Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ବାପାକୁ ଆକ୍ରମଣ ଅଭିଯୋଗରେ ପୁଅକୁ ଗିରଫ କରିଛି ବାଲୁଗାଁ ପୋଲିସ। ଖବର ମୁତାବକ ସରନଇ ଗ୍ରାମର ନନ୍ଦ କିଶୋର ମହାରଣାଙ୍କ ସାନ ପୁଅ ଗଣେଶ ମହାରଣା (୩୨) ଦୈନନ୍ଦିନ ସାଥୀ ସାଙ୍ଗମାନଙ୍କ ସହ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଆସୁଥିବା ବେଳେ ଗାଳି ଗୁଲଜ କରିବା ସହ ବାପା ଓ ମାକୁ ମାରିବାକୁ ଧମକ ଦେଇ ଆସୁଥିଲା। ଯାହାକି ଗତକାଲି ସନ୍ଧ୍ୟାରେ ପୁଅ କାଠ ଫାଳିଆରେ ଉଭୟ ବାପା ମାଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଯାହାଫଳରେ ନନ୍ଦ କିଶୋର ଓ ସ୍ତ୍ରୀ ଙ୍କ ମସ୍ତିଷ୍କରେ ଆଘାତ ଲାଗି ଉଭୟ ଗୁରୁତର ଆହତ ହୋଇଛନ୍ତି। ଏନେଇ ବାଲୁଗାଁ ଥାନାରେ ଅଭିଯୋଗ କରିବାରେ କେଶ ନଂ ୨୧୩/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା…

Read More

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସାତପଡ଼ାରେ ଚିଲିକା ହ୍ରଦରେ ଡଙ୍ଗାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ସ୍ଥାନୀୟ ନେତୃତ୍ଵଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୦୪ତମ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ। ଏହା ପରେ ସେ କୃଷ୍ଣପ୍ରସାଦ ବ୍ଳକର ନୂଆପଡ଼ା ପଞ୍ଚାୟତର ଗୁରୁବାଇ ଗାଆଁରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟ ଅନ୍ତର୍ଗତ ଦତ୍ତୋପନ୍ତ ଠେଙ୍ଗଡି ଶ୍ରମିକ ଏବଂ ବିକାଶ ବୋର୍ଡ ଦ୍ଵାରା ଶ୍ରମିକ ପ୍ରଶିକ୍ଷଣ ହେତୁ ଆୟୋଜିତ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ମିଳିତ ହେଇଥିଲେ। ଏହି ଅବସରରେ ସେ ଉପସ୍ଥିତ ଜନସମୁହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଶ୍ରମିକଙ୍କ କଲ୍ୟାଣ ପାଇଁ ପରିଚାଳିତ ଯୋଜନାମାନଙ୍କ ବିଷୟରେ ଅବଗତ କରାଇବା ସହିତ ନୂତନ ବିଶ୍ଵକର୍ମା ଯୋଜନା ବିଷୟରେ ସଚେତନ କରେଇଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ପ୍ରମାଣ ପତ୍ର ବିତରିତ କରାଗଲା। ଏହା ସହ କାର୍ଯ୍ୟକ୍ରମରେ ଭାଗ ନେବା ସମୟରେ…

Read More

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଆବଶ୍ୟକତା ଏବଂ ଅନୁରୋଧକ୍ରମେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୂଷଣ୍ଡପୁର, ମଗଂଳାଯୋଡି, ସୁନ୍ଦରପୁର ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଝିଥିଲେ। ଏହା ପୂର୍ବରୁ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଭେପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ସାକ୍ଷତ କରିଥିଲେ। ପରବର୍ତ୍ତୀ ସମୟରେ ଭୂବନେଶ୍ୱର ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଚିଲିକା ନାଳ ଖନନ କାର୍ଯ୍ୟ କିପରି ଚାଲିଛି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜେ ଓ ମତ୍ସ୍ୟଜୀବୀ ମାନଙ୍କୁ ସାଥିରେ ନେଇ ବାଲିପାଟପୁର ଜେଟି ଠାରୁ ଡଗାଂରେ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି। ଚିଲିକା ନାଳ ଖନନ ହେଲେ ୨୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ପରିବାର ଅର୍ଥାତ ଏକଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଉପକୃତ…

Read More

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ଖଡ଼ିକା ଢେପ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଶାଳିଆ ଡ୍ୟାମକୁ ଯାଇ ଖଡ଼ିକା ଢେପ ଗ୍ରାମର ଜନୈକ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ପ୍ରାପ୍ତ ସୁଚନା ଅନୁଯାୟୀ, ସୌରୀ ବେହେରା (୭୩)  ସବୁ ଦିନ ପରି ଆଜି ମାଛ ଧରିବାକୁ ଭେଳାରେ ଯାଇଥିଲେ। କିନ୍ତୁ ଭାରସାମ୍ୟ ହରାଇ ପାଣିରେ ବୁଡିଯାଇଥିଲେ। ନିକଟରେ ଥିବା ଲୋକେ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ସୌରୀଙ୍କ ଝିଅ ବିଶାଖାଙ୍କ ଏତଲାକୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

Read More

ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି ବର୍ଷ ପରେ ପରିଦର୍ଶନ କରୁଛନ୍ତି, ନିର୍ବାଚନମଣ୍ଡଳୀର ମହିଳା ଏବଂ ପୁରୁଷମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ସେ ଗତ ସାଢେ ଚାରି ବର୍ଷ ଧରି କେଉଁଠାରେ ଥିଲେ ଏବଂ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କାହିଁକି ଆସୁଛନ୍ତି? ଭୁବନେଶ୍ୱରର ମହିଳା ତଥା ସାଧାରଣ ଲୋକଙ୍କ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ କହୁଛନ୍ତି ଯେ ଭୁବନେଶ୍ୱରର ଲୋକେ ତଥା…

Read More

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ରହୁଥିବା ୩୦ ବର୍ଷ ବୟସ୍କ ଯୁବକ ଏକ ଡେଟିଂ ଆପ୍ ରେ ସାଥୀ ଖୋଜିବା ଅତ୍ୟନ୍ତ ମହଙ୍ଗା ପଡିଛି। ତାଙ୍କ ସହ ଅନଲାଇନ୍ ଠକେଇ ଘଟି ୨.୫୦ ଲକ୍ଷ ଟଙ୍କା ସଫା ହୋଇଯାଇଛି। ନୂତନ ବନ୍ଧୁ ପାଇବା ଆଶାରେ, ସେ ଏକ ଭୟଙ୍କର ପରିସ୍ଥିତିରେ ଫସିଯାଇଛନ୍ତି, ଯାହା ତାଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ, ଯୁବକ ଜଣକ ସେକ୍ସଟୋର୍ସନ୍ ନାମକ ଏକ ପ୍ରକାର ଅନଲାଇନ୍ ଠକେଇର ଶିକାର ହୋଇଥିଲେ, ଯେଉଁଠାରେ ଲୋକମାନଙ୍କୁ ବ୍ଲାକମେଲ୍ କରାଯାଏ। ଡେଟିଂ ଆପରେ ଦୁଇଜଣ ନକଲି ଲୋକଙ୍କୁ ଭେଟିଥିଲେ: ଖବର ଅନୁଯାୟୀ, ଏହି ଯୁବକଜଣଙ୍କ ଡେଟିଂ ଆପ୍ ବିଷୟରେ ଶୁଣିଥିବା ରୋମାଞ୍ଚକର ଜିନିଷ ଦ୍ୱାରା ଆକର୍ଷିତ ହୋଇଥିଲେ। ଯୁବକ ଭାବିଥିଲେ ଯେ ସେ ସେଠାରେ ପ୍ରକୃତ ବନ୍ଧୁ ଏବଂ ସମ୍ପର୍କ ପାଇପାରିବେ। ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସର୍ଚ୍ଚ ବେଳେ ଯୁବକ ନିକିତା ନାମକ ଜଣେ…

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବ୍ଲାକବୋର୍ଡରେ ‘ଜୟ ଶ୍ରୀ ରାମ’ ଲେଖିଥିବା ଛାତ୍ରଙ୍କୁ ମାଡ ମାରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଶନିବାର ଦିନ ଗିରଫ କରାଯାଇଥିଲା। ବର୍ତ୍ତମାନ ଶିକ୍ଷକ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ହାଫିଜଙ୍କୁ ନିଲମ୍ବିତ କରାଯାଇଛି। ପ୍ରକାଶ ଯେ, ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ଆଇପିସି ଧାରା ୩୨୩, ୩୪୨, ୫୦୪ (ଉଦ୍ଦେଶ୍ୟମୂଳକ ଅପମାନ), ୫୦୬ (ଅପରାଧିକ ଧମକ) ଏବଂ ନାବାଳିକା ନ୍ୟାୟ ବିଭାଗ ୭୫ ( ଶିଶୁ ପ୍ରତି କ୍ରୁରତା) ଅଧୀନରେ ମାମଲା ରୁଜୁ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବେ ବି ଫେରାର ଅଛନ୍ତି। ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ: ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, କଠୁଆରେ ଏହି ଘଟଣା ପରେ ଡେପୁଟି କମିଶନର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଏହାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି।…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ -୨୦୨୪ ପାଇଁ ଏକ ବର୍ଷରୁ କମ୍ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଜେପିକୁ ଚ୍ୟାଲେଞ୍ଜ କରିବା ଉଦ୍ଦେଶ୍ୟରେ ୨୬ ଟି ବିରୋଧୀ ଦଳ ‘ଇଣ୍ଡିଆ’ ନାମକ ଏକ ମହାମେଣ୍ଟ ଗଠନ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଗ୍ରାଣ୍ଡ ଆଲାଇନ୍ସର ନେତାଙ୍କ ନାମ ଘୋଷଣା କରାଯାଇ ନାହିଁ। ତେବେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଅନେକ କଂଗ୍ରେସ ନେତା କହିଛନ୍ତି। ଛତିଶଗଡ ସିଏମ ଭୁପେଶ ବଘେଲ ଏବଂ ରାଜସ୍ଥାନ ସିଏମ ଅଶୋକ ଗେହଲୋଟଙ୍କ ସ୍ୱରରେ ସ୍ଵର ମିଳାଇ ବର୍ତ୍ତମାନ କଂଗ୍ରେସ ନେତା ରସିଦ ଅଲଭି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ବିଷୟରେ ମଧ୍ୟ କହିଛନ୍ତି। ସେ ଆଜି କହିଛନ୍ତି ଯେ, ୨୦୨୪ ପରେ ଆମେ ଆଶା କରୁଛୁ ଯେ, କଂଗ୍ରେସ ଦଳ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବ ଏବଂ ରାହୁଲ ପ୍ରଧାନମନ୍ତ୍ରୀ ହେବେ।…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମ ର ବାପିନୀ ସ୍ଵାଇଁ ବାରିଆହେତା ଗ୍ରାମ ନିକଟରେ ଥିବା ନିଜ ଜମିରେ ଏକ ପୋଖରୀ ଖନନ କରି ମାଛ ଚାଷ କରିଥିଲେ। ଢେର ଦି ପଇସା ରୋଜଗାର କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୌଣସି ଦୃବର୍ତ୍ତ ଉକ୍ତ ପୋଖରୀରେ ବିଷ ପକେଇ ମାଛ ମାରିଥିବା ନେଇ ବାପିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାପିନୀଙ୍କ କହିବା ମୁତାବକ ସେ ଗତ ୨୪ ତାରିଖ ଦିନ କୌଣସି ଏକ କାମରେ ଭୁବନେଶ୍ବର ଯାଇଥିଲେ। କାମ ସାରି ସେ ୨୬ ତାରିଖ ଦିନ ଭୁବନେଶ୍ବରରୁ ଫେରି ପ୍ରତିଦିନ ଭଳି ସେଦିନ ମଧ୍ୟ ପୋଖରୀକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ଦେଖିଲେ ପୋଖରିରେ ସବୁ ମାଛ ମରି ଭାସୁଛି। ପୋଖରିରେ ପ୍ରାୟ ୫ ଶହ କିଲୋ ମାଛ ଥିବା ନେଇ ସେ କହିଛନ୍ତି। ଏବଂ ତାଙ୍କ ଅନୁପସ୍ଥିତିର…

Read More

ନୂଆଦିଲ୍ଲୀ: ଦିଲ୍ଲୀର ପାଞ୍ଚଟି ମେଟ୍ରୋ ଷ୍ଟେସନ ନିକଟରେ ଖାଲିସ୍ତାନ ନାମରେ ବିବାଦୀୟ ସ୍ଲୋଗାନ ଲେଖାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସମେତ ସ୍ଥାନୀୟ ଜିଲ୍ଲାର ଟିମଗୁଡିକୁ ସତର୍କ କରାଯାଇଛି। ନିଷିଦ୍ଧ ସଂଗଠନ ଖାଲିସ୍ତାନ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନେକ ସ୍ଲୋଗାନ ମେଟ୍ରୋ ଷ୍ଟେସନ ନିକଟ କାନ୍ଥରେ ଲେଖାଯାଇଛି। ଭାରତ ବିରୋଧୀ ସ୍ଲୋଗାନଗୁଡିକ ସମ୍ପୂର୍ଣ୍ଣ ଆପତ୍ତିଜନକ। ବର୍ତ୍ତମାନ ଦିଲ୍ଲୀ ପୋଲିସର ତଦନ୍ତ ଚାଲିଛି। ଏହା ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ମେଟ୍ରୋରେ ସ୍ଲୋଗାନ ଲେଖାଯାଇଛି: କାନ୍ଥରେ ସ୍ଲୋଗାନ ଲେଖାଯାଇଥିବା ଦିଲ୍ଲୀ ମେଟ୍ରୋ ଷ୍ଟେସନଗୁଡ଼ିକର ନାମ ହେଉଛି ଶିବାଜୀ ପାର୍କ ମେଟ୍ରୋ ଷ୍ଟେସନ, ନାଙ୍ଗଲୋଇ ମେଟ୍ରୋ ଷ୍ଟେସନ, ମାଦିପୁର, ପଶ୍ଚିମ ବିହାର ଏବଂ ଉଦ୍ଯୋଗ ବିହାର ମହାରାଜ ସୁରଜମଲ ଷ୍ଟାଡିୟମ। ଏହା ବ୍ୟତୀତ ସରକାରୀ ସର୍ବୋଦୟ ବାଲ ବିଦ୍ୟାଳୟ ନାଙ୍ଗଲୋଇ ଏବଂ ପଞ୍ଜାବୀ ବାଗ କାନ୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି।

Read More

ନୂଆଦିଲ୍ଲୀ: ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଭାରତୀୟ ପୁରୁଷ 4×400 ମିଟର ରିଲେ ଦଳ ଇଭେଣ୍ଟର ହିଟ୍‌ରେ 2 ମିନିଟ 59.05 ଘଣ୍ଟା କରି ଏସୀୟ ରେକର୍ଡ ଭାଙ୍ଗିଛି। ଭାରତୀୟ ଦଳ ମଧ୍ୟ 9 ଟି ଦଳ ମଧ୍ୟରେ ଚାଲିଥିବା ଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି। ପୁରୁଷ 4×400 ମିଟର ରିଲେର ଫାଇନାଲ୍ ଆଜି ଅର୍ଥାତ୍ 27 ଅଗଷ୍ଟରେ ଖେଳାଯିବ। ଦଳ ଏସୀୟ ତଥା ଜାତୀୟ ରେକର୍ଡ ଭାଙ୍ଗିଛି। 2020 ଅଲିମ୍ପିକ୍ସରେ ମହମ୍ମଦ ଅନସ, ନୁହା ନିର୍ମଲ ଟମ, ଆରୋକିଆ ରାଜୀବ ଏବଂ ଆମୋଜ ଜାକବ 3 ମିନିଟ 00.25 ସେକେଣ୍ଡ ର ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।

Read More

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାରେ ଗୋଟିଏ ପଞ୍ଚାୟତରେ ସରପଞ୍ଚ ଯେପରି ନିର୍ବାଚନ ଜିତିଥାଏ, ଜଣେ ସମିତ ସଭ୍ୟ ମଧ୍ୟ ସେମିତି ଜିତେ। ହେଲେ ଦୁଃଖର କଥା ପଞ୍ଚାୟତରେ ଏବଂ ବ୍ଲକରେ ସରପଞ୍ଚଙ୍କୁ ସମସ୍ତେ ପଚାରୁଥିବା ବେଳେ କେହି ସମିତି ସଭ୍ୟଙ୍କୁ ପଚାରୁ ନାହାଁନ୍ତି। ଏହିପରି ଅଭିଯୋଗ କରିଛନ୍ତି ରାଜ୍ୟର ସମିତି ସଭ୍ୟ ସଂଘ। ସେମାନଙ୍କର ଭୂମିକା କଣ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବୀ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ସମିତି ସଭ୍ୟମାନଙ୍କ ତରଫରୁ ଦାବୀ ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ସେଥିପାଇଁ ଆସନ୍ତା 28 ତାରିଖରେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ଭୁବନେଶ୍ବରରେ ମହାସମାବେଶ କରିବେ ବୋଲି ନିଷ୍ପତି କରିଛନ୍ତି। ଯଦି ସରକାର ଏହାର ଶିଘ୍ର ସମାଧାନ ନ କରନ୍ତି ତେବେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଇସ୍ତଫା ଦେବେ ବୋଲି ସେମାନେ ମଧ୍ୟ ଧମକ ଦେଇଛନ୍ତି।…

Read More

ନୂଆଦିଲ୍ଲୀ: ଆମେରିକାର ନୌସେନା ସିଲ୍ କମାଣ୍ଡର ରବର୍ଟ ଜେ ଓ’ନିଲ, ଯିଏକି ପାକିସ୍ତାନର ଏବଟାବାଦ ସହରରେ ପ୍ରବେଶ କରି ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ଙ୍କୁ ମାରିଥିଲେ, ତାଙ୍କୁ ଆମେରିକୀୟ ପୋଲିସ ଗିରଫ କରିଛି। ଯାହା ପରେ ଉତ୍ତେଜନା ଦେଖାଦେଇଛି। ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପୂର୍ବତନ କମାଣ୍ଡରଙ୍କୁ ଟେକ୍ସାସ ସିଟିରେ ଗିରଫ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଲ ଗିରଫ ହେବାର କିଛି ଘଣ୍ଟା ପରେ ଜାମିନ ପାଇଛନ୍ତି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ୪୭ ବର୍ଷିୟ ରୋବର୍ଟ ଜେ. ଙ୍କ ବିରୋଧରେ ଫ୍ରିସ୍କୋରେ ମାମଲା ରୁଜୁ ହେବା ପରେ ବୁଧବାର ଦିନ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ମାତ୍ର କିଛି ଘଣ୍ଟା ପରେ ନୀଲଙ୍କୁ ୨ ଲକ୍ଷ ୮୮ ହଜାର ଟଙ୍କା ବଣ୍ଡରେ ମୁକ୍ତ କରାଯାଇଥିଲା। ଖବର ଅନୁଯାୟୀ, ଲାଉଞ୍ଜରେ ହଙ୍ଗମା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ ପୂର୍ବତନ କମାଣ୍ଡର ମଧ୍ୟ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଅଞ୍ଚଳର ଦତ୍ତପୁକୁରର ବାଣ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଗ୍ରା, ବଜବଜ୍ ପରେ, ବର୍ତ୍ତମାନ ରାଜ୍ୟର ଦତ୍ତପୁକୁରର ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହାପୂର୍ବରୁ ମେ ମାସରେ ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରାଠାରେ ଏକ ବେଆଇନ ବାଣ କାରଖାନା ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏଗ୍ରା ଅଞ୍ଚଳ ଓଡିଶା ସୀମା ରାଜ୍ୟ ସୀମା ନିକଟରେ। ଏହି ମାମଲାରେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ପରେ ଓଡିଶାର କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୋଲିସ କହିଛି ଯେ ବିସ୍ଫୋରଣ ସମୟରେ ଏହି ଅଭିଯୁକ୍ତ ଉପସ୍ଥିତ ଥିଲେ ଏବଂ ସେ ୮୦ ପ୍ରତିଶତ ଜଳି ଯାଇଥିଲେ। ତାଙ୍କୁ ଗିରଫ କରିବା ପାଇଁ…

Read More

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ତାଙ୍କ ଖବର କାଗଜ ସମ୍ବାଦର ଆମଘର ହାଲଚାଲ ସ୍ତମ୍ବରେ ସେ ସିଧା ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ଏହିପରି ସମାଲୋଚନା କରିଆସୁଛନ୍ତି। ତେବେ ତାଙ୍କର ସମାଲୋଚନା ସେହି ସମାଲୋଚନା ଭିତରେ ହିଁ ରହି କୁଆଡେ ଉଭେଇ ଯାଉଛି। ତେବେ ଏଥର ସେ ତାଙ୍କ ସ୍ତମ୍ବରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ରାଜନୈତିକ ବ୍ୟକ୍ତିଭାବେ ପ୍ରମାଣିତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏହା ଜଣେ ପ୍ରଶାସକ ହିସାବରେ କହିବା ଠିକ ନୁହେଁ ବୋଲି ସୌମ୍ୟରଂଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ହେଲେ ତାହା ପାଣ୍ଡିଆନ କିପରି…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲ୍ଲାର ବାଂଲାଦେଶ ସୀମାରେ ଥିବା ଏକ ଟ୍ରକରୁ ବିଏସଏଫ ଯବାନ (ବିଏସଏଫ) ୩.୧୨ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଶନିବାର ଦିନ ପରଗାନା ଜିଲ୍ଲାର ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ଆଇସିପି) ପେଟ୍ରୋପୋଲ୍ ପୋଷ୍ଟରେ ଏକ ଟ୍ରକ୍ କୁ ତଲାସୀ ନିଆଯାଇଥିଲା। ଏହି ସମୟରେ ବିଏସଏଫର ୧୪୫ ବାଟାଲିୟନର ସୈନିକମାନେ ଦୁଇଟି ପ୍ୟାକେଟ ସୁନା ବିସ୍କୁଟ ଗାଡିର ବିଭିନ୍ନ ସ୍ଥାନରେ ଲୁଚାଇରଖାଯାଇଥିବା ଦେଖିବାକୁ ପାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ବାଂଲାଦେଶରୁ ଭାରତ ଆସିଥିବା ଏହି ଟ୍ରକଟି ଖାଲି ଥିଲା। ଚୋରା ଚାଲାଣକାରୀ ବାଂଲାଦେଶରୁ ଭାରତକୁ ଫେରୁଥିବା ଏକ ଖାଲି ଟ୍ରକରେ ସୁନା ବିସ୍କୁଟ ଆଣିବାକୁ ଚେଷ୍ଟା କରୁଥିଲେ। ଏଥିସହ ଅଧିକାରୀମାନେ କହିଛନ୍ତି ଯେ, ଟ୍ରକରୁ ୫.୨୪ କିଲୋଗ୍ରାମ ଓଜନର ୪୫ ଟି ସୁନା ବିସ୍କୁଟ ଜବତ କରାଯାଇଛି, ଯାହାର ମୂଲ୍ୟ ୩.୧୨…

Read More

କୁଜଙ୍ଗ: ବିନା ସରକାରୀ ପ୍ରଶିକ୍ଷଣ ଓ ପ୍ରୋତ୍ସାହନରେ କୁଜଙ୍ଗ ଅଂଚଳର ସ୍ଵେଚ୍ଛାସେବୀ ପ୍ରଭାତ ବେହେରା (ବାବୁନି) ଦିନକୁ ଦିନ ସାପ ଧରିବାରେ ରେକର୍ଡ କରି ଚାଲିଛନ୍ତି। ସେ ପୂର୍ବରୁ ଗୋଟିଏ ଦିନରେ ୬ ଟି ନାଗସାପ ଉଦ୍ଧାର କରିଥିବାବେଳେ ଆଜି ୪ଟି ନାଗ ସାପ ଉଧାର କରିଥିବା ଜଣାପଡ଼ିଛି। ଶ୍ରୀ ବେହେରା ଆଜି ସମାଗୋଳର ଦୁଲେଇ କଳ ଘରୁ, ବଳରାମପୁର ଗ୍ରାମର ସୁବାଷ ବେହେରାଙ୍କ ଶୌଚାଳୟରୁ, ଗୋପିଆକୁଦ ପଂଚାୟତ ଗୋଠଡିଆ ଗ୍ରାମର କୁଳମଣୀ ସାମଲଙ୍କ ରୋଷେଇ ଘରୁ ଓ କୁଜଙ୍ଗ ବଜାରର ନିକୁ ଚାହା ଦୋକାନ ନିକଟରୁ ଗୋଟିଏ ,ସେହିପରି ମୋଟ ୪ଟି ନାଗସାପ ଉଧାର କରିଥିବା ଜଣାପଡ଼ିଛି। ନିଜସ୍ୱ ଖର୍ଚ୍ଚରେ ଜୀବନକୁ ବିପନ୍ନକରି ପ୍ରଭାତ ଏହିଭଳି ଭାବେ ଲୋକସେବା ଜାରି ରଖିଛନ୍ତି। ତେବେ ତାଙ୍କୁ ସରକାରୀ ଭାବେ ପ୍ରଶିକ୍ଷଣ, ପୋତ୍ସାହନ ଓ ଆର୍ଥିକ ଭାବେ ସହାୟତା ପ୍ରଦାନ କଲେ ସେ ଆଗକୁ ଏହି କ୍ଷେତ୍ରରେ ଅଧିକ କାର୍ଯ୍ୟ କରିପାରେିବେ ବୋଲି…

Read More

କୁଜଙ୍ଗ: କୁଜଙ୍ଗ ଥାନା ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ଅଂଚଳର ହଜାର ହାଜର ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପୀଠ ସ୍ଥାନୀୟ ଶିରିଡିସାଇ ମନ୍ଦିରରୁ ଚୋରୀ ହୋଇଥିବା ବାବାଙ୍କର ନୀତିକାନ୍ତିରେ ବ୍ୟବହୃତ ଅଳଙ୍କାର ଓ ହୁଣ୍ଡିରୁ ଲୁଟ ନଗଦ ଟଙ୍କା ଅଭିଯୋଗର କିଛିଘଂଟା ମଧ୍ୟରେ ପୁଲିସ ଉଦ୍ଧାର କରିବାନେଇ ଆଜି ପରିଚାଳନା କମିଟି ସାମ୍ବାଦିକ ଜରିଆରେ ପୁଲିସର ତାରିଫ କରିଛି। ବିଗତ ଦିନରେ କୁଜଙ୍ଗ ପୁଲିସ ଉପରେ ଲୋକମାନଙ୍କର ଭରଷା ତୁଟି ଯାଇଥିଲା। ମାତ୍ର ଏହି ଘଟଣାରେ କୁଜଙ୍ଗର ନୂତନ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ଓ ସହଯୋଗୀଙ୍କ ତତକ୍ଷଣାତ ପଦକ୍ଷେପ ଫଳରେ ପୁଣି କୁଜଙ୍ଗ ପୁଲିସ ପ୍ରତି ଲୋକମାନଙ୍କର ବିଶ୍ୱାସ ଓ ଭରଷା ଫେରିଛି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଆଜି ପୂର୍ବାହ୍ନ ସମୟରେ ମନ୍ଦିର ପରିଚାଳନା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ଉପସଭାପତି ଖଗେଶ୍ୱର ସାହୁ, କୋଷାଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାମନ୍ତରାୟ, ସଦସ୍ୟ ସୁକାନ୍ତ…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଗଞ୍ଜାମ ଜିଲ୍ଲାରେ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଆସିକା ଗସ୍ତକୁ ନେଇ ଚଳଚଂଚଳ ହୋଇପଡିଥିଲା। ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନ ଭଞ୍ଜନଗର ଓ ସୋରଡା କାର୍ଯ୍ୟକ୍ରମ ପରେ ଦିନ ପ୍ରାୟ ୧.୩୦ ମିନିଟ ସମୟରେ ଆସିକା କଲେଜ ଛକ ଅସ୍ଥାୟୀ ହେଲିପେଡ ଠାରେ ଓହ୍ଲାଇଥିଲେ। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହୁଳହୁଳୀ ଓ ପାଣ୍ଡିଆନ ଜିନ୍ଦାବାଦ ପ୍ରକମ୍ପିତ ଶଦ୍ଧରେ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା। ସଭା ସ୍ଥଳ ନିକଟରେ ହଜାର ହଜାର ବିଜେଡି କର୍ମୀ, ମିଶନଶକ୍ତି କର୍ମୀ, ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ସମସ୍ୟାର ଦାବୀ ପତ୍ରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗ୍ରହଣ କରିଥିଲେ। ଏହା ପରେ ସୁସଜ୍ଜିତ ସଭା ମଣ୍ଡପରେ ପହଁଚି ଥଲେ। ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଆସିକା ବ୍ଲକର ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଏନ.ବି.ସି ମହାବିଦ୍ୟାଳୟ, ସରକାରୀ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହୋଇଛନ୍ତି। ଆଗରୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲୋକପ୍ରିୟ ବୋଲି ପ୍ରମାଣିତ ହୋଇଆସିଛନ୍ତି। ହେଲେ ଏଥର ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ସର୍ଭେରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଏଥିରେ ମୁଡ ଅଫ ଦି ନେସନ ସର୍ଭେ ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏହି ପ୍ରଶଂସା ହାସଲ କରିଛନ୍ତି। ସର୍ଭେ ଅନୁସାରେ ନବୀନ ହେଉଛନ୍ତି ରାଜ୍ୟରେ ବେଶ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ରାଜ୍ୟର ସବୁଠାରୁ ଲୋକପ୍ରିୟ କିଏ ବୋଲି ପ୍ରଶ୍ନ ପଚାରା ଯାଇଥିଲା। ସମସ୍ତ ରିପୋର୍ଟ ଅନୁଧ୍ୟାନ ପରେ ଜଣାପଡିଥିଲା ଯେ, ଓଡିଶାରେ ସବୁଠାରୁ ଲୋକ ପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ମୋଟ ୩୭୬୦ ଲୋକଙ୍କର ମତ ନିଆଯାଇଥିଲା। ସେଥିମଧ୍ୟରୁ ମୋଟ ୬୧.୩ ପ୍ରତିଶତ ଲୋକ ନବୀନ…

Read More

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,’ଆମ ଝିଲୀ’ ,’ମୁ ଵି ବିଜୟିନୀ ‘ଏବଂ ‘ଖୁସିର ଛୁଙ୍କ’ ଓ ‘ସାଥିରେ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ସମୟାନୁଯାୟୀ କାହାଣୀର ଗତି ସମସ୍ତଙ୍କ ମନକୁ ଛୁଇଁଛି ଓ ମେଗା ଧାରାବାହିକ ଗୁଡିକର ଯୋଡି ଗୁଡିକ ସମସ୍ତ ଦର୍ଶକଙ୍କ ମନରେ ଘର କରିଛି। ସେମାନଙ୍କ ମଧ୍ୟରେ ଧାରା ଓ ଅମ୍ବରଙ୍କ ଯୋଡି ନିଆରା। ଆଉ ଏଇ ଲୋକପ୍ରିୟ ଯୋଡି ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ ଆଜି ସନ୍ଧ୍ୟା ୬ଟାରେ ଏକ ଭବ୍ୟ ସମାରୋହରେ କେବଳ ଜୀ ସାର୍ଥକରେ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ…

Read More