂତନ ଶିଖରରେ ପହଞ୍ଚାଇବାର ବିପୁଳ ସମ୍ଭାବନା ଯୁବବର୍ଗଙ୍କ ପାଖରେ ରହିଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ସୁଯୋଗ ପ୍ରଦାନ କରିବା ଏବଂ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛୁ। ଯୁବବର୍ଗଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସହଯୋଗ ପ୍ରଦାନ କରିବା ଏବଂ ଭାରତର ଅଭିବୃଦ୍ଧି ପାଇଁ ଯୋଗଦାନ କରିବା ଦିଗରେ ସେମାନଙ୍କୁ ସକ୍ଷମ କରିବା ପାଇଁ ଆମେ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛୁ।’’

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଠ୍ୟକ୍ରମ ଅବଧିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବ। ସେମାନେ ଏକ ସାମଗ୍ରିକ ବିକାଶ ବ୍ୟବସ୍ଥାରେ ସାମିଲ ହେବା ସହ ଏକ ଚମତ୍କାର ଆଲୁମିନି ନେଟ୍‌ୱର୍କ ସହ ଯୋଡ଼ିହେବେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଏବଂ ଦିବ୍ୟାଙ୍ଗମାନଙ୍କଠାରୁ ଆବେଦନକୁ ଉତ୍ସାହିତ କରାଯାଉଛି। ଆପ୍‌ଟିଚ୍ୟୁଡ୍ ପରୀକ୍ଷା, ଦ୍ୱାଦଶ ଶ୍ରେଣୀ ମାର୍କ, ପରିବାର ଆୟ ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଆଧାରରେ ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷାବୃତ୍ତି ପାଇଁ ଚୟନ କରାଯିବ।

୧୯୯୬ ରୁ ଧିରୁଭାଇ ଅମ୍ବାନି ସ୍କଲାରସିପ ଓ ରିଲାଏନ୍ସ ଫାଉଣ୍ଡେସନ ସ୍କଲାରସିପ ଜରିଆରେ ରିଲାଏନ୍ସ ୧୮୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଅଣ୍ଡର ଗ୍ରାଜୁଏଟ ସ୍କଲାରସିପ ସହାୟତା ପ୍ରଦାନ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରୀ ହୋଇଥିବା ବେଳେ ପ୍ରାୟ ୨୮୦୦ ଜଣ ଦିବ୍ୟାଙ୍ଗ ରହିଥିଲେ। ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ସ୍କଲାରସିପ ପାଇଁ ୨୦୨୨-୨୩ ବର୍ଷରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରି ପଞ୍ଜିକରଣ କରିଥିବା ବେଳେ ଦେଶର ସମସ୍ତ ରାଜ୍ୟରୁ ଆସିଥିବା ୪୦୦୦୦ ଆବେଦନପତ୍ର ମଧ୍ୟରୁ ୫୦୦୦ ମେଧାବୀଙ୍କୁ ଆପ୍‌ଟିଚ୍ୟୁଡ୍ ପରୀକ୍ଷା ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଆଧାରରେ ମେଧାବୃତ୍ତି ପାଇଁ ଚୟନ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ୫୧ ପ୍ରତିଶତ ଛାତ୍ରୀ ରହିଥିବାବେଳେ ୯୭ ଜଣ ମେଧାବୀ ଦିବ୍ୟାଙ୍ଗ ରହିଥିଲେ। ଚୟନ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ୧୬୩୦ ଟି ଶିକ୍ଷାନୁଷ୍ଠାନରେ ବିବିଧ ବିଷୟରେ ସ୍ନାତକ ପାଠପଢା ଜାରି ରଖିଛନ୍ତି।
www.scholarships.reliancefoundation.org ରୁ ସ୍କଲାରସିପ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ ଏବଂ ଆବେଦନ କରାଯାଇପାରିବ।

ଆବେଦନ ଆହ୍ୱାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ସ୍ନାତକ
Share. Facebook Twitter LinkedIn Email WhatsApp Copy Link

Related Posts

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026

ଆଉ ବଢିବ ନାହିଁ ଚିନି ମୂଲ୍ୟ!: ଯୋଗାଣ ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର

August 31, 2026

ଆଇପିଏଲରୁ ହଟିବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’!: ବଡ଼ ପଦକ୍ଷେପ ନେବ ବିସିସିଆଇ

August 31, 2026

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026
Latest News

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026

ଆଉ ବଢିବ ନାହିଁ ଚିନି ମୂଲ୍ୟ!: ଯୋଗାଣ ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର

August 31, 2026

ଆଇପିଏଲରୁ ହଟିବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’!: ବଡ଼ ପଦକ୍ଷେପ ନେବ ବିସିସିଆଇ

August 31, 2026

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.