Author: Samikhsya Bureau

ଭୁବନେଶ୍ୱର: ଓଡିଶା ଏବଂ ଗୁଜୁରାଟ ମଧ୍ୟରେ ଯାତ୍ରୀ ସୁବିଧାରେ ବୃଦ୍ଧି ଏବଂ ଦୂରଗାମୀ ସଂଯୋଗୀକରଣକୁ ଉନ୍ନତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ଟ୍ରେନ୍ ନମ୍ବର ୧୯୦୨୧/୧୯୦୨୨ ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ର ଚଳାଚଳ ସପ୍ତାହରେ ତିନିଦିନ ପରିବର୍ତ୍ତେ ନିୟମିତ ଚଳାଚଳ କରିବା ପାଇଁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକରେ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସେବା ପ୍ରଦାନ କରିବା ଲାଗି ମାନ୍ୟବର ରେଳ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉପରୋକ୍ତ ପରିବର୍ତ୍ତନଗୁଡିକ ଖୁବଶୀଘ୍ର ଯାତ୍ରୀମାନଙ୍କ ପାଇଁ କାର୍ଯ୍ୟକାରୀ ହେବ, ଯାହା ପରେ ସୂଚିତ କରାଯିବ।

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରବାଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଆଦେଶ ବାତିଲ ଦାବିରେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ସ୍କୁଲ କମିଟି। ପ୍ରକାଶ ଯେ, ଚରବାଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି। ହେଲେ ଶିକ୍ଷା ବିଭାଗ ଜିତେନ୍ଦ୍ର କୁମାର ଦେହୁରୀ ନାମକ ଶିକ୍ଷକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଯା’ ଫଳରେ ବିଦ୍ୟାଳୟ ରେ ଶିକ୍ଷା ଦାନରେ ବାଧା ପ୍ରାପ୍ତ ହେବ ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଆଗକୁ ପରୀକ୍ଷା ରହି ଥିବାରୁ ପାଠ ପଢ଼ାରେ ବାଧା ସୃଷ୍ଟି ହେବ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି। ତେଣୁ ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲ ବାହାରେ ତାଲା…

Read More

ଭୁବନେଶ୍ଵର: ନେସନାଲ ମୋଭମେଣ୍ଟ ଫର୍ ଓଲ୍ଡ ପେନସନ ସ୍କୀମ ସଂଗଠନ (ଏନ୍ ଏମ ଓ ପି ଏସ) ର ଆନ୍ଦୋଳନ ଡାକରାରେ ଆଜି ନୂଆଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର କର୍ମଚାରୀମାନେ ଏନ ପି ଏସ, ୟୁ ପି ଏସ ହଟାଇ ପୁରୁଣା ପେନସନ ଲାଗୁ ନେଇ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୦୪ ମସିହାରୁ ଓ ରାଜ୍ୟ ସରକାର ୨୦୦୫ ମସିହାରୁ ପୁରୁଣା ପେନସନ ବ୍ୟବସ୍ଥା ଉଚ୍ଛେଦ କରି ନେସନାଲ ପେନସନ ସିଷ୍ଟମ (ଏନ ପି ଏସ) ଲାଗୁ କରିଥିଲେ, ଯେଉଁଥିରେ କି କର୍ମଚାରୀ ମାନେ ବେତନର ୧୦ ପ୍ରତିଶତ ଦେବେ ଓ ସରକାର ୧୪ ପ୍ରତିଶତ ପ୍ରଦାନ କରିବେ ଏବଂ ଏହା ବିଭିନ୍ନ ସେୟାର ମାର୍କେଟ ରେ ବିନିଯୋଗ ହେବ। ଯେଉଁଥିରେ କି କର୍ମଚାରୀ ମାନେ ଅବସର ପରେ ପେନସନ ଭାବେ ପାଇବେ। ପର ମୁହୂର୍ତ୍ତରେ ଦେଖାଗଲା କି ସେୟାର ମାର୍କେଟ ର…

Read More

ଭୁବନେଶ୍ୱର: ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି। ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ବିଭାଗ ଗୁଡ଼ିକ ମଧ୍ୟରେ ଗୃହ ବିଭାଗରେ ୧୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeper,…

Read More

ଖୋର୍ଦ୍ଧା: ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଖୋର୍ଦ୍ଧା ସଦର ମହକୁମାର ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିସରରୁ ୧୬୯ ତୀର୍ଥ ଯାତ୍ରୀ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର୍ ତୀର୍ଥ ଭ୍ରମଣ ନିମନ୍ତେ ସ୍ବତନ୍ତ୍ର ବସରେ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଆସନ୍ତାକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନରେ ସେମାନେ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର ତୀର୍ଥ ଭ୍ରମଣରେ ଯିବେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ଶୁଭାରମ୍ଭ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗଦେଇ କହିଲେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ନିମନ୍ତେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ସରକାରଙ୍କ ସମ୍ପୂର୍ଣ ଆଧ୍ୟାତ୍ମିକ ଯୋଜନା ଜ ଦ୍ଵାରା ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ବରିଷ୍ଟ ନାଗରିକ ମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ଓ ଜାତୀୟ…

Read More

ଭୁବନେଶ୍ୱର: ଶାସନ ସୁଦୃଢ଼ୀକରଣ ଓ ଏକ ଅନ୍ତର୍ଭୁକ୍ତ ସଂସ୍କୃତି ସୃଷ୍ଟି ନିମନ୍ତେ ମହିଳା ସଶକ୍ତୀକରଣ ଏକ ରଣନୈତିକ ଆବଶ୍ୟକ ବୋଲି ଭାରତରେ ଅବସ୍ଥାପିତ ୮ ଟି ଦେଶର କୂଟନୀତିଜ୍ଞ ଓ ପ୍ରତିନିଧି ସୋମବାର ମତ ପ୍ରଦାନ କରିଛନ୍ତି। ଚିରାଚରିତ ପୁରାତନ ପ୍ରଥାକୁ ଭାଙ୍ଗି ମହିଳାମାନଙ୍କୁ ସମାନ ଅଧିକାର ଦେବା ସହ ବିକାଶ ଏବଂ ସୁଶାସନ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ରିଡିଫାଇନିଂ ଲିଡରସିପ୍: ଦ ରାଇଜ ଅଫ୍ ୱିମେନ୍ ଇନ୍ ଗ୍ଲୋବାଲ ଗଭର୍ଣ୍ଣାନ୍ସ’ ଶୀର୍ଷକ ପ୍ରସଙ୍ଗରେ ଏହି ବକ୍ତାମାନେ ମତ ରଖିଛନ୍ତି। ଶାସନ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନର ଆବଶ୍ୟକତା ରହିଛି ଏବଂ ସେମାନେ ପୂର୍ଣ୍ଣମାତ୍ରାରେ ଏଥି ସହିତ ଜଡ଼ିତ ହେବା ଉଚିତ୍। କାରଣ ସେମାନେ ଯାହା ବି କାର୍ଯ୍ୟ କରିଥାନ୍ତି ସେଥିରେ ନୂତନ ଉଦ୍‌ଭାବନ ଏବଂ ନୂତନତ୍ୱର ଛାପ ରହିଥାଏ ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ…

Read More

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆଜି ଶ୍ରୀଅରବିନ୍ଦଙ୍କ ସିଦ୍ଧିଦିବସ ଅବସରରେ ବାର୍ଷିକ ପ୍ରକଳ୍ପ ଭିତ୍ତିକ ବିଜ୍ଞାନ, ସାହିତ୍ୟ, ଇତିହାସ, ଭୂଗୋଳ, ଚିତ୍ରାଙ୍କନ, ହସ୍ତ କର୍ମ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି। ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଶିକ୍ଷକ ସର୍ବେଶ୍ଵର ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଆବାହକ ସୁରେନ୍ଦ୍ର ନାଥ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ଜେନା ସିଦ୍ଧିଦିବସ ସମ୍ପର୍କ ରେ ବିଷଦ୍ ଭାବେ ଆଲୋଚନା କରି କହିଥିଲେ ଯେ “ଦୀର୍ଘ ୯୯ ବର୍ଷ ତଳେ ୧୯୨୬ ମସିହା ନଭେମ୍ବର ମାସ ୨୬ ତାରିଖରେ ଶ୍ରୀଅରବିନ୍ଦ ଅଧିମାନସ…

Read More

ଖୋର୍ଦ୍ଧା: ବ୍ରିଟିଶ ଶାସନ ସମୟରେ ସେମାନଙ୍କ ଚକ୍ରାନ୍ତ ଦ୍ଵାରା ଭାରତ ବିଖଣ୍ଡିତ ହୋଇଥିଲା। ଏହିସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ବଳିଷ୍ଠ ତ୍ୟାଗ ଓ ନେତୃତ୍ଵ ବଳରେ ବିଖଣ୍ଡିତ ଭାରତକୁ ଅଖଣ୍ଡ ଭାରତ ନିର୍ମାଣ କରି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ କୁ ଅକ୍ଷୁର୍ଣ୍ଣ ରଖିବାରେ ତାଙ୍କର ଯେଉଁ ଅତୁଳନୀୟ ଅବଦାନ ସର୍ଦ୍ଧାର ପଟେଲଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ପୃଥ୍ବୀରାଜ ହରିଚନ୍ଦନ ବାଲୁଗାଁ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ବାଣପୁର ଶିଶୁ ମନ୍ଦିର ପର୍ଯ୍ୟନ୍ତ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ୧୫୦ ତମ ଜୟନ୍ତୀ ଏକତା ପଦଯାତ୍ରା ପତାକା ଦେଖାଇ ଶୁଭାରମ୍ଭ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କହିଲେ…

Read More

Khordha Road Division’s Record: ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ୨୦୦ ନିୟୁତ ଟନ୍ (MT) ପରିବହନ ପରିଚାଳନା କରିବାରେ ଭାରତୀୟ ରେଳବାଇର ସବୁଠାରୁ ଦ୍ରୁତତମ ରେଳମଣ୍ଡଳ ହୋଇ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଏହି ଐତିହାସିକ ସଫଳତା ୨୧ ନଭେମ୍ବର ୨୦୨୫ ସୁଦ୍ଧା ମାତ୍ର ୨୩୫ ଦିନରେ ହାସଲ କରାଯାଇଛି, ଯାହା ମଣ୍ଡଳର ବର୍ଦ୍ଧିତ ପଣ୍ୟ ପରିବହନ କ୍ଷମତା ଏବଂ ପରିଚାଳନାଗତ ଉତ୍କର୍ଷତାକୁ ସ୍ପଷ୍ଟ କରୁଛି । ଏହି ମଣ୍ଡଳ ମୋଟ ୨୦୦ ମେଟ୍ରିକ୍ ଟନ୍ ପରିବହନ କରିଛି, ଯାହା ନିମ୍ନପ୍ରକାର: ୧୧୦ ମେଟ୍ରିକ୍ ଟନ୍ ଲୋଡିଂ, ଯାହା ମୁଖ୍ୟତଃ କୋଇଲା, ଖଣିଜ ପଦାର୍ଥ, ଇସ୍ପାତ ଏବଂ ଅନ୍ୟାନ୍ୟ ପ୍ରମୁଖ ସାମଗ୍ରୀ ଦ୍ୱାରା ପରିଚାଳିତ ୯୦ ମେଟ୍ରିକ୍ ଟନ୍ ଅନଲୋଡିଂ, ସମଗ୍ର ଅଞ୍ଚଳରେ ସୁଗମ ବଣ୍ଟନ ଏବଂ ଶେଷରୁ ଶେଷ ପର୍ଯ୍ୟନ୍ତ ମାଲ ପରିବହନ ସୁନିଶ୍ଚିତ କରୁଛି ଏହି ସଫଳତା ମଣ୍ଡଳର…

Read More

Samruddha Odisha Conclave: ଉତ୍କଳ ଚାମ୍ୱର୍‌ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ଓଡିଶାର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ। ଏହି ଅବସରରେ ସମୃଦ୍ଧ ଓଡ଼ିଶାର ରୋଡମ୍ୟାପ୍ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୨୦ ବିଲିୟନ ଡଲାର ରହିଛି । ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର କରିବାକୁ ହେଲେ, ଆମକୁ ଆସନ୍ତା ୧୦-୧୧ ବର୍ଷ ଭିତରେ ପ୍ରାୟ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏଥିପାଇଁ ଆମେ ଭିତ୍ତିଭୂମି, ଶିଳ୍ପ ଓ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ଉପରେ ଫୋକସ୍ କରିଛୁ। ଆପଣମାନେ ଜାଣନ୍ତି, ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି…

Read More

Ethiopia Volcano Impact: ନୂଆଦିଲ୍ଲୀ: ହେଲି ଗୁବ୍ବି ଜ୍ୱାଳାମୁଖୀ ବିସ୍ଫୋରଣ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଏୟାର ଇଣ୍ଡିଆ ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଘରୋଇ ଉଡ଼ାଣ ବାତିଲ କରିଛି। କମ୍ପାନୀ ଅନୁଯାୟୀ, ବିସ୍ଫୋରଣ ପରେ ପ୍ରଭାବିତ ଅଞ୍ଚଳ ଉପରେ ଉଡ଼ାଣ କରିଥିବା ବିମାନଗୁଡ଼ିକର ସୁରକ୍ଷା ଯାଞ୍ଚ କରାଯାଉଛି। ବିମାନ ପରିଚାଳନା ଅସ୍ଥାୟୀ ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ସରକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପରାମର୍ଶ ଜାରି କରି ଏୟାର ଇଣ୍ଡିଆ କହିଛି ଯେ ଯାତ୍ରୀ ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ତେଣୁ, ଏହି ନିଷ୍ପତ୍ତି ଆବଶ୍ୟକତାରୁ ନିଆଯାଇଛି। ବିମାନ ବାତିଲ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କମ୍ପାନୀ ମଧ୍ୟ କ୍ଷମା ପ୍ରାର୍ଥନା କରିଛି। ଏୟାର ଇଣ୍ଡିଆ କହିଛି, “ଆମର ନେଟୱାର୍କରେ ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ସ୍ଥିତି ବିଷୟରେ ନିରନ୍ତର ଅପଡେଟ୍ କରୁଛନ୍ତି ଏବଂ ତୁରନ୍ତ ସହାୟତା ପ୍ରଦାନ କରୁଛନ୍ତି। ଆବଶ୍ୟକ…

Read More

ଭୁବନେଶ୍ବର: ଆଉ ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାରେ ରଖିବେ ଅଭିଭାଷଣ। ସେଥିପାଇଁ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ବରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ୨୦୦ ଅଫିସରଙ୍କୁ ଏହି ସୁରକ୍ଷା ଦାୟିତ୍ବରେ ମୁତୟନ କରାଯାଇଛି। ରାଷ୍ଟ୍ରପତି ୨୭ ତାରିଖରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର‌୍ୟ୍ୟନ୍ତ ନିଜର ଅଭିଭାଷଣ ରଖିବେ। ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ…

Read More

Clean Energy Transition: ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଏକ ସମନ୍ୱିତ କାର୍ଯ୍ୟକ୍ରମରେ ସହଭାଗୀ ହୋଇ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତିନାମା ଏକ ବହୁମୁଖୀ ସହଯୋଗ ସ୍ଥାପନ କରିଛି ଯାହା ଯୋଜନା, ବୈଷୟିକ ସହାୟତା, ପାଇଲଟ୍ ନିୟୋଜନ ଏବଂ ଆର୍ଥିକ ସୁବିଧାକୁ ମିଶ୍ରଣ କରି ଶକ୍ତି ବ୍ୟବସ୍ଥା ଓ ଜୀବିକା ସୁଯୋଗରେ ରାଜ୍ୟର ମହତ୍ତ୍ୱାକାଂକ୍ଷାକୁ କାର୍ଯ୍ୟକାରୀ କରିବ। ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି, ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବୁଝାମଣାପତ୍ର ଏକ ରଣନୈତିକ ସହଭାଗୀତା ଯାହା ବୈଷୟିକ ବିଶେଷଜ୍ଞତା, ନୀତି ସମର୍ଥନ ଏବଂ ଆର୍ଥିକ ପଥଗୁଡ଼ିକୁ ସମନ୍ୱିତ କରି ଏକ ସ୍ଥିର, ସମାନ ଓ ନିବେଶ ପାଇଁ ପ୍ରସ୍ତୁତ ସ୍ୱଚ୍ଛ ଶକ୍ତି ଭବିଷ୍ୟତ ଆଡ଼କୁ ଓଡ଼ିଶାର ଯାତ୍ରାକୁ…

Read More

Utkalika Handloom: ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ଆର୍ଥିକ ଉନ୍ନତି ତଥା ଓଡ଼ିଆ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହାର ଉଦଘାଟନ କରି କହିଛନ୍ତି, ଏହା ଦ୍ଵାରା ରାଜ୍ୟ ବାହାର ତଥା ଅନ୍ୟ ଦେଶର ପର୍ଯ୍ୟଟକମାନେ ଓଡ଼ିଶାର ପାରମ୍ପରିକ ଉତ୍କୃଷ୍ଟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ମାରକ ସେମାନଙ୍କ ଘରକୁ ନେଇପାରିବେ । ଫଳରେ ଆମ ବୁଣାକାର ଓ କାରିଗରଙ୍କ ଜୀବନ-ଜୀବିକା ସମୃଦ୍ଧ ହେବା ସହ ଓଡ଼ିଆ ହସ୍ତଶିଳ୍ପ ଅସ୍ମିତାର ଗରିମା ବୃଦ୍ଧି ହୋଇପାରିବ । “ଉତ୍କଳିକା ଆତିଥ୍ୟ” ଉତ୍କଳିକା ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅଭିନବ ପ୍ରୟାସ । ଆମ ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଦର୍ଶନ ସହ ଏବଂ ବିକ୍ରୟ ବୃଦ୍ଧିକୁ ଲକ୍ଷ୍ୟ ରଖି ଏହାର…

Read More

IFFI 2025: ଆଜି ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏକ କାର୍ଯ୍ୟକ୍ରମରେ ଆଲୋକ ମଳିନ ହେବା ମାତ୍ରେ ମନ ଉତ୍ସାହିତ ହୋଇ ଉଠିଥିଲା ​​ଏବଂ ସୃଜନଶୀଳତା ବାୟୁରେ ଭରି ଯାଇଥିଲା। ଲୋକମାନେ ବସିବା ମାତ୍ରେ କର୍ମଶାଳାଟିରେ ସିନେମାଟିକ୍ ଶକ୍ତି ବୃଦ୍ଧି ସହିତ ଏକ ସମାବେଶ ପରି ଅନୁଭବ ହୋଇଥିଲା। ପ୍ରଯୋଜକ-ନିର୍ଦ୍ଦେଶକ ରାଜୁ ହିରାନି ପ୍ରବେଶ କରିବା ମାତ୍ରେ କଳା ଏକାଡେମୀ ହଲ୍ ଶୁକ୍ରବାର ବ୍ଲକବଷ୍ଟର ଫିଲ୍ମଗୁଡ଼ିକ ପରି ଉତ୍ସାହରେ ପୂର୍ଣ୍ଣ ହୋଇଗଲା। ଆକର୍ଷଣୀୟ କର୍ମଶାଳାରେ ଦର୍ଶକଙ୍କ ଏପରି ନିମଜ୍ଜିତ ଥିଲେ ଯେ କାର୍ଯ୍ୟକ୍ରମର ଶେଷରେ, ଲେଖକ ଏବଂ ସାମ୍ବାଦିକମାନେ ଲେଖାଲେଖି କରୁଥିବାର ଦେଖାଯାଉଥିଲା, ସମ୍ପାଦକମାନେ ସହମତିରେ ମୁଣ୍ଡ ହଲାଉଥିଲେ, ଏବଂ ସିନେମା ପ୍ରେମୀମାନେ ପ୍ରେରଣା ତଥା ଆଶ୍ଚର୍ଯ୍ୟ ସହିତ ଶୁଣୁଥିଲେ। ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରୁ ଜଣଙ୍କ ଏହି ଧାଡ଼ିଗୁଡ଼ିକ ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟ ଏବଂ ମନରେ ସ୍ଥାନ ପାଇଛି: “ଲେଖନ ହେଉଛି କଳ୍ପନା,ସମ୍ପାଦନା ହେଉଛି ଅଭିଜ୍ଞତାର…

Read More

Ram Mandir Flag Hoisting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଛନ୍ତି। ସେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଏକ ଗେରୁଆ ପତାକା ଉତ୍ତୋଳନ କରିଛନ୍ତି।ଯାହା ମନ୍ଦିର ନିର୍ମାଣ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଏବଂ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ରୋଡ୍ ଶୋ’ କରିଥିଲେ। ଏଥିରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ଏକ ଝଲକ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ। ପରେ ପ୍ରଧାନମନ୍ତ୍ରୀ ସପ୍ତମନ୍ଦିର ପରିଦର୍ଶନ କରିଛନ୍ତି। ତାହା ହେଲା ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମୀକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀ। ସେ ଶେଷାବତାର ମନ୍ଦିର ପରିଦର୍ଶନ କରିଛନ୍ତି। ଏହା ଦେଶର ଭଗବାନ ରାମଙ୍କ ବିରଳ ମନ୍ଦିର…

Read More

ଭୁବନେଶ୍ବର: ଆଜି ପୁଣି ଥରେ ବିଜେଡିକୁ ଏକ ଧକ୍କା। କାରଣ ହେଲା ଆଜି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ସେ ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ବୋଲି କହିଛନ୍ତି। ବିଜେଡି ତାଙ୍କୁ ବରିଷ୍ଠ ନାଗରିକ ସେଲର ଉପସଭାପତି ରାଙ୍କର ପଦବୀ ଦେଇଥିଲା। ହେଲେ ଏହି ପଦବୀ କଣ ବୋଲି ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରି ନାହିଁ ସେଥିପାଇଁଏହି ପଦବୀରୁ ଇସ୍ତଫା ଦେଲି ବୋଲି ଦେବାଶିଷ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ କହିଛନ୍ତି ଯେ, ସେ ବିଜେଡିରେ ରହିବେ। ଏହି ଦଳ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ହେଉଥିବ ସେ ପର୍ଯ୍ୟନ୍ତ ସେ ବିଜେଡିରେ ରହିବେ। ତେବେ ତାଙ୍କର ଅସନ୍ତୋଷ ନେଇ ସେ କହିଛନ୍ତି ଯେ, ମୋତେ ଏକ ପଦବୀ ଦିଆଗଲା ଯାହା ଉପସଭାପତି ରାଙ୍କ, ଅର୍ଥାତ ମୁଁ…

Read More

Sri Ram Janmbhoomi: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ। ଯାହା ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସରକୁ ରେଖାଙ୍କିତ କରିବ। ଆଜି ସେ ରାମ ମନ୍ଦିରରେ ଗେରୁଆ ପତାକା ଉତ୍ତୋଳନ କରିବେ। ସକାଳ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ସପ୍ତମନ୍ଦିର ପରିଦର୍ଶନ କରିବେ, ଯେଉଁଠାରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ମନ୍ଦିର ଅବସ୍ଥିତ । ଏହା ପରେ ସେ ଶେଷାବତାର ମନ୍ଦିର ମଧ୍ୟ ପରିର୍ଶନ କରିବେ। ପ୍ରାୟ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ। ଏହା ପରେ, ସେ ରାମ ଦରବାର ଗର୍ଭଗୃହରେ ଦର୍ଶନ ଏବଂ ପୂଜା କରିବେ, ଯାହା ପରେ ରାମ ଲଲ୍ଲା ଗର୍ଭଗୃହରେ ଦର୍ଶନ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ…

Read More

Mobile Customer: ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତରେ ମୋବାଇଲ ସଂଯୋଗର ଦ୍ରୁତ ବୃଦ୍ଧି ସହିତ, ଡିଭାଇସର ଇଣ୍ଟରନ୍ୟାସନାଲ ମୋବାଇଲ୍ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି (IMEI) ଭଳି ଦୂରସଂଚାର ପରିଚୟକଗୁଡ଼ିକର ଅପବ୍ୟବହାର ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି। ମନ୍ତ୍ରଣାଳୟ ଲୋକମାନଙ୍କୁ ଚେତାଇ ଦେଇଛି ଯେ, ଟ୍ୟାମ୍ପରଡ୍ IMEI ନମ୍ବର ଥିବା ମୋବାଇଲ୍ ଡିଭାଇସ୍ ବ୍ୟବହାର କରିବା ଉଚିତ୍ ନୁହେଁ। ସେମାନେ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି କିମ୍ବା ଠକେଇ ମାଧ୍ୟମରେ ସିମ୍ କାର୍ଡ କିଣିବା ଉଚିତ୍ ନୁହେଁ। ଜଣେ ବ୍ୟକ୍ତିଙ୍କ ନାମରେ କିଣାଯାଇଥିବା ସିମ୍ କାର୍ଡ ଅନ୍ୟ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେବା ବିରୁଦ୍ଧରେ ମଧ୍ୟ ସତର୍କ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ, ଯେଉଁ ନାଗରିକମାନେ ନିଜ ନାମରେ ସିମ୍ କାର୍ଡ କିଣନ୍ତି ଏବଂ ସାଇବର ଠକେଇରେ ଅପବ୍ୟବହାର ପାଇଁ ଅନ୍ୟମାନଙ୍କୁ ଦିଅନ୍ତି, ସେମାନଙ୍କୁ ମଧ୍ୟ ଅପରାଧୀ ବୋଲି ବିବେଚନା କରାଯିବ। ବିବୃତ୍ତିରେ କୁହାଯାଇଛି…

Read More

ଭୁବନେଶ୍ୱର: ୮ଦଫା ଦାବି ନେଇ ଆଜି ସକାଳ୮ ଟା ଠାରୁ ରାଜ୍ୟର ବିଭିନ୍ୟ ସ୍ଥାନରେ ଥିବା ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ କଲେଜ ଓ କାର୍ଯ୍ୟାଳୟ କୁ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି। ପୁରୀସ୍ଥିତ ଗୋପବନ୍ଧୁ ଆୟୁବେଦ ମହାବିଦ୍ୟାଳୟ,ଗଂଜାମ ଜିଲ୍ଲାର ଅଙ୍କୁସପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ସମେତ କଲେଜଗୁଡିକରେ ଶତାଧିକ ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ବନ୍ଦ ଡାକରା ଦେଇ ଧର୍ମଘଟକୁ ଓଲ୍ହାଇଛନ୍ତି। ଏଥିରେ ଆୟୁଷ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ସହିତ କଲେଜ କାର୍ଯ୍ୟାଳୟ ଗୁଡିକ ପ୍ରଭାବିତ ହୋଇଛି। କଲେଜ ହସ୍ପିଟାଲରେ ହାଉସ ସର୍ଜନ ମାନେ କଳାବ୍ୟାଚ ପିନ୍ଧି ହସ୍ପିଟାଲରେ ସେବା ଦେଉଥିବା ବେଳେ ଏହି ଛାତ୍ର ଧର୍ମଘଟ କୁ ପୂର୍ଣ ସମର୍ଥନ ଦେଇଛନ୍ତି।ସେଇଭଳି ଆୟୁଷ ପିଜି ଛାତ୍ରଛାତ୍ରୀ ସଂଘ,ଓଡ଼ିଶା ଆୟୁଷ ଡାକ୍ତର ସଂଘ, ଆୟୁର୍ବେଦ କଂଗ୍ରେସ ଆଦି ବହୁ ଆୟୁଷ ସଂଘ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଲିଙ୍ଗ ସମାନତା ଏବଂ ମହିଳା ସଶକ୍ତୀକରଣ ଉପରେ ଜାତୀୟ ଅଭିଯାନ, ନୟି ଚେତନା ୪.୦ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଗ୍ରାମୀଣ ବିକାଶ ଏବଂ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମାସାନି ଏବଂ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କମଲେଶ ପାଶୱାନ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତୃତା ପ୍ରଦାନ କରି ଶିବରାଜ ସିଂହ ଚୌହାନ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ପୁନଃଦୋହରାଇ କହିଛନ୍ତି ଯେ, କୌଣସି ଭଉଣୀ ଦାରିଦ୍ର୍ୟରେ ନ ରହନ୍ତୁ, କୌଣସି ମହିଳା ଆଖିରେ ଲୁହ ନେଇ ନ ବଞ୍ଚନ୍ତୁ ଏବଂ ପ୍ରତ୍ୟେକ ଭଉଣୀ ଲକ୍ଷପତି ଦିଦି ଭାବରେ ସମ୍ମାନ, ଆତ୍ମବିଶ୍ୱାସ ଏବଂ ସମୃଦ୍ଧି ପ୍ରାପ୍ତ କରନ୍ତୁ। ସେ ଉଲ୍ଲେଖ କରିଛନ୍ତି ଯେ, ଦୁଇ କୋଟିରୁ…

Read More