Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ-ବାଣପୁର ଏନ୍.ଏ.ସି ରେ “ନିଖିଳ ଭାରତ ସ୍ୱାୟତ ଶାସନ ଦିବସ” ପାଳିତ
ଆଞ୍ଚଳିକ

ବାଲୁଗାଁ-ବାଣପୁର ଏନ୍.ଏ.ସି ରେ “ନିଖିଳ ଭାରତ ସ୍ୱାୟତ ଶାସନ ଦିବସ” ପାଳିତ

August 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ/ବାଣପୁର: ଆଜି ବାଲୁଗାଁ ଏନ୍.ଏ.ସି. ଠାରେ “ନିଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୩” ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଆଜି ସକାଳ ୭.୩୦ ରେ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ମୂଖ୍ୟ ଅତିଥି ରୁପରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଏବଂ ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ଥିଲେ। ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ସମସ୍ତଙ୍କ ସହ ଯାଇ ଗାନ୍ଧୀ ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହିତ ବାଲୁଗାଁ ମେଡିକାଲ ଏବଂ ବୃଦ୍ଧାଶ୍ରମରେ ଫଳବଣ୍ଟନ କରିଥିଲେ।

ଏହାପରେ ଦିନ ୧୧.୦୦ ଟାରେ ବାଲୁଗାଁ ଏନ୍.ଏ.ସି. ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ ସଙ୍ଗେ ସଙ୍ଗେ ଦିବା ୨.୦୦ ଘଣ୍ଟିକା ସମୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ସଭା କାର୍ଯ୍ୟରେ ସ୍କୁଲ ପିଲାମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଅଧ୍ୟକ୍ଷା ମହୋଦୟା ତାଙ୍କ ବକ୍ତବ୍ୟରେ ବାଲୁଗାଁ ଏନ୍.ଏ.ସି. କୁ ଏକ ଉନ୍ନତ ଏନ୍.ଏ.ସି. ରେ ପରିଣତ କରିବା ପାଇଁ ସମସ୍ତଙ୍କ ସହୋଯୋଗ କାମନା କରିଥିଲେ।

ଏହି ଉତ୍ସବରେ ଏନ୍.ଏ.ସି. ର ସମସ୍ତ କର୍ମଚାରୀ, ସମସ୍ତ ୱାର୍ଡ଼ର କାଉନସିଲର ଉପସ୍ଥିତ ରହି ସହୋଯୋଗ କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଏନଏସି ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସ୍ଥାନୀୟ ମେଡିକାଲ କୁ ଯାଇ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ବାଣପୁର ବାଲୁଗାଁ ସୁକାନ୍ତି ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ବାଣପୁରରେ ଭୀଷଣ ଅଗ୍ନିକାଣ୍ଡ: ସାତଟି ପରିବାର ସର୍ବସ୍ୱାନ୍ତ

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026
Latest News

ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ଜଡ଼ିତ ସୁରକ୍ଷା ଉପରେ ସମୀକ୍ଷା କଲେ ଅମିତ ଶାହ

May 27, 2026

ସାର୍ଥକ-ପିଡିଏସ୍‌ ବ୍ୟାପକ ଯୋଜନା ଅଧୀନରେ ଦୁଇଟି ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

May 27, 2026

Vedanta Odisha Projects: ମୁଖ୍ୟମନ୍ତ୍ରୀଙ୍କ ସହ ବେଦାନ୍ତ ପ୍ରକଳ୍ପ ନେଇ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଆଲୋଚନା

May 27, 2026

JSW Mega Steel Plant: ପାରାଦୀପରେ ଜେଏସଡବ୍ଲୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

May 27, 2026

ରାଜ୍ୟରେ ସ୍ଥାପନ ହେବ ୬ଟି ହାଇ ୱିଣ୍ଡ ସ୍ପୀଡ ରେକର୍ଡର

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.