ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶିଷ୍ଟ କ୍ରୀଡ଼ାବିତ ତଥା ଆନ୍ତର୍ଜାତିକ ହକି ଖେଳାଳି ପ୍ରବୋଧ ତିର୍କୀ ଏବଂ ଭୁବନେଶ୍ୱରର ଜିଲ୍ଲା ବିଜେଡ଼ିର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଚମ୍ପତି ନିଜର ଶତାଧିକ ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ପ୍ରଭାରୀ, ସାଂସଦ ଡଃ.ଏ ଚେଲ୍ଲା କୁମାର ସସସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଦଳରେ ଗ୍ରହଣ କରିନେଇଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ବିଜେଡ଼ି ସରକାର ପ୍ରତିଶ୍ରୁତି ଦେବାରେ ଓସ୍ତାଦ। ଓଡ଼ିଶାର ଜନସାଧାରଣ ବିଜେପି ଓ ବିଜେଡ଼ି ସରକାରଙ୍କର ଜନମାରଣ ନୀତି ଓ ଚଂଚକତାପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ବୁଝିସାରିଲାଣି। ୨୩ ବର୍ଷର ବିଜେଡ଼ି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ଠେଲିଦେଇଛି। କଂଗ୍ରେସ ଏକମାତ୍ର ଦଳ ଯିଏ ସାଧାରଣ…
Author: Samikhsya Bureau
ଭୁବନେଶ୍ଵର: ଭୁବନେଶ୍ୱର ଅଭିର୍ଣ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଛାତ୍ର ଛାତ୍ରୀ ଆୟୁଷ ସମ୍ପର୍କିତ ବିଭିନ୍ନ ସମସ୍ୟା, ନିଯୁକ୍ତି ନେଇ ଗତ ମାସ ୨୫ତାରିଖରୁ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ। ପରେ ଗତ ୩୧ତାରିଖରୁ କଲେଜ ସମ୍ମୁଖରେ ଧାରଣା ଅବ୍ୟାହତ ରଖିଥିବା ବେଳେ ସୋମବାର ସମସ୍ତ ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ରାମମନ୍ଦିର ଛକ ମାଷ୍ଟ୍ରର କ୍ୟାଣ୍ଟିଂନ ଓ ଲୋୟର ପିଏମଜି ପରିକ୍ରମା କରି ଥିଲେ। ଅଲ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନର ସଭାପତି ରାଜେଶ ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭା ଯାତ୍ରାରେ କଲେଜର ହାଉସ ସର୍ଜନ, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଦୀର୍ଘ ୨୧ବର୍ଷ ଧରି ନୂତନ ହୋମିଓପ୍ୟାଥିକ ଓ ଆୟୁର୍ବେଦ ଦିସ୍ପେନସାରି ଖୋଲା ନ ଯିବାର କାରଣ ନେଇ ତୀବ୍ର ପ୍ରତିକିୟା ପ୍ରକାଶ କରିଥିଲେ। ତୁରନ୍ତ ଷ୍ଟାଇପେଣ୍ଡ ବୃଦ୍ଧି, ସ୍ଥାୟୀ ନିଯୁକ୍ତି…
ଭୁବନେଶ୍ଵର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି। ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ…
ଭୁବନେଶ୍ଵର: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ, ଅର୍ଥାତ୍ 1 ଏପ୍ରିଲ୍ ରୁ 31 ଅଗଷ୍ଟ, 2023 ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ 97.13ନିୟୁତ ଟନ ତୁଳନାରେ 100.90ନିୟୁତ ଟନ ପଣ୍ୟ ପରିବହନ କରିଛି। ଏହା ସହିତ, ଚଳିତ ଆର୍ଥିକ ବର୍ଷରେ 3.9% ପଞ୍ଜିକରଣ ବୃଦ୍ଧି କରି ଏହା 3.77ନିୟୁତ ଟନ ବର୍ଦ୍ଧିତ ପଣ୍ୟ ବୋଝେଇ କରିଛି। ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 61.30ନିୟୁତ ଟନ କୋଇଲା, ଇସ୍ପାତ ଶିଳ୍ପ ପାଇଁ କଞ୍ଚାମାଲ 3.33ନିୟୁତ ଟନ, 8.21 ନିୟୁତ ଟନ ଆଇରନ୍ ଏବଂ ଷ୍ଟିଲ୍, 11.68ନିୟୁତ ଟନ ଲୁହାପଥର, 0.76ନିୟୁତ ଟନ ସିମେଣ୍ଟ, 1.29ନିୟୁତ ଟନ ଖାଦ୍ୟ ଶସ୍ୟ, 2.57ନିୟୁତ ଟନ…
ନୂଆଦିଲ୍ଲୀ: ଗତକାଲି ୨୦୨୩ ଏସିଆ କପରେ ଭାରତ ଏବଂ ନେପାଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଭାରତୀୟ ଦଳ ଡିଏଲ ପଦ୍ଧତିରେ ନେପାଳକୁ ୧୦ ୱିକେଟରେ ପରାସ୍ତ କରି ସୁପର-୪ ରେ ସ୍ଥାନ ପକ୍କା କରିଛି। ତେବେ ଇତି ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। କେ.ଏଲ୍ ରାହୁଲ ଆଜି ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଶିବିରରେ ଯୋଗଦେବେ। ସେ ସୁପର- ୪ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ। ପ୍ରକାଶ ଯୋଗ୍ୟ ଯେ, କେ.ଏଲ୍ ରାହୁଲ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ବିଶ୍ୱକପ ପାଇଁ ରାହୁଲଙ୍କ ଚୟନ ମଧ୍ୟ ସ୍ଥିର ହୋଇଛି। କେଏଲ ରାହୁଲ ଭାରତ-ପାକ୍ ମ୍ୟାଚ୍ ଖେଳିପାରନ୍ତି: ୨୦୨୩ ଏସିଆ କପ୍ ର ସୁପର -୪ ରାଉଣ୍ଡରେ ସେପ୍ଟେମ୍ବର ୧୦ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ କେ.ଏଲ୍ ରାହୁଲ ମଧ୍ୟ ଖେଳିପାରନ୍ତି।
ଭୁବନେଶ୍ଵର: ଆଜି ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ। ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର ୫ ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ କରାଯାଇଥାଏ। ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରି ଆଶୀର୍ବାଦ ନେଉଛନ୍ତି। ରାଧାକ୍ରିଷ୍ଣନଙ୍କର ଜନ୍ନତିଥିକୁ ଜାତୀୟ ସ୍ତରରେ ୧୯୬୨ ମସିହା ପରଠାରୁ ପାଳନ ହୋଇ ଆସୁଛି।
ମେଷ: –ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ । ବୃଷ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ। ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ…
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ନେପାଳକୁ ପରାସ୍ତ କରିଛି। ବର୍ଷା ପ୍ରଭାବିତ ମ୍ୟାଚରେ ଟିମ୍ ଇଣ୍ଡିଆ ନେପାଳକୁ ୧୦ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଟିମ୍ ଇଣ୍ଡିଆ ସୁପର- ୪ ରାଉଣ୍ଡରେ ପହଞ୍ଚିଛି। ବର୍ଷା ପରେ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳକୁ ୨୩ ଓଭରରେ ୧୪୫ ରନ୍ ର ଟାର୍ଗେଟ ଥିଲା। ଭାରତୀୟ ଦଳ ୨୦.୧ ଓଭରରେ ବିନା କୌଣସି ୱିକେଟ ହରାଇ୧୪୭ ରନ ସ୍କୋର କରି ଏହି ମ୍ୟାଚ ଜିତିଥିଲା। ଚମକିଲେ ରୋହିତ ଶର୍ମା ଏବଂ ଶୁଭମାନ ଗିଲ: କ୍ୟାପଟେନ ରୋହିତ ଶର୍ମା ଭାରତୀୟ ଦଳ ପାଇଁ ୫୯ ବଲରେ ୭୪ ରନ ଖେଳିଥିଲେ। ସେ ତାଙ୍କ ଇନିଂସରେ ୬ ଟି ଚୌକା ଓ ୫ ଟି ଛକା ମାରିଥିଲେ। ଶୁଭମାନ ଗିଲ ୬୨ ବଲରୁ ୬୭ ରନ ସ୍କୋର କରିଥିଲେ। ସେ ନିଜ ଇନିଂସରେ ୮ ଟି…
ଭୁବନେଶ୍ୱର: ପରିବେଶ ଥିଲା ଅତ୍ୟନ୍ତ ପୁଲକିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟିଉଠୁଥିଲା ଦେଶମାତୃକାର ସେବା ନିମନ୍ତେ ତ୍ୟାଗର ଅନନ୍ୟ ନିଦର୍ଶନ। ଭାରତର ଐତିହାସିକ ଗୌରବମୟ ଚନ୍ଦ୍ର ଅଭିଯାନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହୋଇପାରିଥିଲେ ମଧ୍ୟ, ଏହି ମହନୀୟ ଯାତ୍ରାରେ ସାମିଲ ଥିବା ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରିବା ଏବଂ ଭାରତକୁ ବିଶ୍ବଗୁରୁରେ ପରିଣତ କରିବାର ପ୍ରତିବଦ୍ଧତା ଝଲସି ଉଠିଥିଲା ଏମ୍ସ ଭୁବନେଶ୍ୱର ପରିସରରେ। ଅବସର ଥିଲା ଚନ୍ଦ୍ରାୟଣ ମହୋତ୍ସବ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ହର୍ଷ, ଉଲ୍ଲାସର ସହିତ ଆଜି ପାଳିତ ହୋଇଯାଇଛି ଚନ୍ଦ୍ରାୟଣ ମହୋତ୍ସବ। ଚନ୍ଦ୍ରର ଦକ୍ଷିଣ ମେରୁରେ ରୋଭର୍ ଅବତରଣ ଏବଂ ପରେ ପରେ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନର ବିଚରଣ, ସମଗ୍ର ବିଶ୍ବରେ ଭାରତର ମହାକାଶ ଅଭିଯାନକୁ ଏକ ଗୌରବମୟ ଅଧ୍ୟାୟରେ ସ୍ଥାନ ଦେଇଛି। ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ମଧ୍ୟ ଏହି କାର୍ଯ୍ୟକ୍ରମକୁ…
ଦିଲ୍ଲୀ: ନୂଆଦିଲ୍ଲୀରେ ୧୮ ତମ ଜି- ୨୦ ରାଷ୍ଟ୍ର ମୁଖ୍ୟ ମାନଙ୍କର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହୋଇଛି। ଏହି ବୈଠକ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ଏବଂ ନାଗରିକ ସମାଜକୁ ନେଇ ବର୍ଷ ସାରା ଅନୁଷ୍ଠିତ ହେଉଥିବା ସମସ୍ତ ଜି- ୨୦ ପ୍ରକ୍ରିୟା ଏବଂ ବୈଠକର ଅନ୍ତିମ ପର୍ଯ୍ୟାୟ ହେବ। ନୂଆଦିଲ୍ଲୀ ଶିଖର ସମ୍ମିଳନୀର ଶେଷରେ ଜି – ୨୦ ନେତା ମାନଙ୍କ ଘୋଷଣାନାମା ଗ୍ରହଣ କରାଯିବ, ଯେଉଁଥିରେ ସମ୍ପୃକ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଏବଂ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଆଲୋଚନା କରାଯାଇଛି ଏବଂ ସହମତି ବ୍ୟକ୍ତ କରାଯାଇଥିବା ପ୍ରାଥମିକତା ଗୁଡିକ ପ୍ରତି ନେତା ମାନଙ୍କର ପ୍ରତିବଦ୍ଧତା ଉଲ୍ଲେଖ କରାଯିବ। ସେପ୍ଟେମ୍ବର ୯ ରୁ ୧୦ ମଧ୍ୟରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜି – ୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଲକ୍ଷ୍ନୌ, ହାଇଦ୍ରାବାଦ, ପୁଣେ ଏବଂ ବେଙ୍ଗାଲୁରୁ ଠାରେ ଜି…
ଭୁବନେଶ୍ଵର: ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି | ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ_ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛି ରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ରୁ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ: ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ରେ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର-ପୁରୀ- ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ଟ୍ରେନ 1 ଅକ୍ଟୋବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଉପରୋକ୍ତ ଟ୍ରେନ୍ ପାଇଁ ବିଭିନ୍ନ ସ୍ଥାନରେ (ଷ୍ଟେସନରେ) ନିର୍ଦ୍ଧାରିତ ରହଣି ଏବଂ ସମୟ ସାରଣୀ ଅପରିବର୍ତ୍ତିତ ରହିବ। ଟ୍ରେନର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା: ଦକ୍ଷିଣ ପୂର୍ବ ରେଳ ଅନ୍ତର୍ଗତ ଚକ୍ରଧରପୁର…
ଭୁବନେଶ୍ଵର: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୩ ସେପ୍ଟେମ୍ବର ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ର ପ୍ରଥମ ଦିନରେ ସମଗ୍ର ଦେଶରେ ପାଖାପାଖି ୧୦ ଲକ୍ଷ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଯେଉଁଥିରେ ‘ମିଶନ ଲାଇଫ ମାଧ୍ୟମରେ ପୋଷଣରେ ଉନ୍ନତି ଏବଂ ସ୍ତନ୍ୟପାନ ଏବଂ ପୁଷ୍ଟିକର ଆହାର’ ଭଳି ବିଷୟବସ୍ତୁ ରହିଥିଲା। ପ୍ରତ୍ୟେକ ନାଗରିକ ସୁପୋଷିତ ଭାରତ ଦିଗରେ ଏହି ଜନ ଆନ୍ଦୋଳନରେ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି। ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ଉଦଘାଟନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନେ ଏକାଠି ହୋଇ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହିତ କରିବା ସହ ପୋଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଥିଲେ। ଚଳିତ ବର୍ଷ ପୋଷଣ ମାସ ୨୦୨୩ର ଉଦ୍ଦେଶ୍ୟ ହେଉଛି ମିଶନ ପୋଷଣ ୨.୦ର ମୂଳଦୁଆ…
ଖୋର୍ଦ୍ଧା: ଖୋର୍ଦ୍ଧା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୯୫ଗୋଟି ଆପତି ଅଭିଯୋଗ ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୮୬ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୫ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷ ରେ ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା। ଆଜିର ମିଳିତ ଜଣ ଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀ, ସିଡିଏମଓ ଡା. ଆର୍ତବନ୍ଧୁ ନାୟକ, ଖୋର୍ଦ୍ଧା ପୌରନିର୍ବାହୀ ଅଧିକାରୀ ରିଜିଆନା କଅକବ, ବିଡ଼ିଓ କ୍ଷୀରାବ୍ଧୀ ତନୟା ସାହୁଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏହାକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପାରମ୍ପରିକ ଲୋକ କଳା ମାଧ୍ୟମରେ ସରକାରଙ୍କର ବିବିଧ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବାରେ ଏହି ଶିବିର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବା ସହ ନିଜ ଲୋକକଳା ମାଧ୍ୟମରେ ଏହାକୁ ଲୋକ ମାନଙ୍କୁ ସଚେତନ କରିବା ଯାହା ଦ୍ବାରା ହିତାଧିକାରୀଙ୍କ ଉପକୃତ ସହଜ ହୋଇ ପାରିବ ବୋଲି କହିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ…
ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖ ୨୦୨୪ରେ ଉପସ୍ଥାପିତ ହେବାକୁ ଥିବା ଅନ୍ତରୀଣ ବଜେଟ୍ ପାଇଁ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଅଧୀନରେ ଥିବା ବଜେଟ୍ ବିଭାଗ ୨୦୨୪-୨୫ ବଜେଟ୍ ସମ୍ବନ୍ଧରେ ଏକ ସର୍କୁଲାର୍ ଜାରି କରିଛି, ଯେଉଁଥିରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରୁ ସେମାନଙ୍କ ବଜେଟ୍ ସମ୍ବନ୍ଧରେ ଇନପୁଟ୍ ମଗାଯାଇଛି। ଅକ୍ଟୋବର ୫, ୨୦୨୩ ସୁଦ୍ଧା ଅର୍ଥ ମନ୍ତ୍ରଣାଳୟ ଏହି ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ସେମାନଙ୍କ ଇନପୁଟ ଦାଖଲ କରିବାକୁ କହିଛି। ଏହି ବଜେଟ୍ ସର୍କୁଲାରରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଏହି ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ସହିତ ପ୍ରାକ ବଜେଟ୍ ବୈଠକ ଆରମ୍ଭ କରିବେ।
ନୂଆଦିଲ୍ଲୀ: ତାମିଲନାଡୁ ସରକାରର ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପରେ ବିବାଦ ଉପୁଜିଛି। ଏହି ପ୍ରସଙ୍ଗ ଉଠାଇ ବିଜେପି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମଧ୍ୟ ଟାର୍ଗେଟ କରିଛି। ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆଜି ମମତା ବାନାର୍ଜୀ କହିଛନ୍ତି ଯେ, “ମୁଁ ତାମିଲନାଡୁର ଲୋକ, ସିଏମ ଏମ.କେ ଷ୍ଟାଲିନଙ୍କୁ ସମ୍ମାନ କରେ। ପ୍ରତ୍ୟେକ ଧର୍ମର ଭିନ୍ନ ଭାବନା ରହିଛି। ଭାରତ ‘ବିବିଧତା ମଧ୍ୟରେ ଏକତା’ ବିଷୟରେ, ଯାହା ଆମର ମୂଳ ଅଟେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଆମେ କୌଣସି ପ୍ରସଙ୍ଗରେ ଜଡିତ ହେବା ଉଚିତ ନୁହେଁ ଯାହାକି ଲୋକଙ୍କ ଏକ ବର୍ଗକୁ ଆଘାତ ଦିଏ। ଆମେ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଉଚିତ୍: ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ସନାତନ ଧର୍ମକୁ ସମ୍ମାନ କରେ। ପୂଜାପାଠ କରୁଥିବା ପୁରୋହିତମାନଙ୍କୁ…
ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜାଲନାରେ ମରାଠା ସଂରକ୍ଷଣ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଲାଠି ଚାର୍ଜ ପାଇଁ କ୍ଷମା ମାଗିଛନ୍ତି। ପ୍ରକୃତରେ, ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇରେ ଏକ ବୈଠକ କରିଥିଲେ ଏବଂ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏକ ବିବୃତ୍ତି ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଫଡନାଭିସ୍ କହିଛନ୍ତି ଯେ, ଜାଲନା ଘଟଣା ଦୁଃଖଖଦାୟକ। ପୋଲିସର ଲାଟିଚାର୍ଜ ଦୁଃଖ ଖଦାୟକ। ବଳ ପ୍ରୟୋଗ ପାଇଁ କୌଣସି ସମର୍ଥନ ହୋଇପାରିବ ନାହିଁ। ଏହାପୂର୍ବରୁ ଯେତେବେଳେ ମୁଁ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଥିଲି। ସେତେବେଳେ ହଜାର ହଜାର ଆନ୍ଦୋଳନ ହୋଇଥିଲା କିନ୍ତୁ ବଳ ପ୍ରୟୋଗ କରାଯାଇନଥିଲା। ଲାଠିଚାର୍ଜ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ରାଜନୀତି କରିବା ଭୁଲ୍। ମନ୍ତ୍ରଣାଳୟରୁ ନିର୍ଦ୍ଦେଶ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା। ଏ ସମସ୍ୟା ସଂପର୍କରେ ଜନସାଧାରଣ ୫-ଟି ସଚିବଙ୍କୁ ଜଣାଇଥିଲେ। ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ, ମୁଖ୍ୟ ଶାସନ ସଚିବ ପ୍ରଦିପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଗଠନ ଦିଗରେ ଏକ ବଡ଼ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ବିଶ୍ୱର ୨୦ଟି ଧନୀ ଓ ବିକାଶଶୀଳ ଦେଶର ସଂଗଠନ ଜି-୨୦ ଆଫ୍ରିକୀୟ ସଂଘ (ଏୟୁ)ର ୫୪ଟି ଦେଶକୁ ସ୍ଥାୟୀ ସଦସ୍ୟତା ଦେବା ପାଇଁ ଦୃଢ଼ ସମର୍ଥନ କରିଛନ୍ତି। ଅନ୍ତର୍ଜାତୀୟ କୂଟନୀତି ଦୁନିଆରେ ଏହାକୁ ଭାରତର ସବୁଠାରୁ ସଠିକ ରଣନୀତିଭାବେ ବିବେଚନା କରାଯାଉଛି। ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଅତିଥିଭାବେ ଭାରତ ଆଫ୍ରିକୀୟ ସଂଘକୁ ନିମନ୍ତ୍ରଣ କରିଛି। ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିଭାବେ ଏୟୁକୁ ପୂର୍ଣ୍ଣ ସଦସ୍ୟତା ଦେବାକୁ ଭାରତ ଜି-୨୦ ସଦସ୍ୟଙ୍କୁ ନିବେଦନ କରିଛି। ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ଭଳି ଦେଶ ଭାରତର ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଛନ୍ତି। ସେହିପରି ଜି-୨୦ର ୧୧ ଜଣ ସଦସ୍ୟ କେବଳ ମୌଖିକ ସମର୍ଥନ ଦେଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୟୁରୋପୀୟ ସଂଘଦେଶ। ଭାରତର…
ନୂଆଦିଲ୍ଲୀ: ୧୯୦୧ ବର୍ଷ ପରେ, ଅଗଷ୍ଟ ମାସରେ ସବୁଠାରୁ ଉତ୍ତପ୍ତ ଏବଂ ଶୁଖିଲା ତାପମାତ୍ରା ରେକର୍ଡ କରାଯାଇଥିଲା ଏବଂ ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ସେପ୍ଟେମ୍ବର ମାସରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରାଯାଇଛି। ଅଗଷ୍ଟ ମାସରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା। ପାଣିପାଗ ବିଶେଷଜ୍ଞ ଏହା ଉପରେ ଉଦ୍ବେଗ ପ୍ରକାଶ କରିଥିଲେ। ଏହାକୁ ଜଳବାୟୁ ପରିବର୍ତ୍ତନର ବଢୁଥିବା ପ୍ରକୋପ ବିବେଚନା କରାଯାଏ। ସେପ୍ଟେମ୍ବର ମାସରେ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୩.୧ ରୁ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେପ୍ଟେମ୍ବର ୩ ତାରିଖରେ, ରାଜସ୍ଥାନର ଚୁରୁରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ, ପିଲାନି (ରାଜସ୍ଥାନ) ରେ ୩୯.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ମଧ୍ୟପ୍ରଦେଶର ଖଜୁରାହୋରେ ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଅନୁଯାୟୀ ରାଜସ୍ଥାନର…
ନୂଆଦିଲ୍ଲୀ: ହରିଶ ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ବିବାହ କରିଛନ୍ତି। ଏହାପୂର୍ବରୁ ସେ ୨୦୨୦ ମସିହାରେ କାରୋଲିନ ବ୍ରୋସାର୍ଡଙ୍କୁ ବିବାହ କରିଥିଲେ। ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ବରିଷ୍ଠ ଓକିଲ ହରିଶ ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏଥର ସେ ଲଣ୍ଡନରେ ଟ୍ରିନା ନାମକ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଲଣ୍ଡନରେ ଏକ ବିଶାଳ ବିବାହ ସମାରୋହ ଆୟୋଜନ କରି ହରିଶ ସାଲଭେ ବିବାହ କରିଥିଲେ, ଯେଉଁଥିରେ ନୀତା ଅମ୍ବାନୀ, ଲଲିତ ମୋଦୀଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଏହାପୂର୍ବରୁ, ହରିଶ ସାଲଭେ ୨୦୨୦ ରେ କାରୋଲିନ ବ୍ରୋସାର୍ଡଙ୍କୁ ବିବାହ କରିଥିଲେ। ସେହି ବର୍ଷ ସାଲଭେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀ ସାଲଭେଙ୍କୁ ଛାଡପତ୍ର ଦେଇଥିଲେ। ହରିଶ ସାଲଭେ ଏବଂ ମୀନାକ୍ଷୀଙ୍କ ମଧ୍ୟ ଦୁଇଟି ଝିଅ ଅଛନ୍ତି। ବଡ଼ ଝିଅର ନାମ ସାକ୍ସି ଏବଂ ସାନ ଝିଅର…

